STORYMIRROR

ABADHOOT PANDA

Others

4.2  

ABADHOOT PANDA

Others

ଆମ ଗାଁ ସ୍କୁଲ୍

ଆମ ଗାଁ ସ୍କୁଲ୍

6 mins
441


     -ଆମ ଗାଁ ସ୍କୁଲ୍-

❤❤❤❤❤❤❤❤

ଗାଁ ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟରେ ମୁଁ ଷଷ୍ଠ ଶେଣୀରେ ପାଠ ପଢ଼ୁଥିଲି l ଆଉ ଶ୍ରେଣୀରେ ସର୍ବଦା ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲି ଯେଉଁଥି ପାଇଁ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୁରୁଜନମାନେ ଅତ୍ୟଧିକ ଆଦର କରୁଥିଲେ l 


ସେତେବେଳେ ଆମ ବିଦ୍ୟାଳୟ ଉତ୍ତରେଶ୍ୱର ଶିବ ମନ୍ଦିର ପାଖେ ଥିଲା l ଦିନେ ଖରା ବେଳେ ଖାଇବା ଛୁଟିରେ ମନ୍ଦିର ବେଢ଼ା ଭିତରକୁ ଜଳଖିଆ ବାକ୍ସ ଧରି ଗଲି l ବେଢ଼ା ଭିତରେ ଥିବା ବରଗଛ ତଳେ ବସି ବାକ୍ସ ଖୋଲି ମା ଦେଇଥିବା ଜଳଖିଆ ଖାଇବାକୁ ଲାଗିଲି l କାହିଁକିନା ଆମ ବିଦ୍ୟାଳୟ ଛାତ ଟାଇଲି ଛପର ଯୋଗୁଁ ଭିତରେ ଭାରି ଗରମ ଲାଗିଲା l ଖାଇସାରି  ହାତମୁହଁ ଧୋଇବାକୁ ବାଉଳି ଭିତରକୁ ପଶିଲି l ତାପରେ ମୁହଁ ହାତ ଧୋଇସାରି ଉପରକୁ ଆସିଲି l 


ହଠାତ୍ ବରଗଛ ଉପରୁ "ଓଁ ନମଃ ଶିବାୟ " ମନ୍ତ୍ର ଧ୍ୱନି ମୋ କାନରେ ପଡ଼ିଲା l ମୁଁ ଆଶ୍ଚର୍ଯ୍ୟ ହେଇଯାଇ ବରଗଛ ଉପରକୁ ଚାହିଁଲି ଆଉ ଦେଖିଲି ଜଣେ ଅଘୋରୀ ବାବା ବସିଛନ୍ତି ଓ ପିତଳ ଚିଲମରେ ଗଞ୍ଜେଇ ଟାଣୁଛନ୍ତି l ମୁଁ ଗଛ ମୂଳକୁ ଯାଇ ତାଙ୍କୁ ନମସ୍କାର କଲି ଓ ପଚାରିଲି, " ବାବା ଆପଣ କୋଉଠୁଁ ଆସିଛନ୍ତି l ଗଛ ଉପରେ କାହିଁକି ବସିଛନ୍ତି? " ବାବା ମୋ ମୁହଁକୁ ଚାହିଁ କହିଲେ, " ମେଁ ତୁମ୍ହାରା ଭାଷା ନହିଁ ଜାନ୍ତା l ତୁମ ହିନ୍ଦି ମେ ବାତଚିତ୍ କରୋ l " 


ମୁଁ ବି ପୁରାପୁରି ହିନ୍ଦି କହି ପାରୁନଥିଲି l ତେଣୁ ଓଡ଼ିଆ ମିଶା ଖଣ୍ଡି ଖଣ୍ଡିକିଆ ହିନ୍ଦି କହିବାକୁ ଚେଷ୍ଟା କଲି ଜୀବନରେ ପ୍ରଥମ ଥର ପାଇଁ l " ହାଁ ଜୀ ଆପ୍ ଇତ୍ନି କଡ଼ି ଧୂପ୍ ମେ କ୍ୟୁଁ ପେଡ଼ କେ ଉପର ବୈଠକର ଆପ୍ ଗାଞ୍ଜା ପି ରହେ ହୈଂ l ଆପ କାହାଁ ସେ ଆଏ ହୈଂ ଜରା ବତାଇଏ ମହାରାଜ୍ l" ବାବା ଉତ୍ତର ଦେଲେ," ମୈ ଏକ ଅଘୋରୀ ସାଧୁ ହୁଁ l ବନାରସ୍ କା ସ୍ମଶାନ୍ ଘାଟ ପର ମେରା ବସେରା ହୈଂ l ଗର୍ମି ସେ ଛୁଟକାରା ପାନେ କେ ଲିଏ ଇହାଁ ପର ବୈଠା ହୁଁ l ମୁଝେ ଉତ୍ତେରେଶ୍ଵର ବାବାକା ହୁକୁମ୍ ହୁଆଥା ଏକ ମହିନା ପହଲେ l ଇସଲିଏ ମୈ ଅୟା ହୁଁ l " ତା ପରେ ବାବା " ଜୟ ଭୋଲେ ନାଥ କହି ଗଛ ଶାଖା ଉପରୁ ତଳକୁ ଡିଆଁ ମାରିଦେଲେ ଓ ବାଉଳିରୁ ପାଣି ପିଇଲେ l ପିଇସାରି ମତେ କହିଲେ, " ବେଟା ତୁମ୍ ଜାନ୍ତେ ନେହିଁ ୟେ ଶିବଜୀ କା ଧାମ୍ ମେ ଐସା ଏକ ଜଗହ ହୈ ଜହାଁ ପର ଶବ୍ ରଖନେ ସେ ଉସ୍ ମେ ଜାନ୍ ଆ ଯାଏଗା l ମଗର ୱ ବାତ କୋଇ ନେହିଁ ଜାନ୍ ତା l " ମୋ ମନରେ କୌତୁହଳ ଆସିଲା l ମୁଁ ପଚାରିଲି, " ଜୀ ମୈ ବଡ଼ା ଉତ୍ସୁକ୍ ହୁଁ ଜାନ ଲେକେ ଲିଏ କ୍ୟା ଆପ୍ ମୁଝେ ବତା ସକ୍ ତେ ହୈଂ? " ହାଁ ବେଟା l ମଗର ମେରା ଏକ ସର୍ତ୍ତ ହୈଂ କୀ ତୁମ କିସିକୋ ନେହିଁ ବତାଓଗେ l ଅଗର ତୁମ ବୋଲ୍ ଦିଆ ତୋ ତୁମ ଜିନ୍ଦଗୀ ଭର ଗୁଂଗା ବଂଜାଓଗେ l " ମୁଁ କହିଲି ହାଁ ଜୀ ମୈ ପକ୍କା ୱାଦା କର୍ତ୍ତା ହୁଁ କୀ ୟେ ରାଜ଼ କିସିକୋ ନେହିଁ ବତାଉଙ୍ଗା l " " ଠିକ୍ ହୈ ମେରେ ସାଥ ଆଓ ସ୍ମଶାନ୍ କେ ପାସ୍ l " 


ଏତିକି କହି ମୋ ହାତ ଧରି ଟାଣି ଟାଣି ମନ୍ଦିର ପାଖ ମଶାଣି ପାଖରେ ଥିବା ଗୋଟାଏ ଓସ୍ତ ଗଛ ମୂଳକୁ ନେଇଗଲେ l ଗଛ ମୂଳେ ଥିବା ଏକ ବଡ଼ ପଥର ଆଡ଼କୁ ଆଙ୍ଗୁଠି ଦେଖେଇ କହିଲେ, " ହାଁ ବେଟା ୱହ ପଥର କୀ ନୀଚେ ଯୋ ଜମୀନ୍ ଦେଖତେ ହୋ ୱହି ହୈ l " ତାପରେ କହିଲେ, "ଏକ ବାତ୍ ହୈ ବେଟା l ମୈ ପେଡ଼ ପର ତିନ୍ ରୋଜ୍ ହୋ ଗୟା ବୈଠା ରହା ଥା l ଫିର ଭି ତୁମ୍ହାରା କୋଇ ଭି ଗାଓଁ ୱାଲା ମୁଝେ ଦେଖ ସକା ନେହିଁ l ତୁମ୍ ସିରଫ ଏକ ଛୋକ୍ ରା ହୋ ଯୋ ମୁଝେ ଦେଖ ସକା l ମୈ ତୁଝେ ଆଶୀଷ ଦେତା ହୁଁ କୀ ତୁମ୍ ହମେଶା ତନ୍ଦରୁସ୍ତ ରହୋଗେ ଔର ପଢ଼ାଇ ମେ ବହୁତ୍ ଅଚ୍ଛା କରୋଗେ ଜିନ୍ଦଗୀ ତମାମ୍ l 

ଆଚ୍ଛା ଠିକ୍ ହୈ ମୈ ଚଲ୍ ତା ହୁଁ ବେଟା l " ମୁଁ ତାଙ୍କୁ ନମସ୍କାର କରିସାରି ଠିଆ ହେଲି l ତାପରେ ମତେ ବାବା ନିର୍ଦ୍ଦେଶ କଲେ, " ଆଁଖ ବନ୍ଦ କରୋ " l ମୁଁ ଆଖି ବନ୍ଦ କରିଦେଲି ସାଙ୍ଗେ ସାଙ୍ଗେ l ଆଖି ଖୋଲି ଦେଖିଲି ଅଘୋରୀ ବାବା ଅନ୍ତର୍ଦ୍ଧ୍ୟାନ୍ l ଚାରିଆଡ଼େ ଆଖି ବୁଲେଇଲି ଅଥଚ ବାବାଙ୍କ ଦର୍ଶନ ମିଳିଲାନି l ମୁଁ ଉତ୍ତରେଶ୍ୱର ମହାପ୍ରଭୁ ଙ୍କୁ ମୁଣ୍ଡିଆ ମାରି ସ୍କୁଲ୍ କୁ ଫେରି ଆସିଲି l ହାତ ଘଣ୍ଟାକୁ ଚାହିଁ ଜିଭ କାମୁଡ଼ି ପକେଇଲି l ଭାବିଲି ଆଜି ନିଶ୍ଚୟ ସାର ଙ୍କ ଠୁଁ ବେତ ମାଡ଼ ଖାଇବି l 


କିନ୍ତୁ କ୍ଲାସ୍ ରୁମ୍ ଭିତରକୁ ପଶିଗଲି l ରିସେସ୍ ସମୟ ଠାରୁ ଅଧଘଣ୍ଟା ଡେରି l ଆମ ବିଶ୍ୱନାଥ ସାର ଭୂଗୋଳ ପଢ଼ାଉ ଥିଲେ l " ମେ ଆଇ କମ୍ ଇନ୍ ସାର " " ୟେସ୍ କମ୍ ଇନ୍ " ସାର ମୋ ମୁହଁ କୁ ଚାହିଁଲେ ହାତରେ ବେତ ବାଡ଼ି ଥିଲେ ବି ବାଡ଼େଇଲେନି ଆଉ କହିଲେ, " ଏତେ ଡେରି କଣ କଲୁ l ତୋର ଖାଇବାଟା କଣ ଅଧଘଣ୍ଟା? ଡେରିର କାରଣ ଟା କହ l " ସାରଙ୍କୁ ସବୁ କଥା କହିଲି ଶବଜୀବନ୍ୟାସ ବ୍ୟତୀତ l ସାର ବହୁତ୍ ଖୁସି ହେଇଗଲେ ମୋ ପିଠିରେ ହାତ ବାଡ଼େଇ କହିଲେ, "ବାଃ ତୁ ଜଣେ ଭାଗ୍ୟବାନ୍ ଛାତ୍ର l ଯା ତୋ ସିଟରେ ବସ୍ l " 


ଶିକ୍ଷାନବୀଶ ମନ l କୈଶୋରର ଜିଜ୍ଞ୍ୟାସୁ ମାନସରେ କଳେବଳେକୌଶଳେ ଜ୍ଞାନ ଆହରଣ କରିବାର ଅଭିପ୍ସା ଅବିରତ ଜାଗ୍ରତ l ତେଣୁ ମୁଁ ପଚାରିଲି, " ଅଚ୍ଛା ସାର ମୋର ଭାରି ଜାଣିବାକୁ ଇଛା ହେଉଛି ସେଇ ଅଘୋରୀ ସାଧୁଙ୍କ ବିଷୟରେ l ଟିକେ କୁହନ୍ତୁ l " ତାପରେ ସାର ଭୂଗୋଳ ବହିଟିକୁ ଟେବୁଲ୍ ଉପରେ ଥୋଇ ଦେଇ କହିଲେ, " ତାହେଲେ ଶୁଣୁ l ସେମାନେ ଅଘୋରୀ l ପକ୍କା ଶିବ ଭକ୍ତ l ଶିବ ଯେମିତି ମଶାଣିରେ ରହିବାକୁ ଭଲ ପାଆନ୍ତି ସେମାନେ ବି ସେମିତି ଭଲ ପାଆନ୍ତି l ଯୁଇ ଭିତରୁ ଖଣ୍ଡେ ଖଣ୍ଡେ ପୋଡ଼ା ମାଂସ ଆଣି ଖାଦ୍ୟ ରୂପେ ବ୍ୟବହାର କରନ୍ତି l ମଣିଷ ଖପୁରିରେ ପାଣି ପିଅନ୍ତି l ଖଣ୍ଡେ କୌପିନ ପିନ୍ଧି କିମ୍ବା ପୁରାପୁରି ଲଙ୍ଗଳା ରୁହନ୍ତି l ସାରା ଦେହରେ ଚିତାଭସ୍ମ ବୋଳି ହୁଅନ୍ତି l କାହା ସହିତ

ମିଶନ୍ତି ନାହିଁ କି କଥା ବାର୍ତ୍ତା କରନ୍ତିନି l 


ଚିତାଭସ୍ମ କଣ ବୁଝି ପାରୁଛୁ ତ? " " ନା ସାର "      " ଚିତାଭସ୍ମ " ମାନେ ମ୍ମୁର୍ଦ୍ଦାର ପୋଡ଼ା ପାଉଁଶ l କିନ୍ତୁ ଲୋକମାନେ ସେମାନଙ୍କୁ ଦେଖି ଡରି ଯାଆନ୍ତି l ତାଙ୍କ ପାଖକୁ ଆଦୌ ଯାଆନ୍ତିନି l ସେ ମାନେ ସିନା ଦେଖିବାକୁ ଉପରେ ଭୟଙ୍କର ମାତ୍ର ସେମାନଙ୍କ ଅନ୍ତର ଭାରି କୋମଳ l ଜନ କଲ୍ୟାଣ ସେମାନଙ୍କ ପରମ ଧର୍ମ l ସେମାନେ ସଚ୍ଚୋଟ ଓ ସତ୍ୟ ପ୍ରିୟ l ଗଞ୍ଜେଇ ଟିକେ ଖାଆନ୍ତି l କାରଣ ସେମାନଙ୍କର ନିପାତନ ସିଦ୍ଧ ମାନସିକତା ଆୟତାଧୀନ ରୁହେ l ଆଉ ମଧ୍ୟ ସେମାନଙ୍କ ବିଭୁତି ଅଛି l " କଥା ମଝିରେ ମୁଁ କହିଲେ," ସାର ମୁଁ କେତୋଟି ଶବ୍ଦ ବୁଝି ପାରୁନି l ମତେ ଟିକେ ବୁଝେଇ ଦିଅନ୍ତୁ l " " କୋଉ ଶବ୍ଦ " " ସାର ନିପାତନ ସିଦ୍ଧ ଆଉ 

ବିଭୁତି " ସାର ବୁଝେଇଲେ, " ନିପାତନ ଶବ୍ଦ ଅର୍ଥ ଯାହାକୁ ଵା ଯାହାର ସ୍ଵଭାବକୁ ତୁମେ କୌଣସି ସ୍ଥାନରେ ଦେଖିପାରିବ ନାହିଁ l ମଣିଷ ସମାଜରେ ଆଦୌ ମିଳିବନି ସେମିତିକା ଚେହେରା ଆଉ ଗୁଣ l ସିଦ୍ଧ ମାନେ ସାଧନା କରି କରି ସେଥିରେ ନିପୁଣ ହୁଅନ୍ତି l ତୁ ଯେମିତି ଭଲି ଖେଳି ଖେଳି ଏକ୍ସପର୍ଟ l ସେମାନେ ସେମିତି ଯୋଗ ସାଧନା କରି କରି ଓସ୍ତାଦ୍ l ତେଣୁ ନିପାତନ ସିଦ୍ଧ ମାନେ ତୁ ସେପରି ଅଘୋରୀ ସାଧୁମାନଙ୍କ ପରି ଗୁଣବାନ ଚେହେରାବାନ୍ ଲୋକ ଯୁଆଡ଼େ ବି ଖୋଜିଲେ ପାଇବୁନି l କେବଳ ମଶାଣିରେ ମିଳିବେ l 


ସେମାନେ ସେମାନଙ୍କ ବିଚିତ୍ର କାମ ଆଉ ସ୍ଵଭାଵ ଚରିତ୍ର ପାଇଁ ସେମାନଙ୍କୁ ନିପାତନ ସିଦ୍ଧ କୁହାଯାଏ l ହଁ ତାପରେ" ବିଭୁତି " l ବିଭୁତି ମାନେ ତୁ ଭାବୁଥବୁ ମନ୍ଦିରରେ ଵା ଦେଵଦେବୀଙ୍କ ପାଖରେ ଧୂପ ଜାଳି ଵା ଅଗରବତୀ ଜାଳିଵା ପରେ ଯେଉଁ ପାଉଁଶ ମିଳେ ତାକୁ ବିଭୁତି କୁହନ୍ତି କିନ୍ତୁ ସେଇ ପାଉଁଶ ବଭୁତି ନୁହେଁ l କିନ୍ତୁ ଅଘୋରୀ ଵା ସିଦ୍ଧ ଯୋଗୀଙ୍କ ଭିତରେ ଏକ ଆଧ୍ୟାତ୍ମିକ ଶକ୍ତି ଥାଏ ଯାହାକୁ ଭିଭୂତି କୁହନ୍ତି l ସେମାନେ ସେଇ ଶକ୍ତିକୁ ବୃଥାରେ ବ୍ୟବହାର କରନ୍ତିନି l ଯେକୌଣସି ଲୋକ କିଛି ଅସୁବିଧାରେ ପଡ଼ି ସେମାନଙ୍କ ପାଖକୁ ଗଲେ ସେଇ ବିଭୁତି ବଳରେ ତାଙ୍କର ଦୁଃଖକଷ୍ଟ ଦୂର କରନ୍ତି l ସେମାନଙ୍କ ମଣିଷ ସମାଜ ସେବା ସେମାନଙ୍କୁ ମହାନ୍ କରିଛି l କେବଳ ଯିଏ ଜାଣିବା ଲୋକ ସେ ଜାଣିବ l ଭଦ୍ରଶିକ୍ଷିତ ସମାଜ ଲୋକେ ଜାଣି ପାରିବେନି l 


ସେଇ ବାବାଙ୍କ ଗଛ ଉପରେ ଅଖିଆ ଅପିଆ ବସିବା ହେଉଛି ହଟ ଯୋଗର ପ୍ରଭାବ l ହଠାତ୍ ଅଦୃଶ୍ୟ ହେଇଯିବା ହେଉଛି ହଠ ଯୋଗର ଏକ ବିଭୁତି l ସେହି ଶକ୍ତିରେ ସେ ପୃଥିବୀର ଯେକୌଣସି ଜାଗାକୁ ଜଳ ସ୍ଥଳ ଆକାଶକୁ ଅଦୃଶ୍ୟ ହେଇ ଯାଇପାରିବେ l ଅସାଧ୍ୟ ସାଧନ କରି ପାରିବେ ମାନବ କଲ୍ୟାଣ କରନ୍ତି l ଯେଉଁ ଶକ୍ତି ଓ ବିଭୂକ୍ତି ହନୁମାନ ଜୀଙ୍କ ପାଖରେ ଅଛି l ବୁଝିଲୁ ତ l ତୁ ବହୁତ୍ ଭାଗ୍ୟବନ୍ତ ଆଜି ଶିବଙ୍କ ନର ସ୍ୱରୂପ ଅଂଶ ଦର୍ଶନ କରି ପାରିଲୁ " " ହଁ ସାର ବୁଝିଗଲି l " ସମସ୍ତ ସହପାଠୀ ସହ ପାଠିନୀଗଣ ମଧ୍ୟ ଖୁସିରେ ତାଳି ମାରି ମତେ ବାହା ବାହା ଦେଲେ l ଗାଁର ସରପଞ୍ଚ ମଧ୍ୟ ଯୋଗକୁ ସ୍କୁଲରେ ପହଞ୍ଚିଲେ l ସାର ତାଙ୍କୁ ମୋ ବିଷୟରେ କହିଲେ l ସେ ବି ଆଶ୍ଚର୍ଯ୍ୟ ହେଇ ମତେ କୁଣ୍ଢେଇ ପକେଇଲେ ଅତି ଆନନ୍ଦରେ l ଚାହୁଁ ଚାହୁଁ ଅପରାହ୍ନ ପାଞ୍ଚଟା ବାଜିଲା l ସ୍କୁଲ୍ ପିଅନ ଦାମା ଘଣ୍ଟ ବାଡ଼େଇ ଛୁଟି ଘୋଷଣା କଲା l ସାରମାନେ ସାଇକେଲ୍ ଚଢ଼ି ଆଉ ଆମେମାନେ ନିଜ ନିଜ କନା ତିଆରି ବହିବସ୍ତାନି କାନ୍ଧରେ ଝୁଲେଇ ଘରମୁହାଁ ହେଲୁ l 


ଘରେ ବହି ବସ୍ତାନି ରଖି ମାଙ୍କୁ କହିଲି,' ମା ମୁଁ ଖେଳିବାକୁ ଯାଉଛି l " ପ୍ରକୃତରେ ମୋ ପିଲା ମନର କୌତୁହଳତା ମୋତେ ମାଙ୍କୁ ମିଛ କହିବାକୁ ବାଧ୍ୟ କଲା lମୁଁ ପୁଣି ଉତ୍ତରେଶ୍ଵର ମନ୍ଦିର ପାଖ ଅଶ୍ୱତଥ ଗଛ ମୂଳକୁ ସାଇକେଲରେ ଗଲି l ଯାହା ଦେଖିଲି ମୋ ଆଖି ଖୋସି ହେଇଗଲା l ସେହି ଜାଗା ରେ ଗଛ ନଥିଲା କି ପଥର ନଥିଲା l କେବଳ ଗୋଟାଏ ଗାତ ଥିଲା l ସେଇ ଗାତ ଭିତରୁ ଗୋଟାଏ ଅହିରାଜ ସାପ ମୁହଁ ଭାହାର କରି ଗର୍ଜୁ ଥାଏ l ତାପରେ ଘରକୁ ଫେରି ଆସିଲି l ଆଜି ମୁଁ ଜଣେ ବରିଷ୍ଠ ନାଗରିକ l ପ୍ରଉଢ଼ତ୍ବ ଅତିକ୍ରମ କରି ବାର୍ଦ୍ଧକ୍ୟ ମହଲର ଏରୁଣ୍ଡି ବନ୍ଧ ଟପି ମହଲ ଭିତର କୁ ପଶିଗଲିଣି l ତଥାପି ପିଲା ଦିନ ସ୍କୁଲ୍ ଦିନର ସେଇ ଚିର ସବୁଜ ସ୍ମୃତି ମୋ ମାନସ ପଟ୍ଟରେ ଉଙ୍କି ମାରି ଚାଲିଛି l ଅଘୋରୀ ବାବାଙ୍କ ବଚନ ଓ ନିର୍ଦେଶ ଶିରୋଧାର୍ଯ୍ୟ l କଳିଯୁଗିଆ ଜନସମାଜ ନିମିତ୍ତ ସେଇମୃତ୍ୟୁ ସଂଜୀବନୀ ଆସନ ସମ୍ପୂର୍ଣ୍ଣ ଗୁପ୍ତ ଓ ଲୁକ୍କାୟିତ l କାରଣ ସେପରି ପବିତ୍ର ସ୍ଥାନ ଅମୃତ ସ୍ପର୍ଶା l ସେହି ସ୍ଥାନକୁ ଦୃଶ୍ୟମାନ କରି ଜଗନ୍ନାଥ ମହାପ୍ରଭୁଙ୍କ କଳକୀ ଲୀଳା ରେ ବାଧା ସୃଷ୍ଟି କରିବା ବୋଧେ ପ୍ରଭୁ ଉତ୍ତରେଶ୍ଵରଙ୍କ ଆଦୌ ଇଚ୍ଛା ନାହିଁ l କାରଣ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସେଠି ପ୍ରଥମ ମହାଭାରତ ଯୁଦ୍ଧର ଶ୍ରୀଗଣେଶ କରାଇ ଥିଲେ ପାଣ୍ଡବମାନଙ୍କ ଅଜ୍ଞାତ ବାସ ସମୟରେ l 


ଯାହା ବି ହେଉ କିନ୍ତୁ ତଥା କଥିତ ଅଘୋରୀ ବାବାଙ୍କ କଟକଣାମୂଳକ ନିର୍ଦ୍ଦେଶ ଅନୁଯାୟୀ ଏ ଯାଏଁ ମୁଁ କାହା ଆଗରେ ମୁହଁ ଖୋଲିନି ଏହି ମହାମୃତ୍ୟୁଞ୍ଜୟ ତତ୍ତ୍ୱ ବିଷୟରେ l ଏବେ ଯେତେବେଳେ ବି ମୁଁ ସସ୍ତ୍ରୀକ ନାତି ନାତୁଣୀଙ୍କ ସହିତ ଗାଁକୁ ବୁଲି ଯାଏ ଆଉ ଉତ୍ତରେଶ୍ୱର ମନ୍ଦିର ଦର୍ଶନ କରୁ ସେହି ମଶାଣି କଡ଼େ ଥିବା ଓସ୍ତ ଗଛଟିକୁ ନମସ୍କାର କରେ ଓ କୁହେ ହେ ମହାପ୍ରଭୁ ଘୋର କଳିକାଳ କବଳରୁ ଆଧୁନିକ ମାନବ ସମାଜକୁ ଉଦ୍ଧାର କରନ୍ତୁ ଏବଂ ମଣିଷମାନଙ୍କୁ ଭକ୍ତି ରସାତ୍ମକ ଦିବ୍ୟାଲୋକ ଦ୍ୱାରା ଉଦ୍ଭାସିତ କରନ୍ତୁ l ଆଉ ମଧ୍ୟ ସମସ୍ତଙ୍କୁ ସୁସ୍ଥ ସବଳ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ l ଏହା ହିଁ ମୋର ପ୍ରାର୍ଥନା l 

    ❤❤❤❤❤

       



Rate this content
Log in