Koushik Lenka

Romance Thriller

3  

Koushik Lenka

Romance Thriller

ଆତତାୟୀ

ଆତତାୟୀ

3 mins
240


            

       "ପ୍ରେମ" ସମ୍ପର୍କରେ ମୋର ସେମିତି ବିଶେଷ କିଛି ଧାରଣା ନଥିଲା, ହେଲେ କିଏ ପ୍ରେମ କଲେ, ମୋବାଇଲ ରେ କଥା ହେଲେ ମୁଁ ତା'କୁ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଛିଗୁଲେଇ ବା ରେ ପୁରା ମାହିର ଥିଲି। ଆଉ ଅନେକ ଆଡ଼ୁ ଶୁଣିଛି କୁଆଡ଼େ କଲେଜ ଗଲେ ସମସ୍ତ ଙ୍କ ର କାହା ସହ ଗୋଟେ ଅଜାଣତରେ ସମ୍ପର୍କ ଗଢ଼ି ଉଠେ କିଏ କହି ପାରେ ଆଉ କିଏ କହି ନପାରି ଝୁରି ମରେ। ଏକଥା କୁ ମୁଁ ଯାହା ପାଖରୁ, ଶୁଣେ; ଏ କାନ ରେ ପୁରେଇ ସେ କାନରେ ବାହାର କରିଦିଏ। ହେଲେ ପ୍ରେମ କୁ ନେଇ ଯେତେ ସବୁ ଗୀତ ତା'କୁ ଶୁଣିଲେ ମୋ ମନରେ ବି ସା ରେ ଗା ପା ....ବାଜି ଉଠେ। ହେଲେ, ମୋତେ ହାରମୋନି ତ ବଜେଇ ଆସେନି। କ'ଣ ମ ବୁଝି ପାରୁନ ମୋତେ କହି ଆସେନି ଯେ "ମୁଁ ତମକୁ ଭଲ ପାଏ"।

           ହେଲେ ସେ ଦିନ କଲେଜ ରେ ସେମିନାର ଥାଏ, ସବୁଠୁ ବଡ଼ ଆକର୍ଷଣ ଥିଲା ଯେ ମୁଁ ଯଦି ନ କହି ପାରିଲି....ତାହାଲେ ମୋର ସେଇ ଯ‌ଉ ମୁହଁ ଫୁଟାଣି ଟା ସବୁଦିନ ପାଇଁ ଖାଲି ଗୋଟେ କାହା ହସରେ ପରିଣତ ହେଇଯିବ। ବହୁତ ଡରି ଡରି ଯାଇଥାଏ। ମୋର ତ ଦ୍ୱିତୀୟ ବର୍ଷ , ଅଡିଟୋରିୟମରେ ତିନୋଟି ଯାକ ବର୍ଷ ର ଶେଷ ବର୍ଷ ଆଉ ନବାଗତ ପ୍ରଥମ ବର୍ଷ ତା ସାଙ୍ଗକୁ ଅଧ୍ୟକ୍ଷ ମହୋଦୟ ଏବଂ ଅନ୍ୟ ବିଭାଗ ର ସାର୍ ମାନେ ବସିଥିବେ। ହଠାତ୍ ଯାଇ ପହଞ୍ଚି ଗଲି...।। କ୍ରିକେଟ୍ ଖେଳ ଛଡ଼ା ଆଉ କ‌ଉଠି କେବେ ମୋ ଦେହରୁ ଏତେ ଝାଳ ବାହାରିବା ର ମୁଁ ଦେଖିନି। ଚିଟ୍ ବ୍ୟବସ୍ଥା କରାଗଲା ଆଉ ମୋର ୫ ନମ୍ବର ପଡ଼ିଲା, ଆଉ ମୋ ପରେ ଦୁଇ ଜଣ ଥାଆନ୍ତି। ଆମେ ୭ଜଣ ପତ୍ରବାଚନ ପାଇଁ ଚୟନ ହେଇଥାଉ। ପ୍ରଥମ ଚାରି ଜଣ ଙ୍କ ପାଇଁ ତୁହା କୁ ତୁହା ତାଳି ବର୍ଷା ହ‌ଉଥାଏ। ହଠାତ୍ ମୋ ପାଳି....ଆଉ ଯାଇ କହିବା ଆରମ୍ଭ କରିଛି.....ମୋର ସବୁ...ଭୁଲି ଗଲା ଭଳି ଲାଗିଲା।

ହଠାତ୍ ଗୋଟେ ଝିଅ ତା ଜାଗା ରୁ ଉଠି ପଡ଼ି ତାଳି ମାରିବା ରେ ଲାଗିଲା ଆଉ ମୋତେ ଲାଗିଲା ଯେମିତି ମୋର ସବୁ ମନେ ପଡ଼ି ଯାଉଛି। ଆଉ କହିବା ଭିତରେ ସେ ଝିଅ ତାଳି ମାରିବା କେବେ ବନ୍ଦ କରି ନଥାଏ, ଆଉ ମୁଁ ତା ମୁହଁକୁ ଦେଖି ଚିହ୍ନି ପାରିଥିଲି ଯେ ଶେଷ ବର୍ଷ ର ସିପ୍ରା!....ଦିଦି ବୋଲି କେବେ ଡାକିନି ହେଲେ.... ବୟସରେ ବଡ଼ ଯେହେତୁ ଦିଦି ହେବେ ନା। ତା'ପରେ ସେମିନାର ସରିଲା ଆଉ ମୁଁ ତା'କୁ ଯାଇ ଧନ୍ୟବାଦ ଟିଏ ଦେଲି ହେଲେ ସିଏ କାହିଁକି କେଜାଣି ଲାଜେଇ ଗଲା ଆଉ "ମୁଁ ଆସୁଛି" ବୋଲି କହି ଚାଲିଗଲା।।   

  

            ବଡ଼ ଅଜବ ଲାଗିଲା। ଆଉ ଦିନ ପରେ ଦିନ ଆମ ଭିତରେ ନିବିଡ଼ତା ବଢ଼ିବାରେ ଲାଗିଲା। ଧିରେଧିରେ ସେଇଟା କେତେବେଳେ ପ୍ରେମ ର ରୂପ ନେଇ ଗଲା ମୁଁ ଜାଣିନି, ଝିଅ ପିଲା ହେଇ ବି ସିଏ ମୋତେ ଆଗ ତା ମନ କଥା କହିଥିଲା। ଆଉ ମୁଁ ପୁରା କଥା କହିବା ଆଗରୁ ହଁ ଟିଏ ଭରିଥିଲି.... ଶେଷରେ ଯାହା ହୁଏ ମାନେ ପ୍ରେମ ର ତାନପୁରା ବାଜି ଉଠିଥିଲା। ଆମେ ଭୁଲି ଯାଇଥିଲୁ ଯେ ଆମେ ବୟସ ରେ ସାନ ବଡ଼ ବୋଲି। ହେଲେ ସେଦିନ, ଲାବୋରଟରି ର ଦୁଇ ମହଲା ଉପରେ ସିଏ ଥାଏ ଆଉ ମୁଁ ବ‌ଉଳଗଛ ପାଖରେ ଠିଆ ହେଇ ତା'କୁ ତଳକୁ ଡାକିଲି। ସେ କହିଲା "ରୁହ ଆସୁଛି"। ହଠାତ୍ ଏକ ଶବ୍ଦ! ବୋଧହୁଏ ସିଡ଼ି ରେ ଗୋଡ଼ ଖସିଗଲା। ଆଉ ମୁଁ ଯାଇ ଦେଖେ ତା' ହାତ ର "ଆସସ୍" କମ୍ପାନୀ ର ମୋବାଇଲ୍ ଫୋନ୍ ଟା ଚୁନା ଚୁନା ହେଇ ଯାଇଛି ଆଉ ତା ସାଙ୍ଗ ମାନେ ତା'ର ରକ୍ତ ଜୁଡ଼ୁବୁଡ଼ୁ ଦେହ ଟାକୁ ଘେରି ରଖିଛନ୍ତି, ଆଉ ସାଙ୍ଗେ ସାଙ୍ଗେ ସମସ୍ତେ ଜମା ହେବାରୁ ଆମ୍ବୁଲାନ୍ସ ଆସିଲା ଆଉ ସିପ୍ରା କୁ ନେଇଗଲା। ଧିରେ ଧିରେ ଭିଡ଼ କମୁଥାଏ। ମୁଁ ସେଇଠି ଠିଆ ହୋଇଥାଏ। ପ୍ରଥମ ପାଦ ଉଠେଇଛି କି ନା ପାଦରେ ମୋର ଗୋଟେ କ'ଣ ଲାଗିଲା ଭଳି ଜଣା ପଡ଼ିଲା। ହାତ ମାରି ଦେଖେତ । ଗୋଟେ ସିମ୍ କାର୍ଡ ବୋଧହୁଏ ସିପ୍ରା ର, ମୁଁ ଆଉ କାହାକୁ କିଛି ନ କହି ଛାତି ପକେଟ ରେ ନେଇ ଚାଲି ଆସିଲି। ପରଦିନ କଲେଜ ଗଲା ବେଳକୁ ଦେଖେ ତ ସିପ୍ରା ର ଫୋଟୋ ରେ ମାଳ ଚଢ଼ା ଯାଇଛି ଆଉ ସମସ୍ତେ ଫୁଲ ଦେଇ ଶେଷ ବିଦାୟ ନ‌ଉଛନ୍ତି। 

   

            ସେ ଦିନ ସିଡ଼ି ରୁ ତଳକୁ ପଡ଼ିବା ପରେ ସିପ୍ରା ଡାକ୍ତରଖାନାରେ ଆଖି ବୁଜି ଦେଇଥିଲା ଏକଥା ଜାଣିଲା ପରେ ମୁଁ ସମସ୍ତଙ୍କ ଗୋପନରେ ଅନେକ କାନ୍ଦିଛି। ଘରକୁ ଫେରି ମୋ ମୋବାଇଲ ର କଭର ଭିତରେ ସିପ୍ରା ର ସିମ୍ କୁ ଖୋଲି ମୋ ମୋବାଇଲ ର ଆଉ ଗୋଟେ ସିମ୍ ପାଇଁ ଫାଙ୍କା ଥିବା ଜାଗା ରେ ରଖିଲି । ଆଉ "ଡୁଆଲ ଆପ୍" ବ୍ୟବହାର କରି "whatsapp" ଖୋଲିଲି, ଯ‌ଉଥିରେ ଆଜି ବି ମୁଁ ଦେଖେ ସେଠି "ଅନ୍-ଲାଇନ୍" ର "ସଙ୍କେତ" ଆସେ ଆଉ ମୁଁ ଖୁବ୍ ଜଲଦି ଲେଖିଦିଏ "ରାତି ଅନେକ ହେଲାଣି, ତମେ ଶୋଇନ, ଅନ୍-ଲାଇନ ଅଛ କି ?" । ଯ‌ଉ ପ୍ରଶ୍ନ ର ଉତ୍ତର ମୁଁ କେବେ ପାଇବିନି ଜାଣିଛି ହେଲେ ଆଜି ବି ପ୍ରଶ୍ନ କରି ଚାଲେ, ନିଜକୁ ନିଜେ "ସିପ୍ରା ମୋ ଜୀବନ ରୁ ଆଉ ତା' ନିଜ ଜୀବନରୁ ଓହରି ଯିବା ପାଇଁ ଦାୟୀ ମୁଁ ନୁହେଁ ତ; ମୁଁ ସେ ଅଜଣା "ଆତତାୟୀ" ନୁହେଁ ତ!!



Rate this content
Log in

Similar oriya story from Romance