STORYMIRROR

Banasmita Panda

Drama Classics Inspirational

4  

Banasmita Panda

Drama Classics Inspirational

ରୋଜଗାରିଆ ପୁଅ

ରୋଜଗାରିଆ ପୁଅ

2 mins
190


ଏଇ ଆମ ପଡିଶା ଘର ସାହୁ ମଉସାଙ୍କ ତିନି ରୋଜଗାରିଆ ପୁଅ, ସବୁ ଆମେରିକା, ଲଣ୍ଡନ, ଅଷ୍ଟ୍ରେଲିଆ ରେ ଉଚ୍ଚ ପଦସ୍ତ କର୍ମଚାରୀ.ସେଥିପାଇଁ ମଉସା ବହୁତ ଗର୍ବିତ ଏବଂ ଟିକେ ଅହଙ୍କାରୀ, ଯୋଉଥି ପାଇଁ ସେ ମୋତେ ବାପାଙ୍କ ଆଗରେ ମୋ ପ୍ରାଇଭେଟ ଚାକିରୀ ଏବଂ ସ୍ୱଳ୍ପ ଦରମା କୁ ନେଇ ସବୁଦିନ କମେଣ୍ଟ ମାରିବା ତାଙ୍କ ଅଭ୍ୟାସ. ବାପା ମଧ୍ୟ୍ୟ ତାଙ୍କ କଥାରେ ପାଳିଆ ଦେଇ ମୋତେ ଅଧିକା କଷ୍ଟ ଦିଅନ୍ତି ସେଥିପାଇଁ ସବୁବେଳେ ଶୀତଳ ଯୁଦ୍ଧ ଆମ ଭିତରେ.ସବୁବେଳେ ସାହୁ ମଉସାଙ୍କୁ ଦେଖିଲେ ମୁଁ ମୋ ବାଟ ବଦଳାଇ ଦିଏ,ସେ ପୂର୍ଵ ହେଲେ ମୁଁ ପଶ୍ଚିମା ହୋଇ ଚାଲେ. ସେ ଦିନ ରାତିରେ ହଠାତ ବାପା ଜୋରେ ଜୋରେ ମୋ ରୁମ କବାଟ ବାଡେଇ ମୋତେ ଡାକିଲେ, ମୁଁ ଡରିଗଲି କଣ ହେଲା?ଏତେ ରାତିରେ ବାପା କଣ ପାଇଁ ଏମିତି ଡାକୁଛନ୍ତି? କେବେ ଏମିତି ହୋଇନି, କଣ ନା ବୁଝୁ ବୁଝୁ , ସାହୁ ମଉସାଙ୍କୁ ହାର୍ଟ ଆର୍ଟକ ହୋଇଛି, ତୁରନ୍ତ ଗାଡ଼ିରେ ନେଇ ରାତାରାତି ହସ୍ପିଟାଲରେ ଦାଖଲ କଲୁ, ଡାକ୍ତର ବାବୁ କହିଲେ ହାର୍ଟ ଆର୍ଟକ ରୁ ଅଳ୍ପକେ ବଞ୍ଚିଗଲେ, ଯଦି ଟିକେ ଡେରି ହୋଇଥାନ୍ତା ଅନର୍ଥ ହୋଇଯାଇଥାନ୍ତା, ସେ ଯାହା ହେଊ ଉପଯୁକ୍ତ ଚିକିତ୍ସା ଏବଂ ସେବା ଶୁଶ୍ରୁଷା ପାଇଁ ଅଳ୍ପ ସମୟ ଭିତରେ ମଉସା ପୁନର୍ବାର ସ୍ଵଛଳ ହେଉଥାନ୍ତି . ଭଲ ହେବା ପରେ ଗାଡ଼ିରେ ଆସିବା ଦିନ ସେଇ ସମାନ ପ୍ରଶ୍ନ ପୁନର୍ବାର ମୋତେ ପୂର୍ଵଭଳି କଲେ, କିଛି ଲୋକ ଠିକ ନିମ୍ୱ ପତ୍ର ପରି ଯେତେ ଧୋଇଲେ ପିତାପଣ ଯିବନି. ଏଥର କିନ୍ତୁ ମୁଁ ପ୍ରତିଉତ୍ତର ଦେଇ ଦେଲି.... "ହଁ ମଉସା ଆପଣଙ୍କ ରୋଜଗାରିଆ ଏବଂ ବଡ଼ଲୋକିଆ ପୁଅ ଉଚିତ ସମୟରେ ଆପଣଙ୍କ ପାଖରେ ନ ଥିଲେ କିନ୍ତୁ ବାପାଙ୍କ ଏହି ପ୍ରାଇଭେଟ ଚାକିରିଆ ଗରିବ ପୁଅ ରାତି ଅଧରେ ଆପଣ ମାନଙ୍କ ସହିତ ଥିଲା ତେବେ କ'ଣ ମୂଲ୍ୟ ସେ ବିଦେଶୀ ଚାକିରୀର? ଯିଏ ଉଚିତ ଅନୁଚିତ ସମୟରେ ବାପା, ମା, ପରିବାର ସହ ଛିଡା ହୋଇପାରିବ ନାହିଁ, ପଇସା ରୋଜଗାର କରିବାକୁ ତ ସାରାଜୀବନ ପଡିଛି କିନ୍ତୁ ପରିବାର ଭାଗ୍ୟରେ ଥିଲେ ମିଳେ, ଆଉ ମୁଁ ଗର୍ବିତ ଏବଂ ଭାଗ୍ୟବାନ ମନେକରେ ମୋ ପାଖରେ ମୋ ପରିବାର ଅଛି. ସେ ଦିନ ପର ଠାରୁ ଆଉ ଦ୍ୱିତୀୟ ଥର ମଉସାଙ୍କ ଠାରୁ କେବେ ଏ ପ୍ରଶ୍ନ ଶୁଣିନି, ବାପା ମନେ ମନେ ହସନ୍ତି, ବୋଧେ ମୋ ପାଇଁ ଗର୍ବିତ ଅନୁଭଵ କରୁଥିଲେ !





         ---------- ****** ----------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama