ABADHOOT PANDA

Others

4  

ABADHOOT PANDA

Others

ପୁରୁଣା ବରଷ ଶେଷ

ପୁରୁଣା ବରଷ ଶେଷ

5 mins
20



   

ମାଘ ମାସର କୁହୁଡ଼ି ଘେରା ଗାଁ ବୀରପୁର l ନବୀନ ବାବୁ ଦୂର ସହରର ଏକ ହାଇସ୍କୁଲ୍ ଟିଚର l ଧାନ କଟା ଛୁଟିରେ ଗାଁକୁ ଆସିଛନ୍ତି l ଛୁଟି ପରେ ନିଜ କର୍ମ କ୍ଷେତ୍ରକୁ ଫେରି ଯିବେ l ବର୍ଷେ ହେଲା ବାହା ଘର ହେଇଛି l ଘରେ ଚାନ୍ଦ ମୁହିଁ ସ୍ତ୍ରୀ l ପିଲା ପିଲି ଜନ୍ମ ହେଇନାହାନ୍ତି l ବୋଉ ଓ ବାପାଙ୍କ ଏକ ମାତ୍ର ପୁଅ ନବୀନ ବାବୁ l ଘର ଖଟ ଉପରେ ଶୋଇ ଚେଇଁ ପହୁଡ଼ କରୁଛନ୍ତି କମଳ ତଳେ l


ସକାଳ ଛଅଟା l ଧର୍ମପତ୍ନୀ ଘର ଓଳେଇବାରେ ବ୍ୟସ୍ତ l " ଶ୍ରୀୟା... ଓ.. ଓ..ଶ୍ରୀୟା ଟିକେ ଆମ କଥା ବୁଝ ଦେଖ ବାହାରେ କେମିତି କୁହୁଡ଼ି ପଡ଼ିଛି l ମୁହଁ କୁ ମୁହଁ ଦିଶୁନି l ଟିକେ ପାଖକୁ ଆସ l କଣ ଏଇ କୁହୁଡ଼ିଆ ପାଗରେ ଏତେ କାମ କରୁଛ? ଆମେ ଇଆଡ଼େ ଛଟ ପଟ l " କଁଅଳିଆ କଣ୍ଠ ରେ ଶୃଙ୍ଗାର ରସ ଭରା ମାଦକ କଣ୍ଠ ସ୍ୱର ଶ୍ରୀୟାଙ୍କ ଯୌବନପ୍ରାଚୁର୍ଯ୍ୟା ତନୁ ମନ ଦୋହଲି ଗଲା l ଈଶ୍ବରଙ୍କ ଦୁନିଆଁ ରେ ପ୍ରତ୍ୟେକ ନବ ବିବାହିତା କୋଳଶୂନ୍ୟା ଧର୍ମ ପତ୍ନୀଙ୍କ ଲଜ୍ଜାପରିଚ୍ଛଦାବୃତ ଅନ୍ତରପ୍ରାଣ ଉଦବେଳିତ ହେବା ସ୍ୱାଭାବିକ ନିଜ ସ୍ୱାମୀଙ୍କ ଏପରି ନାରୀମନର ଆବେଗାନୁକୂଳ ଆହ୍ୱାନ ଶୁଣି l ଶ୍ରୀୟା ବି ଜଣେ ନାରୀ l ଭିତରେ ବି କାମନାଗ୍ନି ତାଙ୍କୁ ବିବ୍ରତ କରୁଛି l ସୁତରାଂ କାଳ ବିଳମ୍ବ ନକରି ବାରଣ୍ଡା ଓଳା ସାରି ଶୀତରେ ଥରି ଥରି ଝାଡ଼ୁ ରଖିଦେଇ ନିଜର ଉଷ୍ମତନୁଟାକୁ ଶୀତଳ କରିବା ପାଇଁ ସ୍ୱାମୀଙ୍କ ପାଖକୁ ଦୌଡ଼ି ଯାଇ କବାଟ ଭିତରୁ ବନ୍ଦ କରିଦେଇ ନିଜକୁ

ସମର୍ପି ଦେଲେ l କୁହୁଡ଼ିଆ ଥଣ୍ଡା ପାଗ ସାଙ୍ଗକୁ ସ୍ୱାମୀଙ୍କ ଅଙ୍ଗଲଗ୍ନା ଶ୍ରୀୟା କିଛିସମୟ ପରେ ଚରମ ସୁଖ ଲାଭ କଲେ l


ସ୍ୱାମିଙ୍କ ସାନ୍ନିଧ୍ୟରେ ପ୍ରାୟ ଏକ ଘଣ୍ଟା ବିତାଇବା ପରେ ସ୍ୱଗୃହ କର୍ମ କ୍ଷେତ୍ରକୁ ଫେରି ଆସିଲେ ଶ୍ରୀୟା l ଚନ୍ଦ୍ରମୁଖରେ ତୃପ୍ତିର ହସ l ଶାଶୁଶ୍ୱଶୁରଙ୍କ ରୁମ୍ ସଫା କରି ରୋଷେଇ ଶାଳରେ ପ୍ରବେଶ କରି ଚା ବସେଇଲେ l ଲବଙ୍ଗ ଦୁଇଟି ପକାଇ ଚା ତିଆରି କଲେ l ଚା ଟ୍ରେ ଧରି ଶାଶୁ ଶଶୁରଙ୍କୁ କପେ କପେ ଚା ସେମାନଙ୍କ ଖଟ ଆଗରେ ରଖିଦେଇ ହାତରେ ଆଉ ଦିକପ୍ ଚା ଧରି ପଶିଲେ ଶ୍ରୀୟା l ସେତେବେଳକୁ ରତିକ୍ଲାନ୍ତ ନବୀନ ବାବୁ କରିନଥିଲେ ଶଯ୍ୟାତ୍ୟାଗ l ଗରମ ଚା ବାସ୍ନାରେ ଅଳସ ଛାଡ଼ି ଯାଇଥିଲା ତାଙ୍କର l ସ୍ତ୍ରୀଙ୍କ ହାତରୁ ଚା କପ୍ ଟା ନେଇ କହିଲେ, " ଯାହା ହଉ ଆଜି ତୁମେ ମୋର ଆତ୍ମା ଶାନ୍ତି କରିଦେଲ ଦାମ୍ପତ୍ୟ ସୁଖ ଦେଇ l ପୁଣି ସ୍ପେସାଲ୍ ଚା ପିଆଇ ମତେ ଆହୁରି ତାଜା କରିଦେଲ l ତୁମକୁ ଅଶେଷ ଧନ୍ୟବାଦ l ତୁମେତ ଚା ପିଇଲନି l " " ହଁ ମୁଁ ପିଇବି ହାଣ୍ଡିଶାଳେ ରଖିଛି l ଠାକୁର ପୂଜା ସାରି ପିଇବି l ମତେ ଆଜି ଖୁସି କରି ଥିବାରୁ ତୁମକୁ ବି ଅଶେଷ ଧନ୍ୟବାଦ l ମୁଁ ଖାଲି ଦିନ ଗଣୁଛି ଆମ ଘରକୁ କେବେ ନୁଆଁ କୁଣିଆ ଆସିବ l ଛାଡ଼ ସେକଥା l ଆଜି ବୁଧବାର ଆଇଁଷ ପାଳି l ବାପା ଆମର ଆଇଁଷ ପ୍ରିୟ l ପାଗ ଭାରି ଥଣ୍ଡା l ଆଗେ ନିତ୍ୟକର୍ମ ସାରି ହାଟକୁ ଯାଅ l ମଦନା ପାଣ ଆଜି ଭଲ କଅଁଳିଆ ଖାସି କାଟିଥିବ l ପଛ ଫଡ଼ିଆ ଆଉ ଫୁଲ୍ କଲିଜା ମିଶେଇ କିଲେ ମାଂସ ନେଇଆସ l "

ଏତିକି କହି ଶ୍ରୀୟା ଗାଧୁଆ ଘରେ ପଶିଲେ l


ନବୀନ ବାବୁ ଚଟାପଟ ଆଉ ଏକ ୱାଷ୍ ରୁମ୍ ରେ ନିଜର ଶୌଚ କର୍ମ ସାରି ବାଡ଼ି ଅଗଣାରେ ଥିବା ଟ୍ୟୁବ୍ ୱେଲ୍ ରୁ ପାଣି କାଢ଼ି ଗାଧୋଇ ପଡ଼ିଲେ l ବାପା ମାଙ୍କୁ ମୁଣ୍ଡିଆ ମାରି ସେଉଟିଏ ଖାଇ ନିଜ ମଟରସାଇକେଲ୍ ଚଢ଼ି ଗଲେ ହାଟକୁ l ଏଣେ ଶ୍ରୀୟା ଠାକୁର ପୂଜା ସାରି ହାଲୁଆ ବନେଇ ଶଶୁର ଶାଶୁଙ୍କୁ କଲେ ଆପ୍ୟାୟିତ l ତାପରେ ନିଜେ ବାସି ରୁଟି ଆଉ ଚା ଖାଇଲେ l ଶଶୁର ପଚାରିଲେ, " ବୋହୁ ଆଜି ଭୀଷଣ ଥଣ୍ଡା ପଡ଼ିଛି l ଆଇଁଷ ଫାଇଁଷ କଣ ବ୍ୟବସ୍ଥା କରୁଛ?" " ହଁ ବାପା ଆପଣଙ୍କ ପୁଅ ହାଟକୁ ଯାଇଛନ୍ତି ଖାସି ମାଂସ ଆଣିବାକୁ l ମୁଁ ଅରୁଆ ଭାତ ରାନ୍ଧିବି l ତା ସାଙ୍ଗକୁ ସାଲାଡ଼ କରିବି l ମାଂସ ଝୋଳ ଭାତ ଆଉ ସାଲାଡ଼ l ଆପଣ ଆଉ ବୋଉ କଣ ଡାଲି ଖାଇବେ କି? ଯଦି ଖାଇବେ କୁହନ୍ତୁ l ଆମ ବିଲ ହରଡ଼ ଡାଲି ଅଛି କରିଦେବି l " ଉତ୍ତର ଦେଲେ ବୋହୁ ଶ୍ରୀୟା l " " ନା ନା ଏତେ ପ୍ରୋଟିନ୍ ଖାଇବା ଠିକ୍ ନୁହେଁ ଏ ବୟସରେ l ଥାଉ ଡାଲି କରନା l " ଶଶୁର ଶାଶୁ ଦିଜଣ ଏକା ସାଙ୍ଗରେ କହିଲେ l


ଦିନ ଏଗାରଟାରେ ନବୀନ ବାବୁ ମଟନ୍ ଧରି ଘରେ ପହଞ୍ଚିଲେ l ଶ୍ରୀୟା ରୋଷେଇ ଆରମ୍ଭ କଲେ l ଦୁଇଘଣ୍ଟା ପରେ ରୋଷେଇ ସରିଲା l ପରିବାରର ସମସ୍ତେ ଏକାଠି ଡାଇନିଂ ହଲ୍ ରେ ବସି ମାଂସ ଝୋଳ ଭାତ ଆଉ ସାଲାଡ଼ ଖାଇବାକୁ ଦେଇ ଶ୍ରୀୟା ଦେବୀ ସମସ୍ତଙ୍କୁ ଆପ୍ୟାୟିତ କଲେ l ନବୀନ ବାବୁଙ୍କ ବୋଉ ବାପା ବଗିଚାରେ ଅପରାହ୍ନ ସୂର୍ଯ୍ୟ କିରଣରେ ବସି ପକ୍ଷୀ ଓ ପ୍ରଜାପତିଙ୍କ ସୌଦାର୍ଯ୍ୟ ଉପଭୋଗ କରିବାରେ ବ୍ୟସ୍ତ ରହିଲେ l ପଶ୍ଚିମ ଆକାଶରେ ସୂର୍ଯ୍ୟ ଦେବ ଡୁବି ଯାଇ ସନ୍ଧ୍ୟା ଆଗମନର ସୂଚନା ଦେଲେ l ଶ୍ରୀୟା ଦେବୀ ଚଉରା ମୂଳେ ଓ ଠାକୁର ଘରେ ସଞ୍ଜ ବତୀ ଜାଳି ପ୍ରାର୍ଥନାରେ ମଗ୍ନ ରହିଲେ l ମାଘ ସନ୍ଧ୍ୟାର କୁହୁଡ଼ି ଘେରା ହାଡ଼ ଭଙ୍ଗା ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀୟା ଦେବୀ ନିଜର ଶୀତ ପୋଷାକ ପିନ୍ଧି ମୁଣ୍ଡରେ ମଫଲର ଗୁଡ଼ାଇ ରୋଷେଇ କାମରେ ମନ ଦେଲେ l


ରୋଷେଇ ସରୁ ସରୁ ରାତି ନଅଟା ବାଜିଲା l ଶାଶୁ ଶଶୁରଙ୍କ ରୁମ୍ ରେ ରାତିଖାଦ୍ୟ ରଖି ଦେଲେ ଶ୍ରୀୟା ଦେବୀ l ତା ପରେ ନବୀନ ବାବୁ ଓ ଶ୍ରୀୟା ଖାଇସାରି ନିଜ ଶୋଇବା ଘରେ ପଶିଲେ l ଯେ ପର୍ଯ୍ୟନ୍ତ ବିବାହିତ ଦମ୍ପତି କୋଳ ଶୁନ୍ୟ ସେପର୍ଯ୍ୟନ୍ତ ସେମାନଙ୍କ ମନରେ ଶାନ୍ତି ଆସେନା l ନାରୀର ନାରୀତ୍ୱ ସଫଳ ହୁଏ ଏକ ସନ୍ତାନର ମା ହେଲା ପରେ l ପ୍ରକୃତିର ଏହି ନିୟମର ବ୍ୟତିକ୍ରମ କେମିତି ବା ଶ୍ରୀୟା ଦେବୀ କରିବେ l ମନରେ ସନ୍ତାନ କାମନା l ଏଣେ ଥଣ୍ଡା ପାଗ ପ୍ରକୃତି ପୁରୁଷ ମିଳନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି l ନବୀନ ବାବୁ ମଧ୍ୟ ଇଛୁକ ବଂଶ ରକ୍ଷା ପାଇଁ l ସନ୍ତାନ ପ୍ରାପ୍ତିର ଅଭିଳାଷ ଶ୍ରୀୟା ଦେବୀ ଓ ନବୀନ ବାବୁଙ୍କ l ସୁତରାଂ ଦୁଇ ଜଣଯାକ ଆଉ କାଳ ବିଳମ୍ବ ନକରି ଶୀତର ତାଳେ ତାଳେ ଶୃଙ୍ଗାର ରସର ମଧୁର କମ୍ପନ ସୃଷ୍ଟି କରି ଚାଲିଲେ ପଲଙ୍କ ଉପରେ l କାମନାସିକ୍ତ ଦମ୍ପତିଙ୍କ ତନୁ ଯୁଗଳ ମିଶ୍ରିତରୂପ ଧାରଣ କରି ଶୟନକକ୍ଷର ପଲଙ୍କଟିକୁ ଅପୂର୍ବ ଶୋଭାରେ ମଣ୍ଡନ କରି ଚାଲିଲା ଉନ୍ମିଦ୍ର ଶୈତ ରାଜନୀରେ ସବୁଜ ନିଷ୍ପ୍ରଭ ଶଯ୍ୟାଲୋକ ତଳେ l ନବୀନ ବାବୁ ଓ ଶ୍ରୀୟା ଦେବୀ ସମ୍ପୂର୍ଣ୍ଣ ତୃପ୍ତି ଆସ୍ଵାଦନ କଲେ ବୈଧାନିକ ରାତ୍ରୀରତିକ୍ରିୟା ସମ୍ପାଦନରେ l


ରାତି ପାହି ସକାଳ ହେଲା l ବାଳ ସୂର୍ଯ୍ୟଙ୍କ ତୀର୍ଯକ ଶୀତଳ କିରଣ ଛିଟା ପ୍ରବେଶ କଲା ଵେଡ଼ ରୁମ୍ ରେ ଝରକା ଫାଙ୍କ ଦେଇ l ନବୀନବାବୁ ଓ ଶ୍ରୀୟା ଦେବୀଙ୍କ ସୁଖନିଦ୍ରା ଭଙ୍ଗ ହେଲା ସୁନେଲି କିରଣ ସ୍ପର୍ଶରେ l ଶ୍ରୀୟା ଦେବୀ ଶଯ୍ୟା ତ୍ୟାଗ କରି କବାଟ ଖୋଲି ମୁହଁହାତ ଧୋଇ ଘର କାମରେ ମଜ୍ଜି ଗଲେ l ନିତ୍ୟକର୍ମ ଇତ୍ୟାଦି ଶେଷ ହେଲା ଦିନ ଦଶଟା ପରେ l କାରଣ ଗତ ରାତିର ଦାମ୍ପତ୍ୟ ଶ୍ରମ ତାଙ୍କୁ ବାଧ୍ୟ କରିଥିଲା ଡେରିରେ ଉଠିବାକୁ l ନବୀନବାବୁଙ୍କ ନିଦ ଭାଙ୍ଗିଥିଲା ଦିନ ନଟା ବେଳେ l ତାଙ୍କ ଅଭ୍ୟାସ ଅନୁଯାୟୀ ବାପା ବୋଉଙ୍କୁ ପ୍ରଣାମ କରି କହିଲେ, " ଗୋଟାଏ କଥା କହିବାକୁ ମୁଁ ପୁରାପୁରି ଭୁଲି ଯାଇଥିଲି ବାପାବୋଉ ଆପଣମାନଙ୍କୁ" l ବାପା ପଚାରିଲେ, "କି କଥା ନବୀନ? " " ବାପା ପିକ୍ ନିକ୍ କଥା l ମୁଁ ଆଉ ଶ୍ରୀୟା ଦୁଇଜଣ ମନସ୍ଥ କରିଥିଲୁ ନୁଆଁ ବର୍ଷ ପାଇଁ ବଣ ଭୋଜି କରିବାକୁ ଶିମିଳିପାଳ ଅଭୟାରଣ୍ୟରେ l ମୁଁ ଟ୍ୟାକ୍ସି ଡ୍ରାଇଭରକୁ କାଲି ଆଡ଼ଭାନ୍ସ ଦେଇଦେଇଛି l ସେ କାଲି ଆସି ପହଞ୍ଚି ଯିବ l ତେଣୁ ଆପଣ ଆଉ ବୋଉ ରେଡି ହୁଅନ୍ତୁ l ଟିକେ ପ୍ରାକୃତିକ ପରିବେଶରେ ବୁଲି ଆସିଲେ ମନଭଲ ରହିବ ନିଶ୍ଚୟ l "

" ଠିକ୍ ଅଛି ପୁଅ l ଟ୍ୟାକ୍ସି କେତେବେଳେ ଆସିବ l " " କାଲି ସକାଳ ଛଟା ରେ " ଉତ୍ତର ଦେଲେ ନବୀନ ବାବୁ l


ତହିଁ ଆର ଦିନ ସକାଳ ଛଟାରେ ଟ୍ୟାକ୍ସି ଡ୍ରାଇଭର ଘର ଫାଟକର କଲିଂ ବେଲ୍ ଟିପିଲା l ନବୀନ ବାବୁ, ଶ୍ରୀୟା ଦେବୀ, ନବୀନ ବାବୁଙ୍କ ବୋଉବାପା ଟ୍ୟାକ୍ସିରେ ବସିଗଲେ ନୁଆଁ ବର୍ଷକୁ ଅଭିଵାଦନ ପୂର୍ବକ l ଟାକ୍ସି ଆଗେଇ ଚାଲିଲା ଶିମିଳିପାଳ ଅଭିମୁଖେ ପଛରେ ଛାଡ଼ି ଚାରି ମହଲା ନବୀନବାବୁଙ୍କ କୋଠାକୁ ଶୁନ୍ୟ ମହଲରେ ରୂପାନ୍ତରିତ କରି l କେବଳ ବଡ଼ ନୁଆଁ ପିତଳ ନାଭଟଲ୍ ତାଲାଟା ଝୁଲି ରହିଥାଏ ମହଲ ଫାଟକ କୁହୁଣ୍ଡାରେ ସୁନେଲି ସୂର୍ଯ୍ୟରଶ୍ମିକୁ ପ୍ରତିଫଳିତ କରି l

     


Rate this content
Log in