ଅତ୍ୟାଧୁନିକ ସମସ୍ୟା
ଅତ୍ୟାଧୁନିକ ସମସ୍ୟା
ଅତ୍ୟାଧୁନିକ ସମସ୍ୟା
°°°°°°°°°°°°°°°°°°°°°°°°°
ଆମ ବେଳେ ମୋବାଇଲ ନଥିଲା କି କମ୍ପ୍ୟୁଟର ନଥିଲା l ଆମେ ସବୁ ସେମିତି ପାଠ ପଢ଼ି ମଣିଷ ହେଇଛୁ l ମାତ୍ର ଆଜିକାଲି ମୋବାଇଲ ଓ କମ୍ପ୍ୟୁଟର ଥାଇ ସୁଦ୍ଧା ଆମ ନାତି ନାତୁଣୀମାନେ ମଣିଷ ପଦବାଚ୍ୟ ହୋଇପାରୁ ନାହାନ୍ତି l ସେମାନଙ୍କ ନୈତିକ ଚରିତ୍ର ଅଧପତନ ଘଟୁଛି l କାରଣ କଣ ହେଇପାରେ? ଆମ ପରି ବରିଷ୍ଠ ନାଗରିକଙ୍କ ସାଧ୍ୟାତିତ l ଆମ ମନରେ କେତେ ଗୁଡ଼ିଏ ପ୍ରଶ୍ନ ଉଠୁଛି l ସେଇ ଗୁଡ଼ିକ ବୋଧେ କାରଣ ହେଇପାରେ l
୧. କଅଁଳା ପିଲାଙ୍କ ଅଝଟ ପଣିଆ ଓ ଜିଦିରେ ବିଚଳିତ ହୋଇ ବାପାମା କିଛି ସମୟ ଝିଂଝଟ ରୁ ରିହାତି ପାଇବାକୁ ସେମାନଙ୍କ ହାତରେ ମୋବାଇଲ ଧରେଇ ଦେଉଛନ୍ତି l ପିଲାର କାନ୍ଦ ଓ ଅଳି କୁ ବନ୍ଦ କରିବା ସକାଶେ ଏହା ଏକ ଅବ୍ୟର୍ଥ ଥୋପ ରେ ପରିଣତ ହୋଇ ଯାଉଛି l
୨. ଯେଉଁମାନଙ୍କ ଘରେ କମ୍ପୁଟର ଅଛି ମାବାପାମାନେ ଚାଇଲଡ ଳକ କରିବାକୁ ବେଳେ ବେଳେ ଭୁଲି ଯାଉଛନ୍ତି l ଫଳରେ ସେମାନଙ୍କ କିଶୋର କିଶୋରୀ ପୁଅ ଝିଅ ଘରେ ମାବାପା ଅନୁପସ୍ଥିତ ଥିଲା ବେଳେ ସେମାନଙ୍କ କୁସଙ୍ଗମାନଙ୍କ ପ୍ରରୋଚନାରେ ସେମାନେ ଚୁପ ଚାପ କମ୍ପ୍ୟୁଟର ଖୋଲି ଆଡଲ୍ଟ ୱେବସାଇଟର ମଜା ନେଉଛନ୍ତି l ସେମାନଙ୍କ ଟିନ୍ ଏଜର କୌତୁହଳୀ ମନ ଶାନ୍ତ ହେଉଛି ଓ ଉକ୍ତ ପ୍ରକ୍ରିୟାକୁ ନିଜ ନିଜର ବିପରୀତ ଲିଙ୍ଗୀମାନଙ୍କ ସହିତ ବିନା ଦ୍ବିଧାରେ ପରୀକ୍ଷଣ କରିବାକୁ ମଧ୍ୟ ପଛାଦପଦ ହେଉନାହାନ୍ତି l ଯେଉଁ ସ୍ୱାଦ ସେମାନେ ପ୍ରାପ୍ତ ବୟସ ରେ ଚାଖିବା କଥା ସେମାନେ ତାହାକୁ ବାଲ୍ୟକାଳୁ ଚାଖି ନଉଛନ୍ତି l
୩.ଏକବିଂଶ ଶତାବ୍ଦୀରେ ଜଡ଼ବାଦର ଅଭୁତପୁର୍ବ ବିକାଶ ସାଧିତ ହେଉଥିଲେ ମଧ୍ୟ ଛାତ୍ର ଛାତ୍ରୀମାନଙ୍କ ଜୀବନ ବିକାଶ ସାଧିତ ହୋଇ ପାରୁନି l ସେମାନେ ଆମର ଭବିଷ୍ୟତ ଦାୟାଦ ଓ ଆମ ଦେଶର ନାଗରିକ l ସେମାନେ ବଡ଼ ହେଲେ କେମିତି ଦେଶର ଅବସ୍ଥା ହେବ ଓ ଭାଇଭଉଣୀ,ସାହି ପଡିଶାର ଅନାବିଳ ସମ୍ପର୍କ ଯେମିତି ବଜାୟ ରହିବ ଏହା ଏକ ଗୁରୁତର ଚିନ୍ତାର ବିଷୟ l ଭବିଷ୍ୟତ ରେ ଆଜିର ଏଇ ଛୋଟ ଛୋଟ କିଶୋରୀ କିଶୋର ମାନଙ୍କ ନୈତିକତା ଓ ସୁଚରିତ୍ରତା ର ପ୍ରତିଷ୍ଠା କଥା ଭାବିଦେଲେ ଆମ ମୁଣ୍ଡ ଘୁରି ଯାଉଛି l
୪. ଆମେ ଦାୟୀ କରିବା କାହାକୁ? ପିଲାଙ୍କ ମାବାପା ଗୁରୁଜନମାନଙ୍କୁ, ଶିକ୍ଷକ ଶିକ୍ୟାୟିତ୍ରୀମାନଙ୍କୁ, ରାଜନୈତିକ ନେତା ନେତ୍ରୀଗଣଙ୍କୁ ନା ବିଧାୟକ ଓ ସାଂସଦମାନଙ୍କୁ?
ପୁଣି ଏକ ପ୍ରଶ୍ନବାଚୀ?
୫. ଯେତେବେଳେ ଆମେ ମୋବାଇଲ ବା କମ୍ପ୍ୟୁଟରର ସ୍କିନ ଉପର ଛବି ଓ ବୟସ୍କ ଚଳଚିତ୍ର ଉପଭୋଗ କରୁଥିବା ଆମ ନାତି ନାତୁଣୀମାନଙ୍କୁ ତାଗିଦ କରୁଛୁ, ସେତେବେଳେ ସେମାନଙ୍କ ମାବାପାମାନେ ଆମକୁ ଦୃଢ଼ ସ୍ୱରରେ ପ୍ରତିବାଦ ଓ ପ୍ରତିରୋଧ କରୁଛନ୍ତି l ୨/୩ ବର୍ଷର ନାତି ନାତୁଣୀ ଯଦି କାନ୍ଦୁଛି, ତେବେ ଆମ ଝିଅ ବା ବୋହୁ ତା ହାତରେ ମୋବାଇଲ ଦେଇ ତାକୁ ତୁନି କରୁଛନ୍ତି l ଆମର ଗୁରୁଜନ ହିସାବରେ ବା ଅଜା ଆଈ ଜେଜେ ଜେଜେମା ହିସାବରେ ଆମର କଥାର ଓଜନ ରହୁନି ଆମ ଆଧୁନିକ ପୁଅ ବୋହୁ କିମ୍ବା ଝିଅ ଜୋଇଁଙ୍କ ସାମ୍ନାରେ l
୬. ଆମେ ଏସବୁ ଅବ୍ୟବସ୍ଥା ଦେଖିଲେ ଆମ ମୁଣ୍ଡ ବୁଲେଇ ଆଖିରୁ ଜୁଳୁଜୁଲିଆ ପୋକ ବାହାରି ଆସୁଛି l ଏହାର ସମାଧାନ ର ବାଟ ନାହିଁ l କେଵଳ ସର୍ବସାଧାରଣ ସଚେତନତା,ଟିନ୍ ଏଜର ପିଲାମାନଙ୍କ ବାପାମାଙ୍କ ସତର୍କତା ଅବଲମ୍ବନ ଏବଂ ସରକାରଙ୍କ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଶ୍ଚୟ ଫଳପ୍ରସୂ ହେବ ବୋଲି ଆମେ ଆଶା ରଖୁଛୁ l
[ ଲେଖକ : ©ଅବଧୂତ ପଣ୍ଡା,ବରିଷ୍ଠ ନାଗରିଜ, କଟକ l ସମସ୍ତ ବିଶ୍ବବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ମତାମତ ଦେବାକୁ ଅନୁରୋଧ l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ]
*******
