STORYMIRROR

ABADHOOT PANDA

Others

4  

ABADHOOT PANDA

Others

ପିତା କନ୍ୟା ମଧୁର ସମ୍ପର୍କ

ପିତା କନ୍ୟା ମଧୁର ସମ୍ପର୍କ

5 mins
400

  •    ଆଜିକୁ ପ୍ରାୟ ଛହଜାର ବର୍ଷ ତଳର କଥା l ବିହାର ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ଥିଲା ବିରାଟ ରାଜାଙ୍କ ସାମ୍ରାଜ୍ୟ ଭୁକ୍ତ l ସେତେବେଳେ ଯୁଧିଷ୍ଠିର,ଭୀମ,ଅର୍ଜୁନ, ନକୁଳ ଓ ସହଦେଵ ଓ ସେମାନଙ୍କ ଧର୍ମ ପତ୍ନୀ ସତୀ ଦ୍ରୌପଦୀ ବିରାଟ ରାଜାଙ୍କ ରାଜ ପ୍ରାସାଦ ରେ ଛଦ୍ମ ବେଶରେ କରୁଥିଲେ ଅବସ୍ଥାନ l କାହିଁକି ନା ଜୁଆ ଖେଳ ରେ ହାରି ସର୍ତ୍ତ ଅନୁସାରେ ସେଠି ମାତ୍ର ଏକ ବର୍ଷ ପାଇଁ ସେମାନଙ୍କ ଥିଲା ରହଣି ଅବଧି l ଉପଦେଷ୍ଟା ରୂପେ ଯୁଧିଷ୍ଠିର, ରୋଷେୟା ରୂପେ ଭୀମସେନ,ନୃତ୍ୟ ଗୁରୁ ଭାବେ ଅର୍ଜୁନ,ଘୋଡ଼ାସେବକ ଭାବେ ନକୁଳ ଓ ଗୋରୁ ଗାଈ ଷେଣ୍ଢ ବଳଦଙ୍କ ସେବା ଯତ୍ନକର୍ତ୍ତା ହିସାବେ ଏବଂ ଦ୍ରୌପଦୀ ମହାରାଣୀଙ୍କ ବିଉଟି ପାର୍ଲର ଓ ତାଙ୍କର ବ୍ୟକ୍ତିଗତ ପ୍ରସାଧିକା ରୂପେ କାର୍ଯ୍ୟ ନିର୍ବାହ କରି ଆସୁଥିଲେ କାୟ ମନ ଓ ବାକ୍ୟରେ l ବିରାଟ ରାଜାଙ୍କ ରାଜବାଟୀ ବିଦ୍ୟମାନ ଥିଲା ବିରାଟ କଟକ ଅର୍ଥାତ୍ ଚୌଦ୍ୱାରରେ l ହଠାତ୍ ଦିନେ ଗୁପ୍ତଚର ଖବର ଦେଲା ମହାରାଜା ବିରାଟଙ୍କୁ," ମହାରାଜ! ବିଶେଷ ସୂତ୍ରରୁ ଚିଟାଉ ପାଇଲି ଯେ ମହାମାନୀ ଦୁର୍ୟୋଧନ ତାଙ୍କ କୁଚକ୍ରୀ ମାମୁଁ ଶକୁନି ସହ ଏକ ଗୁପ୍ତ ମନ୍ତ୍ରଣା କରିଛନ୍ତି l" ଗୁପ୍ତଚର ପାଟିରୁ କଥା ନସରୁଣୁ ରାଜା ବିରାଟଙ୍କ ମୁଖରୁ ଅତ୍ୟନ୍ତ ଉତ୍କଣ୍ଠାର ସହିତ ନିର୍ଗତ ହେଲା, " କି କି ମନ୍ତ୍ରଣା କରୁଛନ୍ତି ମତେ ଟିକେ ଅତି ଶୀଘ୍ର କୁହ l ଆମେ ପୂର୍ବରୁ ସତର୍କ ହେଇଯିବା l " ପ୍ରକାଶ ଥାଉକି ସେ ପର୍ଯ୍ୟନ୍ତ ବିରାଟ ରାଜା ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀଙ୍କ ଅସଲ ପରିଚୟ ପାଇ ନଥିଲେ ଯେ ଭାରତ ବର୍ଷର ସମ୍ରାଟ ବଂଶଜ ଭାଵି ଭାରତେଶ୍ଵର ସେମାନେ, ଯେଉଁମାନଙ୍କୁ ସେ ନିଜ ରାଜ ମହଲରେ ଆଶ୍ରୟ ଦେଇଥିଲେ l ଆଉ ମଧ୍ୟ ପାଣ୍ଡବମାନଙ୍କ ଅଜ୍ଞାତ ବାସ ସମ୍ବନ୍ଧେ ସେ ଆଦୌ ଅନଗତ ନଥିଲେ l ଅପର ପକ୍ଷେ ସେ ନିଜର ଭୃତ୍ୟ ରୂପେ ସେମାନଙ୍କୁ ଦେଖୁଥିଲେ ହୀନଦୃଷ୍ଟିରେ l ଯାହାବି ହେଉ ଗୁପ୍ତଚର ଆଉ ବିଳମ୍ବ ନକରି ବିନୟ ସହକାରେ କଲା ନିଜର ଭାଷଣ ଆରମ୍ଭ, " ସେମାନଙ୍କ ଚକ୍ରାନ୍ତ କୌଣସି ଉଦ୍ଦେଶ୍ୟ ସହ ନିଶ୍ଚୟ ଜଡ଼ିତ l ଆମର ସମସ୍ତ ଗୋଧନ ହରଣ କରିବା ହେଉଛି ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟ l ଯେ କୌଣସି ମୁହୂର୍ତ୍ତରେ ଆମ ରାଜ୍ୟ ସୀମା ଅତିକ୍ରମ ପୂର୍ବକ ଆମ ରାଜ୍ୟରେ ସଶସ୍ତ୍ର ସେନା ବାହିନୀ ସହିତ କରି ପାରନ୍ତି ପ୍ରବେଶ l ଶୀଘ୍ର କିଛି ପ୍ରତିରକ୍ଷାର ଉପାୟ ଭାବନ୍ତୁ ଓ କରନ୍ତୁ l ନଚେତ୍ ଆପଣଙ୍କ ସାମ୍ରାଜ୍ୟର ଅସ୍ତିତ୍ବ ଉପରେ ଅକାଳେ ବଜ୍ରପାତ ହେଇ ଯାଇ ପାରେ l ଗୁପ୍ତଚର ମୁହଁରୁ ଏତାଦୃଶ ବଚନ ଶ୍ରବଣ କଲା ପରେ ରାଜା ବିରାଟ ମୁଣ୍ଡରେ ହାତ ଦେଇ ନିଜ ସିଂହାସନ ଉପରେ ବସି ପଡ଼ିଲେ l ମନରେ ଅନେକ ଅହେତୁକ ଚିନ୍ତା l କୁରୁ ବଂଶ ମହା ପ୍ରତାପୀ l ସେମାନଙ୍କ ସହିତ ବିରାଜମାନ ମହାରଥୀ କାଳଜୟୀ ଚିର ବ୍ରହ୍ମଚାରୀ ଯୋଦ୍ଧା ଭୀଷ୍ମ ଦେବ l କୃପା ଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ, ଅଶ୍ୱତ୍ଥାମା ଆଦି ଆହୁରି ଅନେକ ଅଛନ୍ତି ଦିଗ୍ ବିଜୟୀ ଯୋଦ୍ଧା ଗଣ l ସେମାନଙ୍କ ସହିତ ଯୁଦ୍ଧରେ ଟକ୍କର ଦେବା ପାଇଁ ତାଙ୍କର ଶକ୍ତି ଅତି ତୁଚ୍ଛ l ଯଦି ସେମାନେ ତାଙ୍କ ରାଜ୍ୟ ଆକ୍ରମଣ କରନ୍ତି ସେ ଵା କେମିତି କରି ପାରିବେ ସେମାନଙ୍କୁ ପ୍ରତିହତ l କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ l ଏମିତି ଅନେକ ଦୁଶ୍ଚିନ୍ତା ଓ ଆଶଙ୍କା ଘେରା ମନ ନେଇ ବସିରହିଥାନ୍ତି ବିରାଟ l ତାଙ୍କ ଅଜାଣତରେ ନୟନରୁ ନିର୍ଗତ ଅଶ୍ରୁ ଜଳରେ ତାଙ୍କ ଗଣ୍ଡ ଦେଶ ସିକ୍ତ l ଇତି ମଧ୍ୟରେ ରାଣୀ ହଂସପୁରରୁ ଧାବମାନ ରାଣୀ ସୁଦେଷ୍ନା ଓ କନ୍ୟା ଉତ୍ତରା ଓ ପୁତ୍ର ଉତ୍ତର l ରାଜାଙ୍କ ଅଶ୍ରୁସିକ୍ତ ନୟନ ଦେଖି ସମସ୍ତେ ତଟସ୍ଥ l ରାଣୀ ସୁଦେଷ୍ନା କ୍ଷତ୍ରୀୟ ରମଣୀ l ପଛଘୁଞ୍ଚା ଦେବାର ନାହିଁ l ନିଶ୍ଚିତ ରୂପେ ସେ ନିଜ ସ୍ୱାମୀଙ୍କ ମାନସ ପଟ୍ଟରେ ଭରିଦେବେ ଆଶାର ଆଲୋକ କଳେ ବଳେ କୌଶଳେ l ଆଗେଇ ଗଲେ ସ୍ୱାମୀଙ୍କ ସିଂହାସନ ଅଭିମୁଖେ l ନିଜ ପଣତ କାନିରେ ପୋଛି ଦେଲେ ସ୍ୱାମୀଙ୍କ ଗଣ୍ଡ ଦେଶ l " ତୁମେ ଏଠିକି କାହିଁକି ଆସିଲ? " " ଆପଣ ଗୁପ୍ତଚର ପାଖରୁ କୌରବ ମାନଙ୍କ ଗୋଧନ ହରଣ କରିବା କଥା ମୋତେ ଆମ ପ୍ରସାଧିକା କହିଲା l ସେଥିପାଇଁ ଆପଣ ବିଶେଷ ଦୁଃଖିତ ଆଉ ରୋଦନଶୀଳ l ସେଥିପାଇଁ ମୁଁ ଦେଖିବାକୁ ଆସିଲି ଆପଣଙ୍କ ମାନସିକ ଅବସ୍ଥା କେମିତି ଅଛି ବୋଲି l ଆପଣ ବ୍ୟସ୍ତ ହେବା ଦରକାର ନାହିଁ l ମୋ ଭାଇ କୀଚକ ଅଛି l ସେ ସାହାଯ୍ୟ କରିବ l" " ଠିକ୍ କହିଛ l ଆମେ ଅପେକ୍ଷା କରିବା " ଏହି ସମୟରେ ଉତ୍ତର ଓ ଉତ୍ତରା ଆସି ପହଞ୍ଚିଲେ l ସେମାନେ ବି ପିତାଙ୍କୁ ସାହସ ଦେଲେ l ରାଜକୁମାରୀ ଉତ୍ତର କହିଲେ," ମୁଁ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ସୁଦକ୍ଷ l ମୁଁ ପ୍ରତିରୋଧ କରିବି l ସେମାନେ ଆମ ଗୋଧନ ଆମଠୁଁ ଛଡ଼ାଇ ନେଇ ପାରିବେ ନାହିଁ l " ଫଳରେ ବିରାଟ ରାଜାଙ୍କ ଅନ୍ଧକାରାଚ୍ଛନ୍ନ ମନ ଆକାଶରେ ଦୃଷ୍ଟି ଗୋଚର ହେଲେ ଉଦୀୟମାନ ସୂର୍ଯ୍ୟ l " ପୁଅକୁ କଲ୍ୟାଣ କରି ମହାରାଜ କଲେ ତାଙ୍କୁ କୋଳାଗ୍ରତ l କିନ୍ତୁ ନିଜ ପିତାଙ୍କୁ ଆଶ୍ୱାସନା ଦେବାରେ ଧାର୍ମୀକା ରାଜକୁମୁମାରୀ ଉତ୍ତରାଙ୍କ ଦୃଷ୍ଟିକୋଣ ଥିଲା ଅନ୍ୟତମ l ସେ ପିତାଙ୍କୁ ଅଳି କରି କହିଲେ, " ହେ ମହାରାଜ! ଆମର ଇଷ୍ଟ ଦେବ ମହାଦେବ l ତେଣୁ ମୁଁ ତାଙ୍କୁ ସନ୍ତୁଷ୍ଟ କରି ଆପଣଙ୍କ ସର୍ବ ଅରିଷ୍ଟ ଖଣ୍ଡନ କରିବାକୁ ଚାହେଁ l ସୁତରାଂ ମୋ ପାଇଁ ଏକ ଶିବାଳୟ ନିର୍ମାଣ କରିଦିଅନ୍ତୁ l ମୁଁ ପ୍ରତିଦିନ ପୂଜାର୍ଚନା କରିବି ଆପଣଙ୍କ ମନସ୍କାମ ପୂର୍ଣ୍ଣ କରି ଆମ ଆଭିଜାତ୍ୟକୁ ବଜାୟ ରଖିବା ପାଇଁ l " " ହଉ ମା ତୋ ପାଇଁ ନିଶ୍ଚୟ କାଲି ଠାରୁ ମନ୍ଦିର କାମ ଆରମ୍ଭ କରିବି l ତୁ ଆଦୌ ବ୍ୟସ୍ତ ହୋନା l " ତାପରେ ସମସ୍ତେ ରାଜା ବିରାଟଙ୍କ ସହିତ ନୈଶ୍ୟ ଭୋଜନ ନିମନ୍ତେ ରାଜ ମହଲ ମଧ୍ୟକୁ ପ୍ରବେଶ କଲେ ହର୍ଷିତ ମନରେ l ପରଦିନ ସକାଳୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ରାଜାଙ୍କ ହୁକୁମ୍ ରେ l ପ୍ରାୟ ଦୁଇ ମାସ ପରେ ପ୍ରଥମେ ମୁଖଶାଳା ରେ ପାତାଳି ଶିବ ଲିଙ୍ଗ ପ୍ରତିଷ୍ଠା ହେଲା କେବଳ ରାଜକୁମାରୀ ଉତ୍ତରାଙ୍କ ପାଇଁ l ପ୍ରତିଦିନ ପ୍ରାତଃ କାଳରୁ ନିତ୍ୟକର୍ମ ସମାପ୍ତ କରି ସେ ପୂଜା କରିବାକୁ ଲାଗିଲେ ନିଜର ଓ ପିତାଙ୍କ ମନୋବାଞ୍ଛା ପୁରଣାର୍ଥେ l ଏଣେ ମନ୍ଦିର ନିର୍ମାଣ କାର୍ଯ୍ୟ ଯଥା ରୀତି ଚାଲିଥାଏ l ପର ଦିନ ଗୁପ୍ତ ଚର ପୁଣି ଖବର ଦେଲା," ହେ ମହାରାଜ ସଦ୍ୟ ବାର୍ତ୍ତା ମିଳିଲା ଯେ କୌରବମାନ ଚୌଦ୍ୱାରରେ ଆସି ପହଞ୍ଚି ଗଲେଣି l ଭୀଷ୍ମ ଦେବ ସେମାନଙ୍କ ସେନାପତି l ଆସନ୍ତା କାଲି କୌରବ ସେନାବାହିନୀ ଆମ ଗଡ଼ ଫାଟକ ନିକଟରେ ଉପନୀତ ହେବେ ଆଜ୍ଞା l " ରାଜା ବିରାଟ କହିଲେ ହଉ ଆମେ ପ୍ରସ୍ତୁତ ଅଛୁ ମୁକାବିଲା କରିବାକୁ l ଏଥର ତୁମେ ଯାଇପାର l " ଗୁପ୍ତଚର କୁ କିଛି ପାରିଶ୍ରମିକ ଦେଇ ଫେରାଇ ଦେଲେ l ବିରାଟ ମହଲରେ ପାଣ୍ଡବମାନଙ୍କ ଅଜ୍ଞାତ ବାସ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି l ରାତି ପାହି ବାଳ ସୂର୍ଯ୍ୟଙ୍କ କିରଣ ବିରାଟ କଟକ ଭୂମି ଉପରେ ବିଛୁରିତ ହୋଇ ପଡ଼ିଲା l ବୃହନ୍ନଳା ନାମ ଧାରୀ ବିରାଟ ରାଜ କୁମାରୀଙ୍କ ନୃତ୍ୟ ଗୁରୁ ଅର୍ଜୁନ ରାଜକୁମାର ଉତ୍ତରଙ୍କୁ ରଥରେ ବସାଇ ରାଜାଗଡ଼ ମଧ୍ୟରୁ ବାହାରି ଆସିଲେ ଶଙ୍ଖ ଫୁଙ୍କି ଫୁଙ୍କି l ଗାଈ ଗୋରୁମାନଙ୍କୁ କୌରବ ସୈନ୍ୟମାନେ ଅଡ଼ାଇ ଅଡ଼ାଇ ବାହାରକୁ ନେଇ ଯିବାରେ ବ୍ୟସ୍ତ l ପୂର୍ବାହ୍ନ ସମୟ l ଯୁଦ୍ଧ ହେଲା ଆରମ୍ଭ ପରାକ୍ରମୀ କୌରବ ରାଜ ବଂଶ ଓ ବିରାଟ ରାଜବଂଶ ମଧ୍ୟରେ l ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ପରାସ୍ତ ହେଲେ କୌରବ l ମଧ୍ୟମ ପାଣ୍ଡବଙ୍କ ଗାଣ୍ଡିବ ଧନୁର ଟଙ୍କାର ଦେଇଥିଲା ଅଜ୍ଞାତ ବାସ ଭଗ୍ନର ପୂର୍ବ ସୂଚନା l ଇତି ମଧ୍ୟରେ ବିତି ଯାଇଛି କିଛି ମାସ ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟରେ l ଶେଷରେ ମନ୍ଦିରର ଶୀର୍ଷ ସ୍ଥାପନ କର୍ମର ସମାପ୍ତି l ପ୍ରତିଷ୍ଠା ସମାରୋହ ବୈଦିକ ରୀତି ନୀତି ଅନୁଯାୟୀ ହେଲା ପୂର୍ଣ୍ଣ ସମାପନ l ମହାରାଜ ବିରାଟ ମନ୍ଦିରର ନାମ ଦେଲେ " ଉତ୍ତରେଶ୍ଵର " ତାଙ୍କର ଅଲିଅଳି ପୁତ୍ରୀ ଉତ୍ତରାଙ୍କ ନାମ ସଂଲଗ୍ନ ପୂର୍ବକ l ରାଜକୁମାରୀ ଉତ୍ତରାଙ୍କ ଯିଏ ଈଶ୍ବର ଵା ଇଷ୍ଟଦେବ ସିଏ ହେଉଛନ୍ତି "ଉତ୍ତରେଶ୍ଵର" l ମହାରାଜ ବିରାଟଙ୍କ ସ୍ଥାନ ଚୟନ ଥିଲା ଆଜିର " ଆଗ୍ରାହାଟ ଗ୍ରାମ " ଉତ୍ତରେଶ୍ଵର ଶିବ ମନ୍ଦିର ପାଇଁ ଉତ୍କୃଷ୍ଟ l ମହାପ୍ରଭୁ ଆଜି ଲକ୍ଷ ଲକ୍ଷ ଭକ୍ତ ଗଣଙ୍କ ଆଶା ଓ ଭରସା ସର୍ବ ବରିଷ୍ଠ ଓ ଜ୍ୟେଷ୍ଠତମ ଅଷ୍ଟଶମ୍ଭୁ ଭାବେ l ମହାପ୍ରଭୁଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ଦୋଳପର୍ବକୁ ହୋଇଥାଏ ହରିହର ଭେଟ l ସେହି ମହା ମୃତ୍ୟୁଞ୍ଜୟ ପୀଠ " ଉତ୍ତରେଶ୍ଵର ଯେଉଁ ପଵିତ୍ର ପୀଠ ଆଜି ବିରାଟ କଟକ ଚୌଦ୍ୱାର ଅଞ୍ଚଳ କୁ ଆଜି କରିଛି ସମ୍ପୂର୍ଣ୍ଣ ମହିମାନ୍ୱିତ l ମହାପ୍ରଭୁଙ୍କ ସମ୍ମୁଖରେ ଆଜି ଆମେ ଚିର ନତମସ୍ତକ l ଉକ୍ତ ପୁଣ୍ୟ ଭୂମିରୁ ଟିପେ ମାଟି ଯଦି ଆମେ ପ୍ରତ୍ୟହ ସ୍ନାନ ପରେ ମଥାରେ ଧାରଣ କରିପାରୁ ତେବେ ଆମ ପରିବାରର ଯେତେ ସଙ୍କଟ ଏବଂ ରିଷ୍ଟ ଥିଲେ ସୁଦ୍ଧା ସବୁଗୁଡ଼ିକ ଗୋଟିଏ ଚୁଟକୀ ରେ ଅନ୍ତର୍ଦ୍ଧ୍ୟାନ ହୋଇଥାଏ l ଉକ୍ତ ଦେବାଳୟ ସମସ୍ତ ଭାରତବାସୀଙ୍କୁ ପରୋକ୍ଷ ଇଙ୍ଗିତ ଦିଏ - " ହେ ଭାରତ ବାସୀଗଣ କୁମାରୀଗଣ ଅର୍ଥାତ ନାରୀଜାତିକୁ ଉପଯୁକ୍ତ ସମ୍ମାନ ପ୍ରଦାନ କର l ଦେଖ ତୁମେ ଯେଉଁ " ଉତ୍ତରେଶ୍ଵରଙ୍କୁ ପୂଜା କରୁଛ, ସେ ହେଉଛନ୍ତି କୁମାରୀ କନ୍ୟା ଅର୍ଥାତ ସମଗ୍ର ନାରୀଜାତି ମର୍ଯ୍ୟାଦାର 
  •  ଏକ ଜ୍ୱଳନ୍ତ ପ୍ରତୀକ l ତାଙ୍କର ମନ୍ଦିର ଗାତ୍ରରୁ ଅହରହ ଧ୍ୱନି ନିର୍ଗତ ହେଉଛି ସେହି ଧ୍ୱନି ତୁମମାନଙ୍କୁ ନାରୀଜାତି ପ୍ରତି ସହାନୁଭୂତି ଓ ଭକ୍ତି ସୂଚକ ମନ୍ତ୍ର ସଦୃଶ ତୁମମାନଙ୍କ ଅନ୍ତକରଣକୁ ଶୁଦ୍ଧ ପୁତl କରି ଚାଲୁଛି ଆଜିକୁ ସହସ୍ରାଧିକ ବର୍ଷ ତଳୁ l ହେ ସଦାଶିବ ସମସ୍ତଙ୍କ ମଙ୍ଗଳ କରନ୍ତୁ l ଆମର ଏତିକି ପ୍ରାର୍ଥନା l ଓଁ ନମୋ ଶିବାୟ l ( ©ଅବଧୂତ ପଣ୍ଡା, କଟକ )                      


Rate this content
Log in