STORYMIRROR

ABADHOOT PANDA

Others

3.8  

ABADHOOT PANDA

Others

କୂଳବଧୂର ଅଭିପ୍ସା

କୂଳବଧୂର ଅଭିପ୍ସା

8 mins
113



" ରିତା...ରିତା... ରିତା.... କବାଟ ଖୋଲ " ବାଇକ୍ ହର୍ଣ୍ଣ ସହିତ ତାଳ ମିଳା ପ୍ରକାଶର ସ୍ୱର ରିତାକୁ ବିସ୍ମିତ କରି ପକାଇଲା l ଵେଡ଼ ରୁମ୍ ରୁ ରିତା ସିଧା ଚାଲିଲା କବାଟ ଖୋଲିବାକୁ ତରବର ହେଇ l କାହିଁକି ନା ସେ ସ୍ୱାମୀଙ୍କ ମିଜାଜ୍ ସହିତ ବେଶ ଅଭ୍ୟସ୍ତ ଆଜିକୁ ଦୁଇ ବର୍ଷ ହେଲା ଯେବେଠୁଁ ସେ କୁଳ ବଧୂ ସାଜି ସୁନ୍ଥା ରେ ସିନ୍ଦୁର ରେଖା ଦେଇ ପ୍ରଥମେ ଘରକୁ ପଦାର୍ପଣ କରିଥଲା ଇଞ୍ଜିନିଅର ପ୍ରତାପର ବଂଶ ରକ୍ଷା କରିବା ଉଦ୍ଦେଶ୍ୟରେ l ରିତା କବାଟ ଖୋଲିଦେଲା l ବସନ୍ତ ଋତୁ ର ଝଲକାଏ ଦକ୍ଷିଣା ପବନ ପ୍ରକାଶର ଦେହ ଛୁଇଁ ରିତାର ଗୌର ସୁଢଳ ମୁଖ ମଣ୍ଡଳରେ ବାଧା ପାଇ ଯାଈଥିଲା ଅଟକି l " ଛି ଛି ଛି ଆଜି ପୁଣି ପିଇକି ଆସିଛ " ପୂର୍ବରୁ ଶତ ଉପଦେଶ ପୁଣି ଆଜି ଦୋଳ ପୂର୍ଣମୀ ରାତିରେ ହୋଇଥିଲା ବିଫଳ l ଯାହା ବି ହେଉ କଟୁ ସୁରାସାର ଓ ସିଗାରେଟର ଦୁର୍ଗନ୍ଧରେ ଗୃହିଣୀ ରିତାର ମୁହଁ ଫାଟି ପଡ଼ୁଥିଲେ ବି କଷ୍ଟେ ମଷ୍ଟେ ପ୍ରକାଶର ଜୋତାମୋଜା ଖୋଲି ତାର ଟଳ ମଟଳ ମାତାଲ୍ ବପୁଟିକୁ ଟାଣି ଟାଣି ଵେଡ଼ ରୁମ୍ ଉପରେ ଚିତ୍ ପଟାଂଗ୍ କରି ପକେଇଦେଇଥିଲା ନିଜ ମୁହଁରେ ପଣତ କାନି ଘୋଢ଼େଇ l 


ସବୁବେଳେ ନାରୀ ମନର ଅବସ୍ଥା ସମାନ ନଥାଏ l ପିଲାବେଳେ ବାପା ମା, ଭାଇ ଭଉଣୀଙ୍କ ମେଳରେ ତିରିଲା ସାଜି ମନରେ କେତେ ସ୍ୱପ୍ନିଳ ଆଶା ନେଇ ଆସିଥାଏ ଶାଶୁ ଘରକୁ l

ଶିଶୁ କନ୍ୟା ପୁତ୍ର ତା କୋଳରେ ଖେଳିବେ l ସେମାନଙ୍କୁ ଜହ୍ନ ମାମୁଁ ଦେଖେଇ କ୍ଷୀରି ଖୁଆଇବ l ଗାଲରେ ମାତୃ ମମତା ବୋଳା ଚୁମ୍ବନ ଆଙ୍କି ଦବ l ବଡ଼ ହେଲେ ସେମାନଙ୍କୁ ନିଜେ ସେମାନଙ୍କୁ ଅ ଆ ଇ ଈ ସିଲଟ ଖଡ଼ି ରେ ଶିଖେଇବ ଇତ୍ୟାଦି ଇତ୍ୟାଦି l କିନ୍ତୁ ସବୁକିଛି ଆଶା ତାର ଆଜି ପାଣି ଫାଟି ଯାଇଛି l ନିଜେ ସ୍ନାତକ ଉପାଧି ଧାରୀ ଆଜି ସେ ଜଣେ ସୁଗୃହିଣୀ l ଶାଶୁ ଶଶୁର ମୃତ୍ୟୁ ବାର୍ଷିକୀ ଯାଇନି l 

ଜମିଦାର ଶଶୁରଙ୍କ ଗୋଟିଏ ପୁଅ ତାର ସ୍ୱାମୀ ପ୍ରକାଶ l ପିଲାବେଳୁ ଅତି ଗେହ୍ଲାରେ ବଢ଼ି ଆସିଛି ସେ l ସେ ଜଣେ ମେଧାବୀ ଛାତ୍ର l ତାର କ୍ୟାରିଅର ଫାର୍ଷ୍ଟ କ୍ଲାସ୍ ଚାକିରୀ କଲା ପରେ ସାଙ୍ଗ ସାଥି ମେଳରେ ପଡ଼ି ବିପଥଗାମୀ ହେଇ ପଡ଼ିଛି ଆଜି ପ୍ରକାଶ l ଲକ୍ଷ୍ମୀପ୍ରତିମା ସ୍ତ୍ରୀ ପାଇ ବି ସେ ବିବାହର ଦୁଇ ବର୍ଷ ପରେ ମଧ୍ୟ ସେ ପିତୃ ସୁଖରୁ ବଞ୍ଚିତ l ରିତାର ଯେତେ ବିନୀତ ଅନୁରୋଧ ଆଉ ରାଣଗୁଡ଼ା ସବୁ ତା ଆଗରେ ପାଖରେ ହେଇ ପଡ଼ିଛି ତୁଚ୍ଛ l ନିଜର ପୌରୁଷ ସାମର୍ଥ୍ୟର ଅଭାବ ଜାଣି ସୁଦ୍ଧା ରିତା ଆଗରେ ନିଜ ଅହମିକାକୁ ତଳେ ପକେଇ ଦେବାକୁ କେବେ ସେ ଆଜି ଯାଏଁ ପଶ୍ଚାତପଦ ହେଇନି କି ଚିକିତ୍ସକ ପରାମର୍ଶ ଲୋଡ଼ିନି l ସ୍ତ୍ରୀ ମାନସିକତାକୁ ଚିହ୍ନି ପାରିନି l ଆଭିଜାତ୍ୟ ଦାମ୍ଭିକତା ଓ ଅନୁତାପ ହୀନ ଆତ୍ମ ପ୍ରବଞ୍ଚନା କୁ ଆବୋରି ନେଇଛି ପ୍ରକାଶ l ବଂଶ ରକ୍ଷାର୍ଥେ ସମ୍ପୂର୍ଣ୍ଣ ଅସମର୍ଥ ସେ l 


ରିତା କିନ୍ତୁ ତାର ବାପା ମାଙ୍କ ଠାରୁ ପତିବ୍ରତା ଧର୍ମ କ'ଣ ଭଲ ଭାବେ ଶିଖିଛି କୁମାରୀତ୍ୱ ଲାଭ ପର ଠାରୁ l ସେ ଜଣେ ଆର୍ଯ୍ୟ ଗୃହିଣୀ l କଳେ ବଳେ କୌଶଳେ ସ୍ୱପତିଙ୍କ ଔରସରେ ମାତୃତ୍ୱର ସ୍ୱାଦ ଚାଖିବାର ତାର ଅଦମ୍ୟ ଅଭିଳାଷଟିକୁ କେବେ ବି ସେ ପରିତ୍ୟାଗ କରିପାରିବନି ଇହ ଜନ୍ମରେ l ମନରେ ସେ ଭୀଷ୍ମ ପ୍ରତିଜ୍ଞା ପୋଷଣ କରିଛି ଆଉ ଧାଇଁ ଯାଇଛି ତାର ମାମୁଁ ଶଙ୍କରବାବୁଙ୍କ କ୍ଲିନିକ୍ କୁ ଯିଏ କି ସହରର ଜଣେ ଖ୍ୟାତନାମା ଯୌନ ଚିକିତ୍ସକ l ତାଙ୍କ ଆଗରେ ନିଜର ସମସ୍ୟା ସେ ଟିକି ନିକି ବୟାନ କରିଛି ନାରୀସୁଲଭ ଲଜ୍ୟା ଶୀଳତା ରୂପୀ ଆଭରଣ କୁ ତଳେ ଫିଙ୍ଗି ଏକ ସତକର୍ମ ସମ୍ପାଦନ ଉପଲକ୍ଷେ l ସେ ନିର୍ଭିକା l ତାର ଲକ୍ଷ୍ୟ ପୂରଣ ହିଁ ତାକୁ ସ୍ବର୍ଗୀୟ ସୁଖ ପ୍ରଦାନ କରି ପାରିବ କେବଳ l ବନ୍ଧ୍ୟାତ୍ୱରୁ ମୁକୁଳେଇ ପ୍ରକାଶର ଖାନଦାନ୍ କୁ ଆଗେ ବଢ଼େଇବ l 


ମାମୁଁଙ୍କ ମୁହଁରେ ସ୍ମିତହାସ୍ୟ ଖେଳିଲା ପରେ ତାଙ୍କ ମୁହଁରୁ ବାକ୍ୟନିସୃତ ହେଲା l ଦୀର୍ଘଦୁଇ ଦଶନ୍ଧିର ଡାକ୍ତରୀ ଅଭିଜ୍ଞତାକୁ ସେ ନିଷ୍ଫଳ କରିବାକୁ ଚାହିଁ ନଥିଲେ l ତାଙ୍କର ଆଶ୍ୱାସନାମୂଳକ ମଧୁର ବଚନ ":ହଁ ଝିଅ ତୁ ଜମା ବ୍ୟସ୍ତ ହୋନା l ସେକ୍ସୋ ଲଜିରେ ମୁଁ ପି.ଏଚ.ଡି କରିଛି l ଆଉ ସେକ୍ସ ଥେରାପିରେ ବି ଆମେରିକାରୁ ପି ଏଚ ଡି କରି ସାରିଛି ଆଜିକୁ ପାଞ୍ଚ ବର୍ଷ ତଳେ l ମୋର ଔଷଧ ଅବ୍ୟର୍ଥ ଝିଅ l ତୁ ମୋ ଭାଣିଜୀ l ନାନୀ ଗଲା ପରେ ମୁଁ ତୋତେ ମୋ ଝିଅର ଆସନ ଦେଇଛି l ତୋର ନାରୀ ମର୍ଯ୍ୟାଦାକୁ କେବେ ମୁଁ ତଳେ ପକେଇ ଦେବିନି l " ରିତାର ଆଶାର ଆକାଶରେ ନିର୍ମାଣ କରିଦେଇ ଥିଲା ଏକ ଶୁଭ୍ର ଜ୍ୟୋତ୍ସା ବିଧୌତ ଶଶୀ-ମହଲ l 


ମାମୁଁ ଶଙ୍କର ବାବୁ ନିଜ ଚେୟାରରୁ ଉଠି ଡାହାଣ ପାଖେ ଥିବା ଆଲମାରୀରୁ ଗୋଟାଏ ସବୁଜିଆ ଶିଶି ଓ ଗୋଟିଏ ମାପିବା ପାଇଁ ଛୋଟ ପ୍ଲାଷ୍ଟିକ ପାତ୍ର ଦେଲେ ରିତା ହାତରେ l ଆଉ କହିଲେ, " ନେ ମା ଆକୁ ନେଇ ତୋ ବୁଦ୍ଧି ଖଟେଇ ପ୍ରକାଶର ଖାଦ୍ୟ ଓ ପାନୀୟରେ ମିଶେଇ ଦବୁ ତାକୁ ନଜଣେଇ l ଆଉ ଗୋଟାଏ ଲିକ୍ୱିଡ଼ ଦଉଛି ତାର ମଦପାତ୍ର ରେ ମିଶେଇ ଦବୁ l ଦେଖିବୁ ମାସେ ଭିତରେ ତାର ମଦ ଛାଡ଼ିବା ସହ ଇରେକ୍ଟାଇଲ୍ ଡିସ୍ ଫଙ୍କସନ୍ ଠିକ୍ ହେଇଯିବ l " ମାମୁଁଙ୍କ ହାତରୁ ଔଷଧ-ପଲିଥିନ୍ ବ୍ୟାଗ୍ ଟି ନେଇ ନିଜର ଭ୍ୟାନିଟି ବ୍ୟାଗ୍ ଟି ଖୋଲି ଦୁଇ ହଜାର ଟଙ୍କିଆ ନୋଟ ବାହାର କରିବାକୁ ହାତ ପୁରେଇଲା l ହଠାତ୍ ମାମୁଁ ତା ହାତ ଧରି ଟାଣି ଆଣି କହିଲେ, " ହାତ୍ ଏକଣ କରୁଛୁ ମା l ଛିଃ ତୁ ପା ମୋର ମୋ ଗେଲ୍ଲୀ ଭାଣିଜୀ l ତୋ ଠୁଁ ଫିସ୍ ନେଲେ ମୋ ନାନୀର ଦିବଂଗତ ଆତ୍ମା ମୋତେ ଅଭିଶାପ ଦବ l ହଉ ତୁ ଯା l ଆଗ ତୋ ନିଜ ସ୍ୱାମୀକୁ ଭଲ କର l ହଁ ଗଲାବେଳେ ତ୍ରିଶୁଳ ଛକ ପାଖରେ ବାଲାଜୀ ମନ୍ଦିର ଅଛି l ଆଜି ମଙ୍ଗଳ ବାର l ସେଠି ଗୋଟେ ଦୀପ ଜାଳି ଦେଇ ଯିବୁ l ଯଦି ପାରିବୁ କଦଳୀ ଗୋଟିଏ ଭୋଗ ଲଗେଇ ପୂଜକ ମହାରାଜଙ୍କୁ କିଛି ଦକ୍ଷିଣା ଦେଇ ଯିବୁ l " 


ସନାତନ ଧର୍ମର ମହକ ସୁଦୂର ପ୍ରସାରୀ l ପାରସ୍ପରିକ ସ୍ନେହ ପ୍ରେମର ବନ୍ଧନ ବଡ଼ ମଜବୁତ୍ l ବେକ କଟିଲେ ବି ହୃଦୟ କଟେନା l ଯାହା ବି ହେଉ ରିତା ମାମୁଁଙ୍କ ପାଦ ଛୁଇଁ ମୁଣ୍ଡିଆଟିଏ ଅର୍ପଣ କରି ତାର ନାରଙ୍ଗୀ ରଙ୍ଗର ସ୍କୁଟି ଚଢ଼ି ମାମୁଁଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର କାମ ସାରି ଫେରି ଆସିଲା ଘରକୁ l ଚାକରାଣୀ ଖୋଲିଦେଲା କବାଟ l ସେଦିନ ଥାଏ ରବିବାର ଦିନ ଏଗାରଟା l ପୁଝାରୀ ହାତରୁ ଚା ପିଇସାରି ମୋବାଇଲ ୟୁଟ୍ୟୁବ୍ ଚାନେଲ୍ ରୁ ପୁରୁଣା କିଶୋର କୁମାରଙ୍କ ରୋମାଣ୍ଟିକ୍ ଗାନା ଶୁଣୁଥାଏ ଶୋଫା ଉପରେ ବସି l ହାତରେ ଥାଏ ଏକ ଜଳନ୍ତା ସିଗାରେଟ l ହଟାତ୍ ନଜର ପଡ଼ି

ଗଲା ରିତା ଉପରେ l ପାଟିରୁ ରିଙ୍ଗ ଧୂଆଁ ଛାଡ଼ି ପଚାରିଲା, " ଓ ଡାର୍ଲିଂଗ ସକାଳୁ ସକାଳୁ କୁଆଡ଼େ ଯାଇଥିଲ l ମୋ ନିଦ ଦଶଟାରେ ଭାଙ୍ଗିଲା l ତୁମକୁ ପାଖରେ ନଦେଖି ଭାବିଲି ବୋଧହୁଏ ତୁମେ ମନ୍ଦିର ଯାଇଛ l " " ହଁ ତୁମେ ପୁରାପୁରି ଠିକ୍ ଭାବିଛ l ମୁଁ ବାଲାଜୀ ମହାପ୍ରଭୁଙ୍କ ପାଖକୁ ଯାଇଥିଲି l ପ୍ରସାଦ ଆଣିଛି l ଯାଅ ନିତ୍ୟକର୍ମ ସାରିଦିଆ l ପ୍ରସାଦ ପାଇବ l " ରିତା ମୁହଁରୁ କଥା ନସରୁଣୁ ଗୋଟିଏ ବାଧ୍ୟ ପିଲା ପରି ଫଟା ଫଟ ପ୍ରକାଶ ପଶିଗଲେ ୱାଶ ରୁମ୍ ରେ l ଦଇବ ବିଧାନ ବଡ଼ ବିଚିତ୍ର l କେତେବେଳେ ସେ କି ଚେତନା ମଣିଷ ମନ ଭିତରେ ଭରି ଦିଅନ୍ତି ସେ ହିଁ କେବଳ ଜାଣନ୍ତି l ବ୍ୟାଗ୍ ରୁ ଶିଶି କାଢ଼ି ଲିକ୍ଵିଡ଼ ମେଡ଼ିସିନ୍ ରୁ ଦୁଇ ଡ୍ରପ୍ ମିଶେଇ ଦେଲା ପ୍ରସାଦରେ l ପ୍ରକାଶ ୱାଶ ରୁମ୍ ରୁ ଆସିଲା ପରେ ତାର ପାଟିରେ ଖୁଆଇ ଦେଲା ଔଷଧୀୟ ପ୍ରସାଦ ମନେ ମନେ ବାଲାଜୀ ବାବାଙ୍କୁ ସ୍ମରଣ କରି ଆଉ ପ୍ରସାଦ ଦନାକୁ ମୁଣ୍ଡରେ ମାରି l 


ରବିବାର ଯାଇ ସୋମବାର ଆସିଲା l ଜଳଖିଆରେ ମେଡ଼ିସିନ ମିଶାଇ ପ୍ରକାଶକୁ ପରସି ଦେଲା ରିତା ଅଫିସ୍ ଯିବା ପୂର୍ବରୁ l ପ୍ରକାଶ ତାର ଫୋର ହ୍ଵୀଲର ଓ଼ଲ୍ଡ ମଡେଲ୍ ଆମ୍ବାସାଡାର ଚଢ଼ି ଅଫିସ୍ ଗଲା l କିନ୍ତୁ ରିତା ତାର ଲକ୍ଷ୍ୟରେ ପକ୍କା l ପଛେ ପଛେ ଫଲୋ କଲା ସ୍କୁଟି ନେଇ ପ୍ରକାଶ ଅଜ୍ଞାତରେ l ପ୍ରକାଶର ଗୋଟାଏ ଭଲ ଗୁଣ ଯେ ସେ ଭୁଲ୍ ରେ ବି ୱାର୍କିଙ୍ଗ ଆୱାର ଭିତରେ ପିଏନି l ଛୁଟି ପରେ ଲିକର ସପ୍ କୁ ଯାଇ ଯଦି କେହି ସାଙ୍ଗ ମିଳୁ ଵା ନମିଳୁ ଗୋଟାଏ ବିଗ୍ ପେଗ୍ ହ୍ଵୀସ୍କି ନିଶ୍ଚୟ ପିଏ l ତାପରେ ରାସ୍ତା କଡ଼ ଠେଲା ଗାଡ଼ିରୁ ଗୋଟାଏ ପ୍ଲେଟ ଚାଟ ଖାଇ ଘରକୁ ଫେରିଆସେ ରିତାର ପିଇବା ଉପରେ ବାରଣ ସତ୍ତ୍ୱେ l ସେଦିନ କିନ୍ତୁ ରିତାର ଜିଦି ସେ ନିଶ୍ଚୟ ତାକୁ ମଦ ଛଡେଇବ l ତେଣୁ ସେ ଗୋଟାଏ ଲେଡିଜ୍ ଗାରମେଣ୍ଟ ସପ୍ ରେ ବସି ପ୍ରକାଶର ଗତି ଵିଧି ଉପରେ ନଜର ରଖୁଥାଏ l ପୂର୍ବରୁ ମାମୁଁଙ୍କ ପାଖରୁ ଲିକର ଛଡ଼େଇବା ପାଇଁ ଟାବଲେଟ ପ୍ୟାକେଟ ଆଣିଥାଏ ବାଲାଜୀ ମହାରାଜ ଙ୍କୁ ନମସ୍କାର କରି l ପ୍ରକାଶ ସପ୍ ରୁ ବାହାରିଲା ପରେ ସେ ଲିକର ସପ୍ 

 ମ୍ୟାନେଜରଙ୍କୁ ଭେଟିଲା ରିତା l ଇଞ୍ଜିନିଅର ସ୍ତ୍ରୀ ହିସାବରେ ସେ ଖାତିରି ପୂର୍ବକ ବସିବାକୁ ଚେୟାର ଦେଲେ ଓ ଗୋଟିଏ କୋଲଡ଼ ଡ୍ରିଙ୍କ ଯାଚିଲେ l କିନ୍ତୁ ରିତା ତାଙ୍କ ଅଫରକୁ ଗ୍ରହଣ କଲାନି l କାରଣ ସେ ଗୋଟିଏ ମାନସିକ କରିଛନ୍ତି ସ୍ୱାମୀ ସମ୍ପୂର୍ଣ୍ଣ ଆରୋଗ୍ୟ ନହେବା ଯାଏଁ ସେ କୌଣସି ବାହାର ପାକ ସେବନ କରିବେନି l ତେଣୁ ସେ କହିଲେ, " ନୋ ଥ୍ୟାଙ୍କସ୍ ଆଜ୍ଞା l ମୁଁ ଏକ ବିଶେଷ ଉଦ୍ଦେଶ୍ୟରେ ଆପଣଙ୍କ ପାଖକୁ ଆସିଛି l " " କଣ ଆଜ୍ଞା କୁହନ୍ତୁ l ମୁଁ ନିଶ୍ଚୟ ପୂରଣ କରିବି l " " ପ୍ରକାଶ ବାବୁ ଆପଣଙ୍କ ରେଗୁଲାର କଷ୍ଟମର ତ? " " ହଁ ଆଜ୍ଞା " " ମୁଁ ତାଙ୍କୁ ନିଶା ଛଡ଼େଇ ବାକୁ ଚାହୁଁଛି l ସେଥିପାଇଁ ଏ ଟାବଲେଟ ପାକେଟ ରଖନ୍ତୁ l ଯେତେବେଳେ ବି ସେ ଆସନ୍ତୁ ତାଙ୍କ ପିଆଲାରେ ଗୋଟିଏ ଟାବଲେଟ ପକେଇ ଟିକେ ଘାଣ୍ଟି ଦେବେ l " " ହଉ ଠିକ୍ ଅଛି l ଏଇଟା ତ ଖୁବ ଭଲ କଥା l ମୁଁ ସିନା ବିକେ କିନ୍ତୁ ମୁଁ ନିଜେ ପିଏନି କି ପିଇବା ଫର ରେ ମୁଁ ନାହିଁ ଆଜ୍ଞା " " ହଁ ଆଉ ଗୋଟେ ରିକ୍ୱେଷ୍ଟ l ଯେତେବେଳେ ଆପଣ ଟାବଲେଟ ମିଶେଇବେ ସେତେବେଳେ ଆପଣଙ୍କ ମୋବାଇଲ ଫୋନ୍ କ୍ୟାମେରାରେ ଆପଣଙ୍କ ମୁହଁ ସହିତ ଫଟ ଉଠେଇ ମୋ ହ୍ୱାଟ୍ସପ୍ କୁ ପଠେଇବେ l ପ୍ରକାଶ ବାବୁ ଯେମିତି ଏ କଥା ଆଦୌ ନଜାଣନ୍ତି ଆଜ୍ଞା l ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ l " ନମ୍ୱର ଫିଡିଙ୍ଗ କରି ସାରି ଚାରୋଟି ପାଞ୍ଚ ଶହ ଟଙ୍କିଆ ନୋଟ ବଢ଼େଇ ଦେଲେ ମ୍ୟାନେଜରଙ୍କ ହାତକୁ ଆଉ କହିଲେ, "'ଆଜ୍ଞା କିଛି ଖରାପ ଭାବିବେନି l ଏଇଟା ଲାଞ୍ଚ ନୁହେଁ ; ଏଇଟି ମୋର ହାର୍ଦ୍ଦିକ ଶାନ୍ତିର ସନ୍ତକ ରୂପେ ରଖନ୍ତୁ l ଜଣେ ଭଉଣୀର ଭାଇ ପ୍ରତି କୃତଜ୍ଞତା ସୂଚକ ଉପହାର ଭାବେ ମନେ କରି ଗ୍ରହଣ କରନ୍ତୁ ଭାଇ l " " ଯେତେବେଳେ ଆପଣ ମତେ ଭାଇ କହିସାରିଲେଣି ତାହେଲେ ଦିଅନ୍ତୁ ରଖୁଛି " " ଥ୍ୟାଙ୍କ ୟୁ ଭେରି ମଚ୍ ବ୍ରଦର୍ l ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ l ଆପଣଙ୍କ ବାଣିଜ୍ୟ ବୃଦ୍ଧି ହଉ ଭାଇ l ହଉ ମୁଁ ଆସୁଛି " ମ୍ୟାନେଜର ମହାଶୟଙ୍କୁ ପ୍ରତି ନମସ୍କାର ଜଣେଇ ସ୍କୁଟି ଷ୍ଟାର୍ଟ କରି ଘରକୁ ଫେରି ଆସିଲେ ଶ୍ରୀମତୀ ରିତା ଦେବୀ l 


ଦୀର୍ଘ ଆଠ ମାସ କାଳ ଗୁପ୍ତ ରୂପେ ମେଡିକେଟେଡ଼ କରି ଚାଲିଲେ ରିତା ଦେବୀ ନିଜ ସ୍ୱାମୀ ପ୍ରକାଶ ବାବୁଙ୍କୁ ନଛୋଡ଼ ବନ୍ଦା ଭାବେ l ପ୍ରତି ଦିନ ଦୁଇଥର l ତେଣେ ଲିକର ମ୍ୟାନେଜରଙ୍କ ଜରିଆରେ ମେଡିକେସନ୍ l କ୍ରମେ କ୍ରମେ ଲଙ୍କାରେ ହରିନାମ ପରି ମନେ ହେଲା ପ୍ରକାଶ ବାବୁଙ୍କ କାର୍ଯ୍ୟ କଳାପ ଯଥା ଅଫିସ୍ ରୁ ସିଧା ଘରକୁ ଫେରିବା ଓ ସିଗାରେଟ ସହିତ ଡ୍ରିଙ୍କ ସମ୍ପୂର୍ଣ୍ଣ ବର୍ଜନ l ପ୍ରତି ଶନିବାର ଆଉ ମଙ୍ଗଳ ବାର ବାଲାଜୀଙ୍କ ଦର୍ଶନ l ସମସ୍ତ ସହକର୍ମୀ ଭାଇ ବନ୍ଧୁ କୁଟୁମ୍ବ ଙ୍କ ମହଲରେ ଆନନ୍ଦର ଫୁଆରା ରିତାର ମନପ୍ରାଣକୁ ଦିବ୍ୟାନନ୍ଦରେ ଉଦ୍ଭାସିତ କରିପାରିଥିଲା l ସେବର୍ଷ ଦୋଳ ପୂର୍ଣ୍ଣମୀ l ଅପ୍ରତ୍ୟାଶିତ ରୂପେ ପହଞ୍ଚିଲେ ରିତାଙ୍କ ବଡ଼ ଭାଉଜ ସୀମା l ଘରେ ପହଞ୍ଚୁ ପହଞ୍ଚୁ ସାଲେପୁର -ବିକଳ-କର ଅତର ଦିଆ ରସଗୋଲା ଗୋଟିଏ ସର୍ବ ପ୍ରଥମେ ପ୍ରକାଶ ପାଟିରେ ଜବରଦସ୍ତି ମାଡ଼ି ଦେଲେ l ଆଉ ଗୋଟାଏ ଭର୍ତ୍ତି କରିବା ପୂର୍ବରୁ ପ୍ରକାଶ ଚିଲେଇ ଉଠିଲା ," ହାଁ ହାଁ ହାଁ ସୀମା ଭାଉଜ ପାଟିରୁ ସରୁ ଆଉଗୋଟାଏ ଖୁଆଇବ l ଆଚ୍ଛା ମୁଁ ଜାଣିପାରେକି କୋଉ ଖୁସିରେ ତୁମେ ଜୋର କରି ମତେ ମିଠା ଖୁଆଉଛ ଆମ ଏରୁଣ୍ଡି ବନ୍ଧ ଟପୁ ଟପୁ l " " ତୁମେ ବାପା ହବାକୁ ଯାଉଛ ଆଉ ଆଠ ମାସ ପରେ l " " ମତେ ତ ରିତା କିଛି କହିଁନି " " ତାକୁ ମୁଁ ମନା କରି ଦେଇଥିଲି ଦୁଇ ମାସ ପୂର୍ବରୁ ଯେତେବେଳୁ ସେ ଓଳିଆ ଭିଡ଼ିଲା l ଯାହା ହଉ ତୁମେ ତୁମର ମର୍ଦ୍ଦାନା ତାକତ୍ ଜାହିର କରି ପାରିଲ ତୁମର ଏଇଟା ତୁମ ଦୁଇଜଣଙ୍କ ଜୀବନର ଏକ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କର୍ମ ସାଧନ l ମୁଁ ବଡ଼ ଭାଉଜ ହିସାବରେ ତୁମକୁ କଲ୍ୟାଣ କରୁଛି ତୁମେ ଏମିତି ତୁମର ମର୍ଦ୍ଦାନା ତାକତ ଜାହିର କରି ଆଉ ମାତ୍ର ଦୁଇଟି ନୂଆ କୁଣିଆ ଵା କୁଣିଆଣୀ ଘରକୁ ଆଣି ସ୍ବାଗତଂ କର l ମୁଁ ଯେଉଁଠି ବି ଥାଏ ମୋ ହ୍ୱାଟ୍ସପ୍ କୁ ସାଙ୍ଗେ ସାଙ୍ଗେ ପଠେଇଦବ ' " ବର୍ତ୍ତମାନ ଏଇ ଶୁଭ ସମ୍ବାଦ ପାଇଁ ତୁମକୁ କୋଟି ଧନ୍ୟବାଦ ଭାଉଜ ".... ଭାଉଜ ଓ ପ୍ରକାଶ ବାବୁଙ୍କ ଥଟ୍ଟା ମଜା କଥା ଶୁଣିଶୁଣି କୁଳବଧୂ ରିତା ସିମେଣ୍ଟ ତିଆରି ତୁଳସୀ ଚଉରାରେ ପାଣି ଢାଳି ଚାଲିଥାଏ ମୁରୁକି ହସି ହସି l 

   



Rate this content
Log in