STORYMIRROR

Banasmita Panda

Tragedy Inspirational

3  

Banasmita Panda

Tragedy Inspirational

ପୁଅ

ପୁଅ

1 min
231


--------ଗାଁ ପୋଖରୀ ମୂଳେ କାନ୍ତା ମାଉସୀକୁ ତାଙ୍କ ସମବୟସ୍କ ନିମ ମାଉସୀ କହିଲେ ହଇଲୋ କାନ୍ତା କାଲି ତମ ଘର ଶାଶୁ ବୋହୂ କଳି ମୋ ପୁଅକୁ ତୋ ପୁଅ କୁନା କହୁଥିଲା, ତୋ ବିରୁଦ୍ଧରେ କୁନା ଅନେକ କଥା କହୁଥିଲା, ତୁ କୁଆଡେ କୁନା ଆଉ ତା ସ୍ତ୍ରୀକୁ ରଖେଇ ଦେଉନୁ, ଦାଉ ସାଜିଛୁ ସେମାନଙ୍କ ଖୁସିରେ, ସେଥିପାଇଁ ସେମାନେ ସହରକୁ ପଳେଇବ ରହିବାକୁ l ସତରେ ଯାହାକହ କୁନା ମାଇକିନାଟା ଏମିତି ବାହାରିବ କିଏ ଜାଣିଥିଲା? ଆସିଲା ବେଳେ ଏମିତିତ ଉଗୁରୀ ହେଊ ନଥିଲା l ହଇଲୋ କିଛି କହୁନୁ, ପଥରଟା ପରି କଣ ଶୁଣୁଛୁ? 


---------- କଣ କହିବି ତୁ କହୁନୁ ??......ଯାହାକୁ ଯାହା ଠିକ ଲାଗିବ ସେ କରିବ l ତାଙ୍କୁ ଯୁଆଡେ ଯିବାର ଅଛି ଯିବେ l ପଚିଶ ବର୍ଷ ପୂର୍ବେ ତା ବାପ ଚାଲିଗଲା ମଦ ପି ପି , ବାପ ଛେଉଣ୍ଡ ପିଲାଟାକୁ ଏକଲା ସ୍ତ୍ରୀ ଲୋକ କିପରି, କେତେ ଘରେ ମୂଲ ଲାଗି ତାକୁ ବଡ଼ କଲି.. ଯଦି ସେ ଭୁଲିଗଲା ତ ମୁଁ କଣ ଆଉ କରି ପାରିବି........ ଆଉ ସେମିତି ତା ମାଇପ ହେଲା ପର ଝିଅ ତାର କି ଅବା ଦୋଷ? ତାକୁ ଯାହା ଅସୁବିଧା ହେଲା ମୁହଁ ଖୋଲି କହିଲା, ପୁଅତ ନିଜରନା, ସେ କଣ ସବୁ ଭୁଲିଗଲା?

 

ହଉ ସେ ମଧ୍ୟ୍ୟ ଗୋଟେ ପୁଅର ବାପ l ବୁଢ଼ୀ ଠାକୁରାଣୀ ସେମାନଙ୍କର କଲ୍ୟାଣ କରିନ୍ତୁ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy