ABADHOOT PANDA

Others

4  

ABADHOOT PANDA

Others

ମୋଟୁର ମୋଟାଇ

ମୋଟୁର ମୋଟାଇ

4 mins
41


ମୋଟୁ ଗୋଟାଏ ଦୁଷ୍ଟ ପିଲା l ବୟସ ଦଶ ବର୍ଷ l ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼େ l ଦୁଷ୍ଟ ହେଲେ କଣହେଲା ଶ୍ରେଣୀରେ ପ୍ରତି ପରୀକ୍ଷାରେ ଫାଷ୍ଟ ହୁଏ l ତେଣୁ ଟିଚର ମାନେ ତାକୁ ଆଦର କରନ୍ତି l କାହିଁକି ନା ସେ ସ୍କଲ୍ ସମୟ ଭିତରେ ଦୁଷ୍ଟାମୀ କରେନି l ଛୁଟି ପରେ ଦୁଷ୍ଟାମୀ କରେ l ତାର ଦୁଷ୍ଟାମୀ ସେମିତି କିଛି ଖରାପ ନୁହେଁ l ତାର ଯଦି ଇଛା ହୁଏ କିଛି କରିବା ପାଇଁ ସେ ସାଙ୍ଗେ ସାଙ୍ଗେ କରିପକାଏ l ଯଦି ତାର ଇଚ୍ଛା ହୁଏ ଆମ୍ବ ଖାଇବାକୁ ଖୋଜି ଖୋଜି ଗାଁ ବାଲାଙ୍କ ବାଡ଼ିରେ ପଶି ପାଚିଲା ଆମ୍ବ ଢେଲା ମାରି ତୋଳି ଖାଏ l ବାପା ଜଣେ ଛୋଟ ଚାଷୀ l ମା ଘର କାମ କରନ୍ତି l ମୋଟୁ ଗୋଟାଏ ପୁଅ ସେମାନଙ୍କ l ତେଣୁ ସେମାନେ ତାକୁ ପାଖ ଛଡ଼ା କରନ୍ତିନି l


ଆସ୍ତେ ଆସ୍ତେ ମୋଟୁ ବଡ଼ ହେଲା l ତାର ଦୁଷ୍ଟାମୀ ଏକ୍ ଦମ୍  କମିଗଲା l ମାଟ୍ରିକ ପରୀକ୍ଷାରେ ବେଷ୍ଟ ଟେଂଥ ପାଇଲା l ବାପା ମାଙ୍କ ମନ କୁଣ୍ଢେ ମୋଟ l ଟିଚରମଣ୍ଡଳୀରେ ପ୍ରଶଂସା ପାଇଲା l କଲେଜରେ ପଢ଼ାଇ ବାକୁ ବାପାଙ୍କ ସମ୍ବଳ କମ୍ l ତେଣୁ ନିଜେ ଟ୍ୟୁସନ କରି ପଇସା କମେଇବାକୁ ଚାହିଁଲା l ଯାହା ବି ହେଉ ବାପା ଗାଁ ମହାଜନ ପାଖରୁ କରଜ ଆଣି ତାର ଗାଁ କଲେଜ ରେ ନା ଲେଖାଇ ଦେଲେ l ଟ୍ୟୁସନ ପଇସା ସଂଚୟ କରି କରି ଗାଁରେ ଗୋଟାଏ ପାନ ଦୋକାନ ଖୋଲିଦେଲା l ମହାଜନର କରଜ ଟଙ୍କା ସୁଝି ଦେଲା l ଡିଷ୍ଟିଙ୍କସନରେ ବି. ଏ. ପାସ୍ କଲା l


ତାପରେ ପୁଣି ପାଠ ପଢ଼ାରେ ମନ ଦେଲା l କମ୍ପୁଟର ସାଇନ୍ସ ପଢ଼ି ପିଜିଡିସିଏ କରି ଭଲ କମ୍ପାନୀ ରେ ଚାକିରୀ କରି ମାସକୁ ଷାଠିଏ ହଜାର ଟଙ୍କା ପାଇଲା l ଭଗବାନ ଉଦଯୋଗୀ ପୁରୁଷକୁ ସାହାଯ୍ୟ କରନ୍ତି l ମୋଟୁ ତାର ନିଜର ବିଦ୍ୟା ବୁଦ୍ଧି ଖଟେଇ ପ୍ରଚୁର ଅର୍ଥ ରୋଜ ଗାର କଲା l ସେ ନିଜେ ଏକ ଗରିବ ପରିବାରର ପୁଅ l ଗରିବୀ ଦୁଃଖ କଣ ସେ ଛୋଟ ବେଳୁ ଜାଣିଥିଲା l କୋଟି ପତି ହେଲେବି ସେ କେବେ ନିଜର ନୀତି ଆଉ ମାନବିକତା ହରାଇନଥିଲା l ନିଜ ଗାଁର ଗରିବ ଶ୍ରେଣୀର ଲୋକମାନଙ୍କ ପ୍ରତି ତା ମନରେ ଦୟା ଆସିଲା l ସେମାନଙ୍କ କଲ୍ୟାଣ ପାଇଁ ନିଜ ଜାଗା ଉପରେ ବିଭିନ୍ନ ରକମର ବେପାର ଆରମ୍ଭ କଲା l ଯଥା ମହୁ ଚାଷ, ଡାଏରୀ ଫାଂର୍ମିଙ୍ଗ,ପାମ୍ପଡ଼ ଫାକ୍ଟ୍ରି, ସୂର୍ଯ୍ୟମୁଖୀ ଫୁଲ ଚାଷ,ଠୁଙ୍ଗା ତିଆରି ଇତ୍ୟାଦି ଲଘୁଉଦ୍ୟୋଗ କେନ୍ଦ୍ର ବସେଇଲା l ଗାଁର ଗରିବ ସ୍ୱାମୀସ୍ତ୍ରୀମାନେ ତାର ନିଜ ସଂସ୍ଥାରେ କାମ କଲେ l


ମୋଟୁ ନିଜେ ବଞ୍ଚି ଅନ୍ୟମାନଙ୍କୁ ବଞ୍ଚେଇ ପ୍ରତଷ୍ଠିତ କରାଇଲା l ସମସ୍ତଙ୍କ ଆଶୀର୍ବାଦ ସେ ପାଇଲା l ସେତିକିରେ ସେ ସନ୍ତୁଷ୍ଟ ହେଲାନି l ତାର ଆଦର୍ଶ ଥିଲା ପରୋପକରାୟ ସ୍ବର୍ଗୟ l ସରକାରଙ୍କ ନାରୀ ସଶକ୍ତି କରଣ ଯୋଜନାକୁ ସଫଳ କରିବାକୁ ଇଛା କଲା l ତେଣୁ ନିଜ ଗାଁରେ ଘର ଘର ବୁଲି ମହିଳାମାନଙ୍କୁ ବୁଝେଇଲା l ବିଶେଷ କରି ଗାଁର କୁମାରୀ ଛାତ୍ରୀମାନଙ୍କ ପାଇଁ ବ୍ୟାୟାମ ଶାଳା ଓ ପହଁରା ଶିଖିବା ପାଇଁ ସ୍ବିମିଙ୍ଗ ପୁଲ୍ ଖୋଲିଲା l ଗାଁର ରକ୍ଷଣଶୀଳ ବାପାମା ନିଜ ନିଜ ଝିଅମାନଙ୍କୁ ଅନୁମତି ଦେଲେନି କୁସ୍ତି କସରତ ଶିଖିବା ପାଇଁ l ତେଣୁ ମୋଟୁ ସେମାନଙ୍କୁ ଭଲ ଭାବେ ବୁଝେଇ ଦେଲା l ସମସ୍ତେ ରାଜି ହେଲେ ଶେଷରେ l ଝିଅମାନେ ହାଇସ୍କୁଲ ସ୍ତରରୁ ବ୍ୟୟାମ ଶିକ୍ଷା କରି ନିଜ ନିଜ ସ୍ୱାସ୍ଥ୍ୟ ଭଲ ରଖି ପାରିଲେ l ଆଉ ମଧ୍ୟ ମୋଟୁ ଜୁଡୋ କରାଟି ମାଷ୍ଟରଙ୍କୁ ଡାକି ଗାଁ ପୁଅ ଝିଅମାନଂକୁ ସାମରିକ କୌଶଳ ଶିଖାଇଲା l କିଛି ବର୍ଷ ପରେ ମୋଟୁର ଗାଁ ଶ୍ରୀରାମପୁର ଏକ ଆଦର୍ଶ ଗ୍ରାମରେ ପରିଣତ ହୋଉ ପାରିଲା l ଗାଁରେ କେହି ଗରିବ କିମ୍ୱା ବେକାର ରହିଲେନି l ଗାଁ ଲୋକ ସଂଖ୍ୟା ପାଞ୍ଚ ହଜାର l ବରିଷ୍ଠ ନାଗରିକମାନେ କୁହାକୁହି ହେଲେ - ଏଇ ମୋଟୁ ପିଲାବେଳେ ଏତେ ଦୁଷ୍ଟ ଥିଲା ଯେ ଆମେ ବିଶ୍ୱାସ କରୁନଥିଲୁ ସେ ଦିନେ ଆମ ଗାଁର ନାଁ ରଖିବ l ଈଶ୍ବର ତାର ମଙ୍ଗଳ କରନ୍ତୁ l ଗାଁର ଯୁବଗୋଷ୍ଠୀମାନେ ମୋଟୁକୁ ମେଡିଆ ସାମ୍ନାକୁ ଆଣିବାକୁ ଚାହିଁଲେ କିନ୍ତୁ ସେ ରାଜି ହେଲାନି l କାରଣ ସେ ନିଜର ପ୍ରଶଂସା ଶୁଣିବାକୁ ଇଚ୍ଛା କରୁ ନଥିଲା l ତାର ଥିଲା ଉଚ୍ଚ ନୈତିକ ମାନ l ସତ କେବେବି ଲୁଚି ରହେନା l ଦିନେ ନା ଦିନେ ଫୁଟି ବାହାରେ l


ମୋଟୁର ଜନ କଲ୍ୟାଣ କର୍ମ ଓ ମାନବୀୟ ଗୁଣ ତୁଣ୍ଡ ବାଇଦରେ ସହସ୍ର କୋଶ ବ୍ୟାପି ଗଲା ବସନ୍ତର ମୃଦୁ ମଳୟ ପରି l ଇତି ମଧ୍ୟରେ ଦଶ ବର୍ଷ ବିତି ଯାଇ ଥିଲା କାନ କୁଣ୍ଡଉ କୁଣ୍ଡଉ l ୨0୨0 ମସିହାରେ ୟୁନିଡୋ ଭାରତକୁ ଏକ ଷ୍ଟାଟିଷ୍ଟିକାଲ୍ ଟିମ୍ ପଠାଇ ଥିଲା l ସେମାନେ ଦେଶର ଗାଁ ଗାଁ ବୁଲି ଲୋକମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାଯୁକ୍ତ କର୍ମ ପଦ୍ଧତି ଓ ତାହାର ମୂଲ୍ୟାଙ୍କନ ଉପରେ ଅନୁଧ୍ୟାନ କରୁଥିଲେ l ସେମାନଙ୍କ ତାଲିକାରେ ଶ୍ରୀରାମପୁର ନା ଥିଲା l ଶ୍ରୀରାମପୁର ଏକ ଆଦର୍ଶ ଗ୍ରାମ ବୋଲି ଟିମ୍ ଜାଣିବାକୁ ପାଇଲେ ଲୋକ ମୁଖରୁ l ତେଣୁ ସେମାନେ ଏହି ଗାଁ ଉପରେ ପ୍ରାଧାନ୍ୟ ଦେଲେ l ଗାଁରେ ପହଞ୍ଚୁ ପହଞ୍ଚୁ ସେମାନଙ୍କ ଦୃଷ୍ଟି ପଡ଼ିଲା ଏକ ସାଇନ୍ ବୋର୍ଡ ଉପରେ ଯେଉଁ ଥିରେ ଲେଖାଥିଲା "ମୋଟୁ କ୍ଷୁଦ୍ର ଶିଳ୍ପ କେନ୍ଦ୍ର " l ଟିମ୍ ର ମୁଖ୍ୟ ତାଙ୍କର ଆଇଡେଣ୍ଟିଟି କାର୍ଡ ଦେଖେଇ ଭିତରେ ପଶିଲେ l ମୋଟୁକୁ ସାକ୍ଷାତ କରି ଇଣ୍ଟରଭ୍ୟୁ ନେଲେ l ସେମାନଙ୍କ ସହିତ ମେଡିଆ ଵାଲା ମଧ୍ୟ ଆସିଥିଲେ l ପ୍ରାୟ ଦୁଇ ଘଣ୍ଟା କାଳ ଶିଳ୍ପ କେନ୍ଦ୍ର ପରିସର ଅନୁଧ୍ୟାନ କରିବା ପରେ ଫେରି ଗଲେ l


ଏହି ଘଟଣା ମେଡିଆ ଜରିଆରେ ପ୍ରଚାର ହେଇଗଲା ସାରା ବିଶ୍ୱରେ l ମୁଖ୍ୟମନ୍ତ୍ରୀଙ୍କ କାନକୁ କଥା ଗଲା l ଫଳରେ ସେ ତାଙ୍କ ରିଲିଫ ଫଣ୍ଡରୁ ଏକ କୋଟି ଟଙ୍କା ' ମୋଟୁ କ୍ଷୁଦ୍ର ଶିଳ୍ପ ' କେନ୍ଦ୍ରକୁ ଦାନ କଲେ l ପରେ ପରେ ପ୍ରଧାନ ମନ୍ତ୍ରୀ ବି ଜାଣିଲେ l ସେ ମଧ୍ୟ ଦୁଇ କୋଟି ଟଙ୍କା ମୋଟୁ ସଂସ୍ଥାକୁ ତାଙ୍କ ରିଲିଫ ଫଣ୍ଡରୁ ପଠେଇ ଦେଲେ l ଏସବୁ ଟଙ୍କା ପାଇଲା ପରେ ମୋଟୁ ତାହାର ଶିଳ୍ପ ସଂସ୍ଥାକୁ ଏକ ବିରାଟ ରୂପ ଦେଇ ପାରିଲା l ହଜାର ହଜାର ବେକାର ଯୁବକ ଓ ଯୁବତୀଙ୍କୁ ତା ସଂସ୍ଥାରେ ଚାକିରୀ ଦେଇ ସେମାନଙ୍କ ଜୀବନରେ ଆନନ୍ଦର ଢେଉ ଖେଳେଇ ପାରି ନିଜକୁ ଧନ୍ୟ ମନେ କଲା ଓ ପରମେଶ୍ୱରଙ୍କ ନିକଟରେ ଜଣେ ନିସ୍ଵାର୍ଥପର ନିଷ୍କାମ କର୍ମ ଯୋଗୀ ଭାବରେ ଆତ୍ମ ସମର୍ପଣ କରିଦେଲା l ସେ ଅନ୍ତର୍ଯ୍ୟାମୀ ନାରାୟଣ l ଯାହାକୁ ଦିଅନ୍ତି ଚାରିହାତରେ ଦିଅନ୍ତି l


ପ୍ରାୟ ଛ ମାସ ପରେ ଭିଏନାରୁ ମେସେଜ ଆସିଲା ଯେ - ପ୍ରିୟ ମୋଟୁ ସାର ଆମେ ଆପଣଙ୍କ ଦକ୍ଷତା ଏବଂ ଅସହାୟ ଭାରତୀୟ ନାଗରିକମାନଙ୍କ ଥଇଥାନକରଣ ଉପଲକ୍ଷେ ଅତୀବ ପ୍ରୀତ l ତେଣୁ ଆମେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ କୋଟି ଡଲାର ପଠାଇଛୁ l ଆଉ ମଧ୍ୟ ଆପଣଙ୍କ ସ୍ଥାୟୀ ଠିକଣାରେ ତତସଂକ୍ରାତୀୟ ପ୍ରଶଂସା ପତ୍ର ଓ ପ୍ରମାଣପତ୍ର ବିମାନ-ଡାକ ଯୋଗେ ପଠାଇଛୁ l ଅନୁଗ୍ରହ ପୂର୍ବକ ତଦାରଖ କରି ନିଅନ୍ତୁ l ଅଶେଷ ଧନ୍ୟବାଦ ଆପଣଙ୍କୁ ମହାଶୟ l ତାସହିତ ମିଳିତ ଜାତିସଙ୍ଘ ତରଫରୁ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ- ନିଜ ମୋବାଇଲ ଫୋନ୍ ରେ ବାର୍ତ୍ତା ପାଇ ମୋଟୁ ବାପାମାଙ୍କ ନିକଟକୁ ଧାଇଁ ଯାଇ ସେମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା ଓ ହାତରେ ସନ୍ଦେଶ ପୁଡ଼ିଆ ଦେଇ ସେମାନଙ୍କୁ ଆପ୍ୟାୟିତ କଲା ପ୍ରସନ୍ନ ଚିତ୍ତରେ l ପ୍ରତିବଦଳରେ ରାଜୁବାବୁ ଓ ମିନତୀ ଦେବୀଙ୍କ ଶୁଭକାମନା ଲାଭ କରି ନିଜକୁ କୃତାର୍ଥ ମନେ କଲା ମୋଟୁ l

ପରଦିନ ପୂର୍ବ ଯୋଜନା ଅନୁଯାୟୀ ମଧ୍ୟସ୍ଥି ମହାଶୟ ପହଞ୍ଚିଥିଲେ ମୋଟୁ ବାବୁଙ୍କ ମହଲରେ ଭାବି କନ୍ୟାରତ୍ନଙ୍କ ଜାତକ ହାତରେ ଧରି l



Rate this content
Log in