ଆଉ ଏକ ଭାଲେଣ୍ଟାଇନ ଡେ
ଆଉ ଏକ ଭାଲେଣ୍ଟାଇନ ଡେ


ଏକ ଲୟରେ ସ୍ତବ୍ଧ ହୋଇ ମେଧା ଝରକା ବାଟେରାସ୍ତାକୁ ଚାହିଁରହିଥାଏ । ସତେ ଯେମିତି ଭାବନାରାଇଜରେ ଘୁରି ବୁଲୁଛି ତାର ସମ୍ପୂର୍ଣ ଅସ୍ତିତ୍ବ । ମେଧା, ମେଧା ପଛରୁ ବିନୋଦ ଡାକିଲା, ମୁଁ ଅଫିସ ଯାଉଛି, ମୀଟିଙ୍ଗ ଅଛିରାତିରେ ଡେରିରେ ଫେରିବି u should take care yourself dear । ଯାହା ଦରକାରରାଧାକୁ କହିଦେବ । ମେଧା ଖାଲି ଜଳ ଜଳ କରି ଅନାଇ ଥାଏ ଏବଂ ବିନୋଦର କଥା ଶୁଣଥାଏ, ସେ କିଛିକହିବା, ଶୁଣିବା ଆଗରୁ ଚାଲି ଯାଇଥିଲା ବିନୋଦ ।
ହଠାତ ଝରକା ବାଟେ ଦେଖିଲା ଛୋଟ ପିଲାଟେ ଲାଲ ରଙ୍ଗର ହାର୍ଟ ସେପ୍ ବେଲୁନ ଗୁଡିକ ନେଇ ଯାଉଛି । ଆଖିଟା କ୍ୟାଲେଣ୍ଡର ଆଡକୁ ଚାଲିଗଲା, ଦେଖୀ ଜାଣିଲା ଆଜି ଫେବୃଆରୀ ଚଉଦ ତାରିଖ । ଆଜି ଭାଲେଣ୍ଟାଇନ ଡେ, କାହିଁ ବିନୋଦ ତ ମୋତେ ଶୁଭେଚ୍ଛା ଜଣାଇଲେ ନାହିଁ ବୋଧେ କାର୍ଯ୍ୟବ୍ୟସ୍ତତା ଭିତରେ ମନେ ନ ଥିବ, ଏଇଆ ଭାବୁ ଭାବୁ ପୁଣି ଭାବନାମୟରାଜ୍ୟରେ ହଜି ଯାଇଥିଲା ମେଧା । କେତେ ସୁନ୍ଦର ଥିଲା ସେ ଦିନ ଗୁଡାକ । ଏଇତ ଫେବୃଆରୀ ଚଉଦ ଯେଉଁ ଦିନ ବିନୋଦ ପ୍ରଥମ ଥର ପ୍ରପୋଜ କରିଥିଲା ମେଧାକୁ । ଦୀର୍ଘ ଦିନର ପ୍ରେମର ଲୁଚକାଳି ପରେ ସାହସ କରିଥିଲା ବିନୋଦ ମେଧାକୁ ପ୍ରପୋଜ କରିବାରେ । ସେ ଦିନଭି ହାତରେ ଥିଲା ଗୁଡ଼ାଏ ଲାଲରଙ୍ଗର ଗୋଲାପ,ଚକୋଲାଟେ, ଟେଡି ବିୟର ଏବଂ ବହୁତ ଗୁଡ଼େ ହାର୍ଟ ସେପ୍ ବେଲୁନ । ପୁରା କଲେଜେର ଝିଅ ବିନୋଦ ପଛରେ କିନ୍ତୁ ବିନୋଦ ଖାଲି ମେଧା ପଛରେ । କାହିଁକିବା ନ ହବ ଅପୂର୍ବ ସୁନ୍ଦରୀ ଥିଲା ମେଧା । ସାଙ୍ଗ ବିନି ସବୁବେଳେ ଚିଡେଇ କରି ଉପହାସ କରେ ତୁ ଶୀଘ୍ର ନା କହିଲେ ମୁଁ ବିନୋଦକୁ ପ୍ରପୋଜ କରିବି,ଲାଜେଇ ଯାଇ ଅଭିମାମିନି ପ୍ରିୟା ପରି ହୁଏ ମେଧା । ସେ ଦିନ ସେ ମଧ୍ୟ୍ୟ ସେ ବିନୋଦର ପ୍ରେମକୁ ସମାଜ ଆଗରେ ସ୍ୱୀକୃତି ଦେଇଥିଲା ଏବଂ ବିନୋଦକୁ ହୃଦୟ, ଜୀବନରେ ସବୁଦିନ ଲାଗି ଗ୍ରହଣ କରିନେଇଥିଲା । ଖୁସିରେ ଆତ୍ମହରା ହୋଇଯାଇଥିଲା ମେଧା । ଏପରି ସୁନ୍ଦର ସାଥୀ ସହ ତା ଭବିଷ୍ୟତ କେବେବି ସେ କଳ୍ପନା କରିନଥିଲା ।
ଯାହାହେଉ ଉଭୟଙ୍କର ପାରିବାରିକ ସନ୍ନମତିରେ ବଡ ଯାକ ଜକମରେ ବିଭାଘର ହୋଇଥିଲା ମେଧା ଏବଂ ବିନୋଦର । ବିଭାଘର ପରେ ସତେ ଯେମିତି ସରଗର ଚାଁଦ ଆଣିରଖି ଦେଇଥିଲା ବିନୋଦ, ମେଧାର ପଣତର ଅଗଣାରେ । ଏତେ ସ୍ନେହ, ଆଦର, ପ୍ରେମ ପାଇଁ ଦୁନିଆର ସବୁଠୁ ଭାଗ୍ୟବାନ ପ୍ରିୟା ମନେ କରୁଥିଲା ମେଧା । ଯେତେ ଦେଖିଲେ ଭି ମେଧାକୁ, ବିନୋଦ ବିମୋହିତ ହୋଇ ଉଠେ ମେଧାକୁ ଆହୁରି ଦେଖିବାକୁ । ଦୁହେଁ ପରସ୍ପର ବିନାରହିବା କଷ୍ଟକର ହୋଇ ଉଠିଥିଲା, ଏଇ ବୋଧେ ପ୍ରେମ ବୁଝିବାକୁ ବାକି ନଥିଲା ମେଧାକୁ l ବେଶ ହସ ଖୁସିରେ ବିତିଚାଲିଥିଲା ମେଧାର ସାଂସାରିକ ଜୀବନ, ଉଭୟ ବହୁତ ଖୁସିରେ ଥାନ୍ତି । ସତେ ଯେପରି ପ୍ରେମ ଅସରନ୍ତି ଭଣ୍ଡାର,ଯେତେ ଗଲେ ଭି ସରିବନି.ମେଧାର ସଂସାର ଏହି ଅସରନ୍ତି ଭଣ୍ଡାରରେ ପୁର୍ଣ ହୋଇ ଉଠିଥାଏ । ହଠାତ ବିନୋଦକୁ ଅଫିସକୁ ଫୋନ ଆସିଲା ମେଧାର ଆକ୍ସିଡେଣ୍ଟ ହୋଇଛି, ବିନୋଦ ଗୋଡ ତଳୁ ଯେମିତି ମାଟି ଖସି ପଡିଲା, ଅଣନିଶ୍ୱାସୀ ହୋଇ ଧାଇଁଲା ସେ ହସ୍ପିଟାଲକୁ । ପହଂଚି ଦେଖେ ପୁରା ପରିବାର ସେଠାରେ ଉପସ୍ଥିତ । ମେଧା ଅପେରସନ ହଲରେ ଥାଏ । ଦୀର୍ଘ ଦେଢ଼ ଘଣ୍ଟା ପରେ ଡାକ୍ତର ବାବୁ ବାହାରି ଆସି କହିଲେ everything is okay, now she is out of danger, but sorry..... ସରି କଣ ଲାଗି ପଚାରି ଉଠିଥିଲା ବିନୋଦ, ଡାକ୍ତର ବାବୁ କହିଲେ ଆମେ ମେଧାର ଗୋଡ଼ ଦୁଇଟା ବଞ୍ଚାଇ ପାରିଲୁ ନାହିଁ । ଶୁଣିବା କ୍ଷଣି ନିଶବ୍ଦ ହୋଇମୁଣ୍ତରେ ହାତ ଦେଇ ବସି ପଡିଥିଲା ବିନୋଦ l ଦୀର୍ଘ ତିନିମାସ ପରେ ମୁକ୍ତି ମିଳିଥିଲା ମେଧାକୁ ହସ୍ପିଟାଲରୁ । ବିନୋଦରାଧା ବୋଲି ଗୋଟେ care takerରଖି ଦେଇଥିଲା ମେଧା ଲାଗି । ତା ପରେ ବୋଧେ କେବେ କୋଚିତ କାହାକୁ ସମୟ ହୁଏ ମେଧା ସହ ବିତାଇବାକୁ, ବନ୍ଧୁ ବାନ୍ଧବ ଠୁ ବିନୋଦ ପ୍ରଯ୍ୟନ୍ତ । ବୋଧେରାଧା ହିଁ ତାର ଏ ନିସଙ୍ଗତାର ଏକମାତ୍ର ସାଥୀ ଥିଲା. ବହୂତ କିଛି ବଦଳି ଯାଇଥିଲା ମେଧା ଆଉ ବିନୋଦ ଜୀବନରେ ।
ବିନୋଦ ଅଧିକାଂଶ ସମୟ ଅଫିସରେ ବିତାଏ, ଚାହିଁକୀ ଭି କିଛି କହି ପାରେନି ମେଧା l ବୋଧେ ତାର ଅପଙ୍ଗତା ତାକୁ କିଛିକୁହାଇ ଦିଏନି । ସେ ପ୍ରେମ, ସ୍ନେହ, ଆଦର ସବୁ ଲିର୍ଣ୍ଣ ହୋଇ ହୋଇ ଯାଇଥିଲା ଏବଂରୂପ ନେଇ ଯାଇଥିଲା କିଛି ଦୂରତାର l ଏତେ ଗୁଡ଼େ ଭାବନା ଭିତରେ ଅଣନିଶ୍ୱାସୀ ହୋଇ ପଡିଥିଲା ମେଧା କୀରାଧା ଆସି କହିଲା ମା, ମା କଣ କାମ ଅଛି କହିଦିଅ ଆଜି ମୁଁ ଟିକେ ଶୀଘ୍ର ଘରକୁ ଯିବିl ମେଧା -କାହିଁ କଣ କାମ ଅଛି କୀ? ରାଧା - ଲାଜେଇ କୀ କହିଲା ନାହିଁ ମ ମା ଆଜି ଯୋଉ ଭାଲେଣ୍ଟାଇନ ଡେ, ମୋ ସ୍ୱାମୀ ମୋତେ ଟିକେ ମନ୍ଦିର ବୁଲାଇ ନେବେ ବୋଲି କହିଛନ୍ତି । ମେଧା - ମେଧା ଟିକେ ହସି କହିଲା ଏଥିରେ ଲାଜ କରିବାର କଣ ଅଛି । ତୁ ଯା ମୋତେ ଖାଲି କିଛି ଲାଲରଙ୍ଗର ହାର୍ଟ ସେପ୍ ବେଲୁନ, କିଛି ଲାଲ ଗୋଲାପ ଆଣି ଦବୁ ।ରାଧା - ଆଜି ବାବୁଙ୍କ ସହ ଭାଲେଣ୍ଟାଇନ ଡେ ମନାଇବ । ମୁଁ ଏବେ ଆଣି ପୁରାରୁମ ସଜାଇ ଦଉଛି । କିନ୍ତୁ ମୋର ଗୋଟେ ଅନୁରୋଧ ମେଧା ମା ବାହାଘର ନାଲି ଶାଢ଼ୀ ଟି ପିନ୍ଧିବ । ସତେ କେତେ ସୁନ୍ଦର ତୁମେ । ଲାଲରଙ୍ଗରେ ଆହୁରି ସୁନ୍ଦର ଦେଖାଯାଅ ମା । ମେଧା - ହଉ ହଉ ଯା, ତୁ ଯା କହିବୁ ମୁଁ କରିବି l ରାଧା ତା କାମରେ ବ୍ୟସ୍ତ ହୋଇଗଲା ପରେ ମେଧା ବିଭାଘରର ଲାଲ ଶାଢ଼ୀକୁ ଦେଖୀ ଭାବୁଥାଏ ଆଜି ଠୁଁ ମୁଁ ବିନୋଦଙ୍କ ସହ ଜୀବନର ଗୋଟେ ନୂଆ ପର୍ଜlୟ ଆରମ୍ଭ କରିବି, ପୁଣି ଫେରେଇ ଆଣିବି ଆମ ମଧ୍ୟରେ ଥିବl ସେ ଅଗାଢ଼ ପ୍ରେମକୁ, ହଟାଇ ଦେବୀ ଏ ଅପାଙ୍ଗତା ପୂର୍ବକ ଅନ୍ତରାଳକୁ l ଆଇନା ଆଗରେ ବସି ପଡିଲା ମେଧା, ସତରେ କେତେ ସୁନ୍ଦର ସେ,ଏ ଲାଲ ପାଟଶାଢ଼ୀରେ ଆହୁରି କେତେ ପ୍ରଜ୍ବଳିତ ହୋଇ ଉଠିଛି ସେ. ଆଜି ବିନୋଦ ତାଙ୍କ ପୁର୍ବତନ ମେଧାକୁ ଦେଖୀ କେତେ ଖୁସି ହେବେ..... ୟା ଭିତରେରାଧା ଭି ଯାଇ ସାରିଥିଲା, ଫୋନର ପ୍ରତିଧ୍ୱନିରେ ମେଧାର ଧ୍ୟାନ ଭାଙ୍ଗି ଯାଇଥିଲା ମେଧାର...... ଆରେ ଏ ତ ବିନୋଦଙ୍କର ମୋବଇଲ ବୋଧେ ଛାଡି ଯାଇଛନ୍ତି, ଫୋନରେ ହେଲୋ କହିବା ପୂବରୁ ଭାସି ଆସୁଥିଲା ଆର ପାରିରୁ ସାଙ୍ଗ ବିନିର କଥା...... ଧନ୍ୟବାଦ ବିନୋଦ, ତୁମେ ପଠାଇଥିବା ଲାଲ ଗୋଲାପ, ଚକୋଲାଟେ ଏବଂ ଉପହାର ପାଇଲି, ଆଜିରାତିର ପାର୍ଟୀରେ ତୁମେ ପଠାଇଥିବା ଡ୍ରେସ ଟି ପିନ୍ଧିକରି ଯିବି. ଆଜିର ଏ ଭାଲେଣ୍ଟାଇନ ଡେ ଆମ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ । କିଛି ନ କହି ମେଧା ଫୋନଟି ରଖିଦେଇଥିଲା l ସତରେ ତାର ଏ ଅପାଙ୍ଗତା ତାକୁ ଆଜି କେତେ ନିରୁପାୟ କରିଦେଇଛି । ପ୍ରଥମ ଥର ସେ ନିଜକୁ ଦେଖୀ ଘୃଣା କରୁଥିଲା l
ସଖାଳୁ ବିନୋଦର ଘର ଲାଲରକ୍ତରେ ସୃଷ୍ଟି କରିଥିଲା ଏକ ଭିନ୍ନରଙ୍ଗର ଲାଲ ଗୋଲାପ, ପୋଲିସ, ବନ୍ଧୁ ବାନ୍ଧବ, ପରିବାର ସଦସ୍ୟରେ ଭରି ଯାଇଥିଲା । ଆଉ ନ ଥିଲା ମେଧା । ଏକଲା ଚାଲି ଯାଇଥିଲା ତା ପଥରେ । ବାମ ହାତର ଧମନୀ ବିହୀନ ମୁଠାରେ ଛାଡି ଯାଇଥିଲା ଏକ ଚିଠି..... ପ୍ରିୟ ବିନୋଦ, ତୁମକୁ ଏକଲା କରି ଯାଉଛି, ବୋଧେ ଅବଶ୍ୟକତା ଭି ନ ଥିଲା ମୋର କିନ୍ତୁ ଭାଲେଣ୍ଟାଇନ ଡେରେ ବିନିକୁ ଦେଇଥିବା ଲାଲ ଗୋଲାପ ଗୁଡିକ କାହିଁକି କେଜାଣି ଫିକା ଫିକା ଲାଗିଲା ମୋତେ, ସେଥି ଲାଗି ତାକୁ ମୋରକ୍ତରେ ଆହୁରି ଲାଲ କରି ଦେଇଛି, ମୁଁ ଜାଣିଛି ଲାଲ ଗୋଲାପ ତୁମର ବହୁତ ପସନ୍ଦ । ହାପି ଭାଲେଣ୍ଟାଇନ ଡେ....... ମେଧା..... ବିନୋଦ ସ୍ଥାଣୁ ହୋଇ ବସି ପଡିଥାଏ । ଜଣା ପଡୁ ନଥାଏ ତାହା ପଶ୍ଚାତାପ କୀ ଅପାଙ୍ଗତା ଠୁଁ ମୁକ୍ତିର ସ୍ଥାଣୁତା. ଦୂରରେରାଧା ମେଧାକୁ ଧରି ଜୋରେରଡି କରି କାନ୍ଦୁଥାଏ, ସତେ କିଏ ଅବା ଛଡାଇ ନେଇଛି ତାର ମନର ସଖୀକୁ ।