STORYMIRROR

ABADHOOT PANDA

Romance Classics

4  

ABADHOOT PANDA

Romance Classics

ଅତୀତର ପ୍ରେମାନୁଭୂତି

ଅତୀତର ପ୍ରେମାନୁଭୂତି

7 mins
357

ମଣିଷ ଆଜନ୍ମ ଏକ ସାମାଜିକ ପ୍ରାଣୀ l ପ୍ରେମଶୀଳତା ମଣିଷର ସହଜାତ ପ୍ରବୃତ୍ତି ଯାହା ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ର ଗଢ଼ି ଉଠେ l

ପ୍ରେମର ସଜ୍ଞା ଅସୀମ l ମାନବୀୟ ପ୍ରେମ ସର୍ବ ପ୍ରଥମେ ଏନ୍ତୁଡ଼ିଶାଳରୁ ଉତ୍ପତ୍ତି ମାତୃ ପ୍ରେମରୁ ତଥା ଭାବି ମଣିଷ ସମାଜର ଭିତ୍ତି ପ୍ରସ୍ତର ସ୍ଥାପିତ ହୁଏ l ଶୈଶବରେ ମାତୃ ପ୍ରେମ, କୌଶୋରରେ ମାତୃ ପିତୃ ପ୍ରେମ, ଯୌବନରେ ଦାମ୍ପତ୍ୟ ପ୍ରେମ ଓ ପ୍ରଉଢ଼ ବା ବାର୍ଦ୍ଧକ୍ୟ ଅବସ୍ଥାରେ ପୁତ୍ର ପୁତ୍ରବଧୂ ଆଦିଙ୍କର ପ୍ରେମରେ ବଶୀଭୂତ ହୋଇ ମାନବ ତାହାର ଜୀବନର ପରିପକ୍ଵତା ଲାଭ କରିପାରିଥାଏ l ଆଉ ଏକ ବିଶେଷ ନିପାତନସିଦ୍ଧ ପ୍ରେମ ଅଛି ଯାହାକୁ ଆମେ କହି ପତି ପତ୍ନୀ ଅଥବା ଦାମ୍ପତ୍ୟ ପ୍ରେମ l ଏଥିରେ ଉଭୟ କାୟିକ ଓ ଆତ୍ମିକ ପ୍ରେମ ମିଶ୍ରିତ ଅବସ୍ଥାନ କରିଥାନ୍ତି l ନିଜର ବଂଶ ରକ୍ଷା ପାଇଁ କାୟିକ ପ୍ରେମ ନିତ୍ୟାନ୍ତ ଜରୁରୀ l ପ୍ରେମ ଏକ ମାନବତାର ପରିଚାୟକ l 'ପ୍ରେମ 'ଶବ୍ଦ ଏକ ହେଲେବି ଏହାର ପ୍ରକାର ଭେଦ ରହିଛି l ସନ୍ତାନମାନଙ୍କୁ ବାତ୍ସଲ୍ୟ ପ୍ରେମ ଦ୍ୱାରା ଉଦ୍ଭାସିତ କରି ସେମାନଙ୍କର ମାନବୀୟ ସତ୍ତାଗୁଡ଼ିକ ଉଜ୍ଜୀବିତ କରାଯାଏ l ଯୌବନ କାଳ ମଣିଷ ଜୀବନର ପ୍ରକୃଷ୍ଟ ସମୟ ଯେଉଁ ସମୟରେ ସେ ଶୃଙ୍ଗାର ପ୍ରେମର ଅଭିଜ୍ଞତା ଅର୍ଜନ କରିଥାଏ l ନିମ୍ନସ୍ଥ ଲିଖନ ଏକ ପ୍ରତ୍ୟକ୍ଷ ଅନୁଭୂତି ମୋର ଶୃଙ୍ଗାର ପ୍ରେମର ଯାହାକୁ ମୁଁ କଲେଜରେ ଜୀବନରେ ପ୍ରତ୍ୟକ୍ଷ ଅନୁଭବ କରିଥିଲି ପରିସ୍ଥିତି ଚକ୍ରରେ l 


1975 ମସିହାର ଘଟଣା l କଲେଜରେ ମୁଁ ତୃତୀୟ ବାର୍ଷିକ ବିଜ୍ଞାନ ଛାତ୍ର l କୌଶୋର ପରେ ଯଉବନରେ ମୋର ପ୍ରାରମ୍ଭିକ ପଦାର୍ପଣ l ମନ ଭିତରେ ଶୃଙ୍ଗାର ଲିପ୍ସାର ଉଦ୍ରେକ ବେଳେ ବେଳେ ଶିକ୍ଷାନବିଶ ମନକୁ ବିକେନ୍ଦ୍ରିକ କରୁଥାଏ l ସହପାଠିନୀମାନଙ୍କ ସହିତ ଶ୍ରେଣୀଗୃହରେ ଅଧ୍ୟୟନ ରତ ସମୟରେ କେବେ କେବେ ମୋର ଚକ୍ଷୁଦ୍ବୟ ସହପାଠିନୀମାନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥାଏ l ରଙ୍ଗ ବେରଙ୍ଗୀ ପୋଷାକ ପରିଧାନ କରୁଥିବା ସହ ପାଠିନୀମାନଙ୍କ ପ୍ରତି ମୋର ଚପଳ ମନ ପ୍ରାୟ ବେଶୀ ଆକୃଷ୍ଟ l ଏଇଟା ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଆଦିରସ l ଅତନୁସ୍ପର୍ଶା ତରୁଣ ଏବଂ ତରୁଣୀ ସର୍ବଦା ସ୍ୱାଭାବିକ ଭାବେ ପରସ୍ପର ପ୍ରତି ଆକୃଷ୍ଟ ଯେଉଁ ଗୁଣ ପ୍ରକୃତି ମଣିଷକୁ ପ୍ରଦାନ କରିଛି ଯେଉଁଥିରୁ ଯୌବନ ପ୍ରାପ୍ତ ଯେକୌଣସି ଯୁବକ ଯୁବତୀ ନିଜକୁ କେବେହେଲେ ବାଦ ଦେଇ ପାରିବେ ନାହିଁ l ସେତେବେଳେ ବିପରୀତ ଲିଙ୍ଗ ଦ୍ବୟଙ୍କ ପାରସ୍ପରିକ ସାନିଧ୍ୟ ପ୍ରାପ୍ତି ଲିପ୍ସା ଯୁବ ପ୍ରାଣରେ ସର୍ବଦା ଉଙ୍କି ମାରେ l ଯାହାବି ହେଉ ବିରାଡ଼ି କପାଳରେ ଶିକା ଛିଣ୍ଡିଲା ପରି ଦିନେ ମୋ ଜୀବନରେ ସୁଯୋଗ ଉପନୀତ ହୋଇ ମୋର କଳ୍ପନାକୁ ରଙ୍ଗୀନ କଲା l


ନୂଆ ବର୍ଷ ପାଖେଇ ଆସିଲା l ସେଥିପାଇଁ ଆମ କଲେଜର ଅଧ୍ୟକ୍ଷ ଫେବୃଆରୀ ମାସରେ ଏକ ବଣଭୋଜି କରିବାକୁ ମନସ୍ଥ କଲେ l ସ୍ଥାନ ଗୁପ୍ତେଶ୍ୱର ମହାଦେବଙ୍କ ନିକଟସ୍ଥ ଜଙ୍ଗଲର ଆଦିବାସୀ ପଲ୍ଲୀ l ସେଇ ଅଞ୍ଚଳ ରାମଗିରି ଇଲାକାର ଅନ୍ତର୍ଭୁକ୍ତ l ଆମେ ଆମର କୋଡ଼ିଏ ଜଣ ପୁଅ ଝିଅ କ୍ଲାସମେଟ ଓ ଆମର କେମିଷ୍ଟ୍ରି ପ୍ରଫେସର ସହିତ ଗୋଟାଏ ବଡ଼ ଟ୍ରକ ରିଜର୍ଭ କରି ଗୁପ୍ତେଶ୍ୱରଙ୍କ ନିକଟରେ ପହଞ୍ଚିଲୁ l ଆମେ କଲେଜରୁ ସକାଳ 7ଟାରୁ ବାହାରି ଥିଲୁ l ପ୍ରାୟ ଦୁଇ ଘଣ୍ଟା ଲାଗିଲା l ଏକ ଝରଣା କୂଳରେ ରୋଷେଇ ଆରମ୍ଭ ହେଲା l ରୋଷେୟାମାନଙ୍କୁ ଛାଡ଼ି ଆମେ ସମସ୍ତେ ସୀତାକୁଣ୍ଡରେ ଗାଧୋଇ ମହାଦେବ ଦର୍ଶନକଲୁ l ଇତିମଧ୍ୟରେ ଖାଦ୍ୟ ପ୍ରସ୍ତୁତି ସରିଥାଏ l ସମସ୍ତେ ଦରି ଉପରେ ବସି ଭୋଜନ ଆରମ୍ଭ କଲୁ l ସେତେବେଳକୁ ଅପରାହ୍ନ ଚାରିଟା l ଟ୍ରକରେ ବସି ଗଲୁ l ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରି ଆଗେଇ ଚାଲିଲା l ପ୍ରାୟ ଏକ କିଲୋମିଟର ବାଟ ଗଲାପରେ ଦୁର୍ଭାଗ୍ୟ ବଶତଃ ଟ୍ରକର ପଛ ଚକ ଲିକ ହେଇଗଲା l ଅପରାହ୍ନ ପାଞ୍ଚଟା l ସନ୍ଧ୍ୟା ଆସନ୍ନ l ଘଞ୍ଚ ଅରଣ୍ୟ ମଧ୍ୟରେ ଟ୍ରକରୁ ଓହ୍ଲାଇ ସମସ୍ତେ ବାଧ୍ୟ ହେଲୁ ସେଇ ଆଦିବାସୀ ପଲ୍ଲୀକୁ ଫେରି ଆସିବାକୁ l କାରଣ ରାମଗିରି ହାଟ ସେଠୁ ପ୍ରାୟ ପାଞ୍ଚ କିଲୋମିଟର ଦୂର l ଆଉ ବେଳ ନାହିଁ l ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ଭୟ l ଚାଲି ଚାଲି ଏତେ ବାଟ ଯିବା ମାନେ ନିଜ ମରଣକୁ ଆମନ୍ତ୍ରଣ କରିବା l ଯାହାବି ହେଉ ମହାପ୍ରଭୁଙ୍କ କୃପାରୁ ଟ୍ରକ ଦରୱାଜା ଲକ କରି ଆମେ ନିରାପଦରେ ଫେରିଲୁ l


ବାଟରେ ଆଦିବାସୀ ଗାଁର ମୁଖିଆ ଦେଖା ହେଲେ l ତାଙ୍କ ସାଙ୍ଗରେ ଚୌକିଆ ଥାଏ l କୁଟା ତିଆରି ନିଆଁ ବରିଆ ଜଳେଇବାକୁ ଆରମ୍ଭ କଲେ l ମୁହଁ ସନ୍ଧ୍ୟା ହୋଇଥିଲେ ସୁଦ୍ଧା ଘୋର ଜଙ୍ଗଲ ଭିତରେ ରାତି ପରି ଲାଗୁଥାଏ l ଆମେ ମୁଖିଆ ସହିତ ଯାଇଁ ତାଙ୍କ ଗାଁରେ ପହଞ୍ଚିଲୁ l

ମୁଁ ହାତ ଘଣ୍ଟାକୁ ଚାହିଁ ଦେଖିଲି ରାତି ସାତଟା l ଝାଟି ମାଟିର ନଡ଼ା ଛପର ଘର ଦଶଟି ଦୃଷ୍ଟିଗୋଚର ହେଲା l ସେଇଟା ତାଙ୍କ ଗାଁ l ତାଙ୍କ ବୋହୂକୁ ସେ ମାଣ୍ଡିଆ ଯାଉ ରାନ୍ଧିବାକୁ ନିର୍ଦେଶ ଦେଲେ l ଚାହୁଁ ଚାହୁଁ ରାତି ନଅ ଟା ବାଜିଲେ l ରାତି ଖାଇବା ଆରମ୍ଭ ହେଲା l ସରୁ ସରୁ ରାତି ଦଶଟା l ଯିବା ଆସିବା ବାଧା ସାଙ୍ଗକୁ ଭର ପେଟ ଭୋଜନ ଆଉ ବସନ୍ତ ଋତୁର ଦକ୍ଷିଣା ପବନ ମିଶା ଶୀତଳତା ମୋ ତନ୍ଦ୍ରାସକ୍ତ ଆଖି ପତାକୁ ନୁଆଇଁ ଦେଉଥାଏ l ଆମ ଭିତରେ ଝିଅ ପିଲା ମାତ୍ର ଦୁଇଜଣ ଥାନ୍ତି l କାରଣ ସେ ସମୟରେ ରକ୍ଷଣଶୀଳ ପରିବାରର ଝିଅ ମାନେ ଏକୁଟିଆ ବାହାରକୁ ଯିବାକୁ ସାହସ କରୁ ନଥିଲେ l ମାତ୍ର ଏହି ଦୁଇ ଜଣ ସହପାଠିନୀଙ୍କ ବାପା ପୋଲିସ ଅଫିସର l ନିଜ ଝିଅମାନଙ୍କୁ ସାମରିକ ରଣ କୌଶଳ ତାଲିମ ଦେଇଥିଲେ l ଆଉବି ସେମାନେ କଲେଜର ସୁଦକ୍ଷ ଖେଳାଳୀ ଭାବେ ନା କରିଥିଲେ l ମୁଖିଆ ଗାଁର ଦୁଇଟି ବଡ଼ ଘର ଠିକ କରିଦେଲେ l ଦଶ ଜଣ ଲେଖାଏଁ ଶୋଇବା ବ୍ୟବସ୍ଥା ହେଲା l ମୁଁ ଯେଉଁ ଘରେ ଶୋଇଲି ସେ ଘରେ ସେହି ଝିଅ ଦିଜଣ ଶୋଇଲେ l ହେଂସ ଉପରେ ପଡ଼ୁ ପଡ଼ୁ ନିଦ ଆସିଗଲା l ଶୀତ ମିଶା ବସନ୍ତ ଶରୀର ମନ ମଧ୍ୟରେ ନବ ଉନ୍ମାଦନା ଆଣୁଥାଏ l


କିଛି ସମୟ ବିତିଗଲା l ମୁଁ ନିଦ୍ରା ମଗ୍ନ l ହଠାତ କପାଳ ଉପରେ ଏକ ପାପୁଲିର କଅଁଳିଆ ସ୍ପର୍ଶରେ ଚାଉଁ କିନା ମୋ ନିଦ ଭାଙ୍ଗିଗଲା l ପଚାରିଦେଲି, " ତୁମେ କିଏ "l ମୁଁ ପରା ଜ୍ୟୋତି - ଚାପା ଗଳାର ସ୍ୱରରେ ଉତ୍ତର ଆସିଲା l " ଏତେ ରାତିରେ କଣ ମୋ ପାଖକୁ ଆସିଲ, ସମସ୍ତେ କଣ ଭାବିବେ " " ସାନ ପାସ ମତେ ବାଧ୍ୟ କଲା l ଜଙ୍ଗଲ ଭିତରେ ଭୟ ଲାଗୁଛି l ତେଣୁ ତୁମକୁ ଉଠେଇବାକୁ ବାଧ୍ୟ ହେଲି l " ଝିଅ ଟିର କଅଁଳ ସ୍ପର୍ଶରେ ମୋର କାନ ମୁଣ୍ଡା ଝାଇଁ ଝାଇଁ ହେଇଗଲା l ମନରେ ତା ପ୍ରତି ସମ ବେଦନା ସୃଷ୍ଟି ହେଲା l କହିଲି,ହଉ ତେବେ ମୋ ସାଙ୍ଗେ କୁଡ଼ିଆ ବାହାରକୁ ଆସ l " ଠିକ ଅଛି ଚାଲ " l ମନ ଭିତର ନୈତିକ ଭୟ ଓ ଯୁବ ସୁଲଭ ଉତ୍ତେଜନାକୁ ଚାପି ରଖି ତାର ହାତ ଧରି ଡିବି ଆଲୁଅରେ ତଳକୁ ଚାହିଁ ଚାହିଁ ପାଖରେ ଥିବା ନଡ଼ା ଗଦା ନିକଟକୁ ଆଣିଲି l ଝିଅ ଓ ମୁଁ ସାନ ପାସ ବସିଲୁ l ଆକାଶରେ କାଳୀ ଅନ୍ଧାରି ଜହ୍ନ ଆଉ ତଳେ ଅନୂଢ଼ା କିଶୋରୀର କୌମାର୍ଯ୍ୟଭରା ମୁଖ ଚନ୍ଦ୍ରର ଆଭା ମୋର ତନୁ ମନକୁ କିଛି ମୁହୂର୍ତ୍ତ ପାଇଁ ଶୃଙ୍ଗାର ରସରେ ଜର୍ଜରିତ କରି ପକେଇଲା l ତଥାପି ମୋର ବିବେକ ମତେ ବାରଣ କଲା ଶୃଙ୍ଗାର ରସର ଅନୁଭବମୂଳକ ଚରିତ୍ରାର୍ଥ କରିବାକୁ l ଝିଅଟି ମଧ୍ୟ ତଦ୍ରୁପ l ଥର ଥର କମ୍ପିତ ଓଠରେ ସ୍ଥାଣୁବତ ମୋ ପାଖରେ ଠିଆ ହେଇ ରହିଥାଏ ନିର୍ବାକ l ମୁଁ ତାର ପିଠିକୁ ଛୁଇଁ କହିଲି,ଆସ କୁଡ଼ିଆରେ ପଶି ଯିବା l ଏଠି ବାଘର ଭୟ ଅଛି l " ତାର ମୁହଁକୁ ଲକ୍ଷ୍ୟ କଲି l ଆଖି ଦୁଇଟି ପଲକ ହୀନ l କମ୍ପିତ ଓଠ ଦୁଇଟିରୁ ଶବ୍ଦ ବାହାରି ଆସିଲା, " ଯି... ଯି...... ଯି...... ବା... ନା...... ନା..........ମ.. ତେ.... ଡ..... ର..... ଲା.... ଗୁ...... ଛି..

ଟି... ଟି... କେ.... ରୁ..... ହ.. l " ତାର ପାଟି ଖନି ମାରି ଯାଉଥାଏ l ମୁଁ ମୋ ନିଜର ବିବେକକୁ ଛାଡ଼ି ମନକୁ ମାନିଲି l ଠିଆ ହେଇ ରହିଲି ଜଗୁଆଳି ଭଳି l ସହପାଠିନୀ ଝିଅ ଟି ଆସ୍ତେ ଆସ୍ତେ ପାଖକୁ ଲାଗି ଆସି ମୋତେ ଆଲିଙ୍ଗନ ବଦ୍ଧ କଲା l ତାର ଶକ୍ତ ବାହୁ ଘେରା ମଧ୍ୟରେ ମୁଁ ପୁରାପୁରି ଛନ୍ଦି ହେଇ ଯାଇଥାଏ l ଝଲକାଏ ଦକ୍ଷିଣା ଥଣ୍ଡା ପବନ ସେଇ ରୋମାଞ୍ଚ ପୂର୍ଣ୍ଣ ଛନ୍ଦକୁ ଆହୁରି ମଜବୁତ କରି ଦେଲା l


ତାହାର ବକ୍ଷଜ ଓ ନିତମ୍ବରୁ ସତେ ଯେମିତି ଉତ୍ତପ୍ତ ବାଷ୍ପ ଉଦ୍ଗୀରଣ ହୋଇ ଚାଲୁ ଥାଏ l ତାର ଉତ୍ତପ୍ତ ନିଶ୍ୱାସ ମୋ ଛାତିରେ ତୀବ୍ର ଶିହରଣ ଖେଳାଉ ଥାଏ l ବକ୍ଷଜ ଦୁଇଟିର ଉତ୍ଥାନ ପତ୍ତନ ମତେ ବିବ୍ରତ କରିଦେଲା l ମୋର ନୀତିଶୀଳ ବିବେକ ସ୍ତବ୍ଧ ହୋଇ ଗଲା l ଶୃଙ୍ଗାର ରସର ତାଡ଼ନାରେ ମୋର ମନ କ୍ରିୟାଶୀଳ ହୋଇ ହସ୍ତ ଦ୍ବୟକୁ ଆଦେଶ ଦେଲା, "ଶୀଘ୍ର ଯାଇ ଆନ୍ଦୋଳିତ କୁମାରୀ ବକ୍ଷଜଦୁଇଟିକୁ ତୁମ ପାପୁଲିରେ ପ୍ରଶମିତ କରିଦିଅ l ନଚେତ କୌମାର୍ଯ୍ୟ ଅଭିଶାପ ତୁମକୁ ମୁଣ୍ଡେଇ ବାକୁ ପଡ଼ିବ ମହାଭାରତର ଅର୍ଜୁନ-ଉର୍ବଶୀ କାହାଣୀ ସଦୃଶ l " ସହସା ମୋ ପାପୁଲି ଦୁଇଟି ଆଗେଇ ଗଲେ ଓ ଅନୁଭବ କଲେ ସତେ ଯେପରି ଉନ୍ମୁକ୍ତ ବକ୍ଷ ପରିଛେଦ ଅନୁମତି ଦେଉଛି ଉନ୍ନତ ବକ୍ଷଜ ଦୁଇଟିକୁ ଦ୍ୱନ୍ଦ୍ୱମୁକ୍ତ କରିବାକୁ l ମୋର ଶରୀରରେ କମ୍ପନ ଓ ଉତ୍ତେଜନା ଅନୁଭୂତ ହେବାକୁ ଲାଗିଲା l ମୋ କାନ ଦୁଇଟିର ଝାଇଁ ଝାଇଁ ଶିହରଣ ଓ ନାକ ପୁଡ଼ା ଦୁଇଟିରୁ ଉତ୍ତପ୍ତ ନିଶ୍ଵାସ ମୋର ଯୁବା ଗାତ୍ରରେ ଅପୂର୍ବ କମ୍ପନ ସୃଷ୍ଟି କଲା l ଝିଅଟି ମୋତେ ଏତେ ଜୋରରେ ଜାବୁଡ଼ି ଧରିଥାଏ ଯେ ମୋର ଶରୀର ଘର୍ମଯୁକ୍ତ l ମୋର ପାପୁଲି ଆପେ ଆପେ କୋମକ ବକ୍ଷଜଦ୍ବୟକୁ ସଧୀରେ ମନ୍ଥନ କରିବାକୁ ଆରମ୍ଭ କଲା l ଜନନେନ୍ଦ୍ରୀୟ ବ୍ୟତୀତ ମୋର ସମସ୍ତ କର୍ମେନ୍ଦ୍ରୀୟ କ୍ରିୟା ଶୀଳ ହୋଇ ଉଠିଲା l ମୋର ଘର୍ମାକ୍ତ ପାପୁଲି ଯେତିକି କର୍ମଠ ହୋଇ ଉଠୁଥାଏ, କୁମାରୀ ସହପାଠିନୀର ବକ୍ଷଜ ଦୁଇଟି ଯେତିକି ଉତଫୁଲ୍ଲିତ ହୋଇ ତାର ନାକ ପୁଡ଼ାରୁ ସେତିକି ତୀବ୍ର ନିଶ୍ୱାସ ପ୍ରଶ୍ୱାସର ବେଗ ବୃଦ୍ଧି କରାଇ ଚାଲିଥାଏ l ଆଉ ମୋ କାନରେ ବାଜୁଥାଏ ଅସ୍ପଷ୍ଟ କଅଁଳ ସ୍ୱର - ଆହୁରି ଚାପି ଧର ଆଉ ଟିକେ ଶାନ୍ତି ଦିଅ ଚୁଚି-କୁଚକୁ ମର୍ଦ୍ଦନ କରିଚାଲ l " ମୁଁ ନିଜକୁ ସମ୍ପୂର୍ଣ୍ଣ ଭୁଲି ଯାଇ ଥିଲି l ପ୍ରାକ ବୈବାହିକ ଆଦି ରସର ମାଦକତା ଓ ଶୃଙ୍ଗାର ରସର ପ୍ରତ୍ୟକ୍ଷତା ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କଲି l ମୋର ହସ୍ତ ଦ୍ବୟ ଅବଶ ହୋଇ ଆସୁଥିଲା l ମାତ୍ର ଦୃଢ଼ ପ୍ରେମରଜ୍ଜୁ ରୂପକ ତାର ବାହୁ ବନ୍ଧନ ମୋର ଶରୀରକୁ ମୁକ୍ତ କରିବାକୁ କେବେ ଚାହୁଁ ନଥିଲା l ମୁଁ କହି ପକାଇଲି, "ଆରେ ଜ୍ୟୋତି ମୋତେ ଟିକେ ଛାଡ଼ l ରାତି ସାରା କଣ ଏମିତି ଆମେ ଏଠି ପାଳ ଗଦା କଡ଼ରେ ଠିଆ ହେଇ ରହିଥିବା l ସକାଳୁ ତ ପୁଣି ଉଠି ଯିବାକୁ ପଡ଼ିବ l " ଜବାବ ମିଳିଲା ବହୁତ ଭଲ ଲାଗୁଛି ରାଜେଶ l ଆଉ ଦୁଇ ମିନିଟ କର l"


ଦୈବ ବିଧାନ ବଡ଼ ବିଚିତ୍ର l ଅନ୍ତର୍ଯ୍ୟାମୀ ମନ ଜାଣି ଫଳ ଦିଅନ୍ତି l ଦୈବାତ ପାଳ ଗଦା ସେପାଖରୁ ପହରିକିଆ ବଣୁଆ ଭେରେଣ୍ଡା ହୁକେ ହୁକେ ହୋ ରଡ଼ି ଛାଡ଼ି ଆମ ଦୁହିଁଙ୍କୁ ଚମକାଇ ଦେଲା l ଆଶଙ୍କା ଓ ଭୟର ଧକ୍କା ଜ୍ୟୋତି ଆଉ ମୋ ମଧ୍ୟରେ ଦୂରତା ସୃଷ୍ଟି କରିବାରେ ସକ୍ଷମ ହେଇ ପାରିଲା l ଅପ୍ରତ୍ୟାଶିତ ଯୌନପ୍ରଣୋଦିତ ସମ୍ପୂର୍ଣ୍ଣ ସ୍ଖଳନରୁ ଆମକୁ ଉଦ୍ଧାର କରି ଆମର ଲକ୍ଷ ପଥକୁ ଜବରଦସ୍ତି ଟାଣି ନେଇ ଯାଇଥିଲା ସେହି ଦୈବୀକ ଭେରେଣ୍ଡାର ଚେତାବନୀ l ତାପରେ ଅଗଣାରେ ଜଳୁଥିବା ଲମ୍ବା ଗୋଲେଇ ଶାଗୁଆନ କାଠ ଗଣ୍ଡି ଦୁଇଟିର ଅଗ୍ନି ଶିଖାରେ ହାତ ପାପୁଲି ସେକି ପାଦ ଚିପି ଚିପି ଆମେ କୁଡ଼ିଆରେ ପଶିଗଲୁ l ଚୁପ ଚାପ ହେଂସ ଉପରେ ନିଜ ନିଜ ଯାଗାରେ ମହାପ୍ରଭୁ ଗୁପ୍ତେଶ୍ବରଙ୍କୁ ଡାକି ଶୋଇ ପଡ଼ିଲୁ l


ଏବେବି ଉକ୍ତ ଶୃଙ୍ଗାର ରସ ପୂର୍ଣ୍ଣ ପ୍ରେମୀଳ ସ୍ମୃତି ମୋର ମାନସ ପଟ୍ଟରେ ଏକାନ୍ତରେ ଉଙ୍କି ମାରୁଛି l ଅତୀତ ଯୌବନର ସେହି ରସାଳ ଶୃଙ୍ଗାର ପ୍ରେମମୟ ଅନୁଭୂତି ଆଉଥରେ ଫେରି ଆସିବନି l ପାଉଁଶ ତଳର ନିଆଁ ପରି ପ୍ରେମାଗ୍ନି ଲୁକାୟିତ ହୃଦୟର ମାଟି ଚୁଲି ଭିତରେ l ସେ ତରଙ୍ଗାୟିତ ଉନ୍ମାଦକ ବୟସର ସ୍ରୋତ ବର୍ତ୍ତମାନ ନିଷ୍କ୍ରିୟ l ଅତୀତର ସେହି ଗୁପ୍ତେଶ୍ୱର ଅରଣ୍ୟର ପ୍ରେମାଗ୍ନି ମାଟିଚୁଲିର ପାଉଁଶ ତଳେ ନିଷ୍ପ୍ରଭ ତଥା ମାଟି ଘେରା ସ୍ତୁପ ଭିତରେ ଆବଦ୍ଧ l ସେହି ଚିର ସବୁଜ ଛାତ୍ର ରାଜେଶ କିମ୍ବା ଚିର ସବୁଜ ଛାତ୍ରୀ ଜ୍ୟୋତି ଆଉ ସେମାନଙ୍କ ତାରୁଣିକ ସବୁଜିମା ଆଉ ଫେରି ପାଇବେନି ଶତ ଉଦ୍ୟମ ସତ୍ତ୍ୱେ l କେବଳ ଯଦି ବଞ୍ଚି ରହିବେ କେବଳ ଆଦ୍ୟ ଯୌବନର ସେହି ଚାରି ଦଶନ୍ଧି ପୂର୍ବ ଅକୁହା ଓ ଅପୂର୍ଣ୍ଣ ଶୃଙ୍ଗାର ରସର ଟିକେ ସ୍ମୃତିକୁ ନିଜ ନିଜ ଛାତି ଭିତରେ ଚାପି ଧରି ଆଜି ଏଇ ଏକବିଂଶ ଶତାବ୍ଦୀର ଆକାଶ ଜାଲି ଦୁନିଆଁ ଭିତରେ ମୋ ପରି ସାଜି ଜଣେ ଜଣେ ବରିଷ୍ଠ ନାଗରିକ ।



Rate this content
Log in

Similar oriya story from Romance