Siddhartha Tripathy

Romance Others

4  

Siddhartha Tripathy

Romance Others

ଅଲୋଡା ପୃଷ୍ଠା (ନବମ ଭାଗ)

ଅଲୋଡା ପୃଷ୍ଠା (ନବମ ଭାଗ)

3 mins
224



ଓହୋ.........! ମୋ ଜୀବନର ଏତେ ଅଧ୍ୟାୟ ବହନକରିବାରେ ଅସମର୍ଥ ଡାଏରୀର ପାନିପଥ ଯାତ୍ରା, ବିବାହ ପରର ପ୍ରେମ, ସ୍ୱାମୀ ସ୍ତ୍ରୀ ସମ୍ପର୍କର ସୁଖର, ଖୁସିର ପୃଷ୍ଠାଗୁଡିକ କିଛିଟା ନଷ୍ଟ ହୋଇଯାଇଛି। ପଢିବା ସମ୍ଭବ ନୁହଁ, ସତେଇଶବର୍ଷ ତଳକୁ ଯାଇ ମନେପକେଇବା ବି ଅସମ୍ଭବ ଥିଲା ମୋ ପକ୍ଷରେ।


ତାଛଡା........... ସୁଖର ପୃଷ୍ଠାରେ ଦୁଃଖର ପାହାଡ ରାଜତ୍ବ କଲେ, ଲିଭିଯାଏ ସୁଖର ସିମୀତ ପୃଷ୍ଠା। ଆଜି ଡାଏରୀ ବି ଖୁସିଦେବାରେ ଅସମର୍ଥ।

ଛାଡ! କେବଳ ଏତିକି ମନେପଡୁଛି ପୌରୁଷତ୍ବର ସନ୍ତକ ସ୍ୱରୁପ ଦୁଇଟି ସନ୍ତାନର ଜନକ ହେବାସହ ସ୍ୱପ୍ନ ମରିଯାଇଥିଲା, ଖୁସି ସରିଯାଇଥିଲା। ଲାଗୁଥିଲା ସରିଗଲା ଜୀବନ। କିନ୍ତୁ ବଞ୍ଚିବାକୁ ତ ହେବ, "ଆସିଛି ଏକା, ଯିବି ମୁଁ ଏକା " ନ୍ୟାୟରେ। ତାଛଡା ଭଲ ସରକାରୀ ଚାକିରୀଟିଏ ବି କରୁଥିଲି।


ଆରେ, ରୁହନ୍ତୁନା, ଏଇ କ'ଣ ମୋ ସଂସାର ବଞ୍ଚେଇବାର ଉଦ୍ୟମ ତଥା ବାପାଙ୍କର ଆଗମନର କ'ଣ ଗୋଟିଏ ଝାପସା ପୃଷ୍ଠା ଦେଖାଯାଉଛି।

ହେ ଅଲୋଡା ପୃଷ୍ଠାର ଅଦେଖା ଦୁଃଖ, ଦେଖିବା କେଉଁ ଦୁଃଖଦ ମୁହୂର୍ତ୍ତ ପରସିବାର ଇସାରା କରୁଛ ତମେ ;;

ଡାଏରୀ ପୃଷ୍ଠା....(ଦେଖାଯାଉନି)

ଅଗଷ୍ଟ ୧୨ ~~ ସନ ୨୦୦୦

 

ବନିପାରିଲିନି ଉତ୍ତମପୁତ୍ର, ଉତ୍ତମ ପତି। ହଁ, ବନିପାରିଛି ପଇସା ଦିଆ ବାପା, ପଇସାଦିଆ ପତି, କହିବାକୁ ଗଲେ ଟଙ୍କାଦିଆ ମେସିନ।

  

       ଏମିତି ନୁହଁ ସଂସାର ବଞ୍ଚେଇବାର ପ୍ରଚେଷ୍ଟା କରିନାହିଁ। କିନ୍ତୁ.........

ସରକାରୀ ଚାକିରୀ, ତା ପୁଣି ଯନ୍ତ୍ରୀ। କହିବାର ତାତ୍ପର୍ଯ୍ୟ ଅର୍ଥ ହିଁ ବନିଗଲା ଅନର୍ଥର କାରଣ।

         

            ଭିତରୁ ସହଧର୍ମିଣୀ ଙ୍କ କର୍କଶ ଆଦେଶ ଭରା ସ୍ୱର ,ହଇହୋ,ଏ ଲେଖାଲେଖିରୁ କ'ଣ ପାଇବ? ପିଲା ଗୁଡ଼ାକ ବଡ଼ ହେଲେଣି। କେତେ ଖର୍ଚ୍ଚ ହେବ ଆଗକୁ।ଏ ସମୟରେ ଦୁଇପଇସା ଅଧିକ ରୋଜଗାର ନକଲେ ଆଗକୁ କାନ୍ଦିବାକୁ ପଡିବ।ପଡିଶାଘର ଶବରବାବୁ ପାଞ୍ଚବର୍ଷ ଚାକିରୀ କରି ଦୁଇଟା ଘର କଲେଣି,ତମେ ସେସବୁ କେମିତି ହେବ ଚିନ୍ତା ନକରି ଲେଖୁଥାଅ।ସେ ଲେଖା ବି କିଏ ପଢୁଛି ଯେ? ଏଇ ସାହିତ୍ୟ ର "ସ" ଅକ୍ଷର ଜାଣିନଥିବା ଅରୁଣା କାଲି କହୁଥିଲା ପାଞ୍ଚହଜାର ପୁରସ୍କାର ପାଇଛି।ଗୁଗଲରୁ ଗୋଟିଏ,ଦୁଇଟି ଇଂରାଜୀ ଗଳ୍ପକୁ ଓଡ଼ିଆରେ ଲେଖି ଅଧଘଣ୍ଟା ପରିଶ୍ରମରେ ପାଞ୍ଚହଜାର ରୋଜଗାର କଲା,ତମେ ଦିନରାତି ଲେଖି ଲେଖି ଫଳ ଶୂନ।

        ହଁ ଶୁଣ ଆଜିକାଲିର ଛୁଆ।ତମର ସଂଘର୍ଷ,ବାପାଙ୍କର ଆଦର୍ଶ, ଗୈାରବ ର ଗାଥା ଶୁଣାଇ ଛୁଆ ଗୁଡାକୁ ବିରକ୍ତ କରନାହିଁ ସବୁବେଳେ। ତମ ବାପା ତମକୁ ସେସବୁ କହୁଥିଲେ କାରଣ ଶିକ୍ଷକ ଲୋକ,କାମଧନ୍ଦା ନଥିଲା ଗପୁଥିଲେ। କିନ୍ତୁ ଆଜିକାଲି ଛୁଆ ସେହି ସମୟରେ ଟିକେ ଗେମ ଖେଳିଲେ ବି ଜ୍ଞାନ ବ୍ରୁଦ୍ଧି ହେବ।ତମର ଏ ଘଣ୍ଟା ଘଣ୍ଟା ବେକାର ଉପଦେଶରୁ କ'ଣ ମିଳିବ ଯେ?

           ଏପଟେ ପାଠକ ଆଦ୍ରୁତିଲିପ୍ସୁ ମନୁଷ୍ୟ ଆଜିକାଲି ନିଜର ଗଳ୍ପ ପାଇଁ ପାଠକ ଖୋଜିବାକୁ ପଡୁଛି, ସେପଟେ ଗ୍ରୁହିଣୀଙ୍କ ନିରୁସ୍ଛାହିତ ଉପଦେଶ ମନଟାକୁ ବିତସ୍ପ୍ରୁହ କରିସାରିଥିଲା।

              ଅଫିସ୍ ଯାଇ ଫେରିବାପରେ ସନ୍ଧ୍ୟାରେ ପୁଣି ଆରମ୍ଭ।

ଧର୍ମପତ୍ନୀ କହିଉଠିଲେ; ହେଇ,ଶୁଣୁଛ ବାପା ତମକୁ କଥା ହେବା ପାଇଁ କହିଛନ୍ତି,ଜଲ୍ଦି କଥାହୁଅ। ବୋଧହୁଏ ଏଠିକି ଆସିବେ କି କ'ଣ? ଶୁଣ,ସେହି କବିସୁଲଭ ଗୁଣ ଛାଡି ଟିକେ ନିଷ୍ଠୁର କଥାବାର୍ତ୍ତା କରିବ।

         ପୁରୁଣା କାଳିଆ ଲୋକ। ରାମାୟଣ, ମହାଭାରତରେ ଆଜିକାଲି ଛୁଆ କାହାର ଋଚି ନାହିଁ ତେଣୁ ଜଲ୍ଦି ଫେରିଯିବା ବ୍ୟବସ୍ଥା କରିବ। ହଁ ଆଉ ଗୋଟିଏ କଥା ସେ ତାଙ୍କରି ବ୍ୟବସ୍ଥାରେ ଆସିବାକୁ କହିଦେବ।ଆମ ଗାଡ଼ି ବାପାଙ୍କୁ ଆଣିବାକୁ ପଠେଇ ହେବନାହିଁ। ଆସନ୍ତାକାଲି ଝିଅର ଆଧୁନିକ ନାଚ ପ୍ରତିଯୋଗିତା ଅଛି ଓ ପୁଅର ବି କଲେଜ ଯିବାର ଅଛି।          

               ଆଜ୍ଞାବହ ପରି ମୁଣ୍ଡ ଟୁଙ୍ଗାରି ବାହାରକୁ ବାହାରି ଆସିଲି ମୁଁ। ଛୋଟବେଳୁ ଆଜିଯାଏଁ ସବୁ କିଛି ଚଳଚ୍ଚିତ୍ର ପରି ନାଚି ଯାଉଥିଲା ଆଖି ସାମ୍ନାରେ।

             ନିର୍ଦ୍ଧାରିତ ସମୟରେ ପହଞ୍ଚିଗଲେ ବାପା। ମୁଁ ଭଦ୍ରାମୀ ଦ୍ରୁଷ୍ଟିରୁ ପଚାରିଦେଲି ବାପା କିଛି ଅସୁବିଧା ହୋଇନାହିଁ ତ? ଏତେ ବିଳମ୍ୱ କେମିତି ହେଲା? ବାପା ମୁଣିରୁ ହନୁମାନ ମୂର୍ତ୍ତିଟି ବାହାର କରି କହିଲେ ନା ନା ଅସହ୍ୟ ଗୁଳୁଗୁଳି ଓ ବସରେ ଭିଡ଼ ଯୋଗୁଁ ହନୁମାନ ମହାପ୍ରଭୁ ଝାଳେଇ ଗଲେ।ବାଧ୍ୟହୋଇ ଅଧାରାସ୍ତାରେ ଓହ୍ଲାଇଲି, ତା'ପରେ ଆଉ ଗୋଟିଏ ବସ୍ ଧରି ଆସିଲି।

              ଦିନେ ଦୁଇଦିନ ବିତିଗଲା। ବହୁତ ଖୁସି ଲାଗୁଥିଲା ମୋତେ। ବାପା ମୋ ଗୁରୁ। ବିଦ୍ୟାଳୟର ବି।ଭଞ୍ଜ ସାହିତ୍ୟ, ବୈଦେହୀଶ ବିଳାସ, ରାମଚରିତ ମାନସ ର ଅନର୍ଗଳ ପ୍ରବକ୍ତା।ତେଣୁ କିଛିଟା ଜ୍ଞାନ ଆହରଣର ସୁଯୋଗ ପାଇଲି।

           ଘରେ ସବୁ ଗରଗର। ସ୍ତ୍ରୀଙ୍କ ପ୍ରଶ୍ନ ବାପା କେବେ ଯିବେ? ଘରେ ଜାମା ପିନ୍ଧି ହେଉନି, ଭଲରେ ପ୍ରଶାଧନ କରି ହେଉନି। ଶାଢ଼ୀ ପିନ୍ଧି ମଣିଷ ମଲାଣି।ବୋଧେ ବାପା ଶୁଣିପାରୁଥିଲେ ସବୁ କିଛି। ଦ୍ୱିତୀୟତଃ ତାଙ୍କରି କୋଠରୀରେ ପୁଅ ବାରମ୍ୱାର ଦେଖାଉଥିଲା ଗୋଟିଏ ହିନ୍ଦି ଚଳଚ୍ଚିତ୍ର" ଅତିଥି ତୁମ କବ ଯାଓଗେ" ।

          ସେଦିନ ରାତିରେ.....

     କଥା କଥାରେ ବାପା କହିଗଲେ ବହୁତ ଉପଦେଶ। ବିଶେଷ କରି ମରଦପଣିଆ ଓ ସ୍ୱ।ଭିମାନ ଉପରେ। ସାହିତ୍ୟ ଚର୍ଚ୍ଚା ଭିତରେ ପାଠକୀୟ ଆଦ୍ରୁତି, ସାହିତ୍ୟ ରେ ଇଂରାଜୀ ଶବ୍ଦର ଛୁଙ୍କ ଉପରେ ବିଶେଷ ଟିପ୍ପଣୀ ଦେଇ କହିଲେ,ତୋ ଆଦର୍ଶର ହନନ ନକରି ତୁ ଲେଖିଚାଲ ଓ ଆଗକୁ ବଢେ। ହଁ ଭରିଲି ମୁଁ।

        ତା'ପରେ ଆଉ ବାପା ଆସିନଥିଲେ। ବୋଧେ ବୁଝିସାରିଥିଲେ ଆଜିକାଲିର ସଂସାର,ଋଚି ଓ ପରିବାର ସ୍ନେହ।

         ଆଜି ବି ସେହି ଗୁରୁଙ୍କ ଅପେକ୍ଷା ରେ.....!

ମନେ ମନେ ଆଜିବି ଭାବୁଛି ନିତି,ନିୟମ ଆଦର୍ଶ ଚିନ୍ତା କରି ଘଣ୍ଟା ଘଣ୍ଟା ପୂଜା କରୁଛି।ଗୁରୁଙ୍କ ସବୁ ଉପଦେଶ ମାନିଆସିଛି।ହେଲେ ସଂସାର ନଈରେ କୁମ୍ଭୀର ଟାଣିନେଉଛି ମଝି ଆଡ଼କୁ। ନିରୁପାୟ ମୁଁ। ଆପତ୍ତି କଲେ ସଂସାର ଶେଷ।ତାର ନିରାକରଣ ପାଇଁ,ତାର ଜ୍ଞାନ ପାଇଁ ଅପେକ୍ଷା ଗୁରୁଙ୍କର।ହେଲେ ଗୁରୁ.....!!

ମତେ ଆଜିବି ଲାଗେ ସେ ଯେମିତି କହୁଛନ୍ତି, ବାବୁରେ,ତୁମେ ସବୁ ଜ୍ଞାନୀ, ମୁଁ କି ଜ୍ଞାନ ଦେବି ? ମୁଁ ଜ୍ଞାନ ଦେଲେ ତୁମେ କହିବ,"ଅତିଥି ତୁମ କବ ଯାଓଗେ"।

ଭାବିଲା ବେଳେ ଦୋହଲି ଉଠୁଛି ଅନ୍ତରାତ୍ମା।କୈ।ଣସି ଏକ କୋଣରୁ ଡାକୁଛି,ହେ ଗୁରୁ ! ଅପେକ୍ଷା ତୁମର....!!


କ୍ରମଶଃ........



Rate this content
Log in

Similar oriya story from Romance