STORYMIRROR

Banasmita Panda

Tragedy

3  

Banasmita Panda

Tragedy

ଦୂରତା

ଦୂରତା

1 min
218

ବାପା, ବୋଉ ଯିବା ପୂର୍ବରୁ ଅମ୍ଲାନ ବାବୁଙ୍କୁ କହିଯାଇଥିଲେ, ଯାହା ହୋଇଯାଉ, କୌଣସି ପ୍ରକାର ନକାରାତ୍ମକ ପରିସ୍ଥିତି ହେଊ ତୁ ସାନ ଭାଇ ରବିର ପାଖେ ପାଖେ ରହିବୁ l ସବୁ ସୁବିଧା ଅସୁବିଧାରେ ତୋତେ ତା ପାଖରେ ପାଇଲେ ଆମ ଆତ୍ମାକୁ ଶାନ୍ତି ମିଳିବ l ତୁମ ଦୁଇଭାଇଙ୍କ ଖୁସିରେ ଆମେ ଖୁସି l କିନ୍ତୁ ନିଜ ଧର୍ମପତ୍ନୀ ଶୋଭା ଏବଂ ରବିର ସ୍ତ୍ରୀ ପ୍ରିୟା ଭିତରେ ଘରୋଇ କଳହ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଉଭୟ ପରିବାର ଅଲଗା ହୋଇଯିବା ଉଚିତ ମଣିଲେ ଅମ୍ଲାନ ବାବୁ l ତା ଉପରେ ରବି ମଧ୍ୟ ମୁହଁ ଖୋଲି ଅଲଗା ହେବା କଥା କହିସାରିଥିଲା l ଉଭୟ ସ୍ତ୍ରୀ ଲୋକଙ୍କ କଳିରେ ଦୁଇ ଭାଇ ଖୁବ୍ ମର୍ମାହତ ଥିଲେ l ସେଥିପାଇଁ ଅମ୍ଲାନ ବାବୁ ଅଲଗା ଘର ଗୋଟେ କିଣି ରବି ଏବଂ ପ୍ରିୟାକୁ ସ୍ଥାନାନ୍ତରିତ ହୋଇଯିବାକୁ କହିଲେ l ଏହା ଶୁଣି ଶୋଭାଙ୍କ ଟେମ୍ପର ହାଇ, ହଠାତ ଘରକୁ ଆସୁ ଆସୁ କମ୍ପିଲେ ଶୋଭା.... "ହଇହୋ କୋଉଠି ନୂଆ ଘର କିଣିଛ ସେମାନଙ୍କ ପାଇଁ?" କିଛି ଉତ୍ତର ନ ଦେଇ ଚୁପ ରହିଲେ ଅମ୍ଲାନ ବାବୁ l ଅତି ବାଧ୍ୟ କରିବାରୁ ଖାଲି ଏତିକି କହିଲେ ବହୁତ ଦୂରରେ ଘର କିଣିଛି l 


ତା ପରଦିନ ଶୋଭାକୁ କୋଉଠୁ ଖବର ମିଳିଗଲା, ଅମ୍ଲାନ ବାବୁ ଘରଟି ଦୁଇଟା ଗଳି ଛାଡି କିଣିଛନ୍ତି । ଘରକୁ ଆସି ବହେ ଇଆଡୁ ସିଆଡୁ ଗାଇଲେ ଅମ୍ଲାନ ବାବୁଙ୍କ ଉପରେ.......ମାତ୍ର ଦୁଇ ଗଳି ଛାଡି ଘର କିଣିଛ । ଯେମିତି ସବୁଦିନ ଏଇଠି ରହି ମୋ ଛାତି ଉପରେ ଗରମ ମହମ ଢ଼ାଳିବେ..... ପଳେଇ ଯାଅ ସେଇଠି ରହିବ ତମ ଗେଲ୍ହା ଭାଇ ସହ l 


ଏତେ ସବୁ କୋଳାହଳମୟ ଶବ୍ଦ ଭିତରେ ଅମ୍ଲାନ ବାବୁ ଭାବୁଥିଲେ ଏଇ ଦୁଇଟା ଗଳି ଯେ ମୋ ପାଇଁ ଅୟୁତ ଅୟୁତ ଦୂରତା ସହ ସମାନ ତୁମେ କିପରି ବୁଝିବ ଶୋଭା, ଗୋଟେ ବଡ଼ ପୁଅ ଏବଂ ଭାଇ ହେବାର କର୍ତ୍ତବ୍ୟ ଏବଂ ତାର ବିଡମ୍ବନା ପୂର୍ବକ ଅସହାୟତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy