Gitanjali Pujapanda

Romance Tragedy Classics

3.3  

Gitanjali Pujapanda

Romance Tragedy Classics

ଅମୂଲ୍ୟ ଉପହାର ଭାଗ-୧

ଅମୂଲ୍ୟ ଉପହାର ଭାଗ-୧

5 mins
93



ରୋଶିନୀ ମନ ଦୁଃଖରେ ବସି ଥାଏ ବାଲକୋନିରେ ଆଜିକୁ ତାର ବାହାଘର ପ୍ରିୟ ମାସେଟେ ହେବ ବୋଧେ ମନଟି ଦୁଃଖ ଅବସାଦ କାରଣ ଘର ଠାରୁ ସେ ଆଜି ବହୁତ ଦୂରରେ ସେ ,ଆଜି କାହିଁକି?? ଭାରି ମନେ ପଡୁଛି ନିଜ ଘର କଥା ଆଉ ନାନୀ କଥା ବି ।ସମସ୍ତେ କେମିତି ଥିବେ ଘରେ ଭାବି ଭାବି ମନ ଦୁଃଖ ତାର ହେଲେ ସେ କଣ ଭୁଲି ପାରିବ ସେ ଅଗଣା ଘର ଦାଣ୍ଡ ଦୁଆର ଆଉ ନିଜ ର ପ୍ରିୟ ବାପା ବୋଉ ଆଉ ସବୁ ଠାରୁ ପ୍ରିୟ ଶ୍ୟାମା ନାନୀକୁ ତା ହାତରେ ରୁଣୁଝୁଣୁ ଚୁଡି ,ସାଙ୍ଗକୁ ମଥାରେ ସିନ୍ଦୁର ବିନ୍ଦୁ ଦେଇ ଦେଲେ ଝିଅ କଣ ହେଇଯାଏ ସାତ ପର।ବାହାଘର ତାର ଏମିତି ଗୋଟେ ପରିସ୍ଥିତିରେ ହେଇଥିଲା ଯେ ,ସେ ନିଜକୁ ସବୁ ବେଳେ ଦୋଷୀ ମନେ କରୁଛି ତା ନାନୀର ।ନିଜକୁ ବେଳେବେଳେ ପଚାରେ ସେ ସତରେ ସେ କଣ ଦୋଷୀ ତା ନାନୀ ର ।ଫୋନ କରି କଥା ହେବାକୁ ବି ତାକୁ ଡର ଲାଗୁଛି ଆଉ ଯୋଉ ସମ୍ପର୍କ ନେଇ ଆସିଛି ସେ ସମ୍ପର୍କ ବି ସେ ସାଧୁତା ସହ ତୁଲାଇ ପାରୁନି ହେଲେ ଗୋଟେ ସମ୍ପର୍କ ତାର ଅଛି ଆଜିବି ନିଜର ସେ ତା ତାର ଗାଇକିର ସ୍ୱର ତାବିନା ତାକୁ କିଛିବି ଭଲ ଲାଗେନା।

ପିଲା ବେଳେ ନାନୀର ତାର ବୋଉ ବୋଉକା ଖେଳରେ ସେ ବୋଉ ହୁଏ ନାନୀ ତାର ଝିଅ ନାନୀ ଭାରି ଭଲ ପାଏ ତାକୁ ।ସେଥିପାଇଁ ତାକୁ ବୋଧେ ରୋକି ନ ଥିଲା ଏତେ ବଡ଼ ପଦକ୍ଷେପ ନେବା ପାଇଁ ଚନ୍ଦନ ସହ ରାତିର ଅନ୍ଧକାରକୁ ଚିରି ଚାଲି ଆସିଥିଲେ ସେ ନିଜର ଅତି ଆତ୍ମୀୟ ମାନକୁ ଛାଡି କେଉଁ ଅଜଣା ଅଶୁଣା ରାଇଜକୁ । ନା ଏଠି ଅଛି ଓଡ଼ିଆ ମାଟିର ବାସ୍ନା ନା ପଖାଳ କଂସା ନା ବଡ଼ିଚୁରା ନ ବାଇଗଣ ପୋଡାକୁ ଟମାଟୋ ଚଟଣି ନା ପୂଜା ପୁଣ୍ୟ ଏକ ଆଧୁନିକ ସମାଜ।

ଚନ୍ଦନର ହାତରେ ହାତ ଛନ୍ଦି ସେ ସିନା ଚାଲି ଆସିଲା ବହୁତ ଦୂର ଖାଲି ଚନ୍ଦନ ଆଉ ତାର ଭଲ ପାଇବାକୁ ସମ୍ମାନ ଦେଇ ।ସିଏ ବି ବହୁତ ଭଲ ପାଏ ଚନ୍ଦନକୁ ହେଲେ ତାଠାରୁ ଅଧିକ ଭଲ ପାଏ ସେ ସଙ୍ଗୀତକୁ ଆଉ ତାର ଅତି ପ୍ରିୟ ନାନୀକୁ ଆଉ ତା ଜନ୍ମ ମାଟିକୁ ଏ କଥା ଚନ୍ଦନ ବି ଜାଣେ।

ଚନ୍ଦନ ସହ ମୋର ଦେଖା ହୁଏ ଏକ ସଙ୍ଗୀତ ପ୍ରୋଗ୍ରାମରେ ସେ ଦିନ କଲେଜର ଜାତୀୟ ସ୍ତରରେ ପ୍ରତିଯୋଗିତା ହେଉ ଥାଏ ।

ମୁଁ (ରୋଶନି) ସେହି ପ୍ରତିଯୋଗିତାରେ ଭାଗ ନେଇ ଥାଏ । ମୋ ସ୍ବାମୀ ଚନ୍ଦନ ମିଶ୍ର ସେ ପ୍ରତିଯୋଗିତାର ଜଣେ ଯୁବ ଜଜ ହିସାବରେ ଆସିଥାନ୍ତି ସେ ଜଣେ ଦକ୍ଷ ସଙ୍ଗୀତ ନିର୍ଦ୍ଦେଶକ ସେତେବେଳେ ମୁଁ ତାକୁ ଜାଣିନ ଥିଲି।

ମୁଁ ମୋର ଗାଇକି ଆଉ ସ୍ୱରରେ ସମସ୍ତେଙ୍କୁ ଏତେ ସୁନ୍ଦର ଭାବେ ପ୍ରୋଗ୍ରାମରେ ବାନ୍ଧିକି ରଖି ଥାଏ ।ତାକୁ ଶୁଣିବା ପାଇଁ ମୋ ନାନୀ ଆଉ ବୋଉ ବାପା ମଧ୍ୟ ଆସିଥାନ୍ତି ।ଏତେ ସୁନ୍ଦର ଗୀତ ଗାଉଥିବାର ଦେଖି ସମସ୍ତେ ମନ୍ତ୍ରମୁଗ୍ଧ ମୋର ଭଲ ସ୍ୱର ବୋଧେ ମୋର ଅଜାଙ୍କ ପାଇଁ କାରଣ ସେ ଜଣ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷକ ଥିଲେ ତେଣୁ ତାଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ଅଛି ବୋଲି ମୋର ବିଶ୍ୱାସ ଶେଷରେ ପ୍ରତିଯୋଗିତାରେ ସମସ୍ତେ ଗାଇକି ନିଜ ଦକ୍ଷତା ପ୍ରତିପାଦନ କରନ୍ତି।ଆଉ ଫଳା ଫଳରେ ମୁଁ ହିଁ ବିଜୟୀ ହୁଏ ।ଖୁସିରେ ମୋର ପଦ ତଳେ ଲାଗୁ ନ ଥିଲା ସେତେବେଳେ ପୁରସ୍କାର ଥିଲା ମୁମ୍ବାଇରେ ଟ୍ରେନିଂ ପ୍ଲିଏବ୍ୟାକ ପାଇଁ। ସଙ୍ଗୀତ ଏକାଡେମୀରେ ସଙ୍ଗୀତ ଶିକ୍ଷା କରିବା ପାଇଁ ମୁମ୍ବାଇ ଯିବି ପୁରସ୍କାରରେ ମୋ ମନ ଆଉ ନାନୀ ର ଖୁସି ହେବ ସହ  ବାବା,ବୋଉ ମୋର ଖୁସିରେ ଆତ୍ମହରା ।

ସେତେବେଳେ ମୁଁ ଚନ୍ଦନଙ୍କୁ ନା ଚିହ୍ନି ନ ଥିଲା କି ଜାଣି ବି ନ ଥିଲି ହେଲେ ପୁରସ୍କାର ବିତରଣ ବେଳେ ଚନ୍ଦନ ହାତରୁ ହିଁ ନେଲି ପ୍ରଥମ ପୁରସ୍କାର ଆଉ ସେଠି ମୋର ଚନ୍ଦନ ସହ ପରିଚୟ

ଘରେ ନାନୀର ବିବାହ ପାଇଁ ପ୍ରସ୍ତାବ ଉପରେ ପ୍ରସ୍ତାବପଡୁଥାଏ।

ଦିନେ ଫୋନ ଆସିଲା ଗାଁ ରୁ ଜେଜେଙ୍କର ଦେହ ଖରାପ ବୋଲିଆଉ ବେଶି ଦିନି ବଞ୍ଚି ବେନି ସେ ଆଶା ଥାଏ ବଡ଼ ନାତୁଣୀରେ ବାହାଘର ଶୀଘ୍ର କରିବାକୁ ।ନାନୀ ସ୍ୱଭାବରେ ଧୀର ସ୍ଥିର ଦେଖିବାକୁ ପୁରା ଶାନ୍ତ ସରଳ ଆଉ ମୁଁ ଚଞ୍ଚଳ ଝରଣା ପରି ଏଠି ସେଠି ଚାଲିଯାଏ।

ଆମେ ସମସ୍ତେ ଗାଁକୁ ଗଲୁ ମୋ ପରୀକ୍ଷା ସାରି ଯାଇଥାଏ ସହରର ଧୂଳି ଧୂଆଁ ପରିବେଶ ଠାରୁ ଗାଁ ପରିବେଶ ବହୁତ ସୁନ୍ଦର ମୁଁ ଦିନ ସାରା ବୁଲୁଥାଏ ଗାଁ ର ଗଳି କାନ୍ଦିରେ ।ସମସ୍ତେ ମତେ ଏଡ଼େ ଏଡ଼େ ଆଖିରେ ଅନାଉଥାନ୍ତି ସହରରୁ ଆସିଛ କିଏ ଗୋଟେ କହୁଥାଏ ମୋ ବେଶ ପୋଷାକ ଦେଖିକି ମୁଁ ଭାବିଲି ସେଥିପାଇଁ ଟିକେ ସେମାନଙ୍କର ଆମ ସହିତ ମିଶିବା କଷ୍ଟ ହେଉଥାଏ।ମୁଁ ପିଲା ଦିନେ ଯାହା ଆସିଥିଲି ସେତେବେଳେ ଗାଁକୁ ଆଉ ମୋର ମନେ ନାହିଁ ମତେ ଲାଗେ ।ହେଲେ ନାନୀକୁ ସେତେବେଳେ ଏଗାର ବର୍ଷ ହେଇଥିଲା ।ତାର ସବୁ ମନେ ଅଛି ବୋଲି ସେକୁହେ ମାତ୍ର କୁଆଡେ ଯାଏନି ସେ ମୁଁ ଗାଁ ର ଗଳିକାନ୍ଦିରେ ବହୁତ ବୁଲିବା ସହିତ ଗାଁ ପିଲା ମାନଙ୍କ ସହିତ ଟିକେ ବହୁତ ମିଶାମିଶି କରିବା ପରେ ମୋ ଗୀତ ଶୁଣି ସେମାନେ ମୋ ସାଙ୍ଗ ହେଲା ପରେ ଆରମ୍ଭ ହେଲା ତାଙ୍କ ସହ ଖୋ ଖୋ ,କବାଡି, ଡାହୁପୁଆ ମୁଁ କେବେଏ ସବୁ ଜାଣି ନଥିଲି ସବୁ ଗାଁ ପିଲା ମାନଙ୍କର ସାଙ୍ଗରେ ଖେଳି ଶିଖିଗଲି।ଦୁଇତିନି ମଧ୍ୟରେ ବହୁତ ପିଲା ମୋ ସାଙ୍ଗ ହେଇଗଲେ।

ବାପା ଘରର ବଡ଼ ପୁଅ ତାଙ୍କ ତଳକୁ ଦାଦା ଗାଁ ର ସରପଞ୍ଚ ।ସରପଞ୍ଚ ବୋଲି ଗାଁରେ ଆମ ଘର ର ସମ୍ମାନ ଥାଏ ଆଉ ଜେଜେ ସ୍ୱାଧୀନତା ସଂଗ୍ରାମୀ ଥିଲେ ବାବା କହୁ ଥିଲେ ଜେଜେଙ୍କୁ ପ୍ରାୟ ୯୦ ବର୍ଷ ହେବ ।କିନ୍ତୁ ବହୁତ ଷ୍ଟାଙ୍ଗ ଥିଲେ ହେଲା ଏବେ ତାଙ୍କ ଦେହ ଖରାପ ଖାଲି ରହୁଛି ବଡ଼ ନାତୁଣୀ ର ବାହାଘର ଦେଖିକି ମରିବେ ବୋଲି ତାଙ୍କ ଇଛା।

ବାପା ମୋର କଲେଜ ର ଇଂଲିଶ ପ୍ରଫେସର ତେଣୁ ମୋ ନାନୀ ଇଂଲିଶରେ phd କରିଛିସେଠି ।ଆଗୁକୁ ଲେକ୍ଚରର ହବ ତା ମନ ହେଲେ ମୋର କିଛି ସେମିତି ଖାସ ଆମ୍ବିସନ ନାହିଁ ଖାଲି ଗୋଟେ ସୁନ୍ଦର ପ୍ଲେବ୍ୟାକ ସିଙ୍ଗର ହେବକୁ ଚାହିଁ ମୁଁ।

ଏମିତି ଆମେ ଗାଁ ଦାଣ୍ଡରେ ଖେଳୁ ଥାଉ ଦିନେ ଗାଁରେ bmw ଆସିଗଲା ।ରାସ୍ତାରେ ମୁଁ ଥାଏ,ଆଉ କିଛି ପିଲା ଡାହୁପୁଆ ଖେଳୁ ଥାଉ ଡାହୁପୁଆ ଖେଳ ଟି ମୋର ଭାରି ପସନ୍ଦମୋ ପାଳି ଥାଏ ।ଡାହୁ ପୁଆ ଖେଳୁ ଖେଳୁ କାଠି ଟି ଯାଇ ବାଜିଲା ସେ କାରରେ ।ରାସ୍ତାରେ ମେଣ୍ଢା ପଲ ଦେଖି ଗାଡି ଟି ଅଟକି ଯାଇଥିଲା ଆଉ ପିଲାମାନେ ଖେଳ ଛାଡି ଗାଡିଟିକୁ ଦେଖୁଥିଲେ ।ଗାଡି ରୁ ବାହାରିଲେ ଦୁଇଟି ଯୁବକ ସୁଟ ବୁଟ ସହ ମତେ ଦେଖି ଏ ଝିଅ ଟିକେ ଶୁଣିବ ।ମୁଁ କହିଲି କଣ ହେଲା?? ସେମାନଙ୍କ ଭିତରୁ ଜଣେ କହିଲେ ଆମେ ସରପଞ୍ଚ ବାବୁ ଙ୍କର ଘରକୁ ଯିବୁ ଟିକେ ରାସ୍ତା କହିଦେବ ମୁଁ କହିଲି କାହିଁକି ???ନୁହେଁ ସିଧା ରାସ୍ତା ନ ବତେ ଇ ଏଆଡୁ ସିଆଡୁ ରାସ୍ତା ବତେଇ ଲି ଆଉ କହିଲି ଗାଡି ଟି ଗାଁ ମୁଣ୍ଡରେ ରଖି ଦେଇ ଚାଲି ଚାଲି ଯିବା ପାଇଁ କାରଣ ରାସ୍ତା ଭଲ ନୁହେଁ ।

ସେମାନେ ମତେ ଧନ୍ୟବାଦ ଦେଇ ଚାଲିଗଲେ ।ମୁଁ ହସି ଗୀତଗାଇ ପିଲାମାନଙ୍କର ସାଙ୍ଗରେ ଘରକୁ ଫେରିଲି ଆମ ଘର ତା ସେଠୁ କିଛି ବାଟ ଥିଲା ହେଲେ ସେ ପିଲା ଦିଟା ଏତେ ବେଳେ ପ୍ରାଯନ୍ତ ଘରକୁ ଆସିନଥିଲେ ବୋଉ କହୁଥିଲା ଖୁଡିକୁ ବଡ଼ ଝିଅ କୁ କିଏ ଦେଖିବାକୁ ଆଜି ସହର ରୁ ଆସିବ ବୋଲି ମୁଁ ଭାବିଲି ଆହା ମୋ ନାନୀକୁ ଦେଖିବ ତ ଟିକେ କଷ୍ଟ ସହୁ ଭାବି ମନେ ମନେ ଖୁସି ଥିଲେ ବହୁତ ସମୟରେ ସେ ପିଲା ଦୁଇଟି ଘରେ ଆସି ପହଁଚିଲେ କାଦୁଅରେ ଲଟ ପଟ ହୋଇ ମୁଁ ତ ହସି ହସି ଗଡୁଥିଲି ସେମାନଙ୍କୁ ଦେଖି ଆଉ ବାପାଙ୍କୁ ଦେଖି ପୁରାଚୁପ ।

ସେମାନେ ଦୁଇ ତିନି ଦିନ ରହିବା ସହିତ ନାନୀ ସହ କଥା ହେବା ପାଇଁ ଆସଥିଲେ ଜଣେ ପୁରା ଧୀର ଆଉ ଜଣେ  ବଦମାସ ପରି ଲାଗୁଥିଲା ଯିଏ ଧୀର ପରି ଲାଗୁଥିଲା ସେ ଥିଲେ ଚନ୍ଦନ ଆଉ ଯା ମୁହଁ ଟି ବଦମାସ ପରି ପୁରା ସେ ତାଙ୍କ ଦାଦା ପୁଅ ଭାଇ ଅମୟ।

ବୋଉ କହିଲା ଏମିତି କେମିତି ହେଲା ତମେ ମାନେ ରାସ୍ତା ଭୁଲିଗଲା ନା କଣ ??ଅମୟ କହିଲା ନା ମାଉସୀ ଆମକୁ ରାସ୍ତା ଭୁଲ ଦିଆ ଯାଇଥିଲା ମତେ ଦେଖି କହୁଥିଲା ସେ ମୁଁ ଶୁଣି ହସି ହସି ଗଡୁଥାଏ ।ନାନୀ କହିଲା ଚୁପ ରହ ବାପା ପାଟି କରିବେ ।ଆଉ ତା ପରେ ..........

କ୍ରମଶଃ............



Rate this content
Log in

Similar oriya story from Romance