Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banasmita Panda

Abstract Drama Inspirational

4  

Banasmita Panda

Abstract Drama Inspirational

କରଜ

କରଜ

2 mins
61



କରଜ କରିବା ବ୍ୟକ୍ତିତ୍ୱ ଆମ ସମାଜରେ କେତେ ଚାପଗ୍ରସ୍ତ ଅବସ୍ଥାରେ ଥାଏ ଏହା ପ୍ରତ୍ୟେକ ମନୁଷ୍ୟ ତା ଜୀବନ ଅନୁଭୂତି ଶମ୍ବୁଖୀନ ହୋଇଥାଏ। ଆଜିର କାହାଣୀ ମଧ୍ୟ୍ୟ ଆମ ଗାଁ ମଙ୍ଗୁଳିର। ପ୍ରତ୍ୟେକ ଛୋଟ ମୋଟ ଆବଶ୍ୟକତା ପାଇଁ ତାକୁ ପ୍ରାୟ କରଜ ଉପରେ ନିର୍ଭର କରିବାକୁ ପଡିଥାଏ।ମଜୁରୀ ଲାଗିଲେ ତା ସଂସାର ଚାଲେ। ସ୍ତ୍ରୀ ଏବଂ ଦୁଇଟି ପିଲାର ସଂସାର ତାର।ଉପରେ ବନ୍ଧୁ ବାନ୍ଧବ ବୋଝ।ବାପା ମା ଭାଇ ଭାଉଜ ଦୂରରେ ରହିଲେ ମଧ୍ୟ ତାଙ୍କର ସବୁ ସୁବିଧା ଅସୁବିଧାରେ ସେ ସାହାଯ୍ୟ କରେ। କହିବାକୁ ଗଲେ ମଙ୍ଗୁଳି ଏକ ତରଫରୁ ନିର୍ମଳ ହୃଦୟର ଲୋକ। ସେଥିପାଇଁ ସେ ଅନେକ ସମୟରେ କଷ୍ଟ ପାଏ।କଣ କରିବ ସବୁବେଳେ ଚିନ୍ତାଗ୍ରସ୍ତ ଜୀବନ। ମଙ୍ଗୁଳି ଏବଂ ଭୋଳାର ବନ୍ଧୁତ୍ୱ ଭାରି ଘନିଷ୍ଠ। ଉଭୟ ଉଭୟଙ୍କର ସବୁ ସୁଖ ଦୁଃଖ ପରସ୍ପର ସହ ବାଣ୍ଟନ୍ତି। ଭୋଳା ଜାଣେ ମଙ୍ଗୁଳିର ସ୍ପଷ୍ଟ ମନର ସମସ୍ତେ ଫାଇଦା ଉଠାନ୍ତି, ସେଥିପାଇଁ ସେ ମନେମନେ ସବୁବେଳେ ତାର ମଙ୍ଗଳ କାମନା କରେ ଏବଂ ସବୁ ଅସୁବିଧାରେ ସାହାଯ୍ୟ ସହଯୋଗ ମଧ୍ୟ କରେ !


ସେ ଦିନ ହଠାତ ମଙ୍ଗୁଳି ଭୋଳା ଘରେ ପହଞ୍ଚି ତାକୁ ଖୋଜିବାରୁ ଭୋଳା ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଆସିବାର କାରଣ ପଚାରିଲା।ମଙ୍ଗୁଳି କହିଲା କାଲି ରାତିରୁ ଘରେ ଝଗଡା ତାର ଏବଂ ତା ସ୍ତ୍ରୀର। କାରଣ କଣ କିଛି ଦିନ ପୂର୍ବରୁ ତା ଶଳା ତାକୁ ବେପାର କରିବାକୁ ଦଶ ହଜାର ଟଙ୍କା ମାଗିଥିଲା। ଅଭାବ ବଶତ ସେ ଦେଇ ପାରିଲାନି। କାଲି ତା ନିଜ ଭାଇ ତା ଅଭାବ ପାଇଁ ଦଶ ହଜାର ଟଙ୍କା ମାଗିଛି ସେଥିପାଇଁ ସେ କଣ କରିବ ଭାବିଲା ବେଳକୁ ତା ସ୍ତ୍ରୀ କହିଲା ଯଦି ନିଜ ଭାଇକୁ ଦେବ ତା ହେଲେ ମୋ ଭାଇକୁ ଭି ଦେବ ନ ହେଲେ ନିଜ କଥା ଆଉ ପିଲାଙ୍କ କଥା ନିଜେ ଚିନ୍ତା କରିବ। ମୁଁ ମୋ ବାପା ଘରକୁ ପଳାଇବି। ସେଥିପାଇଁ ମଙ୍ଗୁଳି ଭୋଳା ପାଖକୁ ଆସିଛି ତାକୁ ନେଇ ସାହୁକାର ପାଖକୁ ଯାଇ କୋଡିଏ ହଜାର ଟଙ୍କା କରଜରେ ଆଣିବ କି ଉଭୟଙ୍କୁ ଯେମିତି ସାହାଯ୍ୟ କରିପାରିବ। 


ସବୁ ଶୁଣି ଭୋଳା ମଙ୍ଗୁଳି ସହ ସାହୁକାର ପାଖକୁ ଯିବାକୁ ବାହାରିଲା, କିନ୍ତୁ ମନେ ମନେ ଭାବୁଥାଏ କିପରି ସେ ମଙ୍ଗୁଳିକୁ ବୁଝାଇବ ଏ ସବୁ ନାଟକ କରି ତା ଭାଇ ଏବଂ ଶଳା ତା ଫାଇଦା ଉଠାଉଛନ୍ତି। ଦେଖୁ ଦେଖୁ ସେମାନେ ସାହୁକାର ପାଖରେ ପହଞ୍ଚି ଗଲେ ଏବଂ ମଙ୍ଗୁଳି ସାହୁକାରକୁ ତା ଦୁଃଖ ଜଣାଇ କୋଡିଏ ହଜାର ଟଙ୍କା ଧାର ମାଗିଲା କିନ୍ତୁ ସାହୁକାର ମଙ୍ଗୁଳିର ଭଲ ଏବଂ ଭୋଳା ଗୁଣ ବିଷୟରେ ଜାଣିଥିଲା ତେଣୁ ସେ କହିଲା ଆରେ ମଙ୍ଗୁଳି ତୁ ଏବେ ଏବେ ଆଗରୁ ଥିବା କରଜରୁ ମୁକ୍ତ ହୋଇଛୁ ପୁଣି କାହିଁକି କରଜ କରୁଛୁ? ଠିକ ସେତିକି ବେଳେ ଭୋଳା କହି ଉଠିଲା ଆରେ ସାହୁକାର ବାବୁ ପଇସାର ଆବଶ୍ୟକତା ମଙ୍ଗୁଳିକୁ ନାହିଁ ତା ଭାଇ ଏବଂ ଶଳାକୁ ଅଛି ଏବଂ ସମସ୍ତ କାହାଣୀ କହିଲା,ଏବଂ କହିଲା ଗଲାଥର ସାହୁକାର ବାବୁ ମୁଁ ଯୋଉ କରଜ ମୋ ଶଳା ଏବଂ ଭାଇ ପାଇଁ ନେଇଥିଲି ତାର କିଛିଦିନ ପରେ ମୁଁ ମାସେ କାଳ ବେମାରୀ ପଡିଲି ମୋତେ ଏବଂ ମୋ ପରିବାରର ଅସୁବିଧା ସମୟରେ ନା ମୋ ଭାଇ, ନା ମୋ ଶଳା କେହି ସାହାଯ୍ୟ କରିବାକୁ ଆସିଲେ। ଶେଷରେ ପିଲାଙ୍କ ପେଟକୁ ଦାନା ଯୋଗାଡ଼ କରିବାକୁ ମୋ ସ୍ତ୍ରୀକୁ ମଜୁରୀ କରିବାକୁ ପଡିଲା। ଏ ସବୁ ଶୁଣି ସାହୁକାର ବାବୁ କହି ଉଠିଲେ ତୁ ଠିକ କହୁଛୁ ଭୋଳା ସେପରି ବନ୍ଧୁ ସହ କି ବନ୍ଧୁତା ଯେ ଦୁଃଖରେ ନୁହେଁ ସୁଖରେ ସାଥୀ। ଏ ସବୁ କଥୋପକଥନ ଭିତରେ ମଙ୍ଗୁଳି ସବୁ ବୁଝି ସାରିଥିଲା ଏବଂ ମନେ ମନେ ନିଜ କରଜ ନେବାର ନିର୍ଣ୍ଣୟ ବଦଳାଇ ସାରିଥିଲା। 


ସାହୁକାର ମଙ୍ଗୁଳିକୁ ପଚାରିବାରୁ ଆଉ କରଜର ଆବଶ୍ୟକତା ନାହିଁ ବୋଲି କହିଥିଲା ଏବଂ ଭୋଳା ମନେ ମନେ ନିଜ ବନ୍ଧୁର ଆଖି ଖୋଲି ପାରିଥିବାରୁ ବେଶ ଖୁସି ଅନୁଭବ କରୁଥିଲା। 



Rate this content
Log in

More oriya story from Banasmita Panda

Similar oriya story from Abstract