ABADHOOT PANDA

Others

4  

ABADHOOT PANDA

Others

ଶୀତ ଅନୁଭୂତି

ଶୀତ ଅନୁଭୂତି

3 mins
14


      

ସେଦିନ ଶୀତୁଆ ପାଗ l ଜିତୁ ବାବୁଙ୍କ ଘର ଚାରିପାଖେ କୁହୁଡ଼ିର ପ୍ରାଚୀର l କାହିଁକି ନା ତାଙ୍କ ଘର ପର୍ବତମାଳା ଘେରା ଏକ ଉପତ୍ୟକା ମଝିରେ l ଶୀତ ଋତୁରେ ହାଡ଼ ଭଙ୍ଗା ଥଣ୍ଡା ଆଉ ଗ୍ରୀଷ୍ମଋତୁରେ ଝାଳବୁହା ଖରା l ସେ ସବୁଥିରେ ସ୍ତ୍ରୀ, ଗୋଟିଏ ପୁଅ ଆଉ ଗୋଟିଏ ଝିଅକୁ ନେଇ ଗଢ଼ା ଜିତୁବାବୁଙ୍କ ଏଇ ଛୋଟ ପରିବାରଟି ଯାହାକି କି ଋତୁଚକ୍ରର ଆବହାୱାରେ ଭଲ ଭାବେ ଅଭ୍ୟସ୍ତ l ଗାଁ ସ୍କୁଲ୍ ରେ ପୁଅ ଝିଅ ପାଠ ପଢ଼ନ୍ତି l ପୁଅର ଷଷ୍ଠ ଓ ଝିଅର ଚତୁର୍ଥ ଶ୍ରେଣୀ l ଦୁଇଟି ଯାକ ପିଲା ନିଜ ମାବାପାଙ୍କ ପ୍ରତି ବିଶେଷ ଅନୁରକ୍ତ l ବେଳେ ବେଳେ ସେମାନେ ମାବାପାଙ୍କ କୌଣସି ଗଲତି ଦେଖିଲେ ଟୋଙ୍କିବାକୁ ମଧ୍ୟ ଆଦୌ ପଛାନ୍ତି ନାହିଁ l ବାପା ବ୍ୟାଙ୍କ ଅଫିସର ଓ ମା ଶିକ୍ଷିତା ଗୃହିଣୀଥିବାରୁ ପିଲା ଦୁଇଟିଙ୍କ ଛାତି ଖୁସିରେ ଫୁଲି ଉଠେ ସର୍ବଦା l


ସେବର୍ଷ ପ୍ରବଳ ଥଣ୍ଡା l ବେଳେ ବେଳେ ତୁଷାର ପାତ ବି ହେଉଥାଏ l ମାଘ ମାସର ବାଘୁଆ ଶୀତ l ବଳକା ଛୁଟି ଲାପ୍ସ କରିବାକୁ ନଦେଇ ପନ୍ଦର ଦିନ ପାଇଁ ଲମ୍ବା ଛୁଟି ଆଣିଛନ୍ତି ଶୀତଋତୁର ଶେଷ ମାସ ଟିକୁ ଘରେ ସ୍ତ୍ରୀ ଓ ପିଲାଙ୍କ ସହିତ କଟେଇ ଶୀତ ଦିନ ଆଉ ଶୀତରାତିର ରୋମାଂସ କୁ ଉପଭୋଗ କରିବା ପାଇଁ l ଜିତୁ ବାବୁଙ୍କ ପୁଅ ପୁଅ ରାଜୁ ଓ ଝିଅ ଝୁନା ମାବାପାଙ୍କୁ ଅତ୍ୟଧିକ ଭଲ ପାଆନ୍ତି l ସେମାନଙ୍କ ଜିଦ୍ଦି ପୂରଣ କରିବା ପାଇଁ ଜିତୁବାବୁ ଓ ତାଙ୍କ ସ୍ତ୍ରୀ ରମାଦେବୀ ସବୁବେଳେ ଚେଷ୍ଟା କରିଥାନ୍ତି l ତଥାପି ତାଙ୍କର ଅନୁଶାସନକୁ ପିଲାମାନେ ସର୍ବଦା ଗୁରୁତ୍ୱ ଦିଅନ୍ତି l ସେମାନଙ୍କ ଅଲଗା ଅଲଗା ଵେଡ ରୁମ ଓ ଷ୍ଟଡି ରୁମ୍ ଯେଉଁଠି ସେମାନେ ପଢ଼ନ୍ତି ଆଉ ଶୁଅନ୍ତି l


ଦିନେ ବଡ଼ି ଭୋରରୁ ରାଜୁ ଓ ଝୁନା ବାପାବୋଉଙ୍କ ଶୋଇବା ଘର କବାଟ ପାଖେ କାନ ଡେରି ଠିଆହେଲେ l ଅଫିସ ଛୁଟି ଦିନ ଗୁଡ଼ିକରେ ଜିତୁ ବାବୁ ପ୍ରାୟ ସକାଳ ନଟାରେ ଉଠନ୍ତି l ବାପାଙ୍କ ଏଇ ଡେରିର ଉଠାକୁ ସେମାନେ ଜମା ପସନ୍ଦ କରୁନଥାନ୍ତି l ତେଣୁ ବାପାଙ୍କୁ ସ୍ୱାସ୍ଥ୍ୟରକ୍ଷାର ନିୟମ ବିଷୟରେ ଚେତେଇ ଦେବା ତାର ଲକ୍ଷ୍ୟ l କିନ୍ତୁ ରୁମ୍ ଭିତରୁ ଗୋଟାଏ ଫଟ ଫଟ ଆୱାଜ୍ ଶୁଣି ଆଶ୍ଚର୍ଯ୍ୟ ହେଇଗଲା l ସେ କବାଟର ଶିକୁଳିକୁ ଖଟ ଖଟ କରୁଥାଏ l ଜିତୁ ବାବୁ ସ୍ତ୍ରୀଙ୍କ ପାଖରୁ ଉଠି ଧଡ଼ ପଡ଼ ହେଇ କବାଟ ଖୋଲିଲେ l ଜିତୁ ବାବୁ ଜଣେ ସୌଖିନ ମିଜାଜ୍ ର ଲୋକ l ଶୀତୁଆ ସକାଳର ଦାମ୍ପତ୍ୟ-ଶୃଙ୍ଗାରର ଆଦିରସ ସମ୍ପର୍କ କର୍ତୃତ୍ୱ ଶବ୍ଦ ନିଜ ପୁଅ କାନରେ କାଳେ ପଡ଼ିଥିବ l ଏଇ ଆଶଙ୍କାରେ ଜିତୁବାବୁଙ୍କ ଛାତିଟା ଥରି ଉଠୁ ଥାଏ l କବାଟ ଖୋଲି ଜିତୁକୁ ପଚାରିଲେ, " କଣ ହେଲା ଜିତୁ " l ଜିତୁ କହିଲା, " ନାଇଁ ବାପା ମୁଁ ଗାଧୁଆଘରକୁ ଯାଉଥିଲି l ହଠାତ୍ ଫଟ ଫଟ ଶବ୍ଦ ଶୁଣି କବାଟ ବାଡ଼େଇଲି l ସେଇ ଶବ୍ଦଟା କଣ ବାପା? ମୁଁ ଭାବିଲି ତୁମେ ବୋଧେ ରାଗିକିରି ବୋଉକୁ ବାଡ଼ଉଚ୍ଛ l "


ଜିତୁ ବାବୁଙ୍କ ସନ୍ଦେହ ସତ ହେଲା l ଦାମ୍ପତ୍ୟ ଧର୍ମ ପାଳନ କରୁଥିଲେ ପତ୍ନୀଙ୍କ ସହିତ ଶେଯ ଉପରେ l ମାତ୍ର ପୁଅକୁ କେମିତି କୈଫିୟତ ଦେବେ l ଏସବୁ ଭାବି ପୁଅକୁ ଉତ୍ତର ଦେବା ପୂର୍ବରୁ ଜିତୁ ବାବୁଙ୍କ ସ୍ତ୍ରୀ ରୁମ୍ ବାହାରକୁ ଆସି ରାଜୁକୁ କହିଲେ, " ନାହିଁରେ ପୁଅ ଗୋଟାଏ ବଡ଼ ମୂଷା ଆମ ଖଟ ଉପରକୁ ଉଠି ଆସିଲା l ଆମ କମଳ ତଳେ ପଶିଗଲା l ତୋ ବାପା ମୂଷାକୁ ତଡ଼ିବାକୁ ଖଟ ଉପରେ ହାତ ବାଡ଼ଉ ଥିଲେ l ସେଇ ଫଟ ଫଟ ଶବ୍ଦ ତୁ ଶୁଣିଲୁ l " ସ୍ତ୍ରୀଙ୍କ ସକାଶେ ଜିତୁବାବୁ ଅପମାନରୁ ତ୍ରାହି ପାଇଲେ l ବୋଉଙ୍କ କଥାରେ ରାଜୁ ବିଶ୍ୱାସ କରିକହିଲା, " ହଁ ବୋଉ ମୁଁ ସତକଥାଟା ଜାଣିଲି l " ତାପରେ ଜିତୁ ବାବୁଙ୍କ ଆଡ଼କୁ ଚାହିଁ ପଚାରିଲା, " ବାପା ତୁମେ କହିଥିଲ ପିକ୍ ନିକ୍ କରିବା ପାଇଁ l କଣ ହେଲା? " ଜିତୁ ବାବୁ ପ୍ରକୃତିସ୍ଥ ହୋଇ କହିଲେ, " ହଁ କାଲି ଯିବା l ଆମ କାରରେ ପାଖ ଜଙ୍ଗଲକୁ ଯିବା l ସେଠି ଝରଣା କୂଳରେ ରୋଷେଇ କରିବା l ମୁଁ ରୋଷେୟା ନାନାଙ୍କୁ କହିଛି l ସେ କାଲି ଭୋରରୁ ଆସିବେ l ତୁ ଆଉ ଝୁନା ଶୀଘ୍ର ଉଠି ନିତ୍ୟକର୍ମ ସାରି ରେଡି ହେଇ ଥିବ l " ଜିତୁ କହିଲା, " ହଉ ଠିକ୍ ଅଛି " l ତାପରେ ଜିତୁ ଗାଧୁଆ ଘରେ ପଶିଗଲା l


ଜିତୁବାବୁ ଧର୍ମପତ୍ନୀ ସାବିତ୍ରୀ ଦେବୀଙ୍କୁ କହିଲେ, " ଯାହା ହେଉ ତୁମେ ଆସି ମତେ ଅପମାନରୁ ବଞ୍ଚେଇ ଦେଲ l ତୁମେ ମନା କରୁଥିଲ ବ୍ୟାଟିଂ ଜୋରରେ ନକରିବାକୁ l କିନ୍ତୁ ମୁଁ ନିଜକୁ ସମ୍ଭାଳି ପାରିଲିନି l ଯାହା ହେଉ ତୁମକୁ ଅଶେଷ ଧନ୍ୟବାଦ l ତାପରେ ଜିତୁ ବାବୁ ଓ ସାବିତ୍ରୀ ଦେବୀ ନିତ୍ୟକର୍ମ ସାରିବାକୁ ୱାଶ୍ ରୁମ୍ ରେ ପଶିଲେ l


ତହିଁଆର ଦିନ ସକାଳୁ ରୋଷେୟା ହରି ନନା ଜିତୁବାବୁଙ୍କ ଘରେ ପହଞ୍ଚିଲେ l ଗାଡ଼ିରେ ଗ୍ୟାସଚୁଲା ରୋଷେଇ ସରଞ୍ଜାମ ଚାଉଳ ଡାଲି ଇତ୍ୟାଦି ଭର୍ତ୍ତି କରି ଜଙ୍ଗଲ ଆଡ଼କୁ ଚାଲିଲେ l ପିଲାଙ୍କ ମନ ଭାରି ଖୁସି l ସକାଳ ନଟା ବେଳେ ଝରଣା କୂଳରେ ପହଞ୍ଚି ଗଲେ ସମସ୍ତେ l ନନା ରୋଷେଇ ଆରମ୍ଭ କଲେ l ଜିତୁବାବୁ ସ୍ତ୍ରୀ ଓ ପୁଅଝିଅଙ୍କୁ ସାଥିରେ ନେଇ ଜଙ୍ଗଲ ଭିତରେ ପଶିଲେ l ପିଲାଏ ପଚାରିଲେ, " ବାପା ଏଠି ବାଘ ନାହାନ୍ତି ତ? " " ନା ଏଇଜଙ୍ଗଲଟା ବାଘ ରହିବା ପାଇଁ ଅନୁକୂଳ ନୁହେଁ l କେବଳ ହରିଣ, ଚଢ଼େଇ, ଝିଙ୍କ,ହେଟା, ବଜ୍ରକାପ୍ତା ଅଛନ୍ତି l " ପାହାଡ଼ ଝରଣା ହରିଣ ଇତ୍ୟାଦି ଦେଖି,ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ସମସ୍ତେ ଝରଣା କୂଳକୁ ଫେରି ଆସିଲେ l ସେତେବେଳକୁ ରୋଷେଇ ସରିଯାଇଥାଏ l ଭାତ ମଟନ୍ ତରକାରୀ ସାଲାଡ଼ ଖାଇ ସମସ୍ତେ ଘରକୁ ଫେରିଲେ l ଚାହୁଁ ଚାହୁଁ, ଶୀତରେ ପାରିବାରିକ ଆଉ ଦାମ୍ପତ୍ୟ ଚରମ ଆନନ୍ଦ ଉପଭୋଗର ମଜା ନଉ ନଉ ଜିତୁବାବୁଙ୍କ ଛୁଟି ଦିନ ସୁରୁଖୁରୁରେ କଟିଗଲା l ପୁନଶ୍ଚ କର୍ତ୍ତବ୍ୟନିଷ୍ଠ ଜିତୁ ବାବୁ ନିଜର କର୍ମ କ୍ଷେତ୍ରକୁ ବାହୁଡ଼ି ଗଲେ l

    ******   ❤   ******

        


Rate this content
Log in