Banasmita Panda

Tragedy Classics Inspirational

4  

Banasmita Panda

Tragedy Classics Inspirational

ସଫଳତା

ସଫଳତା

6 mins
117



::::::::::::::: ମନୁଷ୍ୟ ଯେତେ ଆଗକୁ ସଫଳତାର ସିଡ଼ି ଚଢିଲେ ମଧ୍ୟ୍ୟ ତାର ଆଶାର ମାତ୍ରା ଆହୁରି ବଢିଯାଏ, କାରଣ ମନୁଷ୍ୟ ସର୍ବଦା ଲୋଭୀ, ତାର ଆଶା ଏବଂ ଆକାଂକ୍ଷାର ସୀମା ର କୌଣସି ପରିଭାଷା ନ ଥାଏ l ଯେତେ ମିଳିଲେ ଭି ତାକୁ ନିଅଣ୍ଟ l ମୁଁ ଅବା ସେଥିରୁ କିପରି ବାଦ ପଡିଥାନ୍ତି l ପାଠପଢା ସାରିବା ପରେ ଚାକିରୀ କରିବାର ମୋର ବିଶେଷ ରୁଚି ନ ଥିଲା, ବାପା ପ୍ରତି ମାସରେ ପଇସା ମନିଅର୍ଡର କରନ୍ତି l ସେଇଥିରେ ମୋର ଗୁଜୁରାଣ ହୋଇଯାଏ l ହଁ ଚାକିରୀ କରିବିତ ଏପରି ଏକ ମନରେ ଅଳସୁଆମି ବସା ବାନ୍ଧି ଦେଇଥାଏ l ବାପା ମଧ୍ୟ୍ୟ କେବେ ମୁହଁ ଖୋଲିକି କହି ନାହାନ୍ତି ଆଜି ପର୍ଯ୍ୟନ୍ତ କିନ୍ତୁ ହଁ ବୋଉ ମଝିରେ ମଝିରେ କୁହେ, ଖାଲି ବସିଛୁ କିଛିତ କରିବା ଆରମ୍ଭ କର l ବାପା କିନ୍ତୁ ହସି ଦିଅନ୍ତି, କୁହନ୍ତି ପିଲା ଲୋକ ସେ ଧୀରେ ଧୀରେ ସବୁ ଦାୟିତ୍ୱ ବୁଝିଯିବ l ମୁଁ ମନେ ମନେ ସେଇ କଥା ପଦକରେ ଖୁସି ହୋଇଯାଏ l ନିଜକୁ ଦୁନିଆର ସବୁଠୁ ଭାଗ୍ୟବାନ ପୁତ୍ର ମନେକରେ l ସତରେ ବାପାଙ୍କ ଭଲପାଇବା ଏବଂ ମୋ ଉପରେ ବିଶ୍ୱାସ ମୋତେ ସବୁ ଜାଗାରେ ସହାୟ ହୂଏ l କୁହନ୍ତିନି ବାପା ଥିବା ପୁଅ ସଭାରେ ହାରେନା l ଆରେ ସଭା କଥାରୁ ମନେ ପଡିଲା, ମୋର ଗୋଟେ ବହୁତ ବଡ଼ କଳା ଭି ଅଛି l ମୁଁ ଲେଖିବାକୁ ଭାରୀ ଭଲପାଏ l ଗୋଟେ ଭଲ ସାରସ୍ୱତ ପୂଜାରୀ ମୁଁ l ଦିନେ ମୁଁ ବହୁତ ଭଲ ଲେଖକ ଭାବରେ ପରିଚିତ ହୂଏ ମୋର ବହୁତ ଆଶା l ସେଥିପାଇଁ ମୁଁ ମୋର ଏହି ଲେଖା ଲେଖି ପାଇଁ ଅଧିକାଂଶ ସମୟ ଦିଏ l ବୋଧେ ଚାକିରୀ ନ କରିବାକୁ ମନ ବଳାଇବାରେ ଏହା ଏକ ପ୍ରଧାନ ଭୂମିକା ଗ୍ରହଣ କରେ, କିନ୍ତୁ ବାପା ମୋ ମନର ଭାବକୁ ବୁଝିପାରନ୍ତି ସେଥିପାଇଁ ବୋଧେ ମୋ ଉପରେ ବିଶେଷ ଦାୟିତ୍ୱ ଦେବାକୁ ଉଚିତ ମନେ କରନ୍ତିନି l ମୋତେ ଅନୁଭବ ହୂଏ ସେ ମୋତେ ମୋର ସ୍ୱପ୍ନ ପୁରା କରିବାକୁ ଯଥେଷ୍ଟ ସମୟ ଦେବାକୁ ଚାହାଁନ୍ତି l 


::::::::::::::: ବୋଉର ଦେହ ବିଶେଷ ଭଲ ରୁହେନି, ସେଥିପାଇଁ ବାପା ଓ ସାନ ଭାଇ, ଭଉଣୀ ଘରର ସବୁ ଦାୟିତ୍ୱ ବୁଝନ୍ତି l ମୁଁ ଭୁବନେଶ୍ୱରରୁ ପ୍ରତି ମାସ ଗାଁ କୁ ବୁଲିବାକୁ ଯାଏ l ବାପା ଗାଁ ପୋଷ୍ଟାଲ ଡିପାର୍ଟମେଣ୍ଟରେ ପୋଷ୍ଟ ମାଷ୍ଟର ଚାକିରୀରେ ନିୟୋଜିତ l ସାନ ଭାଇ ଏବଂ ଭଉଣୀ ଗାଁ କଲେଜରେ ପଢ଼ନ୍ତି l ଆମ ମାନଙ୍କ ପରିବାର ଭିତରେ ସଭିଙ୍କ, ପରସ୍ପର ସହ ବହୁତ ଭଲ ବୁଝାମଣା ଥାଏ l ବୋଉର ରୋଗାଗ୍ରସ୍ତl ପାଇଁ ଯାହା ସମସ୍ତଙ୍କ ମନରେ ଦୁଃଖ ରୁହେ l


::::::::::::::: ସେ ଦିନ ରୁମରେ ଖବରକାଗଜରେ ରାଜ୍ୟ ସ୍ତରୀୟ ଲେଖନୀ ପ୍ରତିଯୋଗିତା ପାଇଁ ଆବେଦନ ପତ୍ର ବାହାରିଥିଲା l ବାସ ମୋ ମନରେ ଆନନ୍ଦର ଖେଳିଗଲା l ଏତେ ଦିନ ପରେ ମୁଁ ମୋ ସ୍ୱପ୍ନ ସାକାର ହେବାକୁ ବାଟ ଫିଟିବାର ଦେଖି ନିଜକୁ ଭାଗ୍ୟବାନ ମନେ କରୁଥାଏ l ତୁରନ୍ତ ଅନଲାଇନ ମୁଁ ମଧ୍ୟ୍ୟ ଆବେଦନ କରିଦେଲି l ଆବେଦନ କରିତ ଦେଇଥିଲି କିନ୍ତୁ ମନେ ମନେ କୋଉ କୋଣରେ ଡର ମଧ୍ୟ୍ୟ ଥିଲା, ଏହା ଏକ ଉଚ୍ଚ ଏବଂ ସମଗ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଥିଲା, ମାନେ ମହାନ ମହାନ ରଥି, ମହାରଥୀ ଯୋଗ ଦେବେ ନିଶ୍ଚିତ ଥିଲା l ସେଥିପାଇଁ ମନେ ମନେ ନିଜକୁ ଆଗରୁ ଟିକେ ଭଲ ଭାବେ ପ୍ରସ୍ତୁତ କରିବାକୁ ଚାହୁଁଥିଲି l ମାସ ଶେଷ ଥିଲା l ନୂଆ ନୂଆ କିଛି ପୁସ୍ତକ ପଠନ ଆବଶ୍ୟକ ଥିଲା l ସେଥିପାଇଁ ମନେ ମନେ ବାପାଙ୍କୁ ଫୋନ କରି କିଛି ପଇସା ମାଗିବା ପାଇଁ ବିଚାର କଲି l ଆବଶ୍ୟ କେବେ କିଛି ପାଇଁ ବାପା ମନା କରି ନାହାନ୍ତି ଆଜି ପର୍ଯ୍ୟନ୍ତ କିନ୍ତୁ ମାସ ଶେଷ ଏବଂ ଘରର ଯାବତୀୟ ଅବସ୍ଥା ଦେଖି ମାଗିବାକୁ ସଂକୋଚ ଅନୁଭବ ହେଉଥାଏ l କାରଣ ବାପା ଏକଲା ମଣିଷ, ଯାହାଙ୍କ ରୋଜଗାରରେ ଘର ଚଳେ, ବୋଉର ଉପଚାର ହୂଏ, ଭାଇ, ଭଉଣୀ ପାଠ ପଢ଼ନ୍ତି ଏବଂ ମୋତେ ମାସିକ ଘର ଭଡା ଏବଂ ଖର୍ଚ୍ଚ ପଠାଯାଏ l


::::::::::::::: ସେ ଦିନ ରାତିରେ ବାପାଙ୍କୁ ଫୋନ କରି ସବୁ କହିଲି କେଜାଣି କେମିତି ସେ ବୋଧେ ଜାଣି ପାରିଥିଲେ ମୋ ସଂକୋଚର କାରଣ, ସେଥିପାଇଁ ମୋତେ ପ୍ରତିଯୋଗିତା ପାଇଁ ଖୁବ୍ ଉତ୍ସାହ ଏବଂ ସାହସ ଦେଇଥିଲେ l ଛୋଟ ବେଳୁ ବାପା ମୋତେ ସମସ୍ତ ପ୍ରକାର ପ୍ରତିଯୋଗିତା ପାଇଁ ଉତ୍ସାହିତ କରନ୍ତି l କିଛି ଭି କୌଣସି ପ୍ରତିଯୋଗିତାରେ ମୁଁ ଉତୀର୍ଣ୍ଣ ହେଲେ ତାଙ୍କର ଖୁସିର ସୀମା ରୁହେନି l ମୋର ସବୁ ଇଚ୍ଛା ପୁରା କରନ୍ତି l ପୁସ୍ତକ ପାଇଁ କୌଣସି ପ୍ରକାର ଅର୍ଥଜନିତ ଅଭାବ ପାଇଁ ଚିନ୍ତା ନ କରିବାକୁ ଉପଦେଶ ଦେଇଥିଲେ l ଏବଂ ଭବିଷ୍ୟତ ଫଳାଫଳ ଏକାଥରକେ ଜଣାଇ ସମସ୍ତଙ୍କୁ ଚକିତ କରିବାକୁ ହସି ହସି କହିଥିଲେ l ଅଳ୍ପ କିଛିଟା ଦିନ ଭିତରେ ବାପା ପଇସା ଯୋଗାଡ଼ କରି ପଠାଇ ଦେବାରୁ ମୁଁ ମୋର ଆବଶ୍ୟକ ପୁସ୍ତକ ସବୁ ନେଇ ଆସିଥିଲି l ବାସ ଦିନ ରାତି ମୋ ଅଭ୍ୟାସ ଏବଂ ବିଭିନ୍ନ ସାହିତ୍ୟିକଙ୍କୁ ପଢି ପଢି ମୋର ସାହିତ୍ୟ ପ୍ରତି ରୁଚି ଆହୁରି ବଢ଼ି ଯାଇଥିଲା l ଗାଁ କୁ ଯିବାକୁ ଆଉ ବାପା ମନା କରିଥିଲେ ଏବଂ ପଢାପଢିରେ ଧ୍ୟାନ ଦେବାକୁ କହିଥିଲେ l ପ୍ରତିଯୋଗିତା ଆହୁରି ପାଞ୍ଚ ମାସ ପରେ ହେବାର ଥାଏ l ଏଥର ବାପାଙ୍କ ଫୋନ ଆସିବା ଟିକେ ଟିକେ କମ ହେବାରେ ଲାଗିଥାଏ l ମୁଁ ଯେତେ ଥର ନିଜ ଆଡୁ ଫୋନ କରେ, ସବୁ କୁଶଳ ମଙ୍ଗଳ କହି ବାପା ଫୋନ ରଖି ଦିଅନ୍ତି l 


::::::::::::::: ହଠାତ ଦିନେ ସାନ ଭାଇର ଫୋନ ଆସିଲା, ଭାରୀ ବ୍ୟସ୍ତତା ଏବଂ ଚିନ୍ତା ଭିତରେ ସେ ଥିବାର ଅନୁଭବ ହେଉଥାଏ l ଖାଲି କହିଲା ନନା ତୁମେ ଘରକୁ ଆସ ନିହାତି ଜରୁରୀ କାମ ଅଛି, କିଛି ପଚାରିବାରୁ ସେ ଅଧିକା କିଛି କହିବା ପରିସ୍ଥିତିରେ ନ ଥାଏ l ମୋର ମଧ୍ୟ୍ୟ ମନ ଭିତରେ ବିଭିନ୍ନ ପ୍ରକାର ଡର ବସା ବାନ୍ଧି ସାରିଥାଏ l କଣ କରିବି କିଛି ବୁଦ୍ଧି ପଶୁ ନ ଥାଏ, ତରବରିଆ ଦୁଇ ହଳ ଜମାପଟା ଧରି ଗାଁ ଅଭିମୁଖେ ବାହାରି ପଡିଲି l ଘରେ ପହଞ୍ଚି ଦେଖେ ଅନେକ ଲୋକ ଘର ଆଗରେ ଗହଳି ବାନ୍ଧିଥାନ୍ତି, ଘର ଭିତରୁ ଜୋରେ କନ୍ଦାକଟା ସ୍ୱର ଭାସି ଆସୁଥାଏ l ଭିତରକୁ ଯାଇ ଦେଖେ ସବୁ ସରି ଯାଇଛି, ବାପା ଆଉ ନ ଥାନ୍ତି, ପୂର୍ବ ଦିନ ରାତିରେ ହଠାତ ହୃଦଘାତ ଦ୍ୱାରା ପ୍ରାଣ ହରାଇଛନ୍ତି l ଡାକ୍ତରଖାନାରେ ଡାକ୍ତରଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଛି l ଗୋଡ଼ ତଳୁ ମୋର ସମସ୍ତ ଭୂଇଁ ଖସି ଖସି ଯାଉଥାଏ l ବୋଉ ସାନ, ଭାଇ, ଭଉଣୀ ସବୁ କାନ୍ଦି କାନ୍ଦି ଆଉ ଅବସ୍ଥା ନ ଥାଏ l ମୋତେ ହଠାତ କିଏ ପାହାଡ଼ ଉପରୁ ତଳକୁ ଠେଲି ଦେଲା ପରି ଲାଗୁଥାଏ l କଷ୍ଟ ଏତେ ଅନୁଭବ ହେଉଥାଏ କିନ୍ତୁ ତାକୁ ଦେଖିବାକୁ କି ବୁଝିବାକୁ ବାପା ଆଉ ନ ଥାନ୍ତି l ଯେଣେତେଣେ ବନ୍ଧୁ ବାନ୍ଧବ, ଗ୍ରାମବାସୀଙ୍କ ସାହାଯ୍ୟରେ ବାପାଙ୍କ ସମସ୍ତ କର୍ମ ସାରି ମୁଁ ଚିନ୍ତାରେ ଥାଏ ଆଗକୁ କଣ କରିବି l ପ୍ରତିଯୋଗିତା କଥା ଦୂର ଦୂର ତକ ମୋ ମନରେ ନ ଥାଏ l ଗଲେ ଘରଭଡା ଏବଂ ନିଜ ଚଳିବା ବ୍ୟବସ୍ଥା କିପରି କରିବି ମୁଖ୍ୟ ଚିନ୍ତାର କାରଣ ଥାଏ l ହଠାତ ବାପାଙ୍କ ସବୁ ଦାୟିତ୍ୱ ମୋ କାନ୍ଧ ଉପରେ ଆସି ସାରିଥାଏ l ଘର କିପରି ଚଳିବ ଆଗକୁ କଣ ହେବ ଭାବିଲେ ମୋ ମୁଣ୍ଡ କାମ କରୁ ନ ଥାଏ l ଆଗରୁ ବାପାଙ୍କ ଉପସ୍ଥିତି ମୋତେ କେବେ ଏ ସବୁ କଷ୍ଟର ଶମ୍ବୁଖୀନ ହେବାକୁ ଦେଇ ନ ଥିଲା ତେଣୁ ଏ ସବୁ ମୋ ପାଇଁ ଖୁବ କଷ୍ଟଦାୟକ ଥିଲା l ଭୁବନେଶ୍ୱର ଫେରିବାକୁ ନିର୍ଣ୍ଣୟ କଲି ଏବଂ କୌଣସି ଚାକିରୀ ପାଇଁ ଚେଷ୍ଟା କରିବି ବୋଲି ମନେ ମନେ ସ୍ଥିର କଲି l ହଠାତ ବୋଉ ଏବଂ ସାନ ଭାଇ,ଭଉଣୀ କହିଥିଲେ ତୁ ଆମ କଥା ଚିନ୍ତା କରିବୁନି, ମନଦୁଃଖ ନ କରି କାମ ଦାମରେ ଧ୍ୟାନ ଦେବୁ, ତୋ ବାପାଙ୍କର ତୋ ଉପରେ ବହୁତ ଆଶା ଥିଲା ସେଥିପାଇଁ ନିଜେ କେମିତି ଆଗ ଛିଡା ହେବୁ ସେଥିପ୍ରତି ଧ୍ୟାନ ରଖିବୁ l ଯୋଉ ବୋଉ ଚାକିରୀ ପାଇଁ କହୁଥିଲା ଆଜି ସେ ବାପାଙ୍କ ଭାଷା କହୁଥିଲା l 


::::::::::::::: ଆଜିକୁ ବାପା ଯିବାର ପାଞ୍ଚ ମାସ ହୋଇ ଗଲାଣି l ଚାକିରୀ ପାଇଁ ଦୌଡ଼ି ଦୌଡ଼ି ମୁଁ ଦୁନିଆ ଚିନ୍ହି ସାରିଲିଣି, ଦୁଃଖ ସହ ଖୁବ ପରିଚିତ ହୋଇଗଲିଣି l ଗାଁ କୁ ଯେବେ ଫୋନ କରେ ସାନ ଭାଇ, ଭଉଣୀ ସେଇ ଗୋଟେ କଥା କୁହନ୍ତି, ନନା ଆମ ପାଇଁ ବ୍ୟସ୍ତ ହେବନି ନିଜ ଖିଆଲ ରଖିବ l ବୋଧେ ବାପାଙ୍କ ପାଖରେ ରହି ତାଙ୍କର ଆଦର୍ଶ ଏବଂ ଘର ପ୍ରତି ଦାୟିତ୍ୱ ଖୁବ ଅଳ୍ପ ବୟସରେ ସେମାନେ ଶିଖି ସାରିଥିଲେ ଯାହା ମୁଁ କେବେ ଶିଖି ପାରିନଥିଲି l ପ୍ରତିଯୋଗିତା ମଧ୍ୟ୍ୟ ବାପାଙ୍କ ଇଚ୍ଛା ଏବଂ ଆଶାକୁ ମାନ୍ୟତା ଦେଇ ଭାଗ ନେଇ ସାରିଥିଲି l ବୋଧେ ସେଇ ବାପାଙ୍କ ଆଶୀର୍ବାଦ ମୁଁ ରାଜ୍ୟସ୍ତରୀୟ ରୂପେ ପୁରସ୍କୃତ ହେବାକୁ ଯାଉଥିଲି l ଦେଖୁ ଦେଖୁ ସେ ଦିନ ଭି ପାଖେଇ ଆସିଲା ମଞ୍ଚ ଉପରେ ମୋର ନାମ ଘୋଷଣା କରାଗଲା ଏବଂ ସମ୍ମାନନୀୟ ରାଜ୍ୟପାଳ ମୋତେ ମାନପତ୍ର ଏବଂ ଆୱାର୍ଡ ରେ ସମ୍ମାନିତ କଲେ l ଚାରିଆଡେ କରତାଳିରେ ଗୁଞ୍ଜି ଉଠିଥିଲା ମହଲ l ମୋତେ ବହୁତ ଖୁସି ଅନୁଭବ ହେଉଥାଏ ଏବଂ ବାପାଙ୍କ କଥା ଖୁବ୍ ମନେ ପଡୁଥାଏ l ଆଖିରେ କିଛି ଲୁହ ବ୍ୟତୀତ ମୋ ପାଖେ କେହି ନ ଥାନ୍ତି l ସବୁ କୋଳାହଳ ଏବଂ ସଫଳତା ଭିତରେ ଶୂନ୍ୟ ଅନୁଭବ କରୁଥାଏ l ଆଜି ବାପା ଥିଲେ କେତେ ଗର୍ବ ଅନୁଭବ କରିଥାନ୍ତେ l ତଥାପି ଜୀବନର ଏତେ ବଡ଼ ଖୁସି ବାଣ୍ଟିବାକୁ ଗାଁ କୁ ବାହାରି ପଡିଲି l ବାପା କହିଥିଲେ ସମସ୍ତଙ୍କୁ ହଠାତ ଚକିତ କରିଦେବୁ ସେ କି ଜାଣିଥିଲେ ସେ ମୋତେ କିପରି ଚକିତ କରି ଏକୁଟିଆ କରି ଚାଲିଗଲେ, ଆଜି ତାଙ୍କ ଗେଲ୍ହା ପୁଅ ସଭା ମଝିରେ ଜିତିକି ଭି ହାରି ଯାଇଛି କାରଣ ତା ବାପା ତା ସାଥେ ନାହାନ୍ତି l


::::::::::::::: ଘରେ ପହଞ୍ଚି ଦେଖେ ବୋଉକୁ ମୋତିଆବିନ୍ଦୁ ହୋଇ ଯାଇଛି,ସେ କିଛି ଦେଖି ପାରୁନି ମୋ ଆୱାର୍ଡ, ମାନପତ୍ର କଣ ଦେଖିବ l ବାପାଙ୍କ ଫୋଟୋ କାନ୍ଥରେ ଟଙ୍ଗା ହୋଇ ଥିବାର ଦେଖି ତାଙ୍କୁ ଆୱାର୍ଡ ଏବଂ ମାନପତ୍ର ଦେଖାଇବାକୁ ନେଲା ବେଳକୁ ଦେଖିଲି ଘରର କାନ୍ଥ ଏବଂ ରଙ୍ଗ ପରସ୍ତ ପରସ୍ତ ହୋଇ ଉଠି ଗଲାଣି ହଠାତ ପାଖ ଘର ଅନି ଖୁଡୀ ଘରକୁ ପଶି ଆସିଲେ ଏବଂ ଦେଖି ବହୁତ ଖୁସି ହେଲେ କହିଲେ ଏମିତି ମଝିରେ ମଝିରେ ଘରକୁ ଆସିବୁନା ବାପା, ଭାବିଲି ତାଙ୍କୁ ଆୱାର୍ଡ ଏବଂ ମାନପତ୍ର ଦେଖାଇବି, କିଛି କହିବା ଆଗରୁ ବୋଧେ ସେ ମୋତେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ l କହିଲେ ଘରର ଅବସ୍ଥା ତ ଦେଖୁଛୁ ବାପା, ସାନ ଭାଇ, ଭଉଣୀ ତୋର ଟିଉସନ କରି, ସିଲେଇ ମେସିନ ପକାଇ ଘର ଚଳାଉଛନ୍ତି l ଭାଇ ଟା ପାଠ ଏତେ ପଢି ବେକାର, ଆଜି ଭି ଚାକିରୀ ସନ୍ଧାନରେ ଯାଇଛି,ଭଉଣୀକୁ ବାଇଶି ବର୍ଷ ହେଲା ତା ବାହାଘର କରିବାକୁ ଚିନ୍ତାକର, ବୋଉକୁ ନେଇ ଭଲ ଡାକ୍ତରଖାନାରେ ଆଖି ଅପରେସନ ଟା କରାଇ ଦେ l ଆଉ କଣ ଏମିତି କେତେ ଦିନ ଚଳିବ, ଘର କଥା ଚିନ୍ତା କର ତୁ ପା ବଡ ପୁଅ l ମୁଁ ସ୍ତବ୍ଧ ହୋଇ 

ଅନି ଖୁଡୀ କଥା ଶୁଣୁଥାଏ, ଏବଂ ଆୱାର୍ଡ ଆଉ ମାନପତ୍ର କୁ ଆପେ ଆପେ ବ୍ୟାଗରେ ପୁନର୍ବାର ପୁରାଇ ସାରିଥାଏ l

ହଠାତ ଯେମିତି ବାପାଙ୍କ ଫୋଟୋ ଭିତରୁ ତାଙ୍କ ହସ ଏବଂ ସ୍ୱର ଭାସି ଆସୁଥାଏ " ଜୀବନରେ ଆହୁରି ପ୍ରତିଯୋଗିତା ବାକି ଅଛି ଧନ, ସେଥିରେ ଭି ତୋ ସଫଳତାର ମାନପତ୍ର ଏବଂ ଦାୟିତ୍ୱବାନ ବ୍ୟକ୍ତିତ୍ୱର ଆୱାର୍ଡ କୁ ତୋ ବାପା ଦେଖିବାକୁ ଅପେକ୍ଷା କରିଛି !!!




Rate this content
Log in

Similar oriya story from Tragedy