STORYMIRROR

Jayashree Nanda

Crime Inspirational

3  

Jayashree Nanda

Crime Inspirational

ଅକୁହା କଥା

ଅକୁହା କଥା

2 mins
154


 ବହୁତ ଖୋଜା ଖୋଜି ପରେ ବାବୁ ଘରେ କାମଟେ ମିଳିଥିଲା ତାକୁ, ପୁଷ୍ପା ଦେଖିବାକୁ ପାତଳୀ ସିନା କିନ୍ତୁ ଗଠନ ଭାରି ସୁନ୍ଦର। ମ୍ୟାମ ଖୁବ୍ ଭଲ । କିନ୍ତୁ ବାବୁଙ୍କ ଚାହାଣୀ ଭୋକିଲା କୁକୁର ପରି ଲାଗେ, ପାଖ ଦେଇ ଚାଲିଗଲେ ବି, ଭିତରଟା କେମିତି ଗଟେ ରୁନ୍ଧି ହୋଇଯାଉଛି ପରି ଲାଗେ । ସେଦିନ ମାମ୍ ଘରେ ନଥିଲେ, ବାବୁ ଚୁଙ୍ଗଲ ରୁ ନିଜକୁ କେମିତି ମୁକୁଳେଇ କି ଆଣିଚି ମୁଁ ଜାଣିଚି। ଜବରଦସ୍ତି କି ଅଧିକ ପଇସା ଦେବା, ହୋଟେଲରୁ ଅଧିକ ଖାଇବା ଜବରଦସ୍ତ ଦିଅନ୍ତି ବାବୁ, ଲାଗୁଥଲା ସତରେ ମୋ ପିଲା ମାନଙ୍କ ପାଇଁ କେତେ ଦରଦ ଏମାନଙ୍କର।

ସେଦିନ ଟଣ। ଉଟର। ପରେ ଭାବିଲି, ମାମଙ୍କୁ କହିଦେବି, କିନ୍ତ ମାମ ମତେ ଖରାପ୍ ଭାବିବେ । ମାମ ଆସିଲା ପରେ ସାହସ ଯୁଟାଇ ଚ।କିରି ଛାଡିଦେବି କହିଲି, ମୁଁ ଜାଣିଛି ଆଉ କେହିବି ଏତେ ଟଙ୍କା, ସୁବିଧା ଅସୁବିଧା ବୁଝିବେନି। ତାଙ୍କ କୁନି ଝିଅ ହଠାତ୍ ମାଉସି କହି କୁଣ୍ଢାଇ ପକଇଲା ଓ କହିଲା" ଆମକୁ ଛାଡି କୁଆଡେ ଯିବନି। ତୁମକୁ ମୁଁ ବହୁତ ଭଲ ପାଏ l ଆମ ଘରେ ଆଉ ସବୁ ଦିଦି ମାନେ ଆସନ୍ତି , ପୁଣି ଛାଡିକି ପଳାନ୍ତି, ମତେ କିଏ ଖେଳିବ।କୁ ନେବ, ମତେ କିଏ ଗପ କହିବ।"

ଆଖି ଦୁଇଟି ତାର ଲୁହରେ ଚକ୍ ଚକ୍ ଦିଶୁଥିଲା। ତାକୁ କୁଣ୍ଢlଇଲି, ମୋ ସାନ ଝିଅକୁକୁ ପାଞ୍ଚ ପୁରି ଛଅ ହେବ। ମା ପାଖରେ ଛାଡି ଦେଇ ଆସିଛି। ତାକୁ ଦେଖିଲେ କେମିତି ଟିକେ ଗେଲ କରିବାକୁ ମନଟା ହାଇପାଇଁ ହୁଏ।

ବାବୁ ଥରେ ନୁହ, କେତେ ଥର ମୋ ଦେହରେ ହାତ ମାରିବାକୁ ଚେଷ୍ଟା କଲେଣି, ଆଉ ଭଲ ଲାଗୁନି। ପୁଷ୍ପା ସେଦିନ ଫୋନ ଉଠାଇଲାନି କି ଆଉ ଗଲାନି କାମକୁ । କୁନି ଝିଅ କଥା ମନେ ପକାଇ ବୋହେ କାନ୍ଦିଲା ନିରୋଳାରେ।

ଠିକ୍ ହପ୍ତାଟେ ପରେ, ସେବତୀ ଠୁ ଶୁଣିଲି, "ତାଙ୍କ ଘରେ ତୁ କାମ ଛ।ଡ଼ିଦେଲୁ । ତାଙ୍କ ଝିଅକୁ କିଏ ନିଆଁନାଗା ସିକ୍ୟୁରିଟି ଡ୍ରେସ ପିନ୍ଧି କି ଆସିକି ତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା ବିଚାରିଟି ବଞ୍ଚି ଯାଇଚି ଲୋ…ବାବୁ ତନlଘନା କଲାଠୁ, ତାଙ୍କୁ ବି କୁଆଡେ ଲୋକ ବାଡେଇ ଛନ୍ତି। ସେ ବାବୁଟ। ତ ପକା ସୈତାନ୍ ଟ। । ହେଇଚି ପାନେ"

ପୁଷ୍ପା ଆଖିରୁ ଲୁହ ବୋହି ଚାଲିଥିଲା,କାହାପାଇଁ ??? ଧନ୍ୟବାଦର ଲୁହ ନା ପ୍ରତିଶୋଧର ଲୁହ??

ବୁଢ଼ୀ ଠାକୁରାଣୀ ସବୁ ଝିଅଙ୍କୁ ଘଣ୍ଟ ଘୋଡେଇକି ରଖିବୁ କହି ଲମ୍ବା ନମସ୍କାରଟେ ମାରିଲା ପୁଷ୍ପ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime