STORYMIRROR

Trushna Das

Romance Tragedy

4  

Trushna Das

Romance Tragedy

ବାସର ରାତି

ବାସର ରାତି

8 mins
519

             


ଆଜି ବାସର ରାତି ସିିିଆ ଏବଂ ଅଖିଲଙ୍କର। ସିଆ ନବ ବଧୁ ବେଶରେ ସଜ ହୋଇ ବସିଛନ୍ତି ତାଙ୍କ ସ୍ୱାମୀ ଅଖିଲଙ୍କ ଅପେକ୍ଷାରେ। ମନେ ମନେ ନାନା ପ୍ରକାର ଭାବନା ଉଙ୍କି ମାରୁଛି। କିଛିଦିନର କଥାବାର୍ତ୍ତା ପରେ ଦୁଇ ଅଜଣା ହୋଇଛନ୍ତି ବିିିବାହ ବନ୍ଧନରେ ଏକ, ତାଙ୍କ ମିଳନ ରାତି, ବାସର ରାତି। ସାଙ୍ଗମାନଙ୍କଠାରୁ ଶୁଣୁଛନ୍ତି ବାସର ରାତିରେ କଣ ସବୁ ହୁଏ। କେମିତି ସ୍ୱାମୀ ସ୍ତ୍ରୀର ମିଳନ ହୁଏ.... ସେ ପ୍ରଥମ ଛୁଆଁ....ପ୍ରଥମ ଚୁମ୍ବନ....ସେ ବିଷୟରେ ଭାବି ତାଙ୍କର ଲୋମ ଟାଙ୍କୁରି ଉଠୁଛି। ଅପେକ୍ଷା କେବଳ ତାଙ୍କ ଜୀବନସାଥୀ ଅଖିଳଙ୍କ ଆସିବାକୁ। ହେଲେ ଅଖିଲ ଏବେ ଯାଏଁ କୁଆଡ଼େ ଗଲେ ଆସି ନାହାଁନ୍ତି।ପୁଣି ବିବାହ ସମୟରେ ତାଙ୍କ ମୁହଁ ବି ଶୁଖି ଯାଇଥିଲା। କଣ ସେ ଏ ବିବାହରେ ଖୁସି ନୁହଁନ୍ତି। ଏମିତି କଥା ସିଆଙ୍କ ମନରେ ଆସୁଥାଏ। 


ପୁଣି ସିଆ ବସୁ ବସୁ ଅତୀତ ଭାବନାରେ ବୁଡ଼ି ଯାଇଛନ୍ତି। ଯେ ଚାରି ମାସ ତଳେ ହରିଆ ନାମକ ମଧ୍ୟସ୍ଥ ଅଖିଲଙ୍କ ବାହାଘର ପ୍ରସ୍ତାବ ସିଆଙ୍କ ଘରକୁ ଆଣିଥିଲେ। ସିଆର ବାପା ଜଣେ ଗରିବ ଚାଷୀ....ଆଉ ଅଖିଲଙ୍କ ବାପା ଜଣେ ଜମିଦାର। କିନ୍ତୁ କେମିତି କେ ଜାଣ ଏ ବାହାଘର ପାଇଁ ଅଖିଲଙ୍କ ପରିବାର ରାଜି ହୋଇ ଗଲେ.... ବଧେ ସିଆ ଉଚ୍ଚ ଶିକ୍ଷିତ ଝିଅ... ସେଥିପାଇଁ।


ପ୍ରସ୍ତାବ ପଡିଲା ପରେ ସିଆ ବାହାଘର ଆଗରୁ ଅଖିଲଙ୍କୁ ଥରେ ଦେଖିଥିଲେ। କିନ୍ତୁ ଅଖିଲଙ୍କ ସହ ଫୋନରେ ମାସେ ହେବ କଥା ହୋଇଥିଲେ। ସିଆଙ୍କୁ ଅଖିଲ ବହୁତ ଭଲ ଲାଗିଛନ୍ତି... ତାଙ୍କର ନମ୍ରତା, ଧନୀ ଘର ହୋଇ ମଧ୍ୟ ତାଙ୍କ ମନରେ ଗର୍ବ ନାହିଁ, ସରଳ ନିଷ୍କପଟ ମନର ବ୍ୟକ୍ତିଙ୍କୁ ପାଇ ସିଆ ତାଙ୍କୁ ନିଜ ମନର ଦେବତା ଭାବି ନେଇଛନ୍ତି। ସିଆଙ୍କୁ ସବୁବେଳେ ଲାଗୁ ଥିଲା ଯେମିତି ଅଖିଲ ତାଙ୍କୁ କିଛି କହିବାକୁ ଚାହୁଁଛନ୍ତି....କନ୍ତୁ କହି ପାରୁ ନାହାନ୍ତି। ପୁଣି ବାହାଘର ଦିନ ସକାଳୁ ଅଖିଲ ଗୋଟିଏ ଚିଠି ଲେଖି ସିଆଙ୍କ ପାଖକୁ ପଠାଇଛନ୍ତି। ହେଲେ ବାହାଘର ବ୍ୟସ୍ତରେ ସେ ପଢି ପାରି ନାହାଁନ୍ତି।


ବାସର ରାତିରେ ଅପେକ୍ଷାରେ ସିଆ... ନିଜ ମନର ଦେବତା ଅଖିଲଙ୍କ ସହ ସବୁ ଦିନ ପାଇଁ ମିଳନର। ଅଖିଲ ଆସି ନାହାଁନ୍ତି। ହଠାତ୍ ଚିଠି କଥା ମନେ ପଡିବାରୁ ସିଆ ଚିଠିଟି କାଢି଼ଛନ୍ତି ପଢିବା ପାଇଁ। 


ସେଇ ସମୟରେ ଅଖିଲ କୋଠରୀ ଭିତରକୁ ଆସିଛନ୍ତି। ସିଆ ପାଖରେ ଯାଇ ବସିଛନ୍ତି।ଅଖିଲଙ୍କ ମୁହଁରୁ ଲାଗୁଛି ସେ ବହୁତ କାନ୍ଦିଛନ୍ତି।ସିଆ ଚିଠିକୁ ଭିତରେ ରଖି ଦେଇ ଅଖିଲଙ୍କ ହାତ ଧରି ପଚାରିଛନ୍ତି କଣ ହେଲା... ତୁମେ ଏ ବିବାହରେ ଖୁସି ନୁହଁ କି? 


ଅଖିଲ ଆଖିରୁ ଲୁହ ଝର ଝର ହୋଇ ବହି ଗଲା। ଅଖିଲ ସିଆଙ୍କୁ କହିଲେ ତୁମେ କେମିତି ସବୁ ଜାଣିଲା ପରେ ମୋତେ ବିବାହ କରିଲ...!


ସିଆ ଚମକି ପଡ଼ି ପଚାରିଲେ କଣ କଥା....? 


ଅଖିଲ କହିଲେ ମୁଁ ଯେଉଁ କଥା ବିବାହ ଦିନ ଚିଠିରେ ଲେଖି ଦେଇ ଥିଲି। 


ସିଆ କହିଲେ ବିବାହ ବ୍ୟସ୍ତତା ଭିତରେ ମୁଁ ସେ ଚିଠି ପଢି ନାହିଁ। କଣ ଲେଖା ହୋଇ ଥିଲା କି?


ଅଖିଲ ସିଆ ତୁମେ କଣ କଲ... ମୁଁ ବାରମ୍ବାର ଡ୍ରାଇଭରକୁ କହିଥିଲି ତୁମକୁ କହିବା ପାଇଁ ବିବାହ ଆଗରୁ ଏ ଚିଠିକୁ ଭଲ କରି ପଢିବା ପାଇଁ? 


ସିଆ କହିଲେ ହଁ ସେ ମୋତେ କହିଥିଲେ... ସେତେବେଳେ ମୋ ପାଖରେ ସବୁ ସାଙ୍ଗ ସମ୍ପରକୀୟମାନେ ଥିଲେ। ତେଣୁ ମୁଁ ଆଉ ପଢି ପାରି ନ ଥିଲି।ଆଉ ଚିଠିକୁ ମୋ ବ୍ୟାଗରେ ରଖି ଭୁଲି ଯାଇଥିଲି। 


ଅହଃ ସିଆ ତୁମେ ଏ କଣ କଲ...କାହିଁକି ଏ ବିବାହ କଲ ଅଖିଲ କହି ଜୋରରେ କାନ୍ଦିବାକୁ ଲଗାଇଲେ। 


ସିଆ ଚମକି ଯାଇ ଅଖିଲଙ୍କ ହାତକୁ ଜୋରରେ ଜାବୁଡି ଧରି ପଚାରିଲେ ତୁମେ ଏ ବିବାହରେ ଖୁସି ନୁହଁ... ଆଉ କାହାକୁ ଭଲ ପାଅ କି? 


ଅଖିଲ: ନା ନା ସିଆ ମୋ ଜୀବନରେ ପ୍ରଥମ ଝିଅ ତୁମେ... କିଛି ଦିନ କଥାବାର୍ତ୍ତାରେ ତୁମକୁ ମୁଁ ନିଜର ଭାବି ନେଇଛି। ମୁଁ ତୁମକୁ ବହୁ ଭଲ ପାଏ ।


ସିଆ: ମୁଁ ବି ତୁମକୁ ବହୁତ ଭଲ ପାଇ ବସିଛି। ତୁମେ ମୋ ମନର ଦେବତା ହୋଇ ସାରିଛ। ତେବେ କଣ ପାଇଁ ତୁମେ ଏ ବିବାହରେ ଖୁସି ନ ହୋଇ ଆମ ସମ୍ପର୍କରେ ପ୍ରଶ୍ନ କରୁଛ? 


ଅଖିଲ: ମୁଁ ତୁମ ଯୋଗ୍ୟ ନୁହେଁ। ମୁଁ ଗୋଟିଏ କିନ୍ନର। ମୋ ଜନ୍ମ ଘରେ ହୋଇ ଥିଲା।ଗାଁର ବୈଦ୍ୟ ସବିତା ମାଆ ମୋ ଜନ୍ମ ସମୟରେ ମାଆଙ୍କ ଚିକିତ୍ସା କରିଥିଲେ। ସେ ବାପାଙ୍କୁ କହି ଥିଲେ ମୁଁ ବୋଧେ କିନ୍ନର।ଜମିଦାର ଘରର ଛୁଆ ମୁଁ... କାଳେ ସବୁ ଜାଣିଲେ ଆମ ବଂଶ ଉପରେ ପ୍ରଶ୍ନ ହେବ ସେଥିପାଇଁ ଏ କଥା କେବଳ ବାପା, ମାଆ, ମୁଁ ଆଉ ଜେଜେମା ଜାଣନ୍ତି। ମୋ ପରେ ବାପା ମାଆଙ୍କ ତିନୋଟି ଝିଅ ହେଲେ... ହେଲେ ଆଉ ପୁଅ ହେଲା ନାହିଁ। ସେଥିପାଇଁ ସମାଜ ଆଗରେ ମୁଁ ଏ ବଂଶ ଗୋଟିଏ ମାତ୍ର ଉତ୍ତରାଧିକାରୀ। ମୋ ପ୍ରକୃତ ପରିଚୟ ଲୁଚାଇବାକୁ ଯାଇ ମୋର କେବେ ଶାରୀରିକ ପରୀକ୍ଷା କରି ଦେଖା ହୋଇନାହିଁ.... କିନ୍ତୁ ଏତିକି ଜଣା ଅଛି ମୁଁ କିନ୍ମର। ସେଥିପାଇଁ ମୁଁ ବିବାହ ପାଇଁ ରାଜି ନ ଥିଲି.... ମୋ ପାଇଁ କେହି ନିଜ ଜୀବନ ବର୍ବାଦ କରୁ ତାହ ମୁଁ ଚାହୁଁ ନ ଥିଲି। ହେଲେ ବାପା ମାଆ, ଜେଜେମାଙ୍କ ମନ ରଖିବାକୁ ଯାଇ ହଁ ମାରିଲି। 


ସିଆ କାଠ ପରି ଅଖିଲଙ୍କୁ ଅନାଇ ରହିଛନ୍ତି। ଆଖିରୁ ଲୁହ ବହି ଯାଉଛି। ବାସର ରାତି ତାଙ୍କ ପାଇଁ ଅମାବାସ୍ୟାର ରାତି ହୋଇଗଲା। ରାତି ତ ଅଛି... ହେଲେ ଜହ୍ନ ସେ ରାତିରୁ ହଜିଗଲା ପରି ତାଙ୍କୁ ଲାଗିଲା। ସିଆ ହାତ ଅଖିଲଙ୍କ ହାତରୁ ଖସି ଗଲା। 


ଅଖିଲ: ମୁଁ ଏ ବିଷୟରେ ବାରମ୍ବାର ତୁମକୁ କହିବାକୁ ଚାହିଁଛି। ହେଲେ ଜେଜେମାର ରାଣ ପାଇଁ କହି ପାରିନାହିଁ। ଶେଷରେ ମୁଁ ଆଉ ରହି ପାରିଲି ନାହିଁ... ତୁମ ପାଖକୁ ଚିଠିରେ ସବୁ ଲେଖି ମୋ ଚରିତ୍ର ଉପରେ ଆଙ୍ଗୁଠି ଉଠାଇ ବିବାହ କରିବା ପାଇଁ ମନା କରିବାକୁ କହିଥିଲି। ବର ହୋଇ ଗଲା ବେଳକୁ ମୁଁ ଭାବି ଥିଲି ତୁମେ ଏ ବିବାହ ପାଇଁ ମନା କରିଦେବ... ହେଲେ ତୁମେ ଖୁସି ଖୁସିରେ ମୋ ଜୀବନ ସଙ୍ଗିନୀ ହୋଇ ଏ ଘରକୁ ଆସି ଗଲ। ମୁଁ ତୁମକୁ ସବୁ ଖୁସି ଦେଇ ପାରିବି... ହେଲେ ତୁମ ଦେହର ଭୋକ ମେଣ୍ଟାଇବାକୁ ବଧେ ମୁଁ ଅକ୍ଷମ। ତୁମକୁ ଶାରୀରିକ ସୁଖ ମୁଁ ଦେଇ ପାରିବି ନାହିଁ ବୋଧେ। 


ସିଆ ଭୋ ଭୋ ହୋଇ କାନ୍ଦି କାନ୍ଦି ଖଟ କଡ଼ରେ ତଳେ ବସି ପଡିଛନ୍ତି। ତାଙ୍କ ସବୁ ସପନରେ ଲୁହ ଲହରୀ ପରି ମାରିଗଲା.... ଜୀବନ ଏବେ ଶୁଷ୍କ ମରୁଭୂମି। 


ସିଆ କାନ୍ଦି କାନ୍ଦି ଅଖିଲଙ୍କୁ ପ୍ରଶ୍ନ କରିଛନ୍ତି ଏଥିରେ ଭୁଲ କାହାର....? 


ଅଖିଲ ଏ ପ୍ରଶ୍ନୋତ୍ତର ନ ଦେଇ ପାରି ମୁଣ୍ଡ ନୁହାଇ ଛିଡା ହୋଇଛନ୍ତି। କିଛି ସମୟ ପରେ ଅଖିଲ କହିଛନ୍ତି ସିଆ ମୋତେ କ୍ଷମା କରି ଦିଅ... ମୋ ପାଇଁ ତୁମର ଆଜି ଏ ଅବସ୍ଥା। ତୁମେ ଗୋଟିଏ କାମ କରିବ ଅଷ୍ଟ ମଙ୍ଗଳାରେ ତୁମ ଘରକୁ ଗଲେ ଆଉ ଏଠାକୁ ଆସିବ ନାହିଁ। ତୁମେ ଘରେ ମୋ ବିଷୟରେ ଯାହା ବି ପାରିବ ସତ ମିଛ କହି ଦେବ... ଯେମିତି କି ମୁଁ ମଦୁଆ ମାତାଳି, ମୁଁ ଦିନରୁ ତୁମ ଉପରେ ହାତ ଉଠାଇଛି... ଆଉ ମୋର ଅନ୍ୟ ଝିଅ ସହ ସମ୍ପର୍କ ଅଛି। ଏ ସବୁ କହି ତୁମେ ମୋ ଠାରୁ ଛାଡ଼ପତ୍ର ନେଇ ନିଜ ଜୀବନ ନୂଆ କରି ଆରମ୍ଭ କରିବ। ତୁମ ଭବିଷ୍ୟତ ପାଇଁ ମୁଁ ସବୁ ଦିନ ଖର୍ଚ୍ଚ କରିବାକୁ ରାଜି ଅଛି।ହେଲେ ଏବେ ଘରେ କାହାକୁ କିଛି କହିବ ନାହିଁ। 


ଏତିକି କହି ଅଖିଲ ସିଆଙ୍କ ହିତ ଧରି ତାଙ୍କୁ ଉଠାଇ ଖଟରେ ଶୋଇବାକୁ କହି ନିଜେ ମସିଣା ବିଛାଇ ଶୋଇଲେ। 


ବାସର ରାତି ପର ଦିନ ଘରୁ ସବୁ ବନ୍ଧୁବାନ୍ଧବ ପଳାଇଲା ପରେ ଅଖିଲର ମାଆ ଆଉ ଜେଜେମା ସିଆ ମୁହଁ ଶୁଖାଇ ବସିଥିବା ଦେଖି ସିଆ ପାଖକୁ ଗଲେ। ସିଆକୁ ଯାଇ କହିଲେ ମା ରେ ଆମେ ଜାଣିଛୁ ତୁ କାଲି ରାତିରେ ସବୁ ଜାଣି ସାରିଥିବୁ। ଘରର ମର୍ଯ୍ୟଦା ବଞ୍ଚାଇବା ପାଇଁ ଆମେ ଅଖିଲର ବିବାହ ତୋ ସହ କରାଇଲୁ। ହେଲେ ଏବେ ଆମେ ଭାବୁଛୁ ଆମେ ତ ସହ ଅନ୍ୟାୟ କରିଛୁ। ଦୟାକରି ଆମକୁ କ୍ଷମା କରି ଦେ। ସିଆ ମୁହଁରୁ ସେଇ ଗୋଟିଏ ପ୍ରଶ୍ନ ମୋ ସହିତ କାହିଁକି... ଏଥିରେ ଭୁଲ କାହାର? ଶାଶୁ ଆଉ ଜେଜେମା ଶାଶୁଙ୍କ ମୁହଁ ଚୁପ୍... ସବୁ ଖାଲି ଏବେ ଅବଶୋଷ କରୁଛନ୍ତି...କାହିଁକି ଅଖିଲଙ୍କ ବିବାହ କରାଇ ଗୋଟିଏ ଝିଅର ଜୀବନକୁ ବର୍ବାଦ କରି ଦେଲେ। 


ସିଆଙ୍କୁ କିନ୍ତୁ ସମସ୍ତେ ବହୁତ ଭଲ ପାଉଥିଲେ ତାଙ୍କ ଶାଶୁଘରେ।ଗୋଟିଏ ବୋଲି ଭାଉଜ ବୋଲି ତିନି ନଣନ୍ଦ ତାଙ୍କ ପାଖରେ ସବୁ ବେଳେ ରହୁ ଥିଲେ... ତାଙ୍କ ସେବା ଯତ୍ନ କରୁଥିଲେ। ଜେଜେମା ଶାଶୁ ସିଆ ସହ ଥଟ୍ଟା ମଜା କରୁ ଥିଲେ। ଅଖିଲଙ୍କ ସାଙ୍ଗମାନେ ଭାଉଜ ବୋଲି କେତେ ଥଟ୍ଟା ମଜା କରୁଥିଲେ। 


ସିଆ ବାପା ଫୋନ କରି ସିଆକୁ କହିଲେ ପୌଷ ମାସ ପଡୁଥିବାରୁ ସେ ମାସେ ପରେ ହଳଦୀ ଗୋଡ଼ ଧୋଇବାକୁ ବାପ ଘରକୁ ଯିବେ। ଅଖିଲଙ୍କ ସିଆଙ୍କ ବାପା ମାଆଙ୍କ ସହ ଫୋନରେ କଥାବାର୍ତ୍ତା ସିଆର ମନକୁ ଆହୁରି ଅଖିଲଙ୍କ ଆଡକୁ ଟାଣୁ ଥାଏ।ଅଖିଲ ସିଆଙ୍କ ସବୁ କଥା ବୁଝୁ ଥିଲେ। ଶୀତ ରାତିରେ ନିଜେ ତଳେ ଥଣ୍ଡାରେ ଶୋଇ ସିଆଙ୍କୁ ଖଟରେ ଶୋଇବାକୁ ଦେଉଥିଲେ। ସିଆ କୋଠରୀରେ ଏକା ଥିଲେ ନକ୍ କରି ଭିତରକୁ ଯାଉଥିଲେ। କେବେବି ସିଆଙ୍କୁ ଆଖି ଉଠାଇ ଦେଖୁ ନ ଥିଲେ କି ସିଆଙ୍କୁ ଛୁଇଁ ବି ନଥିଲେ।ଅଖିଲଙ୍କ ବାପା ମାଆ ତାଙ୍କୁ ତାଙ୍କର ବଡ଼ ଝିଅ ପରି ବ୍ୟବହାର କରୁଥିଲେ। 


ଏମତି ଗୋଟିଏ ମାସ କେମିତି ହସ ଖୁସିରେ କଟି ଗଲା।ଜଣା ପଡିଲା ନାହିଁ। ଅଖିଲ ବାହୁଡା ଯିବା ଆଗ ଦିନ ସିଆଙ୍କ ପାଖରେ ବସି କହିଲେ... ମୋ ପରିବାର ପାଇଁ ତୁମେ ବହୁତ କଷ୍ଟ କରିଛ। ଆମକୁ କ୍ଷମା କରି ଦେବ।ଖୁବ୍ ଶୀଘ୍ର ତୁମକୁ ଏ ବନ୍ଧନରୁ ମୁଁ ମୁକ୍ତି କରି ଦେବି।ଏ ଘରେ ତୁମର ଆଜି ଶେଷ ରାତି। ଏହା କହି ଅଖିଲ ଶୋଇବାକୁ ଗଲେ। ହେଲେ ରାତି ଯାକ ଅଖିଲ ଆଉ ସିଆ ନ ଶୋଇ କାନ୍ଦୁଛନ୍ତି ।


ସକାଳ ହେଲା।ଅଖିଲ ଘରେ ବାପା, ମାଆ ଆଉ ଜେଜେମାଙ୍କୁ ସବୁ କହିଲେ। ସେ କହିଲେ ଭଉଣୀମାନଙ୍କୁ ଏତିକି କହିଲେ ସିଆ ଏ ବିବାହରେ ଖୁସି ନୁହଁନ୍ତି। ସେ ଆଉ ଏ ଘରକୁ କେବେ ବି ଆସିବେନି। ଏହି ଶୁଣି ସବୁ କାନ୍ଦୁଛନ୍ତି। ସିଆ ସମସ୍ତଙ୍କୁ ଶେଷ ଥର ପାଇଁ ଦେଖାକରି ବାହାରୁଛନ୍ତି। ହେଲେ ଆଖିରୁ ଲୁହ ଝରଝର ହୋଇ ବହି ଯାଉଛି....। କାହାରି ମୁହଁରୁ କିଛି କଥା ଆଉ ବାହାରୁ ନାହିଁ। ସବୁ ଅଶ୍ରୁରେ ବୁଡି ରହିଛନ୍ତି। 

ଯେମିତି ସେ ଘର ଏବେ ମରୁଭୂମି ପାଳଟି ଯାଇଛି। 


ସିଆଙ୍କୁ ନେଇ ଘରେ ଛାଡି ପଳାଇ ଆସିବାକୁ ବାହାରିଲା ବେଳକୁ ସିଆଙ୍କ ବାପା ମାଆ, ଭାଇ ଭଉଣୀ ସବୁ ତାଙ୍କୁ ଅଟକାଇବାରୁ ସେ ଘରକୁ ଫୋନ କରି ସେଠାରେ ରହି ଯାଇଛନ୍ତି। ସିଆ ଦେଖୁଥାନ୍ତି ନିଜ ମନର କଷ୍ଟ କାହାକୁ ନ କହି ମନ ଭିତରେ ରଖିଛନ୍ତି। ସେ ଦିନ ରାତିରେ ହଠାତ୍ ସିଆ ବାପାଙ୍କ ହୃଦଘାତ ହେଲା... ସେ ଅଚେତ ହୋଇଗଲେ। ଅଖିଲ ସଙ୍ଗେ ସାଙ୍ଗ ତାଙ୍କୁ କୁହୁଡି ରାତିରେ ସହରର ଡାକ୍ତରଖାନାକୁ ସିଆଙ୍କ ସହ ନେଇ ତାଙ୍କୁ ଚିକିତ୍ସା କରାଇ ଆଣିଲେ। ଦୁଇ ଦିନ ସେଠାରେ ରହି ସିଆଙ୍କ ବାପାଙ୍କ ସେବା ଯତ୍ନ କରିଲେ। 


ସିଆଙ୍କ ବାପା ଠିକ୍ ହେବାରୁ ଅଖିଲ ସିଆଙ୍କ ମାଆଙ୍କୁ କହିଲେ ବାପା ପୁରା ଠିକ ହେଲା ପରେ ମୁଁ ଆସିକି ସିଆଙ୍କୁ ନେଇ ଯିବି। ତାପରେ ସିଆଙ୍କ କୋଠରୀକୁ ଗଲେ ସିଆଙ୍କୁ ଶେଷ ଥର ଦେଖା କରିବାକୁ। ସିଆ ଅଖିଲଙ୍କୁ ପଛ କରି ଛିଡ଼ା ହୋଇ ଭାବୁ ଥାନ୍ତି କେତେ ଭଲ ଲୋକ ସେ।ମୁଁ କଣ ଏତେ ସ୍ୱାର୍ଥପର।ସେ କିନ୍ନର ବୋଲି ମୋର ତାଙ୍କୁ ଛାଡି ଦେବା ଠିକ ହେବ। ଏଥିରେ ଭୁଲ କାହାର।?


ଅଖିଲ ଯାଇ ସିଆଙ୍କ ହାତ ଧରି କ୍ଷମା ମାଗି କହିଲେ ତୁମେ ସବୁ ବେଳେ ଖୁସରେ ରୁହ। କେବେ କାନ୍ଦିବ ନାହିଁ। ଯାହା ଦରକାର ହେବ ମୋତେ କହିବ।ଏବେ ବାପାଙ୍କ ଦେହ ଭଲ ନାହିଁ। ଘରେ ଆମ ସମ୍ପର୍କ ବିଷୟରେ ତୁମେ ପରେ କହିବ।ଏତିକି କହି କାନ୍ଦି କାନ୍ଦି ଅଖିଲ ପଳାଇ ଆସୁଥାନ୍ତି । 


ସିଆ ଦୌଡି ଯାଇ ଅଖିଲଙ୍କୁ ପଛ ପଟୁ ଜାବୁଡି ଧରିଲେ। କହିଲେ: ତୁମେ କିନ୍ନର ହେବା....ଏଥିରେ ଭୁଲ କାହାର? ନା ତୁମର ନା ମୋର। ଯାହା ଘଟିଛି ତାହା ଆମ ଭାଗ୍ୟର ଖେଳ। ତୁମେ ମୋତେ ଛାଡି ଯାଅ ନାହିଁ। ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ମୋର ଶାରୀରିକ ସୁଖ ଦରକାର ନାହିଁ। ତୁମେ ଯେତିକି ଦେବ ସେଥିରେ ମୁଁ ସନ୍ତୁଷ୍ଟ ହେବି। ହେଲେ ତୁମ ପରି ଦେବତା ଠାରୁ ମୁଁ ଗୋଟିଏ ବି ଦିନ ଦୁରେଇ ରହି ପାରିବି ନାହିଁ।ମୁଁ ମୋ ମନ୍ଦିରତୁୁଲ୍ୟ ଆମ ଘରକୁୁ ଯିବାକୁ ଚାହେଁ। 


ଏହା ଶୁଣି ଅଖିଲ ଘୁରି ପଡି ସିଆଙ୍କୁ ଜାବୁଡି ଧରିଲେ। ଆଉ ପଚାରିଲେ ସିଆ ତୁମେ ସତ କହୁଛ... ମୋତେ କେବେ ଛାଡିବନି ତ ।ସିଆ କହିଲେ ହଁ ଯଦି ଆମର ଡାକ୍ତରୀ ଚିକିତ୍ସା ପରେ ବି ଛୁଆ ନ ହେବ ତାହା ହେଲେ ଆମେ ଅନାଥ ଆଶ୍ରମରୁ ଗୋଟିଏ ଛୁଆ ଆଣି ତାକୁ ଆମ ଛୁଆର ପରିଚୟ ଦେବା। ଦୁହେଁ ଏବେ ପୁରା ଖୁସି... ଦୁହେଁ ଦୁହିଁଙ୍କ ଓଠରେ ଚୁମ୍ବନ ଦେଇ ଖୁସିରେ ପରସ୍ପରକୁ ଧରି ଛିଡା ହୋଇ ଥାନ୍ତି। ଯେମିତି ଦୁଇ ଆତ୍ମାର ମିଳନ ହୋଇ ଗଲା। 


ସିଆ ନିଜ ମନ୍ଦିର ତୁଲ୍ୟ ଘରକୁ ଯିବା ପାଇଁ ଚାହୁଁ ଥାଆନ୍ତି ହେଲେ ଅଖିଲ ତ ମାଆଙ୍କୁ ମନା କରି ଥିଲେ। କଣ କରିବେ ଆଉ ସିଆ। କିନ୍ତୁ ସିଆର ମନ କଥା ସିଆଙ୍କ ବାପା ମାଆ ବୁଝିପାରି ତାଙ୍କୁ ଅଖିଲଙ୍କ ସହ ଯିବାକୁ କହିଲେ। 


ସିଆ ଆଉ ଅଖିଲ ଖୁସି ମନରେ ଘରକୁ ଗଲେ।ସନ୍ଧ୍ୟା ସମୟରେ ଘରେ ପହଞ୍ଚିଲେ। ହଠାତ୍ ସିଆ ପୁଣି ଫେରି ଆସିବା ଦେଖି ଅଖିଲଙ୍କ ଘରେ ସବୁ ଖୁସି ହୋଇ ଗଲେ। ଯେମିତି ମୂର୍ଚ୍ଛା ହୋଇ ଥିବା ଗଛରେ ପାଣି ପଡି ଗଲେ ତାହା ପୁଣି ସତେଜ ହୋଇ ଯାଏ। 


କିଛି ଦିନ ପରେ ସିଆ ଅଖିଲଙ୍କ ଅସୁବିଧା ବିଷୟରେ ବୈଦ୍ୟ ସବିତା ମାଆଙ୍କ ଠାରୁ ବୁଝିଲେ। ତାହା ବିଷୟରେ ସେଇଣ୍ଟରନେଟରେ ଖୋଜି ଜାଣିଲେ ଏମିତି ଶହେରୁ ଏକ ପ୍ରତିଶତ ପୁଅଙ୍କ ପାଖରେ ଏ ଅସୁବିଧା ଦେଖାଯାଏ। କିନ୍ତୁ ସେମାନେ କିନ୍ନର ନୁହଁନ୍ତି। ଡାକ୍ତରୀ ଚିକିତ୍ସା ଆଉ ଅପରେସନ ଦ୍ୱାରା ପୁଅମାନେ ଭଲ ହୋଇ ଯାଆନ୍ତି। 


ସିଆ ଶାଶୁଙ୍କୁ ସବୁ କହିଲେ। ଶାଶୁ ସିଆଙ୍କ କଥାରେ ରାଜି ହୋଇ ଗଲେ ଏବଂ ଶଶୁରଙ୍କୁ ମଧ୍ୟ ବୁଝାଇ କହିବାରୁ ଶଶୁର ମଧ୍ୟ ପୁଅର ଚିକିତ୍ସା ପାଇଁ ରାଜି ହୋଇ ଗଲେ। 


ବାହାଘର ପରେ ପୁଅ ବୋହୂ ବୁଲିବାକୁ ଯାଉଛନ୍ତି କହି ଅଖିଲ ଆଉ ସିଆଙ୍କୁ ଅଷ୍ଟ୍ରେଲିଆ ଅଖିଲଙ୍କ ଚିକିତ୍ସା ପାଇଁ ପଠାଇଲେ। ଡାକ୍ତର କହିଲେ ଦୁଇ ଥର ଅପରେସନ ହେଲା ପରେ ସେ ଅନ୍ୟ ପୁରୁଷଙ୍କ ପରି ଠିକ ହୋଇ ଯିବେ ଏବଂ ଶାରୀରିକ ସମ୍ପର୍କ ରଖିବାରେ କିଛି ଅସୁବିଧା ରହିବ ନାହିଁ। ଅଖିଲଙ୍କର ପ୍ରଥମ ଅପରେସନ ପରେ ସେମାନେ ଘରକୁ ପଳାଇ ଆସିଲେ।ଆଉ ଛଅ ମାସ ପରେ ଆଉ ଥରେ ତାଙ୍କ ଅପରେସନ ହେଲା। 


ତାପରେ ଅଖିଲ ଏବେ ଅନ୍ୟ ପୁରୁଷଙ୍କ ପରି ଶାରୀରିକ ସମ୍ପର୍କ ରଖିବାରେ ସକ୍ଷମ। ଆଉ କେହିବି ଆଖିଲଙ୍କ ଅସୁବିଧା ବିଷୟରେ ଜାଣି ପାରିଲେ ନାହିଁ। 


ଦ୍ୱିତୀୟ ଅପରେସନ ମାସେ ପରେ ଅଖିଲ ଆଉ ସିଆଙ୍କ ବାସର ରାତି ଆସିଲା।ଦୁଇ ବର୍ଷ ହେଲାଣି ବିବାହକୁ। ଅପେକ୍ଷା କରିଥିଲେ ଦୁହେଁ ସେଇ ମିଳନର ବାସର ରାତିକୁ। ଆଜି ଦୁଇ ଆତ୍ମାର ସବୁ ଦିନ ପାଇଁ ମିଳନ ହେଲା। ଦୁହେଁ ଦୁହିଁଙ୍କ ଆଖିରେ ବୁଡିଯାଇ ମିଶିଗଲେ ସବୁ ଦିନ ପାଇଁ। 


ଏବେ ସିଆ ଏବଂ ଅଖିଲ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ପୁରା ହସଖୁସିରେ ଭରପୂର। ଛଅ ମାସ ପରେ ସିଆ ଗର୍ଭବତୀ ହେଲେ।ତାଙ୍କର ଗୋଟିଏ ସୁସ୍ଥ ସବଳ ପୁଅଟିଏ ହେଲା। ଏହାକୁ ହିଁ କୁହାଯାଏ ଭାଗ୍ୟର ଖେଳ।


Rate this content
Log in

Similar oriya story from Romance