Siddhartha Tripathy

Romance Tragedy Inspirational

2  

Siddhartha Tripathy

Romance Tragedy Inspirational

ଅଲୋଡା ପୃଷ୍ଠା (ଦ୍ୱିତୀୟ ଭାଗ)

ଅଲୋଡା ପୃଷ୍ଠା (ଦ୍ୱିତୀୟ ଭାଗ)

2 mins
145


*ଅଲୋଡା ପୃଷ୍ଠା*

 *(ତୃତୀୟ ଭାଗ)*

   ନିର୍ଜିବ ଡାଏରୀର ପୃଷ୍ଠା ଅତୀତ ସ୍ମୃତିକୁ ରୋମନ୍ଥନ କରିବା ସହ ପ୍ରତ୍ୟେକ ଘଟଣାବଳୀକୁ ଜୀବନ୍ତ କରି ଗଢି ତୋଳୁଥିଲା।

ସନ ୧୯୮୧ ଶୁକ୍ରବାର ସକାଳ। ମୁଁ ନବମ ଶ୍ରେଣୀର ଛାତ୍ର। ଆମ କ୍ଳାସରେ ବହୁତ ଭଲ ପାଠ ପଢୁଥିଲା ଗରୀବ ଛାତ୍ର ରାଘବ। ଡଉଲଡାଉଲ ଚେହେରା। ଗରୀବ ହେଲେ ବି ଚେହେରାରେ ମାଦକତା। ମାର୍ଜିତ, ଭଦ୍ର ବ୍ଯବହାର।

**** **** **** **** ****

ଏଇ କି ପୃଷ୍ଠା ମୋ ଡାଏରୀର। କ'ଣ ସତରେ ଏମିତି ବି ହୁଏ ? ଯାହାହେଉ ଦୁଃଖଦ ପୃଷ୍ଠା ଦୁଇଟି ସରିଲା ପରେ ଆମୋଦଦାୟକ ସ୍ମୃତିଟିଏ ଏଇ ପୃଷ୍ଠା।ରକ୍ଷଣଶୀଳ ପରିବାର, ତା ସାଙ୍ଗକୁ ଘରରୁ ବାହାରକୁ ଯିବାର ଅନୁମତି ନଥିଲା କିମ୍ୱା ଆବଶ୍ୟକତା ବି ନଥିଲା ।

   ପଢିବା ଆରମ୍ଭ କଲାବେଳେ ଲାଗୁଛି, ଡାଏରୀ ପୃଷ୍ଠା ବି ହସିଉଠୁଛି। କାରଣ......

ସେହି ବିଦ୍ୟାଳୟ ଅଛି, ସେହି ବିଦ୍ୟାଳୟର ପ୍ରକୋଷ୍ଠ ବି ଅଛି, ସେଇ ସାଙ୍ଗ ରାଘବ ବି ଅଛି।

କିନ୍ତୁ........

    ଆଜି।  ପୁରୁଣା କାଠବେଂଚର ଏପଟ କଣରେ ମୁଁ, ସେପଟ କଣରେ ରାଘବ ବସିଥିଲା।ସଂସ୍କୃତ ସାର୍ ପଢାଉଥିଲେ "ଲତା" ଶବ୍ଦ।

ଭାରୀ ରାଗୀ ସଂସ୍କୃତସାର୍ ମାନେ ପଣ୍ଡା ସାର୍। ସାଙ୍ଗ ଶ୍ରୀନିବାସକୁ

ପଚାରିବସିଲେ, ଶ୍ରୀନିବାସ କହିଲୁ ଲତା ଶବ୍ଦର ପ୍ରଥମା ବିଭକ୍ତି ଓ ଦ୍ୱିତୀୟା ବିଭକ୍ତି। ଠିଆ ହୋଇ ରହିଲା ଶ୍ରୀନିବାସ। ଚିଡିଉଠି ପଣ୍ଡାସାର୍ କହିଲେ, ବୋକାଙ୍କ ପରି ଉପରକୁ ଅନେଇଛୁ କ'ଣ ? ହଲାଉଥିଲେ ବାଉଁଶ ବେତ। ଥରଥର କଣ୍ଠରେ ଶ୍ରୀନିବାସ କହିଲା;;

ଲତାଃ ଲତୌ ଲତାଃ

ଲତାଂ  ଲତୌ ଲତାନ୍

ଠାଏ........

ବସିଗଲା ବାଉଁଶବେତ। ମୂର୍ଖ କେଉଁଠିକାର। ବ୍ରାହ୍ମଣ ଛୁଆ ହୋଇ ସଂସ୍କୃତ ଆସୁନି, ଗଣ୍ଡମୁର୍ଖ। ଲତା ପରା ଆ କାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ବାଳକ ଶବ୍ଦ ପରି କଣ ଉଚ୍ଚାରଣ କରୁଛୁ ?

     ଫେଁକିନା ହସିଦେଲି ମୁଁ । ପଣ୍ଡାସାର୍ ମୋ ଆଡକୁ କଡମଡ କରି ଅନେଇ କହିଲେ ସିଦ୍ଧାର୍ଥ ତୁ କହ। ଖୁସିରେ ଆରମ୍ଭ କଲି ମୁଁ;;

       ଲତା  ଲତେ   ଲତାଃ

        ଲତାଂ ଲତେ   ଲତାଃ

ଖୁସି ହୋଇଗଲେ ପଣ୍ଡା ସାର୍ । ସମସ୍ତେ ସେହିପରି କୁହ। ସମସ୍ତେ ବଡପାଟିରେ କହିବାକୁ ଲାଗିଲେ ଲତା ଶବ୍ଦ। ମୋତେ ଅନୁଭୂତ ହେଉଥିଲା ସତେ ଯେମିତି ମୁଁ କିଛି ଗୋଟିଏ ବିରାଟ ସଫଳତା ପାଇଗଲି। ଦୃଷ୍ଟି ନିକ୍ଷେପ କଲି ଚତୁର୍ଦ୍ଦିଗକୁ।

ଏକଲୟରେ ଅନେଇ ରହିଥିଲା ରାଘବ। ମୋ ନଜର ତା ଉପରେ ପଡିଗଲା। ମୁରୁକି ହସିଲା ରାଘବ। ମୁଁ ବି ହସିଦେଇ ସଂସ୍କୃତ ପାଠରେ ଧ୍ୟାନ ଦେଲି। କିଛିସମୟ ପରେ କେମିତି କେଜାଣି ଧ୍ୟାନ ଚାଲିଗଲା ରାଘବ ଆଡକୁ।

ମୋତେ ଦେଖି ମୁରୁକି ହସୁଥିଲା ରାଘବ। ହସିଦେଲି ମୁଁ ବି। ଅବର୍ଣ୍ଣନୀୟ ଅନୁଭୂତି, ଅଦ୍ଭୁତ ଆକର୍ଷଣ। ମୁଁ ବି ବାରମ୍ବାର ଦୃଷ୍ଟି ନିକ୍ଷେପ କରିବାରେ ଲାଗିଲି ଓ ସ୍ମିତ ହସ ହସୁଥିଲୁ ଦୁହେଁ। ବିଶେଷ ଧାରଣା ନାହିଁ, ପ୍ରେମ ଉପରେ। କିନ୍ତୁ......

ରାତିରେ ସରକାରୀ କାଠଖଟ ଉପରେ ପତଳା ବେଡସିଟ ଉପରେ ଶୋଇ ରାଘବର ମୁଖମଣ୍ଡଳ ଓ ତାର ହସ, ହସିବା ସମୟରେ ଗାଲର ଭଉଁରୀ ମନେ ପକାଇ ରୋମାଞ୍ଚିତ ଲାଗୁଥିଲା ମନ।କିଛି ଗୋଟିଏ ଅଲଗା ଅଲଗା ପରି ମନେ ହେଉଥିଲା ଆଜି ମୋତେ। 

****** ****** ****** ****

   

       ଆଜି ସକାଳ ନଅଟାରୁ ବିଦ୍ୟାଳୟ ଗମନ। ସଂଯୋଗବଶତଃ ରାଘବ ବି ପହଞ୍ଚିଯାଇଥିଲା ସ୍କୁଲରେ।

   ପଡାପଢିରେ ଫରକ ପଡୁନଥିଲା, ବରଂ ଉସ୍ଛାହିତ ଲାଗୁଥିଲା ପାଠରେ ମନୋନିବେଶ କରିବା ସହ ରାଘବକୁ ଦେଖିବାରେ। କଣ ଥିଲା ଏ ଚାହାଁଣିର ଅର୍ଥ । କେଉଁ ସମ୍ପର୍କଟିଏ ଅଙ୍କୁରିତ ହେଉଛି ଏଇ ମନ ଉପବନ ରେ ଆଜି।

  (  ବିତିଯାଇଥିଲା ଛଅମାସ। ଆଉ ଡାଏରି ଲେଖିବାରେ ଧ୍ୟାନ ନଥିଲା । କେହି ସନ୍ଦେହ କରିବାର ଅବକାଶ ନାହିଁ।  ଡାଏରୀର ଏହିପୃଷ୍ଠା ପଢି ଭାରୀ ହସିବାକୁ ଈଚ୍ଛା ହେଉଛି। ପଚାଶ ବର୍ଷ ବୟସରେ ବି ନିର୍ଜିବ ଡାଏରୀର ପୃଷ୍ଠା ଜୀବନ୍ତ କରିଦେଉଛି ଅତୀତର ଅଭୁଲା ମୁହୂର୍ତ୍ତ ଗୁଡାକୁ।

ପରବର୍ତ୍ତୀ ପୃଷ୍ଠା ଅବଲୋକନ କରିବା ପୁର୍ବରୁ ଆଜି ବି ଭାବୁଛି, ସେଦିନର ଗୋଟିଏ ପୁଅର ଗୋଟିଏ ପୁଅ ପ୍ରତି ଆକର୍ଷଣ କ'ଣ ଥିଲା ?

ଯାହାହେଉ ଆଜି ଡାଏରୀର ଏହି ପୃଷ୍ଠାଟି ଆନନ୍ଦଦାୟକ ଲାଗୁଛି ମତେ। )

କ୍ରମଶଃ.........



Rate this content
Log in

Similar oriya story from Romance