Koushik Lenka

Others

3  

Koushik Lenka

Others

ବାଘ ବୁଲୁଛି ସହରରେ

ବାଘ ବୁଲୁଛି ସହରରେ

3 mins
208


ବଲାଙ୍ଗୀର ସହର ସାରା ଡାକବାଜି ଯନ୍ତ୍ର ସହକାରେ ପ୍ରଚାର ଚାଲିଥାଏ । ସାବଧାନ! ସହର ଭିତରକୁ ବାଘ ପଶି ଆସିଛି, ତେଣୁ କରି ପ୍ରଶାସନ ଏବଂ ବନ୍ୟ ବିଭାଗ ବନ୍ୟଜନ୍ତୁଙ୍କୁ କାବୁ କରିବା ପୂର୍ବରୁ ଆପଣମାନଙ୍କ ସୁରକ୍ଷା ଆପଣମାନଙ୍କ ହାତରେ । ପୁରା ସହର ଭୟରେ ଥରୁଥାଏ । ଉଭୟ ପୋଲିସ ବିଭାଗ ଏବଂ ବନ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ଏ ବିଷମ ପରିସ୍ଥିତି । 

              ରାଜେନ୍ଦ୍ର କିଶୋରଙ୍କର ଦୁଇ ଝିଅ । ବଡ଼ ଝିଅ ଏମ୍.ଏ ଫାଇନାଲ ଇୟର । ଆଉ ସାନ ଏଥର ଦଶମ ପରୀକ୍ଷାର୍ଥୀ । ସାରା ସହରରେ ବାଘ ଖବର ବିଞ୍ଚି ହେଇ ଯିବା ପରେ; ରାଜେନ୍ଦ୍ର କିଶୋର ତାଙ୍କ ଧର୍ମପତ୍ନୀଙ୍କ ସହିତ ଦୁଇ ଝିଅଙ୍କୁ ଧରି ଘର ଭିତରେ ଦରଜା ବନ୍ଦ କରି ରହି ଥାଆନ୍ତି । ଆଉ ସବୁ ସ୍ତବ୍ଧ । କାହାରି ପାଟିରୁ ଭାଷା ବାହାରୁ ନଥାଏ । ପାଟି ଫିଟାଇ କଥା ଆରମ୍ଭ କଲେ ସୁଲତା ଦେବୀ "ବାଘ କ'ଣ ଖୋଲା ମ‌ଇଦାନରେ ବୁଲୁଥିବ; ସେ ନିଶ୍ଚୟ ପୁଣି ଜଙ୍ଗଲକୁ ଫେରି ଯାଇଥିବ" । ଆମେ ଆଉ କେତେ ସମୟ ଏମିତି ଘର ଭିତରଟାରେ ବନ୍ଦ ହେଇ ରହିବା । ଆଜକୁ ଦୁଇ ଦିନ ହେଲାଣି ସେଇ ସମାନ କଥା ପୁରା ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେବାରେ ଲାଗିଛି । ହ‌ଇହୋ ଶୁଣୁଛ ନା ନାହିଁ କିଛି?

      ହଁ ଶୁଣିବିନି କେମିତି । ବାଘ ବୁଲୁଛି ସହରରେ । ସହରର ପ୍ରତି ଛାତିରେ ଏବେ ଛନକା ପଶି ରହିଛି । ମୁଁ ତ କେବଳ ପୋଲିସ ଆଉ ବନ ବିଭାଗର କଥାକୁ ଭାବୁଛି । ସେମାନେ କ'ଣ ମଣିଷ ନୁହଁନ୍ତି; ସେମାନଙ୍କୁ କ'ଣ କେବେ ଭୟ ଛୁଇଁ ପାରେନା । ସେମାନଙ୍କର କ'ଣ ପରିବାରବର୍ଗ ଚିନ୍ତାରେ ନଥିବେ । 

         "ବାବା ତମେ ଏକଥା ଭାବୁଛ" କହି ଉଠିଲା ରାଜେନ୍ଦ୍ର କିଶୋରଙ୍କର ବଡ଼ ଝିଅ । ପୁଣି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ରେଞ୍ଜର ରାଜେନ୍ଦ୍ର କିଶୋର ପଣ୍ଡା । ରାଜେନ୍ଦ୍ର କିଶୋରଙ୍କୁ ପୁଣି ଆଜି ପ୍ରଶାସନର ଚିନ୍ତା ପସିଛି । କ'ଣ ବାବା ତମେ ଆଜି ଅବସରପ୍ରାପ୍ତ ବୋଲି ସେ ସ୍ପୃହା ଆଉ ନାହିଁ । ସାନ ଝିଅ ମେଜ ଉପରେ ଛିଡ଼ା ହୋଇ ହାଲକା ଧୂଳିମାନଙ୍କୁ ଝାଡ଼ି ଦେଇ ଓହ୍ଲେଇ ଆଣିଲା ସେଇ ଫୋଟୋ ଯ‌ଉଠି "ରାଜେନ୍ଦ୍ର କିଶୋର, ରାଜ୍ୟପାଳଙ୍କ ଠାରୁ ସାହସିକତାର ପୁରସ୍କାର ଗ୍ରହଣ କରୁଛନ୍ତି" । 

  ×   ×    ×   ×   ×   ×  ×  ×  × ×

     କନ୍ଧମାଳରେ ସେଦିନ ଦଙ୍ଗା ଚାଲିଥାଏ । ହଠାତ୍ କୌଣସି କାରଣ ଯୋଗୁଁ ଏମିତି ବାଘଟିଏ ପଶି ଆସିଥାଏ ସହର ଭିତରକୁ । ସେତେବେଳକୁ ବାଘ ଜୀବନ ନେବାରେ ବ୍ୟଗ୍ର ହେଇ ସାରିଥାଏ । ବର୍ଖା ଅଞ୍ଚଳର ତିନି ତିନିଟି ଜୀବନ ବାଘ କବଳରେ କବଳିତ ହେଇ ସାରିଥାଏ । ପରିସ୍ଥିତି ଏତେ ଜଟିଳ ହେଇ ସାରିଥାଏ ଯେ ନିଜ ଆତ୍ମୀୟ ସ୍ୱଜନମାନଙ୍କ ଶବ ବାହାରେ ପଡ଼ିଥିବା ସମୟରେ କେହି ପାଖକୁ ଭିଡ଼ି ପାରୁ ନଥିଲେ । ସମସ୍ତଙ୍କ ଭୟରେ ବାଘର ଭୟ । 

         ଉପରୁ ଘନାଘନ ମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ପାଖରୁ ଫୋନ୍ ପରେ ଫୋନ୍ ଆସୁଥାଏ । ଯେମିତି ବି ହ‌ଉ ବାଘକୁ ରୋକିବାକୁ ପଡ଼ିବ ଆଉ ସର୍ବୋପରି ଜୀବନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ କଥା । ସେତେବେଳେ ରାଜେନ୍ଦ୍ର କିଶୋର ନୂଆ ନୂଆ ବଲାଙ୍ଗୀରର ରେଞ୍ଜର ଭାବେ ନିଯୁକ୍ତ ପାଇ ଥାଆନ୍ତି । ଯୁବ ସୁଲଭ ଚେହେରା ସାଙ୍ଗକୁ ବଳିଷ୍ଠ ଲାଗୁ ଥାଆନ୍ତି, ରାଜେନ୍ଦ୍ର କିଶୋର । ଆଖି ପିଛୁଳାକେ ସେ ଗଠନ କରି ଦେଇଥିଲେ ଏକ ସ୍ପେସାଲ ଫୋର୍ସ । 

       ସାରା ସହର ନାକାବନ୍ଦୀ କରି, ବାଘ ଯେମିତି ନ ମରିବ ସେ କଥାକୁ ଧ୍ୟାନରେ ରଖି ସେ ଆରମ୍ଭ କରିଥିଲେ ବ୍ୟାଘ୍ର ଧରିବା ମିଶନ । ପୁରା ସହରର ମୁଖ୍ୟ ଫାଟକକୁ ଉଭୟ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦେଇଥିଲେ ଏବଂ ନଜରରେ ରଖିଥିଲେ ଟ୍ରାକର ବ୍ୟବହାର କରି ବାଘର ଗତିପଥ ଉପରେ । 

    ଗୋଟେ ରାତି ବିତିବାକୁ ବସିଥାଏ ଏଯାଏଁ ବାଘର କୈାଣସି ଟେର ମିଳୁ ନଥାଏ । ହଠାତ୍ ତାଙ୍କରି ଆଖି ଆଗରେ ବାଘଟିଏ ଧରି ରଖି ଥାଏ ଗୋଟେ ଯୁବକକୁ । ଆଖି ପିଛୁଳାକେ ମାଡ଼ି ଯାଇଥିଲେ; ରାଜେନ୍ଦ୍ର କିଶୋର । ଲମ୍ଫ ପ୍ରଦାନ କରିଥିଲେ ବାଘ ଉପରକୁ । ପ୍ରଥମେ ବାଘ ମୁହଁରୁ ଯୁବକଟିକୁ ସମ୍ପୂର୍ଣ୍ଣ ଜୀବିତ ରୂପେ ବଞ୍ଚାଇବା ପରେ ନିଜେ ଲହୁଲୁହାଣ ହେଇ ପଡ଼ିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ପାଖରେ ରିଭରବଲ ଥାଇ ମଧ୍ୟ ସେ ବାଘ ଉପରକୁ ଗୁଳି ଚଳେଇ ନଥିଲେ ଏବଂ ଖୁବ୍ ଚତୁରତାର ସହିତ ସେ ବାଘକୁ ଯନ୍ତାରେ ପକେଇ ଥିଲେ ଏବଂ ସାରା ସହରବାସୀଙ୍କୁ ବାଘ କବଳରୁ ଆଉ ବାଘକୁ ମଧ୍ୟ ଜୀବିତ କରି ବଣ ଭିତରକୁ ପଠାଇ ଦେଇଥିଲେ । 

     ରାତି ପାହୁ ପାହୁ ସାରା ରାଜ୍ୟରେ ଖବର ବ୍ୟାପିଗଲା । ସବୁଠି ଗୋଟିଏ କଥା ଥିଲା ସାହସୀ ରେଞ୍ଜର ରାଜେନ୍ଦ୍ର କିଶୋର । ଆଉ ଏଥିପାଇଁ ତାଙ୍କୁ ମଧ୍ୟ ସାହସିକତାର ପୁରସ୍କାର ଖୋଦ୍ ରାଜ୍ୟପାଳ ଦେବା ସହିତ ପରମବୀର ଚକ୍ର ପାଇଁ "ରାଜେନ୍ଦ୍ର କିଶୋର"ଙ୍କ ନାଆଁକୁ ସୁପାରିଶ କରିଥିଲେ । 

×   ×   ×   ×   ×   ×   ×    ×  ×   ×

        ହଠାତ୍ ଟି.ଭି.ରେ ଖବର ପ୍ରସାରିତ ହେବାକୁ ଲାଗିଲା ବଲାଙ୍ଗୀର ସହରର ବାଘକୁ କାବୁ କରି ଦେଇଛନ୍ତି ରେଞ୍ଜର ଶରତ ପ୍ରସାଦ । ତାଙ୍କର ସାହସିକତା ପାଇଁ ଏଥର ତାଙ୍କୁ ସ୍ୱାଧୀନତା ଦିବସର ପ୍ୟାରେଡରେ ସମ୍ବର୍ଦ୍ଧନା ଦେବା ସହ ପୁରସ୍କାର ପ୍ରଦାନ କରାଯିବ । ଆଉ ଖବରରେ ମଧ୍ୟ ଏକଥା ପ୍ରସାରିତ ହେବାକୁ ଲାଗିଲା ....... ଶରତ ପ୍ରସାଦଙ୍କ ସହ ଆଲୋଚନା ପରେ ବାଘ ଧରିବା ପାଇଁ ସେ ଯେଉଁ ପନ୍ଥା ଅବଲମ୍ବନ କରିଥିଲେ ତାହା ହେଉଛି ୨୦୧୪ ମସିହାର ରେଞ୍ଜର ରାଜେନ୍ଦ୍ର କିଶୋରଙ୍କର ପନ୍ଥା । ଯଦ୍ୱାରା ତାଙ୍କୁ ମଧ୍ୟ ଏବର୍ଷ ପୂର୍ବରୁ ସୁପାରିଶ ତାଙ୍କର ସାହସିକତା ପାଇଁ ରାଷ୍ଟ୍ରପତିଙ୍କ ଠାରୁ "ପରମବୀର ଚକ୍ର"ରେ ସମ୍ମାନିତ କରାଯିବ । ଉଭୟ ରାଜ୍ୟ ଏବଂ ଦେଶ ପାଇଁ ଗୋୖରବ ଆଣିଥିବା ଦୁଇ ରେଞ୍ଜରଙ୍କୁ ମୂଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରି ଅଛନ୍ତି । । 

    ଆଖି ତରାଟି ଦେଖୁଥିଲେ ପୁରା ପରିବାର । ଆଉ ଖୁସି ଏବଂ ସାହସିକତାର ସମ୍ମାନ ଦେଖି ସମସ୍ତଙ୍କ ଛାତି ଗର୍ବରେ କୁଣ୍ଢେ ମୋଟ ହେଇ ଯାଉଥିଲା । । 



Rate this content
Log in