Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banasmita Panda

Classics Inspirational Others

4.5  

Banasmita Panda

Classics Inspirational Others

ଅବିବାହିତା ମା

ଅବିବାହିତା ମା

7 mins
63


ଆଜି ସକାଳ ଟା ବୋଧେ ଟିକେ ନିଆରା l କାହିଁକି ବା ନ ହେବ ଅନେକ ଦିନ ପରେ ଏ ବର୍ଷ ଶୀତଋତୁ ମୋ ପାଇଁ କିଛି ନୂଆ ଅନୁଭବ ଏବଂ ଢେର ସାରା ଅନୁଭୂତି ଆଣିଛି l ଏଇତ ଝରକା ସେପାଖେ ନୀଳ ଆକାଶଟା କେତେ ସୁନ୍ଦର ଲାଗୁଛି l ଆକାଶରେ ବିଭିନ୍ନ ରକମର ବିହଙ୍ଗ ଅନେକ ନୂତନ ଆଶା ଏବଂ ସ୍ୱପ୍ନ ସହ କାହୁଁ କେତେ ଦୂରୁ ଉଡି ଆସିଛନ୍ତି l ମୋ ବାଲକୋନୀରେ ଭି ଗୋଟେ କୁନି ବିହଙ୍ଗ ଘର କରିନେଇଛି, ତାର ଲାଲ ଲାଲ ଥଣ୍ଟରେ ଅନେକ ଚେଷ୍ଟା କରି ଗଢିଛି ତାର ସୁନ୍ଦର ବସା. କିଛିଦିନ ରହିବ ଆମ ଘରେ କୁଣିଆ ହୋଇ ଚାହେଁ କିଛି ଶାନ୍ତି ଏବଂ ଅଚିନ୍ତାମୟ ବାତାବରଣ ସେ l ସମୟ ଆସିଲେ ପୁଣି ଫେରିଯିବ ତା ଦେଶକୁ ତାର ଏଇ କେତେଦିନ ଭିତରେ ଜୀବନ୍ୟାସ ଦେଇଥିବା ତାର କୁନି ସନ୍ତାନ ମାନଙ୍କୁ l


***


ଓହୋ ପୁଣି ଡେରି ଆଜି ଅଫିସ ପାଇଁ, ଚା କପ ଟି ଭି ୟା ଭିତରେ ଥଣ୍ଡା ହୋଇ ଗଲାଣି l ରିଆକୁ ପୁଣି ସ୍କୁଲରେ ଛାଡି ଯିବାକୁ ପଡିବ l କିନ୍ତୁ ସେଥିପାଇଁ ଏଇଲେ କେତେ ନଖରା କରିବ ସେ l ମୋ ପେଟ କାଟୁଛି, ମୁଣ୍ଡ ବିନ୍ଧୁଛି, ଜ୍ୱର ହୋଇଛି....... ଅନେକ ବାହାନାରେ ବାବା l ଏହା ଭାବି ଭାବି ନିଜ ସାଂସାରିକ କର୍ମ ଏବଂ ତା ପରେ କର୍ମମୟ ଜୀବନ ପାଇଁ ବାହାରି ପଡିଲେ ସୁସ୍ମିତା l 


*****


ସୁସ୍ମିତା ଏବଂ ଦଶ ବର୍ଷୀୟ ରିଆ, ମା ଝିଅ l ଏକ ଏପରି ସମ୍ପର୍କ ଉଭୟଙ୍କର କେହି କାହାକୁ ଘଡିଏ ନ ଦେଖିଲେ ରହି ପାରିବେ ନାହିଁ l ସୁସ୍ମିତା ବହୁତ ବଡ଼ ମଲ୍ଟି ନେସନାଲ କମ୍ପାନୀରେ ଏଚ. ଆର ହେଡ଼ ଭାବେ ନିୟୋଜିତ ଏବଂ ଜଣେ ଖୁବ ପ୍ରତିଭାମୟୀ ମହିଳା, ତାଙ୍କର କାର୍ଯ୍ୟ କରିବାର ପ୍ରତିଭା ଏବଂ ପାରଦର୍ଶିତା ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ପରିଚୟ ଦେଇଥାଏ l କମ୍ପାନୀରେ ତାଙ୍କୁ ସମସ୍ତେ ବହୁତ ମାନନ୍ତି, କୁହନ୍ତି ଯେଉଁ କାର୍ଯ୍ୟ ଅନ୍ୟ ମାନଙ୍କ ଦ୍ୱାରା ଅସମ୍ଭବ ତାହା ସୁସ୍ମିତା ତାଙ୍କ ବୁଦ୍ଧି ଏବଂ କୌଶଳ ବଳରେ ଖୁବ ସୁନ୍ଦର ରୂପେ କରି ନିଅନ୍ତି ଜଣେ ମାତ୍ର ତେତିଶ ବର୍ଷୀୟା ମହିଳାକୁ ଆଉ କଣ ଦରକାର l ଏତେ କମ ବର୍ଷ ବୟସରେ ସବୁତ ଅଛି ତାଙ୍କ ପାଖରେ, ସେ ପୁଣି ସ୍ୱ ଅର୍ଜିତ l ଘର, ଗାଡି, ବ୍ୟାଙ୍କ ବାଲାନ୍ସ, ସମାଜରେ ପ୍ରତିଷ୍ଠା l ରିଆ ପରି ସ୍ନେହୀ ଅଲିଅଳି ଝିଅ l କିନ୍ତୁ ଲାଗୁଥାଏ କିଛି ଗୋଟେ ଖାଲି ସ୍ଥାନ ଥାଏ ଜୀବନରେ ଯାହାକୁ ସେ ଗ୍ରହଣ କରିବାକୁ ଚାହୁଁ ନ ଥାନ୍ତି l ସେଦିନ ମଧ୍ୟ୍ୟ ଅଫିସର ଗ୍ରାଣ୍ଡ ସକ୍ସେସ ଲାଗି ପାର୍ଟି ଆୟୋଜିତ ହୋଇଥାଏ ଏବଂ ସବୁଥର ପରି ସୁସ୍ମିତାଙ୍କର ଉପସ୍ଥିତି ପାଇଁ ଉତ୍ତର ନା ଥାଏ ସାଙ୍ଗ ମାନଙ୍କୁ l କାହିଁକି କେଜାଣି ତାକୁ ଭଲ ଲାଗେନି ଏ ଭିଡ଼ ଭିତର ମହୋତ୍ସବ, ନିଜକୁ ଏକୁଟିଆ ଅନୁଭବ କରନ୍ତି ସେ l ଅଣନିଶ୍ଵାସୀ ଅନୁଭବ ହୂଏ l ସେଥିପାଇଁ ସେ ତାଙ୍କର ସବୁ ସମୟ ରିଆ ସହ ବିତାଇବାକୁ ପସନ୍ଦ କରନ୍ତି l ସେ ଦିନ ଭି ସେଇଆ ମନେ କରି ଘରକୁ ଚାଲି ଆସିଲେ କିନ୍ତୁ ଏ କଣ ରିଆ ଆମର ମୁହଁ ଫୁଲେଇ ଶୋଇଛି l କୋଳରେ କାଖ କରି ନେଇ ଆସିଲେ ସୁସ୍ମିତା ଏବଂ ପଚାରିଲେ 

- କଣ ହୋଇଛି ଆମ ରିଆ ରାଣୀର? 

- କିଛି ଉତ୍ତର ନାହିଁ 

- ପୁଣି ଟିକେ କୁତୁକୁତୁ କରିବାରୁ ହସି   ପଡିଲା ରିଆ l ଏବଂ କହିଲା ମାମ ଆଜି କିଛି ମାଗିବି ମୋତେ ଦେବ? 

- ସୁସ୍ମିତା ରିଆର ମୁଣ୍ଡ କୁଣ୍ଡାଇ ଦେଉ ଦେଉ କହିଲେ କଣ ମାମୁନି କଣ ମାଗିବ ତୁମେ? ଏମିତି କିଛି ମାଗିଛ ମୁଁ ଦେଇନି? 

- ନାହିଁ ମାମା something special 

- ହଉ କୁହ କଣ ତୁମର something  special? 

- ରିଆ କହି ଉଠିଲା where is my father? ପ୍ଲିଜ଼ କୁହ, କ୍ଲାସରେ ସମସ୍ତଙ୍କ ବାପା ଆସୁଛନ୍ତି କିନ୍ତୁ ମୋ ପାଇଁ କେହି ଆସୁ ନାହାନ୍ତି। ଖାଲି ତୁମେ ସବୁବେଳେ ଆସୁଛ। 

- ପ୍ରଶ୍ନ ଏବଂ ରିଆର କଥା ଶୁଣି ସୁସ୍ମିତା କଣ କହିବେ ବୋଲି ଭାବି ପାରୁ ନଥିଲେ l କହିଲେ I'm your father darling, କଣ ମାମ କିଛି ଅସୁବିଧା ଅଛି କି?ରିଆ କିଛି ଆଉ କହିବାକୁ ଚାହୁଁଥିଲେ ଭି ତା କୁନି ମନରେ ସେ ବାରି ନେଇଥିଲା କିଛି ଭୁଲ ପ୍ରଶ୍ନ ସେ କରି ଦେଇଛି l କିଛି ନ କହି ସେ ସୁସ୍ମିତାକୁ ଜୋରେ ଜାବୁଡି ଧରିଥିଲା ଏବଂ କହିଥିଲା I known mama you are my both father and mother but just asking, I'm extremely sorry if i hurts you...... 

ହୃଦୟଟା ଫାଟି ଫାଟି ଯାଉଥିଲେ ଭି ମୁହଁରେ ହସ ଭରି ରିଆକୁ କୋଳେଇ ନେଇ ଶୋଇ ପକାଇଥିଲେ ସୁସ୍ମିତା ଏବଂ ଭାସି ଯାଇଥିଲେ ଅତୀତର ସ୍ମୃତିରେ l 


***


ଗୃହମନ୍ତ୍ରୀ ରତ୍ନାକର ଚୌଧୁରୀଙ୍କର ଝିଅ ସୁସ୍ମିତା l ପାଠରେ ଯେମିତି ଦେଖିବାରେ ଅପୂର୍ବ ସୁନ୍ଦରୀ l ଫରେନରୁ ପାଠ ପଢା ସାରି ନିଜ ବାପାଙ୍କ କମ୍ପାନୀ ଗୁଡିକର ଦାୟିତ୍ୱ ନିଜ ହାତକୁ ନେଇ ଯାଇଥିଲେ ସୁସ୍ମିତା l ବହୁତ ଆନନ୍ଦଭରା ସଂସାର ଥିଲା ତାଙ୍କର l ଫରେନରୁ ପାଠ ପଢି ଏତେ ଉଚ୍ଚପଦସ୍ତ ଭାବେ କାର୍ଯ୍ୟରତ ରହି ମଧ୍ୟ ଟିକେ ଭି ଗର୍ବ କି ଅହଂକାର ନ ଥିଲା ତାଙ୍କ ମନରେ ସମସ୍ତଙ୍କୁ ନିଜର କରି ନେଉଥିଲେ ସେ ବହୁତ ସହଜରେ, ସେଥିପାଇଁ ପ୍ରତ୍ୟେକ କର୍ମୀର ଦୁଃଖ,ସୁଖରେ ଛିଡା ହୁଅନ୍ତି ସେ ଅନେକ ସମୟ ଯାହା ତାଙ୍କ ବାପା ଏବଂ ପରିବାର ବର୍ଗଙ୍କୁ ପସନ୍ଦ ନଥିଲା l ଏଥିପାଇଁ ବୋଧେହୁଏ ଅନେକ ସମୟ ତାଙ୍କ ପିତା ଏବଂ ଭାଇଙ୍କ ସହ ତାଙ୍କର ଅନେକ ମତାମତରେ ମତଭେଦ ରୁହେ, କିନ୍ତୁ ଏ ସବୁକୁ ସେ ଜମାରୁ ମୁଣ୍ଡରେ ପୁରାନ୍ତି ନାହିଁ ଏବଂ ନିଜ ଦୁନିଆରେ ବଞ୍ଚନ୍ତି l


******


ଅଫିସର କାମ ସାରି ଲେଟ ନାଇଟରେ ଘରକୁ ଫେରିବାର ଅଭ୍ୟାସ ଥାଏ ସୁସ୍ମିତାଙ୍କର l କିନ୍ତୁ ସେ ଦିନ ସେ ଅନୁଭବ କଲେ ତାଙ୍କ କାରର କିଛି ଦୂରରେ ଜଣେ ବ୍ୟକ୍ତି ଗୋଟେ ପେଟିରେ କିଛି ରଖି ଚୋରଙ୍କ ପରି ଆଚରଣ କରୁଥିବାର l ସେ କିଏ କିଏ କହିବାରୁ ଲୋକଟି ତାର ପାରୁ ପର୍ଯ୍ୟନ୍ତ ଦୌଡ଼ି ପଳାଇଲା ଏବଂ ସୁସ୍ମିତା କିଛି ଦୂର ପିଛା କରି ଥକି ପଡିଲେ କିନ୍ତୁ ତାକୁ ଧରି ପାରିଲେ ନାହିଁ l ଆସିକି କାର ଷ୍ଟାର୍ଟ କରୁ କରୁ ପେଟି କଥା ମନେ ପଡିଗଲା ସେ ପୁନର୍ବାର ଫେରି ପେଟିକୁ ଖୋଲି ଦେଖିଲେ.......... ଏ କଣ ଗୋଟେ ସଦ୍ୟଯାତ କନ୍ୟା ଶିଶୁ l ତୁରନ୍ତ ସୁସ୍ମିତା ପୋଲିସ ଏବଂ ଆମ୍ବୁଲାନ୍ସକୁ ଫୋନ କଲେ l କଥାଟି ତାଙ୍କ ପରିବାର କାନରେ ମଧ୍ୟ୍ୟ ପଡିଲା ବହୁତ ଖୋଜା,ଲଡା ପରେ ମଧ୍ୟ୍ୟ ପୋଲିସ ପିଲାଟିର ପରିଚୟ ପାଇଲେନି l ଶେଷରେ ସରକାରୀ ଅନାଥ ଆଶ୍ରମକୁ ପିଲାଟିକୁ ପଠାଇ ଦିଆଗଲା l କିନ୍ତୁ ପ୍ରତିଦିନ ହସ୍ପିଟାଲ ଠୁ ଅନାଥ ଆଶ୍ରମରେ ଯାଇ ଭେଟି ତାର ଖିଆଲ ରଖୁଥିବା ସୁସ୍ମିତାଙ୍କ ମନରେ ତା ପ୍ରତି ମମତା ଏବଂ ପ୍ରେମ ବଢ଼ି ଚାଲିଥିଲା l ସେ ତାକୁ ନିଜଠୁ ଦୂରରେ ଏବଂ ଏପରି ମମତା ବିହୀନ ରୂପେ ଦେଖିବାକୁ ଚାହୁଁ ନଥିଲେ l ଶେଷରେ ନିଜ ମନ ସହ ବହୁତ ସଂଘର୍ଷ କରି ସେ ନିର୍ଣ୍ଣୟ କଲେ ପିଲାଟିକୁ ନିଜର ପରିଚୟ ଦେବେ l ଏହା ଶୁଣି ତାଙ୍କ ପିତା ଏବଂ ପୁରା ପରିବାର ତାଙ୍କ ବିପକ୍ଷରେ ଛିଡା ହୋଇଗଲା l ଏହା ଦ୍ୱାରା ଲୋକ କଣ କହିବେ ଗୋଟେ ଅବିବାହିତା ମା l କାହା ଛୁଆ ସେ କଣ, ତା ପାଇଁ ଘରର ଇଜ୍ଜତ ସାରିବାକୁ ବସିଛୁ l ସବୁଶୁଣି ମଧ୍ୟ ଛାତିକୁ ପଥର କରି ଅଣଶୁଣା ହୋଇଗଲେ ସୁସ୍ମିତା l


********


ନେଇ ଆସିଲେ କୋଳକୁ କୁନି ରିଆକୁ l ଲାଗିପଡିଲେ ନିଜ ଭବିଷ୍ୟତ ଏବଂ ତା ଭବିଷ୍ୟତ ଗଢିବାରେ l ଘର ଲୋକଙ୍କ ବିପକ୍ଷରେ ଯାଇଥିବାରୁ ଅଲଗା ଘର ନେଇ ରହିଲେ, କମ୍ପାନୀ ମାଲିକାଣୀ ଆଜି ଅନ୍ୟ ଛୋଟ କମ୍ପାନୀରେ ଚାକିରୀ କରି ନିଜେ ଏବଂ ନିଜ ଝିଅ ସହ ଖୁସିରେ ଥିଲେ l ଅନେକ ଲୋକଙ୍କ ପାଖରେ ଅନେକ ସମାଲୋଚନା, ପଡିଶା ଏବଂ ଅଫିସ ସାଥୀ କର୍ମଚାରୀ ମାନଙ୍କର ଟାହି ଟାପରା ଶୁଣି ମଧ୍ୟ ସେ ଦୃଢ଼ତାର ସହ ଲଢ଼ି ବଞ୍ଚିବା ତାଙ୍କୁ ଅନନ୍ୟ କରି ସାରିଥିଲା l ୟା ଭିତରେ ରିଆକୁ ପାଞ୍ଚ ବର୍ଷ ହୋଇଗଲାଣି l ତାର କୁନି କୁନି ମୁହଁ, ଗୁଲୁଗୁଳିଆ କଥା ଏବଂ ମା ପଣର ନିବିଡ଼ତା ଖୁବ ବାନ୍ଧି ସାରିଲାଣି ଉଭୟଙ୍କୁ ।


****


କିଛିଦିନ ପରେ ସୁସ୍ମିତାଙ୍କୁ ତାଙ୍କ ମା ଭେଟ କରିବାକୁ ଆସିଲେ ଏବଂ ସାଙ୍ଗରେ ସମ୍ବିତ ନାମକ ଏକ ଭଲ ଯୁବକଙ୍କ ବିବାହ ପ୍ରସ୍ତାବ ଆଣିଥିଲେ l ସୁସ୍ମିତା ମାଙ୍କୁ ଦେଖି ବହୁତ ଖୁସି ହୋଇଗଲେ ଏବଂ ପ୍ରସ୍ତାବ ପାଇଁ ନା ମଧ୍ୟ କଲେ, ତାଙ୍କର ରିଆ ପ୍ରତି ଦାୟିତ୍ୱ ବିଷୟରେ ସବୁ କହିବା ଦ୍ୱାରା,ମା ତାଙ୍କ ମମତାର ଆସ୍ଥା ଦେଇ କହିଲେ କଣ ଆମ ପ୍ରତି ତୋର କିଛି କର୍ତବ୍ୟ ନାହିଁ? 

ସୁସ୍ମିତାଙ୍କ ପାଖରେ ଉତ୍ତର ନ ଥିଲା ବୋଧେ ସେ ଚୁପ ରହିବାକୁ ଉଚିତ ମନେ କଲେ ଏବଂ ବିବାହ ପାଇଁ ହଁ ମଧ୍ୟ କହିଦେଲେ, କିନ୍ତୁ ରିଆ.... ସେ କୋଉଠି ରହିବ? ତୋ ବାପା ରିଆ ପାଇଁ ଫରେନରେ ଭଲ ବୋର୍ଡ଼ଇଁଙ୍ଗ ସ୍କୁଲ ଦେଖିଛନ୍ତି ସେଠି ରହି ସେ ଖୁବ ସୁନ୍ଦର ଭାବେ ଶିକ୍ଷା ଗ୍ରହଣ କରିବ l ସୁସ୍ମିତା ନ ଚାହିଁ ମଧ୍ୟ ବାଧ୍ୟ୍ୟ ବାଧକତା ଦୃଷ୍ଟିରୁ ଚୁପ ରହିବାକୁ ନିର୍ଣ୍ଣୟ କଲେ l ସମ୍ବିତ ସହ ମିଶି ମଧ୍ୟ ଜାଣିଲେ ସେ ବହୁତ ସୁନ୍ଦର ବ୍ୟକ୍ତିତ୍ୱ l ଗୋଟେ ଭଲ ଜୀବନସାଥୀ ହେବାର ସମସ୍ତ ଗୁଣ ତାଙ୍କ ଭିତରେ ଅଛି l ଦେଖୁ ଦେଖୁ ବିବାହ ଦିନ ମଧ୍ୟ ଆସିଗଲା, ଘର ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ମାନଙ୍କ ଦ୍ୱାରା ଭିଡ଼ ହୋଇ ଉଠିଥାଏ, ଲାଲଯୋଡ଼ା ସହ ବିଭିନ୍ନ ରକମର ଅଳଙ୍କାର ତାଙ୍କ ଅପେକ୍ଷାରେ l କିନ୍ତୁ ଏ କଣ ମନ କାହିଁ ଘାଣ୍ଟି ଚକଟି ହେଉଥାଏ, ବୋଧେ ରିଆ ଠାରୁ ଦୁରେଇ ଯିବାର କଷ୍ଟ l ଦୂରରୁ କୁନି ରିଆକୁ ଦେଖୁଥାନ୍ତି ସୁସ୍ମିତା ତାଙ୍କ ପରେ ତାର କିଏ ଅଛି? କଣ ହେବ ତାର? ନିଜ ପରିଚୟ ଦେବାକୁ ଆଣିଥିଲେ ତାକୁ କୋଳକୁ ନା କି ଦୁରକୁ ପଠାଇ ତାର ପରିଚୟ ଲିଭାଇ ଦେବାକୁ l କିଏ ଅଧିକାର ଦେଲା ତା ଜୀବନ ଏବଂ ବିଶ୍ୱାସ ସହ ଖେଳିବାକୁ ମୋତେ? ଯଦି ଦୁରେଇ ରଖିବାର ଥିଲା ତ ଅନାଥ ଆଶ୍ରମରେ ଭି ସେ ରହି ପାରିଥାନ୍ତା l ପାଗଳ ପରି ଅନୁଭବ କରୁଥିଲେ ସୁସ୍ମିତା, ରିଆର ଆଗରେ ନିଜ ଖୁସି ପାଇଁ ନୀଚ ଅନୁଭବ କରୁଥିଲେ ସେ, ହଠାତ ରିଆ ଦୌଡ଼ି ଆସି କହିଲା ମାମ ଏ ଲାଲ ଡ୍ରେସ ତୁମର ଖୁବ ସୁନ୍ଦର ହୋଇଛି କିନ୍ତୁ ମୋତେ ଦୁଃଖ ଲାଗୁଛି ତୁମକୁ ମୁଁ ଆଗକୁ ଆଉ ଦେଖି ପାରିବି ନାହିଁ, ହଠାତ ସୁସ୍ମିତାଙ୍କ ମା ଆସି କହିଲେ ଆଉ କେତେ ସମୟ ସୁସ୍ମିତା ସମସ୍ତେ ତୋତେ ଅପେକ୍ଷା କରିଛନ୍ତି କିନ୍ତୁ ସୁସ୍ମିତା ରିଆର ଲାଲ ରିବନ ଫିତା ଦିଆ ଦୁଇଟି ବେଣୀ ଦେଖୁଥାନ୍ତି ଏବଂ ମାଙ୍କୁ ଉତ୍ତର ଦେଇଥିଲେ ମୋତେ ସେ ଲାଲଯୋଡ଼ା ଅପେକ୍ଷା ମୋ ଝିଅ ରିଆର ଲାଲ ରିବନ ବହୁତ ପସନ୍ଦ ମା ଏବଂ ସଭା ମଝିରେ ଚାଲି ଯାଇଥିଲେ ଏକାକୀ ରିଆ ସହ ମମତାର ହାତ ଧରି l ପଛରୁ ଅନେକ ଗାଳି, ତାମସା,ଟାହି ଟାପରା ଭାସି ଆସୁଥାଏ କିନ୍ତୁ ସେ ସବୁ କିଛି ତାଙ୍କ କାନରେ ବାଜୁ ନ ଥାଏ l ମୂକ, ବଧିର ହୋଇ ଯାଇଥାନ୍ତି ସୁସ୍ମିତା ଏଇତ ମମତାର ପରୀକ୍ଷାର ଆରମ୍ଭ, କହି ହାତ ଯୋଡ଼ି କ୍ଷମା ମାଗିଥିଲେ ସମ୍ବିତଙ୍କୁ କି ସେ ତାଙ୍କ ଯୋଗ୍ୟ ନୁହନ୍ତି କିନ୍ତୁ ସମ୍ବିତ ପାଖରେ କିଛି ଉତ୍ତର ନ ଥିଲା ଖାଲି ଏତିକି ତୁମ ଠାରୁ ଯୋଗ୍ୟତା ପୂର୍ଣ୍ଣ ଝିଅ ମୁଁ ମୋ ଜୀବନରେ କେବେ ଦେଖିନି ସୁସ୍ମିତା l ତା ପରଦିନ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ସ୍ଥାନ ପାଇଥିଲା ଗୃହମନ୍ତ୍ରୀ ରତ୍ନାକର ଚୌଧୁରୀ ତାଙ୍କ ଅବିବାହିତ ମା ବନିଥିବା ଝିଅକୁ ସମସ୍ତ ସ୍ଥାଵର ଏବଂ ଅସ୍ଥାବର ଅଧିକାରରୁ ତେଯ୍ୟପତ୍ର କରିଛନ୍ତି l ବାସ ଆଉ କିଛି ବାକି ନ ଥିଲା, ଗୋଟେ ନୂଆ ସହର, ନୂଆ କର୍ମକୁ ଆପଣେଇ ଛାଡିଦେଇଥିଲେ ସୁସ୍ମିତା ସେ ପୁରୁଣା ସ୍ମୃତି ଗୁଡିକ l


*****


ହଠାତ ଆଲାର୍ମ ବାଜିବାରୁ ସୁସ୍ମିତା ଦେଖିଲେ ପୁଣି ଭୋର, ପୁଣି ପୁରୁଣା ସ୍ମୃତି ଗୁଡିକୁ ସମାଧି ଦେଇ ବାହାରି ପଡ଼ିଥିଲେ ସକାଳର ସମସ୍ତ କର୍ମ ସାରି ଚା କପ ସହ ବାଲକୋନୀରେ,ଆରେ ଏ କଣ ଆଜି ପକ୍ଷୀଟିର ପାଖରେ ଚି ଚି କରୁଛନ୍ତି ଦୁଇଟି ସଦ୍ୟଯାତ ସାବକ l ଗୋଟେ ମା ର ଅକ୍ଲାନ୍ତ ପରିଶ୍ରମରେ ବାରି ହେଉଥାଏ ତା ମମତା l ଆଜି ପୁଣି ଚା ଥଣ୍ଡା l ଅଫିସ ଲେଟ ଏବଂ ରିଆ ମଧ୍ୟ ସ୍କୁଲ ଯିବାକୁ ରେଡି l


ସ୍କୁଲ ଦ୍ୱାରା ଆଗରେ କାର ରଖି ସୁସ୍ମିତା ବିଦାୟ ଦେଲେ ରିଆକୁ ଏବଂ ପାଖକୁ ଡାକି ଗେଲ କରି କହିଲେ ଏଥର ତୁମ ବାପାଙ୍କ ପରିଚୟ କିଏ ପଚାରିଲେ କହିବ.......ମାଇଁ ଫୁଲ ନେମ ଇଜ ମିସ ରିଆ ସୁସ୍ମିତା ଚୌଧୁରୀ !


Rate this content
Log in

More oriya story from Banasmita Panda

Similar oriya story from Classics