STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଭକ୍ତଦୁଃଖହାରୀ ଜଗନ୍ନାଥ

ଭକ୍ତଦୁଃଖହାରୀ ଜଗନ୍ନାଥ

4 mins
71


 

ଫ୍ରାନ୍ସରୁ ଫରାସୀ ପାଣି ଜାହାଜ ଦ୍ରୁତ ଗତିରେ ଆଗେଇ ଚାଲିଥାଏ ପଣ୍ଡିଚେରୀ ଆଡ଼କୁ ବଙ୍ଗୋପ ସାଗରର ଛାତି ଚିରି ଚିରି l ଜାହାଜରେ ବର୍ଷା ଋତୁ l ଆକାଶରେ କଳା ବାଦଲ ସାଙ୍ଗକୁ ଝିପି ଝିପି ବର୍ଷା l ଯାତ୍ରୀ ମାନେ ମହା ଆନନ୍ଦରେ ନିଜ ନିଜର କେବିନ ଭିତରେ ବସି ଗପ ସପ ରେ ବ୍ୟସ୍ତ l ହଠାତ ଏକ ଘୁର୍ଣ୍ଣି ବାତ୍ୟାର ସୂଚନା ଫରାସୀ କ୍ୟାପଟେନ ଯାତ୍ରୀମାନଙ୍କୁ ଦେଇଦେଲେ l ଜାହାଜର ନିରାପତ୍ତା ମୂଳକ ଯୋଗାଡ଼ ଯନ୍ତ୍ର କରିବାରେ ଲାଗି ପଡ଼ିଲେ କ୍ୟାପଟେନ l ଚାହୁଁ ଚାହୁଁ ଘୁର୍ଣ୍ଣି ବାଦଲ ବର୍ଷିବାକୁ ଲାଗିଲା ତୋଫାନ ସହିତ l ସମସ୍ତେ ବିପଦ ଆଶଙ୍କାରେ ଥରିବାକୁ ଲାଗିଲେ l 


ଫରାସୀ କ୍ୟାପଟେନ ତାଙ୍କର ଦୂରଵୀକ୍ଷଣ ଯନ୍ତ୍ରରେ ଲକ୍ଷ କରି ଚାଲିଥିଲେ ଜାହାଜର ଚତୁର୍ପାଶ୍ୱକୁ l ସେ ଦେଖିଲେ ଗୋଟାଏ ବିରାଟ ରାଘବ ମାଛ ତାଙ୍କ ଜାହାଜ ଆଡ଼କୁ ମାଡ଼ି ଆସୁଛି l ତାର ଗୋଟିଏ ଧକ୍କାରେ ଜାହାଜ ଚୁର ମାର ହେଇ ଯାଇ ପାରେ ଆଉ ଯାତ୍ରୀଗଣଙ୍କ ଧନ ଜୀବନ ନଷ୍ଟ ହବାର ବି ସମ୍ଭାବନା l ରାଘବ ମାଛ ଓ ତୋଫାନ ଠିକ୍ ବୋଝ ଉପରେ ଲଳିତା ବିଡ଼ା ପରି କ୍ୟାପଟେନଙ୍କୁ ବୋଧ ହେଲା l ସେ ଡେ଼କ୍ ଉପରେ ଆଶଙ୍କିତ ମନ ନେଇ ଏପାଖ ସେପାଖ ଚାଲିବାକୁ ଲାଗିଲେ l ଉପାୟ ଶୁନ୍ୟ l ସେତେବେଳେ ମୋବାଇଲ ଫୋନ ନଥିଲା କିମ୍ବା ବେତାର ଯନ୍ତ୍ରର ବହୁଳ ବ୍ୟବହାର ନଥିଲା l ତେଣୁ କ୍ୟାପଟେନ ବିଚଳିତ l ହେଡ଼ କ୍ୱାର୍ଟରକୁ ବାର୍ତ୍ତା ଯାଇ ପାରିବନି l ତାଙ୍କର ମୁହଁ ଶୁଖିଲା l କଣ ଵା କରିବେ l ଆସନ୍ନ ବିପଦକୁ କେମିତି ଏଡ଼େଇ ପାରିବେ l 


ଝଡ଼ ବର୍ଷାର ପ୍ରକୋପ ବଢ଼ି ଯାଇଥାଏ l ତେଣେ ରାଘବ ମାଛ ଆଗେଇ ଆସୁଥାଏ ତାର ଡେଣାରେ ପହଁରି ପହଁରି ଦ୍ରୁତ ଗତିରେ l ବୋଧହୁଏ ଅଧ ଘଣ୍ଟା ଭିତରେ ଜାହାଜ ପାଖରେ ପହଞ୍ଚି ଯାଇପାରେ l ସମୁଦ୍ର ଢେଉ ଉଠି ଜାହାଜରେ ପିଟି ହେଉ ଥାଏ l ଏମିତି କ୍ୟାପଟେନ ସାହେବ ପାଦ ଚାଳନା କରୁ କରୁ ଜନୈକ ଯାତ୍ରୀ କେବିନ ରେ ପଶିଗଲେ l ବର୍ଷାତି କୋଟ ଟି କାଢ଼ି ଦେଇ ରୁମ୍ ଭିତରେ ଥିବା ଏକ ଚଉକି ଉପରେ ବସି ପଡ଼ିଲେ l ଅପରାହ୍ନ ସମୟ l ସେ ଉକ୍ତ ଯାତ୍ରୀଙ୍କୁ ଲକ୍ଷ୍ୟ କଲେ l ସେଇ ଯାତ୍ରୀ ଜଣଙ୍କ ବସିଛନ୍ତି କୁଶ ଆସନ ଉପରେ ଆଉ ତାଙ୍କ ସାମ୍ନା ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ଶୁଭଦ୍ରାଙ୍କ ଫଟ ଅଛି l ଘିଅ ଦୀପ ଜଳୁଛି l ଅଗର ବତୀର ମନ ମତାଣିଆ ସୁଗନ୍ଧରେ ତାଙ୍କ କେବିନ ଟା ମହକି ଉଠୁଥାଏ l ଯାତ୍ରୀଭକ୍ତ ହାତ ଯୋଡ଼ି ଆଖି ବୁଜି ନିମାଇଁ ହରି ଚନ୍ଦନ ଗାଇ ଥିବା ଜଗନ୍ନାଥ ଜଣାଣ - ଚକା ଡୋଳା କିମ୍ପା ଡକା କିମ୍ପା ଡକା ନଶୁଣ - ସୁଲଳିତ ସ୍ୱର ରେ ଅତି ତନ୍ମୟତା ରେ ତାଳି ମାରି ଗାଇ ଚାଲିଥାନ୍ତି l କ୍ୟାପଟେନ ସାହେବଙ୍କ ଚିତ୍ତ ଦୋହଲି ଯାଉଥାଏ ଓଡ଼ିଆ ଭଜନ ଶୁଣି l ଭାଷା ବୁଝି ନପାରିଲେ ବି ସ୍ୱର ଓ କର ତାଳି ତାଙ୍କୁ ଆକୃଷ୍ଟ କରି ଚାଲିଥାଏ l ଆଶଙ୍କା ମିଶ୍ରିତ ଭକ୍ତିରସରେ ତାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଝରି ପଡ଼ିଲା l ମହାପ୍ରଭୁଙ୍କୁ ହାତ ଯୋଡ଼ି ପ୍ରଣାମ କଲେ ସେ l ଫରାସୀ ତାଙ୍କ ମାତୃ ଭାଷା ହେଲେବି ସେ ଇଂରାଜୀରେ କହୁଥିଲେ, "ହେ ଲର୍ଡ ଜଗନ୍ନାଥ ଆପଣ ମୋତେ ଆଜି ରକ୍ଷା କରନ୍ତୁ l ଆପଣକୁ ମୋର ଭକ୍ତି ପୂର୍ଣ୍ଣ ଅନୁରୋଧ l ମୁଁ ଆପଣଙ୍କୁ ଆମ ଦେଶ ତିଆରି ଗୋଟାଏ ବଡ଼ ଘଣ୍ଟି ଯେଉଁଟିକୁ ଆମ ପଣ୍ଡିଚେର

ୀ ଗୀର୍ଜା ରେ ଦାଖଲ କରିବାର ଅଛି ସେଇଟିକୁ ମୁଁ ଆପଣଙ୍କୁ ଉପହାର ରୂପେ ପ୍ରଦାନ କରିବି ପୁରୀ ଯାଇ l " ଦୂରରୁ ଶ୍ରୀମନ୍ଦିରର ନୀଳ ଚକ୍ର ଓ ପତାକା ଦେଖା ଯାଉଥାଏ l ପତାକା ଫର ଫର ଉଡ଼ି ଚାଲି ଥାଏ ବାତ୍ୟା ପବନର ବିପରୀତ ଦିଗ ଆଡ଼କୁ ମୁହଁ କରି l ସତେ ଯେପରି ମହାପ୍ରଭୁ ପତାକା ଜରିଆରେ ଇସାରା ଦେଉଛନ୍ତି , " ହେ ବିଦେଶୀ ନାବିକ l ଜମା ବ୍ୟସ୍ତ ହୁଅନା l ତୁମ ଭକ୍ତି ଭାବରେ ମୁଁ ବିଶେଷ ପ୍ରୀତ l ମୁଁ ତୁମର ସେହି ଯୀଶୁ l ମୋତେ ଯୋଉ ରୂପରେ ଡାକିବ ମୁଁ ତୁମକୁ ସେହି ରୂପରେ ଦେଖା ଦେବି l ଆଖି ଖୋଲି ଚାହଁ ମୋ ଆଡ଼କୁ l " କେହି ଜଣଙ୍କ ଏପରି ସାନ୍ତ୍ୱନାପୂର୍ଣ୍ଣ ଉକ୍ତି ଶୁଣି ସାହେବଙ୍କ ଧ୍ୟାନ ଭାଙ୍ଗି ଗଲା l ଚକାଡୋଳାଙ୍କ ମୁହଁ ତାଙ୍କ ଆଖି ଆଗରେ ଭାସି ଉଠୁ ଥାଏ ପ୍ରଭୁ ଯୀଶୁ ଙ୍କ ଚେହେରା ଭିତରେ ତେଜୀୟାନ ଆଭା ବିଛୁରିତ କରି l ଆସନରୁ ଉଠି ପଡ଼ି ଭକ୍ତ ଯାତ୍ରୀ କାନ୍ଧ ଥାପୁଡ଼େଇ ଦେଇ କହିଲେ, " ଧନ୍ୟବାଦ ବନ୍ଧୁ l ତୁମ ଆଖି ଖୋଲ l ଆସ ଆମେ କେବିନ ବାହାରକୁ ଯିବା l ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ " l " ଠିକ୍ ଅଛି ସାର ଚାଲନ୍ତୁ l ଆମ ଘର ଓଡିଶା l ମୁଁ ଜଣେ ଓଡ଼ିଆ l ଆମ ପ୍ରତ୍ୟେକ ଓଡ଼ିଆଙ୍କ ଇଷ୍ଟ ଦେବ ସର୍ବବ୍ୟାପି, ସର୍ବଜ୍ଞ ଓ ସର୍ବ ମଙ୍ଗଳ ମୟ ଓ ବିଶ୍ବ ପ୍ରେମୀ ବଡ଼ ଠାକୁର ଏଇ ସେ ଜଗନ୍ନାଥ ସ୍ୱାମୀ ଯିଏ କି ଫଟ ଭିତରେ ନିଜ ବଡ଼ ଭାଇ ଓ ସାନ ଭଉଣୀ ଶୁଭଦ୍ରା ସହିତ ବିରାଜମାନ l " ଯାତ୍ରୀ ଭକ୍ତ ଏତିକି କହିସାରି କ୍ୟାପଟେନ୍ ଙ୍କ ସହ ଡେକ୍ ଉପରକୁ ଆସି ଯାହା ଦେଖିଲେ ସେଥିରେ ଦୁଇ ଜଣଙ୍କ ଆଖି ବିସ୍ମୟରେ ବିସ୍ତାରିତ ହେଇଗଲା l ଆଖିରୁ ଆନନ୍ଦାଶ୍ରୁ ବୁନ୍ଦା ଗାଲ ଉପରେ ବୋହି ଡେ଼କ୍ ଉପରେ ପଡ଼ିଲା l ଆକାଶରେ ଧଳା ବାଦଲ ଫାଙ୍କରୁ ସୂର୍ଯ୍ୟ ଦେବ ଉଙ୍କି ମରୁଥାନ୍ତି l ନାହିଁ ସେଇ ତୋଫାନ, ନାହିଁ ଆଉ ସେଇ ରାଘବ ମାଛ l ନାହିଁ ଆଉ ସେଇ ବିପଦର ଆଶଙ୍କା l ନାହିଁ ଆଉ ଲଘୁଚାପ ବୃଷ୍ଟିପାତ l କ୍ୟାପଟେନ ସାହିବ ଦୁଇ ହାତ ଯୋଡ଼ି ସୁଦୂରୁ ଦୃଶ୍ୟମାନ ମନ୍ଦିର ଚୁଡ଼ାକୁ ଦଣ୍ଡବତ କଲେ l ଭକ୍ତ ଯାତ୍ରୀ ଙ୍କ "ଜୟ ଜଗନ୍ନାଥ "ଧ୍ୱନିରେ ପ୍ରଭାବିତ ସମସ୍ତ ଯାତ୍ରୀଙ୍କ ମୁହଁରୁ ନିର୍ଗତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହିଲ୍ଲୋଳ ଜାହାଜ ଗାତ୍ରରେ ଅପୂର୍ବ କମ୍ପନ ସୃଷ୍ଟି କଲା l କ୍ୟାପଟେନ ଜାହାଜର ଦିଗ ପରିବର୍ତ୍ତନ କଲେ l ଆଗେଇ ଚାଲିଲା ଜାହାଜ ଚାନ୍ଦବାଲି ବନ୍ଦର ଅଭିମୁଖେ କଲିକତା ଆଡ଼ୁ ମୁହଁ ଫେରେଇ l ଜାହାଜ ଚାନ୍ଦବାଲି ବନ୍ଦରରେ ଲାଗିଲା l 

 

କ୍ୟାପଟେନ ଆଲବକ୍ ବିଟୋ ଷ୍ଟୋର ରୁମ୍ ରୁ ଘଣ୍ଟି ଟି କାଢ଼ି ପୁରୀ ଅଭିମୁଖେ ଯାତ୍ରା କଲେ ଘଣ୍ଟାଟିକୁ ସାଥିରେ ନେଇ ଘୋଡ଼ା ଗାଡ଼ିରେ l ସେତେବେଳେ ସବୁଠାରୁ ସହଜ ଯାନ ଥିଲା ଘୋଡ଼ା ଗାଡ଼ି ଦୂର ବାଟକୁ ଯିବା ପାଇଁ l ପୁରୀରେ ପହଞ୍ଚି ଗଜପତି ରାଜାଙ୍କୁ ଘଣ୍ଟିଟି ଭେଟି ସ୍ବରୁପେ ପ୍ରଦାନ କଲେ l ତାପରେ ଗଜପତି ମହାରାଜା ଶ୍ରୀମନ୍ଦିର ନୀଳାଦ୍ରି ବିହାରରେ ଉକ୍ତ ଘଣ୍ଟିଟିକୁ ରଖାଇଲେ ଯେଉଁଟିକି ଫରାସୀ ନାବିକ ଆଲବର୍ଟ ବିଟୋଙ୍କ ଜଗନ୍ନାଥ ଭକ୍ତି ରସର ଐକାନ୍ତିକ ପ୍ରତୀକ l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଦିଗନ୍ତ ବିସ୍ତାରୀ l ସେ ସର୍ବ ଜନୀନ ଯୁଗାବତାରୀ ଠାକୁର l ବୈଶ୍ୱିକ ଅଣହିନ୍ଦୁଙ୍କ ଆଶାର ଆଲୋକ l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ l 

 


Rate this content
Log in