STORYMIRROR

anusaya Raut

Others

3  

anusaya Raut

Others

ଦୁଇ ଟୋପା ଲୁହ

ଦୁଇ ଟୋପା ଲୁହ

3 mins
190

  ଲୁହ, ସେ ଖୁସିର ଲୁହ ହେଉକି ଦୁଃଖର ଲ୍ଲୁହ l ଆଖି ଅଛି ତ ଲୁହ ଅଛି l କିଏ ଲୁହକୁ ଶ୍ରାବଣର ବାରିଧାରା ସହିତ ତୁଳନା କରେ ତ କିଏ ଶୀତୁଆ ସକାଳର ଦୁବଘାସ ଉପରେ ପଡ଼ିଥିବା ମୋତି ସଦୃଶ କାକର ବିନ୍ଦୁ ସହିତ l ଆଉ କେହି କେହି ମଧ୍ୟ ପୂଣ୍ୟତୋୟl ନଦୀ ଦୁଇ ଗଙ୍ଗା ଯମୁନା ସହିତ ତୁଳନା କରିଥାନ୍ତି l ମୁଁ ମୋର ଏହି ଅଣୁଗଳ୍ପ ମାଧ୍ୟମରେ ସମ୍ପୂର୍ଣ କାଳ୍ପନିକ ଚରିତ୍ରଙ୍କୁ ନେଇ ଲୁହର ସଂଜ୍ଞାକୁ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛି ll

 ଜ୍ୟେଷ୍ଠ ମାସର ମଧ୍ୟାହ୍ନ,ପ୍ରବଳ ଗୁଳଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ l ତତସହିତ ବିଦ୍ୟୁତର ଲୁଚକାଳି ଖେଳ l ଓଃ! କି! ଗରମରେ ଘର ଭିତରେ ରହିବା ଭାରି କଷ୍ଟ l ନିଦାଘର ଦ୍ୱିପ୍ରହରଟା ଯନ୍ତ୍ରଣାଦାୟକ ସେଥିରେ ପୁଣି ଏକାପଣ l ପିଲାଟା ଚାରିମାସ ହେଲା ଗଲାଣି ଘରକୁ ଟିକେ ଆସନ୍ତାନି l କେମିତି ଵା ଆସିବ ଏ ନିଆଁଖିଆ କରୋନା ରୋଗଟା ଆସିଲା ଯେ କେହି କୁଆଡେ ଯାଇଆସି ପାରୁନାହାନ୍ତି l ଏମିତି ମନକୁ ମନ ଗୁଣୁଗୁଣୁ ହେଇ ଚୌକିଟେ ଧରି ବାରିରେ ଥିବା ଆମ୍ବଗଛ ମୂଲକୁ ଗଲା ରୋଜା l ସୁଲୁସୁଲିଆ ପବନ ଟିକେ ବହୁଥାଏ ତା ସାଙ୍ଗକୁ କୋଇଲିର କୂ କୂ କୂଜନ ରହି ରହି ଶୁଭୁଥାଏ l ଯାହାହେଉ ଗରମରୁ ଟିକେ ଆଶ୍ୱସ୍ତି ମିଳିଲା l

  ଏମିତି ଭାବୁ ଭାବୁ କେତେବେଳେ ସେ ଅତୀତର ଅଭୁଲା ରାଜ୍ୟରେ ପହଂଚି ଯାଇଥିଲା l ଏମିତି ଏକ ଗ୍ରୀଷ୍ମ ଅପରାହ୍ନରେ ଆରସାହି ବିନୟ ସହିତ ଦେଖା ହେଇଥିଲା l ପ୍ରଥମେ ଜଣେ ଅନ୍ୟର ତାରିଫ, ତାପରେ ଚାରିଟିଆଖିର ମିଳନ ତାପରେ ପରେ ମନ ଦିଆନିଆ l ଏହିପରି ଦୁହେଁ ପରସ୍ପର ସପନ ରାଇଜରେ ହଜି ଯାଇଥାନ୍ତି l ଯେଉଁଦିନ ବାପା ଜାଣିଲେ, ଘରେ ସୃଷ୍ଟି ହେଲା ଖଣ୍ଡପ୍ରଳୟ l ବିନୟ ଥିଲେ ନୀଚ୍ଚ ଜାତିର ସେଥିପାଇଁ ବାପା ରାଜି ନଥିଲେ l ତେଣୁ ମୋତେ ଘରୁ ପଳେଇ ବିବାହ କରିବାକୁ ପଡିଲା l ଯାହା ବି ହେଉ ବିନୟ ବହୁତ ଭଲ ପାଉଥିଲେ ମୋତେ l ତାଙ୍କ ଭଲ ପାଇବାର ସନ୍ତକ ହେଉଛି ଏହି ରୋନକ l ହସଖୁସିରେ ମୋ ସଂସାରର ଚକ ଗଡି ଚାଲିଥାଏ l କ୍ରମଶଃ ରୋନକ ପାଞ୍ଚ ବର୍ଷର ହେଇ ଗଲା l ଗୋଟିଏ ଭଲ ସ୍କୁଲରେ ତାର ନାମ ଲେଖେଇଥାନ୍ତି ବିନୟ l ବହୁତ ଭଲ ପଢୁଥିଲା ରୋନକ l ସବୁବେଳେ କହେ ମୋ ବାବାଙ୍କ ପରି ଭାରତୀୟ ପ୍ରଶାସନିକ ସେବାରେ ଚାକିରୀ କରିବି l ଦେଶ ଓ ଲୋକଙ୍କର ସେବାରେ ନିଜକୁ ଉତ୍ସର୍ଗ କରିବି l ବିନୟ ମଧ୍ୟ ଖୁସିରେ ଫାଟି ପଡୁଥିଲେ ପୁଅର ଏମିତି କଥା ଶୁଣି l

ହଠାତ ମୋ ଜୀବନର ସବୁ ପୃଷ୍ଠା ଯେମିତି ଓଲଟପାଲଟ ହେଇ ଗଲା l ଏମିତି ଏକ ବିଡମ୍ବନା ମୁହୂର୍ତ୍ତରେ ଫୋନ ଆସିଲା, ଆଇ. ପି .ଏସ ବିନୟ ଦାସଙ୍କର ଆତତାୟୀ ଗୁଳିରେ ମୃତ୍ୟୁ ହେଇଛି l ପାଦ ତଳୁ ଯେମିତି ମାଟି ଖସିଗଲା ରୋଜlର l ସବୁ ଖୁସିରେ ଯେମିତି ପୂର୍ଣ୍ଣଛେଦ ପଡ଼ିଗଲା ତାର l ଡାକ ଶୁଭିଲା, ବୋଉ, ବୋଉ l ସଂଗେ ସଂଗେ ପିନ୍ଧା ଶାଢ଼ୀ ପଣତରେ ମୁହଁକୁ ପୋଛି ପକେଇଲା l ତାର ଅଜାଣତରେ ଦୁଇ ଟୋପା ଲୁହ ତାର ଗଣ୍ଡଦେଶ ଦେଇ ବକ୍ଷକୁ ଛୁଇଁ ସାରିଥିଲା l ଚମକି ପଡିଲା ରୋଜା l ଦେଖିଲା ରୋନକ ଆସି ତା ପାଖରେ l ଏତେ ଦିନର ଦୂରତା ପରେ ପୁଅକୁ ପାଇ ଖୁସିରେ ଆତ୍ମବିଭୋର ହୋଇଗଲା ସେ l ଏତେ ଦିନ ଧରି ସାଇତି ରଖିଥିବା ସ୍ନେହ ଆଦରର ପସରlକୁ ଅଜାଡି ପକେଇଲା ପୁଅ ରୋନକ ଉପରେ l କୁଣ୍ଡେଇ ପକେଇଲା ସେ l ଅମାନିଆ ଆଖିରୁ ତାର ଦୁଇଟୋପା ଲୁହ ଆନନ୍ଦରେ ଝରିପଡିଲା l ଲୁହ ପୋଛୁ ପୋଛୁ ରୋନକ କହିଲା, ଜାଣିଚୁ ବୋଉ ମୁଁ ନl ଆଇ. ଏ . ଏସ ରେ ସର୍ବୋଚ୍ଚ ସ୍ଥାନରେ ରହିଛି l ମୋ ସ୍ବପ୍ନ ପୁରା ହେଇଛି ବୋଉ l ସବୁ ତୋ ଆଶୀର୍ବାଦର ଫଳ l ପୁଅ ଠାରୁ ଏକଥା ଶୁଣି କୋହ ସମ୍ଭାଳି ପାରିଲାନି ରୋଜା l ବହୁ ଜୋରେ ଛାତି ଫଟେଇ କାନ୍ଦିଲା ସେ l ଆଜି ଯଦି ବିନୟ ଥାଆନ୍ତେ ...... l ରୋନକର ଏ ସଫଳତାରେ ତାଙ୍କ ଛାତି କୁଣ୍ଢେ ମୋଟ ହେଇ ଯାଇଥାନ୍ତା ------ll



Rate this content
Log in