STORYMIRROR

Koushik Lenka

Classics Others

4  

Koushik Lenka

Classics Others

ସଲାମ ଭୁବନେଶ୍ବର

ସଲାମ ଭୁବନେଶ୍ବର

2 mins
249

୨୮ ଡିସେମ୍ବର , ୨୦୨୦•••

  ରେଳବିଭାଗ ର ଏକ ପ୍ରବେଶିକା ପରୀକ୍ଷା ଦେବାକୁ ମୁଁ ଭୁବନେଶ୍ୱର ଯାଇଥାଏ। ଈଏ ସେଇ ଭୁବନେଶ୍ୱର, ଯାହାକୁ ମୁଁ ଆଜି ଯାଏଁ କେବଳ ଟି.ଭି ପରଦାରେ ଆଉ ଖବରକାଗଜ ର ପୃଷ୍ଠା ରେ ଦେଖିଛି ଆଉ ପଢ଼ିଛି। ମୋ ପାଇଁ ଏଥର ଭୁବନେଶ୍ୱର ଆସିବା କିଛି ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା। GITA କଲେଜ ର ମୁଖ୍ୟ ଫାଟକ ପାଖରେ ମୁଁ ଠିଆ ହେଇଥାଏ। ଦଳଦଳ କରି ସମସ୍ତ ପରୀକ୍ଷାର୍ଥୀ ବାହାରି ଆସୁ ଥାଆନ୍ତି। ହେଲେ ମୋତେ ଏମିତି ଏକା ଫେରିଯିବା କୁ ଜମା ଇଛା ନଥାଏ। ନାଁ ନାଁ ମାନେ ଆସିବା ବେଳେ ମୋ ସହ କେହି ନଥିଲେ.... ମୁଁ କହୁଥିଲି, ମୁଁ ଭୁବନେଶ୍ୱର ଆସିଛି ବୋଲି ଅନ୍ତତଃ ମୋର ଯଦି ଗୋଟେ ଫୋଟୋ କିଏ ଉଠାଇ ଦିଅନ୍ତା। ବାସ୍! ଏଇ କଥା ଭାବୁ ଭାବୁ ମୋ ସାମନା ଦେଇ ପାର ହେଇଯାଉ ଥିବା ଗୋଟେ ଝିଅ କୁ ମୁଁ ହଠାତ୍ ପଛରୁ ଡାକି ପକେଇଲି.....


:- ଟିକେ ଶୁଣିବେ!


  :- ମୋତେ କହୁଛ


'- ଆଜ୍ଞା ହଁ ଆପଣଙ୍କୁ


   :- ହଁ କୁହ! କ'ଣ ହେଲା


:- ନାଁ ମାନେ କଥା କ'ଣ କି ମୁଁ ଆଗରୁ କେବେ ଭୁବନେଶ୍ୱର! ଆସିନି ତ! ସେଲାଗି ଯଦି ଆପଣ ମୋର ଗୋଟେ ଫୋଟୋ ଉଠେଇ ଦିଅନ୍ତେ ବହୁତ ଭଲ ହୁଅନ୍ତା। ମୁଁ ତା'କୁ ସାଇତି ରଖନ୍ତି ଆଉ ଆମ ଗାଁ ରେ ମୋ ବୋଉ କୁ ଯାଇ ଦେଖାନ୍ତି।


:- ହା ହା, ସତରେ କେବେ ଭୁବନେଶ୍ୱର ଆସିନ!


:- ନାଁ ନାଁ ଈଏ ପ୍ରଥମ।


  :- ହା ହା ସୋ ଫନି, ଭେରି interesting., ଆଛା ଦିଅ ଉଠେଇ ଦ‌ଉଛି। ହେଲେ ତୁମର ଗୋଟେ ଫୋଟୋ ଉଠେଇ ସାରିବା ପରେ, ମୋ ସହ ଗୋଟେ ସେଲଫି ନେବାକୁ ପଡ଼ିବ। ତମେ ଭାବୁଥିବ କ'ଣ ପାଇଁ..... It's very simple, ତମେ ଯେମିତି ତମ ବୋଉ ଙ୍କୁ ନେଇ ଦେଖେଇବ, ମୁଁ ବି ସେମିତି ମୋ ମମି ଙ୍କୁ ନେଇ ଦେଖେଇବି।


  :- ହଁ ଠିକ୍ ଅଛି, ମୁଁ ରାଜି।


    ଆଉ ସେଇଦିନଠୁ ମୋର ଭୁବନେଶ୍ୱର ସହ ଗୋଟେ ଅଛିଣ୍ଡା ସମ୍ପର୍କ ଗଢ଼ି ଯାଇଛି। ମାନେ ସେଦିନ ସେଲଫି ଉଠେଇଥିବା ଝିଅ ଏବେ ମୋ ବାଁ ପାଖରେ। କେତେବେଳେ ଯେ ଆମ ଭିତରେ ସେଇଦିନ ପରଠାରୁ ବନ୍ଧୁତା ସୃଷ୍ଟି ହେଇଗଲା ଆଉ ପରେ ତାହା ଆମ ଦୁହିଁଙ୍କ ପରିବାର ର ସ୍ୱୀକୃତି ରେ ସମାଜ ଆଗରେ ବିବାହ ର ମାନ୍ୟତା ପାଇଗଲା ମୁଁ ଜାଣେନା। 


     "ଏଥର ନୂଆବର୍ଷ ଛୁଟି ପାଳିବା ନିମିତ୍ତ ମୁଁ ଆଉ ଶ୍ୱେତା ତାଙ୍କ ଘରକୁ ଯାଉଥାଉ। ଏଥର ଆଉ ଭୁବନେଶ୍ୱର ମୋ ପାଇଁ ନୂଆ ନୁହେଁ। ପଛ ସିଟ୍ ରେ ବସିଥିବା ଦୁଇ ବଙ୍ଗାଳୀ ଦମ୍ପତି କୋଣାର୍କ ବୁଲିଯିବା ପାଇଁ ଆସି ଥାଆନ୍ତି। ସେମାନଙ୍କ ସହ ଅଳ୍ପ ସମୟର ବନ୍ଧୁତା ପରେ, ପୁରୁଷ ଦମ୍ପତି ଜଣକ ପଚାରିଥିବା କ୍ଷୁଦ୍ର~ଉତ୍ତର ମୂଳକ ପ୍ରଶ୍ନ "ଆପଣ ଦୁହିଁଙ୍କର ଯୋଡ଼ି ବହୁତ ସୁନ୍ଦର ଲାଗୁଛି, ଆପଣ ମାନଙ୍କ ର ପ୍ରେମ ~ବିବାହ ନା ଘରୋଇ ନିଷ୍ପତ୍ତି ଅନୁଯାୟୀ ବିଭାଘର??"

     ଯାହାର ଉତ୍ତର ମୁଁ ରଖିଥିଲି, ଏକ ଦୀର୍ଘ‌ଉତ୍ତର~ମୂଳକ ପ୍ରଶ୍ନ ର ଉତ୍ତର ଭଳି। ଆଉ, ଯାହାକୁ ଶୁଣି ବାହାଘର ର ସାତବର୍ଷ ପରେ ବି ଶ୍ୱେତା ମୋତେ ତା' କହୁଣୀ ରେ ହାଲକା ଆଘାତ ଦେଇ ଖୁବ୍ ଲାଜେଇ ଯାଉଥିଲା।।

     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics