Koushik Lenka

Classics Others

3  

Koushik Lenka

Classics Others

ବନ୍ଦ ଘଡ଼ି

ବନ୍ଦ ଘଡ଼ି

10 mins
235


:- ଗୋଟେ କଥା ପଚାରିବି....!!


:- ହା ହା ତମେ ତ ସବୁଦିନ ଏଇ କଥା ହିଁ ପଚାର, ଆଉ ଶେଷରେ ମୁଁ "ଯାହା କହିଲି ତା'ର translation କଲ ଦେଖିବା;

      ମୁଁ କହେ "Can I tell you something ??"

ତା'ପରେ ତମେ କହିବ ହଁ ପଚାରୁନ ମୁଁ କ'ଣ ମନା କରୁଛି..।।


:- ହା ହା ତମେ ସବୁ ମନେ ରଖି ଦେଇଛ, ଆଛା ତମେ ଜାଣିଛ ମୁଁ ଏଇ କଥା ପଚାରିବି ତା'ପରେ ବି ତମେ କେମିତି କହି ଦିଅ ଯେ, ହଁ ପଚାର ବୋଲି।

      ଧେତ୍ ଆଜି ବି ତମର "ସମୟ ସାରିଦେଲି"


:- ପୁଣି.....!!


:- ଆଁ.....ହାଁ........ହାଁ.....

  ମୁଁ ଜାଣିଛି "ସମୟ କେବେ ସରେନା, ଘଣ୍ଟା ର ବ୍ୟାଟେରୀ ସରିଯାଏ"....।।

ଦେଖୁନ ସେଇ ଗୋଟେ ଭୁଲ ତମ ସହ ମୁଁ କେମିତି ବାରବାର କରି ଚାଲିଛି।


:- ଆଉ ମୁଁ, ବି ବଡ଼ ଅଭାଗା ତୁମ ସହ ଏତେ ଦିନ ହେଲା ମିଶିଲିଣି ତମର ଏ ଭୁଲ କୁ କେବେ ସୁଧାରି ପାରୁନି, ଓଲଟି ତମର ଗୋଟେ ଅଭ୍ୟାସ ରେ ବଦଳି ଦେଲିଣି...!!

ଏମିତି ରେ ମୁଁ ୟାକୁ ଭୁଲ ବୋଲି ବି ଗ୍ରହଣ କରି ପାରେନା.......!! ହା...ହା...ହା....


:- ଗୋଟେ କଥା କୁହତ..!!


:- ଭାବି କରି କହୁଛ ତ ଗୋଟେ ପଚାରିବ... ପଚାର ପଚାର ହା....ହା...!!


:- ନାଇଁ ଆଉ କେବେ ପଚାରିବି।


:- ଆଉ କେବେ ଟା ଏଇ ସାଙ୍ଗେ ସାଙ୍ଗେ ନ ହେଇ ଯାଉ ପ୍ରଭୁ...!!


:- ହଁ ଏଇ ପଚାରୁଥିଲି କି ତମେ ଏତେ ଚୁପଚାପ କାହିଁକି ରୁହ...!!


:- କାଇଁ ଆଜି ତ ବହୁତ କଥା ହେଇଛି ତୁମ ସହ।


:- ମାନେ!! ଏବେ ଟିକେ ଟିକେ ମିଶୁଛ....ମାନେ ଆରମ୍ଭ ରୁ ଯେତେ ଚୁପଚାପ୍ ରୁହ.... ମୁଁ ଭାବେ କି ଜଣେ ଏତେ ଚୁପଚାପ କେମିତି ରହି ପାରିବ...!!


:- ହା....ହା....

ମୁଁ ଏମିତି ସବୁବେଳେ ପାଗଳ ପରି....!!

        ଆଛା, ଠିକ୍ ଅଛି ମୁଁ ଆସୁଛି ସିଗାରେଟ ଟା ତେଣେ ଜଳି ଜଳି ପାଉଁଶ ହେଇ ସାରିବନି...!!

××××


       ଆରେ ରୁହ, ଶୁଣ ତ ଟିକେ କଫି ମଗେଇ ଦେଇଛି ଦୁଇଟା, ଆରେ ପ୍ୟାମେଣ୍ଟ ଟା ତ କରିକି ଯାଅ। ଧେତ୍ ବେଶି ଭାଉ ଖାଉଛି। ହେଲେ ଭଲ ପିଲାଟା ମ......ଖାଲି କ'ଣ ଟିକେ ଲୁଚ‌ଉଛି।

        ଲୁଚ‌ଉ ମ ଏମିତି କେତେ ଦିନ ଆଉ ଲୁଚେଇବ ମୁଁ ଆଉ ଅପେକ୍ଷା କରି ପାରୁନି କେବେ ଗୋଟେ ସୁଯୋଗ ଦେଖି ଶୀଘ୍ର ମୋ ନିବେଦନ ଟା ଜଣେଇଦେବି ବାକି ତା'ପରେ ...

      ହଁ କହିଲେ ମାଡ଼ିଯିବି ନାଁ କହିଲେ ଯେତେଥର କଫି ପିଏଇଛି ସବୁ ଆଦାୟ କରିବି....!!

ହାଁ.... କ'ଣ ଭାବିଛି କି ଆଉ....


:- ମ୍ୟାଡାମ୍ କଫି...!!


:- ଆଣ ଢାଳିଦେ ମୋ ମୁଣ୍ଡରେ, ଦୁଇଟା ନେଇ ଚାଲି ଆସିଲା ଯଦି ଆସିଲ ଆଉ ଟିକେ ଜଲଦି ଆସି ପାରିଲନି , ମୁଁ ଗୋଟାକର ପ‌ଇସା ଦେବି ଆଉ ଗୋଟାକର ଦେବିନି....!!


:- ମ୍ୟାଡାମ ଦୁଇଟା ଯାକର ପେମେଣ୍ଟ ହେଇ ଯାଇଛି ଆଉ ଟିପ୍ସ ବାବଦକୁ ୫୦ ଟଙ୍କା ବି ମିଳିଛି।।


:- କିଏ କଲା ପେମେଣ୍ଟ...!!


:- ଆପଣଙ୍କ ସହ ଆସିଥିବା ସେ ସାର୍ ଜଣକ.....!!

  ଏମିତି ରେ ସିଏ ବି ସବୁଦିନ ଆସନ୍ତି ଆଉ ଦୁଇଟା କଫି ମଗାନ୍ତି ଗୋଟେ ବି ଖଣ୍ଡିଆ କରନ୍ତିନି ଆଉ କିଛି ସମୟ ବିତେଇ ଫୁଲ ପେମେଣ୍ଟ ଦେଇ ଚାଲି ଯାଆନ୍ତି....ଭାରି ଅଜବ ଲାଗନ୍ତି।।


      ସତରେ!! ଈଏ ଏମିତି କ'ଣ କଥା ଅଛି ଯ‌ଉଥି ପାଇଁ ଏତେ ଚୁପଚାପ ସବୁବେଳେ, ଧେତ୍ ମୁଁ ବି ବହୁତ ଭାବି ଦ‌ଉଛି......!!


         ରାତିସାରା ନିଦ ନାହିଁ, ଖାଲି ମହ୍ଲାର ଙ୍କ କଥା ମନେ ପଡ଼ୁଛି। କେମିତି କ'ଣ ସବୁ ହେଇଗଲା ଯେ.....!! ମା'କୁ କହୁଥିଲି ମହ୍ଲାର ଙ୍କ ବିଷୟରେ। ତା'ର ତ ଖାଲି ନାଁ , ଗାଁ, ଠିକଣା ବୁଝ। ଜାତି, ଗୋତ୍ର, ସବୁ ଯଦି ସମାନ ହେଇଥିବ ତାହାଲେ ଯାଇ ସେ ଆଗକୁ ବଢ଼ିବ। ମୁଁ ନାଁ ଟା ଜାଣିଛି ଆଉ ନାଁ ରୁ ଜାଣିଛି " ବ୍ରାହ୍ମଣ " ବୋଲି ତେଣୁ ସେ ସବୁ ରେ କିଛି ଅସୁବିଧା ନାହିଁ...!!

 !!ମହ୍ଲାର ମିଶ୍ର ଆଉ ରାଗିଣୀ ପାଣିଗ୍ରାହୀ!!

    ମହ୍ଲାର ସହିତ ରାଗିଣୀ

         ଈସ୍

"Two flying birds under the same sky in searching of love Shelter"......


          ଭାବୁଛି ଆଜି କହିଦେବି, ହେଲେ ଆଗରୁ କେବେ କହିନି , କିଏ କ'ଣ ଆଗରୁ କହିଥାଏ କି ଆଇନା ଆଗରେ ନିଜକୁ ଦେଖି ଖୁବ୍ ଲାଜ ଲାଗୁଥିଲା। ଆଉ ଏଇ ସମୟରେ ମା'ର ଫୋନ୍ ହେଲେ ହାତ ଯାଉନି ଉଠେଇବାକୁ , କାହିଁକି ନା ଉଠେଇ ଦେଲେ ସେ ଗୀତଟା ବନ୍ଦ ହେଇ ଯିବ ଯେ .....କାଲି କଫି ବାରରେ ମହ୍ଲାର ଗଲାପରେ ଏଇ ଗୀତ ଟା ଲଗେଇ ଥିଲି......!!

     "दिल क्या करे जब किसी से किसिको प्यार हो जाता है...."!!

ସେ ବାଜୁଥାଉ ମୁଁ ମା' କୁ ମୋ ଆଡ଼ୁ ଫୋନ୍ କରି କହିଦେବି...ଆଉ ତକିଆ ଟାକୁ ଜାବୁଡ଼ି ଧରି ଝୁମି ଯାଉଥିଲି......ଆପେ ଆପେ "ମହ୍ଲାର" ଙ୍କ ରାଗରେ "ରାଗିଣୀ" ଝୁମି ଯାଉଥିଲା। ହେଲେ ମହ୍ଲାର କ'ଣ ସେଇଠି ଥିଲେ ଏକଥା ତ ମୁଁ ସେତେବେଳେ ଜାଣିଲି ଯେତେବେଳେ ମୋ ମୁଣ୍ଡଟା କବାଟ ରେ ବାଜିଗଲା।

     ବାପ୍ ରେ ବାପ୍ କି ରାଗ

ବିଚରା ତକିଆ ଯଦି କାଚ କି ପ୍ଲାଷ୍ଟିକ ର ହେଇ ଥାଆନ୍ତା ଏତେ ଖଣ୍ଡ ଖଣ୍ଡ ହେଇଯାଇ ଥାଆନ୍ତା ଯେ ଏ ମାର୍ବଲ ଚଟାଣ ଉପରେ ପାଉଡର ପଡ଼ିଲା ଭଳି ଦେଖା ଯାଇଥାଆନ୍ତା.........!!

  ହେଲେ ମୋ ହୃଦୟ କାଚ କି ପ୍ଲାଷ୍ଟିକ ର ତ ନୁହେଁ। ଭାଙ୍ଗିଗଲେ ବି ଶବ୍ଦ ହବନି ହେଲେ ଆଘାତ ଗୁଡ଼ା ଅନ୍ଧାରରେ ଯ‌ଉ ତକିଆ କୁ ଫୋପାଡ଼ି ଦେଲି ତା'କୁ ଧରି ଖୁବ୍ ଜୋରରେ ଉତୁରି ପଡ଼ିବେ।

କ'ଣ ହେବ କେଜାଣି ମହ୍ଲାର ଯଦି ନାଁ କରିଦେବେ...... ନାଁ ନାଁ ସେ କଥା କେମିତି

ସେ ଯଦି ମୋତେ ଭଲ ପାଉ ନାହାଁନ୍ତି, ଯଦି ତାଙ୍କ ମନରେ ମୋ ପ୍ରତି ସେମିତି କିଛି ଭାବନା ନାହିଁ ତାହାଲେ ସେ କଫି ବାରରେ ପେମେଣ୍ଟ କାଇଁ କଲେ ଯେ.....

ହଁ ଆଗରୁ ଥରେ ଦୁଇଥର ମୁଁ ପେମେଣ୍ଟ କରିଛି....ତା' ମାନେ କ'ଣ ଋଣ ଶୁଝେଇ ଦେଲେ।

     ଡିଙ୍ଗ୍ ଡିଙ୍ଗ୍ ଡିଙ୍ଗ୍......... ଏମିତି ସେ ଆଲମିରା ଉପରେ ଥିବା ଅଜନ୍ତା ଘଣ୍ଟା ଟା ଶବ୍ଦ କଲା ଥରକୁ ଥର ପୁରା ୯ ଥର....

ମାନେ ୯ ଟା ବାଜିଲାଣି ଆରେ ମୁଁ କଲେଜ ଯିବି ଯେ....ଆଉ ଏଠି ବସି କ'ଣ କ'ଣ ସବୁ ଭାବି ଗଲିଣି......

ହଁ ଏଇ ଘଣ୍ଟା ରୁ ମନେ ପଡ଼ିଲା ମହ୍ଲାର ଙ୍କ ହାତରେ ପୁରା କଳା ରଙ୍ଗର ଗୋଟେ ଟାଇମେକ୍ସ ଘଡ଼ି ହେଲେ ଘଡ଼ି ଟା ଚାଲେନି ବୋଧହୁଏ ।। ଆଉ ଗୋଟିଏ ସମୟ ସବୁବେଳେ ହେଇ ରହିଥାଏ......ସମୟ ଟା ମୋର ମନେ ପଡ଼ୁନି...।।

        ବୋଧହୁଏ ସେଇ ଘଡ଼ି ପଛରେ କିଛି ଲୁଚି ରହିଥିବ .... ଧେତ୍ ଏତେ ଭାବୁଛି କ'ଣ ଯେ......!!


     ବାଣୀବିହାର ରେ ପି.ଜି ସରିବା ପରେ ମା' କହୁଥିଲା ବାହାଘର କରିଦେବ ବୋଲି ହେଲେ ବାପା ସବୁବେଳେ ମୋ ସାଥ୍ ଦେଇ ଆସିଛନ୍ତି। କହିଲେ ମୋ ଝିଅ କୁ ଏତେ ଜଲଦି ମୁଁ ଦୂରକୁ ପଠେଇ ପାରିବିନି। Physics ରେ ମୋ ଝିଅ ବାଣୀବିହାର ଟପ୍ପର । ଏମିତି ଖାଲି ଖାଲି ଯିଏ ନାହିଁ ସିଏ ମୋ ଝିଅ କୁ ପାଇଯିବ....!! ବାହାଘର ଗୋଟେ ପିଲାଖେଳ ନୁହେଁ ପ୍ରତିମା।।

ମା' ସାଙ୍ଗେ ସାଙ୍ଗେ ଚିଡ଼ିଗଲା ଥାଉ ଆଉ କୁହନି ୨୮ ବର୍ଷ ହେଲାଣି ତମ ପ୍ରବଚନ ଶୁଣି ଶୁଣି ଆସୁଛି। ମା' ଟିକେ ଲାଜେଇ ଗଲା ଆଉ ବାପା ଙ୍କୁ କହୁଥିଲା 

     ବାହାଘର ତ ପିଲାଖେଳ ନୁହେଁ ତମେ କ'ଣ ପାଇଁ ପାଗଳ ପରି ମୋ ପଛରେ ପଡ଼ିଥିଲ, ଶେଷରେ ଆମ ଘରକୁ ଆସି ମୋ ବାପାଙ୍କ ଆଗରେ ମୋ ହାତ ମାଗିନେଲ.....

    କ'ଣ ହେଲା କେଜାଣି ମୋ ପାଟିରୁ ବାହାରି ଆସିଲା ମା' ତୁ ସେତିକି ସୁନ୍ଦରୀ ବୋଲି ବାପା ତୋତେ ଛାଡ଼ି ପାରିଲେନି ନା ଆଉ......

ହଁ ମୋ ଝିଅ ଠିକ୍ କହିଛି , ଏତକ କହି ବାପା ମୋ ହାତରେ ହାତ ମିଳେଇଲେ ଆଉ ମା କହିଲା ତମେ ବାପ ଝିଅ ଦୁଇ ଜଣ ଯାକ ମୋ ବିରୁଦ୍ଧରେ ଲାଗିଛ।।

 ଆଉ ଆମେ ସମସ୍ତେ। ଠୋ ଠୋ କରି ହସିଲୁ......।।



   ସେବେଠୁ ମୁଁ ମୋ ମନର ମଣିଷ ଟେ ଖୋଜୁଛି ଆଉ ଯେମିତି ବାପା ମା ଙ୍କ ମନରେ କଷ୍ଟ ନ ଦେବି ସେ ପ୍ରତି ବି ଧ୍ୟାନ ଦେଇଛି।।

    

   ହାଇଟେକ୍ ଇଞ୍ଜିନିୟରିଂ କଲେଜରେ ଏଇ ଦଶହରା ବେଳକୁ ବର୍ଷଟିଏ ପୁରିବ। ଆଉ ସେଇଠି ମହ୍ଲାର ଙ୍କ ସହ ଭେଟ ଆଉ, ମୁଁ ପ୍ରଥମ ଦେଖାରେ ପଡ଼ି ଯାଇଛି ହେଲେ ଏ ଯାଏଁ ଝୁଣ୍ଟିକି ପଡ଼ିଛି ନାଁ ଜାଣିଶୁଣି ପଡ଼ିଛି ସେ କଥା କେବେ ପଚାରି ନାହାଁନ୍ତି ମୋତେ ସେ.... କେମିତି ବି ପଚାରିବେ, ମୁଁ ଝୁଣ୍ଟିଲା ବେଳେ ମୋତେ କଷ୍ଟ ହେଲା ଆଉ ମୁଁ ଦାନ୍ତ ଚିପି କଷ୍ଟ କୁ ବନ୍ଦ କଲି ଆଉ ସେ ବା ଜାଣିବେ କେମିତି....!!


          ମୋର ଭଲ ଭାବେ ମନେ ଅଛି Kirchhoff's Law ବିଷୟରେ ପଢ଼‌ଉଥାଏ ପିଲାଙ୍କୁ, ଆଉ ଗୋଟେ ପିଲା ମୋ ପୋଷାକ ପରିଧାନ କୁ ନେଇ ଖରାପ ଟିପ୍ପଣୀ ରଖିଦେଲା.....ଏତେ ପିଲାଙ୍କ ଆଗରେ ଏଭଳି ଶୁଣି ନିଜକୁ ଖରାପ ଲାଗିଲା ବହୁତ ଅବଶ୍ୟ ମୁଁ ଏଥିପାଇଁ ଦାୟୀ ହେଲେ ଲାଜଟା ମୋର ଲଜ୍ୟା ର ରୂପ ନେଇ ସାରିଥିଲା.......!!

ହଠାତ୍ ପିଲାମାନେ ଚୁପ୍ ରହିଗଲେ ଆଉ ମୁଁ ଚାହିଁଲା ବେଳକୁ ମହ୍ଲାର ନିଜେ ସେଇ କୋଠରୀ ରେ ଆଉ କିଏ ଏଭଳି ମନ୍ତବ୍ୟ କଲା ବୋଲି ପଚାରି ସେ ପିଲାକୁ ପ୍ରିନସିପାଲ ଙ୍କ ରୁମ୍ କୁ ପଠେଇ ଦେଇଥିଲେ ଆଉ ସବୁ ପିଲାଙ୍କ ଆଗରେ ସେ ପିଲା ମୋତେ ଭୁଲ ମାଗିଥିଲା। ଆଜି ସେ ପିଲା ଦେଖିଲେ ମୋତେ ମୁହଁ ଉଠେଇ ଚାହେଁନା।


     ହେଲେ ମହ୍ଲାର ଙ୍କୁ ମୁଁ ଯେତେ ମୁହଁ ଉଠେଇ ଚାହିଁଲେ ବି ସିଏ ଜମା ସେ ସବୁ ରେ ଧ୍ୟାନ ଦିଅନ୍ତିନି କେବେ।

ସେ ଦିନ ର ସେ ଘଟଣା ପରେ ମୁଁ ଦିନେ ଯାଇ ମହ୍ଲାର ଙ୍କୁ ଭେଟିଥିଲି ଆଉ ମୋ ଭୁଲ ପାଇଁଁ କ୍ଷମା ବି ମାଗିଥିଲି....ଆଉ ସିଏ ଗୋଟେ Physics Scholar ହେଇ ବି କେମିତି କେଜାଣି ଭାରି ଅଜବ ଅଜବ ଲାଗନ୍ତି।

     ମୋତେ କହିଲେ ନାଇଁ ମ୍ୟାମ୍ ଠିକ୍ ଅଛି । ହେଲେ ମୁଁ ମୋ ନିଜକୁ ବୁଝେଇ ପାରୁ ନଥିଲି। ଆଉ ମୋର ଏ ଅବସ୍ଥା ଦେଖି ସେ ପଚାରିଲେ....!!


:- ଆଛା ମ୍ୟାଡାମ ଆପଣଙ୍କ ଜୀବନର ଲକ୍ଷ୍ୟ କ'ଣ ଥିଲା।


:- କିଛି ନାହିଁ...!


:- କାହିଁକି ଏତେ ବଡ଼ ମିଛ କହୁଛନ୍ତି ପିଲାବେଳେ ପରୀକ୍ଷା ରେ ରଚନା ପଡ଼ୁଥିବ "ତୁମ ଜୀବନର ଲକ୍ଷ୍ୟ କ'ଣ" "what is your aim of your life"?

   ଆପଣ କ'ଣ ଲେଖି ଦ‌ଉଥିଲେ ମୋ ଜୀବନର ଲକ୍ଷ୍ୟ କିଛି ନାହିଁ ବୋଲି.....!!

         ମହ୍ଲାର ଙ୍କ ର ଏଭଳି ହସେଇବାର ପ୍ରୟାସ ଟା ମୋତେ ଖୁବ୍ ହସେଇଲା, ଆଉ ସେ ନିଜେ ବି ଖୁବ୍ ହସିଥିଲେ.....।।

ଧିରେଧିରେ ତାଙ୍କ ପ୍ରତି ମୋର ମୋ ପ୍ରତି ତାଙ୍କର ଥିବା "ଆପଣ" ସମ୍ବୋଧନ ଟା କେମିତି କେଜାଣି "ତମେ" ରେ ପରିଣତ ହେଇଗଲା।

              ଆଉ ସେବେ ଠାରୁ ଆମ ଭିତରେ ଗୋଟେ ନୂଆ ସମ୍ପର୍କ ଗଢ଼ି ଉଠିଥିଲା ଯା'ର ନାଁ ଥିଲା "ବନ୍ଧୁତା"। ହେଲେ ମୁଁ ତା'କୁ ପ୍ରେମର ରୂପ ଦେବାକୁ ଚାହୁଁଥିଲି।।



      ସେଦିନ ମୁଁ ମୋ ମନ କଥା କହିବା ପାଇଁ ସବୁଠାରୁ ସୁରକ୍ଷିତ ଜାଗା ବାଛିଥିଲି। ମହ୍ଲାର ଙ୍କ ଜୟଦେବ ଭବନ ନିକଟ ନିଜ ଘର। କାହିଁକି ନା ସେ ମୋ ଘରକୁ ଆସିବାକୁ ରାଜି ନଥିଲେ.....!!

ବାପ୍ ରେ ବାପ୍ କେତେ ପ୍ରଶ୍ନ

ଶେଷରେ ଯାହା ହ‌ଉ ମୋ କଥା

ରଖିଲେ ଆଉ

ତାଙ୍କ ଘରକୁ ଯିବାକୁ ରାଜି ହେଲେ। ହେଲେ ବାଟ ସାରା ତିନି ଚକିଆ ଟୁକ୍-ଟୁକ୍ ଗାଡ଼ିରେ ବସି ଗଲାବେଳେ .........ଦେଖ ରାଗିଣୀ ଖାଲି ତମେ ଜିଦ୍ କଲ ବୋଲି ନହେଲେ ମୁଁ ସେ ଚିଡ଼ିଆଖାନା କୁ ନବାକୁ ଜମା ରାଜି ନୁହଁ।। କ'ଣ ପାଇଁ କେଜାଣି ମହ୍ଲାର ନିଜ ଘରକୁ ଚିଡ଼ିଆଖାନା ବୋଲି କହୁଥିଲେ।


      କହୁନଥିଲେ ସତରେ ଗୋଟେ ଚିଡ଼ିଆଖାନା ଥିଲା । ଅଳନ୍ଧୁ ରେ ଭରପୁର ଥିଲା ଆଉ ସିଗାରେଟ ଧୂଆଁ ରେ ମୋ ନିଃଶ୍ୱାସ ବନ୍ଦ ହେଇ ଯାଉଥିଲା ଆଉ ମୁଁ ବୁଝି ପାରୁଥିଲି ସେଦିନ କଫି ବାରରେ କ'ଣ ପାଇଁ କହୁଥିଲେ ସିଗାରେଟ ଟା ଅଧା ଜାଳିଦେଇ ଆସିଛନ୍ତି ବୋଲି। ହେଲେ ମୁଁ ଏସବୁ ପାଗଳାମି ଦେଖି ଖୁବ୍ ଭୟଭୀତ ହୋଇ ଯାଉଥିଲି। ମୋ ପାଟିରୁ ଶବ୍ଦ ଟିଏ ବି ବାହାରୁ ନଥିଲା। ତଥାପି ସାହସ ବାନ୍ଧି ଠିଆ ହେଲି ଆଉ କାନ୍ଥସାରା ଅନେକ ଘଣ୍ଟା ର ଚିତ୍ର! ସବୁଥିରେ ୧୦ ଟା ବାଜି ୧୦ ମିନିଟ୍। ସିଗାରେଟ ଧୂଆଁ ଘର ସାରା ଏତେ ଚରି ଯାଇଥିଲା ଯେ ଆମ ଦୁଇ ଜଣଙ୍କର ଚେହେରା ବି ଦେଖା ଯାଉନଥିଲା, ଆଉ ପ୍ରତି କ୍ଷଣରେ ଗୋଟେ ସିଗାରେଟ ସରିଲା ବେଳକୁ ଆଉ ଗୋଟେ ସିଗାରେଟ ମହ୍ଲାର ଲଗେଇ ଚାଲିଥିଲେ। ହେଲେ ପାଟିରେ ନୁହେଁ ଜାଳି ଦେଇ ଚଟାଣ କୁ ଫୋପାଡ଼ି ଦ‌ଉଥିଲେ। ପ୍ରତିଥର ଦିଆସିଲି ମାରିଲା ବେଳେ ତାଙ୍କ ମୁହଁ ଟା ମୋତେ ଦେଖା ଯାଉଥିଲା। ଏତେ ବଡ଼ ଘର ନାଁ ବିଜୁଳିବତୀ ର ସୁବିଧା ଅଛି ନାଁ କିଛି ଦେଖା ଯାଉଛି।

           ହେଲେ ଏଥର ଦିଆସିଲି ମାରିଲା ବେଳେ ମୋତେ ଗୋଟେ ଝିଅର ଚିତ୍ର ଦେଖାଗଲା....। ମୁଁ ମୋ ନିଜକୁ ସମ୍ଭାଳି ପାରୁ ନଥାଏ।

ଆଉ ରହି ନପାରି ମୁଁ ପଚାରି ଦେଲି ଏ କାନ୍ଥସାରା ୧୦ଟା ବାଜି ୧୦ ମିନିଟ୍ ର ସମୟ ର ଘଡ଼ି ଚିତ୍ର କ'ଣ ପାଇଁ

    "ତୁମେ କ'ଣ ହିରୋସୀମା ନାଗାସାକୀ ଉପରେ ପରମାଣୁ ବୋମା ର ଆକ୍ରମଣ କୁ ମନେ ରଖିଛ ନା କ'ଣ ପାଇଁ ଏ ପାଗଳାମି ସବୁଠି ୧୦ ଟା ବାଜି ୧୦ ମିନିଟ୍, ଆଉ ପୁଣି ସେ ଝିଅ ର ଚିତ୍ର ସେ କିଏ"


      ହଁ କେତେ ସହଜରେ କହିଦେଲ ନା ସବୁ କଥା....।। ଜାପାନ ର ଜନଜାତି ପରମାଣୁ ବୋମା ର ଛାପ ଭୁଲି ସାରି ଅଣ୍ଟା ସଳଖି ନୂଆ ରୂପ ଦେଇ ସାରି ଲେଣି ଆଉ ଏବେ ବି ସେଠାକାର ପଙ୍ଗୁ ମାନଙ୍କ ର ଚେହେରା କ୍ଷତ ଚିହ୍ନ ସବୁ ମନେ ପକାଇ ଦିଏ। ହେଲେ ମୁଁ ମୋ ଜୀବନର ସେ ସମୟ କୁ କେବେ ଭୁଲି ପାରେନା। ମୋ ଜୀବନରେ ବି ସେମିତି ଗୋଟେ ସମୟ ଆସିଥିଲା ଆଉ ପରମାଣୁ ଠାରୁ ଆହୁରି ଭୟଙ୍କର ଶବ୍ଦ ର ବୋମା ଭୁଶୁଡ଼ି ପଡ଼ିଥିଲା ମୋ ଉପରେ ଆଉ ବୋମା ପକେଇବା ଲୋକ ଥିଲା ସମୟ।


କ'ଣ ଯେ କହୁଛ ତମ କଥା ମୁଁ କିଛି ବୁଝି ପାରୁନି...!!


ଜାଣିଛି ରାଗିଣୀ ତୁମେ ମୋତେ ଖୁବ୍ ଭଲ ପାଉଛ। ଆଉ ଆଜି ଏଇ ପଦକ କଥା କହିବା ପାଇଁ ମୋ ଚିଡ଼ିଆଖାନା ରେ ପାଦ ଥାପିଛ ହେଲେ ମୋର ଉତ୍ତର ତୁମ ପ୍ରତି ନାଁ...ଆଉ କାରଣ କିଛି ନାହିଁ.....ତୁମେ ଖୁବ୍ ମେଧାବୀ ଆଉ ସୁନ୍ଦରୀ ମଧ୍ୟ ହେଲେ ତୁମ ପାଇଁ ମୁଁ ନୁହେଁ।।

ନୂଆ ନୂଆ ହାଇଟେକ୍ ରେ ପଦାର୍ଥ ବିଜ୍ଞାନ ବିଭାଗରେ ଯୋଡ଼ି ହେଇଥାଏ ଆଜିକୁ ଠିକ୍ ତିନି ବର୍ଷ ତଳେ। ଏଇ ସହରର ଗୋଟେ ଝିଅ ସହ ମୋର ପ୍ରେମ ହେଇ ଯାଇଥିଲା ନାଁ ରେଖା....!!ହେଲେ ଆମେ କେହି କାହାକୁ କିଛି ବି ‌କହି ନଥାଉ। ସାମାନ୍ୟ ପରିବା ବଜାରରେ ଅସମ୍ଭାଳ ଭିଡ଼ ଭିତରେ ଚିହ୍ନା ଜଣା ଆଉ ବନ୍ଧୁତା....ଆଉ ତୁମର ମୋର ଯ‌ଉ ବନ୍ଧୁତା ତା'କୁ ଆଜି ତୁମେ ପ୍ରେମ ର ରୂପ ଦେବାକୁ ଚାହୁଁଛ ଆମେ ଦୁହେଁ ବି ଚାହୁଁ ଥିଲୁ ହେଲେ ମୁହଁ ଖୋଲି କେହି କାହାକୁ କହି ପାରୁ ନଥିଲୁ। ରେଖା ଜଣେ ଡାକ୍ତରୀ ଛାତ୍ରୀ....ସେଇ ହାଇଟେକ୍ ମେଡିକାଲ୍ କଲେଜ ରେ ରକ୍ତଚାପ ଏବଂ ହୃଦରୋଗ ଉପରେ ସେ ଡାକ୍ତରୀ ପାଠପଢ଼ା ର ଶେଷ ଛାପ ଦେଉଥାଏ।

ହେଲେ ସେଦିନ.....


କ'ଣ ହେଲା ସେଦିନ......


ମହ୍ଲାର ଆଉ ଗୋଟେ ସିଗାରେଟ ରେ ଦିଆସିଲି ଲଗେଇ ଚଟାଣ କୁ ଫୋପାଡ଼ି ବାକୁ ଲାଗିଲେ...ଆଉ କହିବା ଆରମ୍ଭ କଲେ....!!


   ରାତି ପ୍ରାୟ ୨ଟା ପାଖାପାଖି.... ମୁଁ ନିଘୋଡ଼ ନିଦରେ ଥାଏ। ହଠାତ୍ ରେଖାର ଫୋନ୍। ଆମ ଭିତରେ ଏତେ ବନ୍ଧୁତା ଥାଇ ମଧ୍ୟ କେବଳ ସେ କଫି ବାରରେ ଥରେ ଦେଖା କରି ଚାଲି ଆସୁ କେବେ କଲ କି ମେସେଜ ର ଆବଶ୍ୟକତା ଆମେ କେହି ଲୋଡ଼ୁ ନଥିଲୁ। ଆମ ଦୁହିଁଙ୍କ ର ଯୋଗାଯୋଗ ନମ୍ବର ଦୁହିଁଙ୍କ ପାଖରେ ଥାଏ। ହଠାତ୍ ରେଖାର ଫୋନ୍ ଦେଖିଲା ବେଳକୁ ସେଇଟା ତିନି ନମ୍ବର ଥର ଥାଏ। ତା ପୂର୍ବରୁ ଦୁଇଥର ଫୋନ୍ ହେଇ କଟି ଗଲାଣି ଯେହେତୁ ଏତେ ରାତି ମୁଁ ବି ଟିକେ ବିଚଳିତ ହୋଇ ପଡ଼ୁଥାଏ।

ଶେଷରେ ଫୋନ୍ ଉଠେଇଲି.....ଆଉ ରେଖା ଗୋଟେ ଅଜବ ପ୍ରକାର ର ବ୍ୟବହାର ଦେଖ‌ଉଥାଏ....କହୁଥାଏ "ମହ୍ଲାର ସେ ମୋତେ ମାରି ଦେବ....ମୋତେ ଜମା ଛାଡ଼ୁନି, ମୋ ପିଛା କରିଛି..." ମୁଁ ବି କିଛି ବୁଝି ପାରୁ ନଥାଏ କ'ଣ ହେଇଛି ବୋଲି ପଚାରୁଥାଏ ସେ ପଟୁ ଖାଲି ଉତ୍ତର ଆସେ "ମୋତେ ସେ ମାରିଦେବ, ଜମା ଛାଡ଼ୁନି, ମୋ ଗଳା ଭିଡ଼ି ଧରିଛି" 

ଆରେ କିଏ ତମକୁ ମାରିଦବ କ'ଣ ପାଇଁ କାନ୍ଦୁଛ..... କ'ଣ ହେଇଛି କୁହ.....ସେ ଖାଲି କହୁଥାଏ "ଆଉ ଦଶ ମିନିଟ ଅଛି, ସେ ଛାଡ଼ିବନି ମୋତେ...." 

ମୁଁ ପୁଣି ପଚାରୁଥାଏ କ'ଣ ଦଶ ମିନିଟ ଅଛି 

ସେ କହୁଥାଏ ୧୦ଟା ୧୦ ବାଜିବାକୁ ଆଉ ମାତ୍ର ୧୦ ମିନିଟ ଅଛି.....

ହେଲେ ମୁଁ ଭଲ ଭାବେ ମୋ ହାତ ଘଡ଼ି ଆଉ କାନ୍ଥ ଘଣ୍ଟା କୁ ଦେଖିଛି ସମୟ ପ୍ରାୟ ୨ଟା୩୦ ମିନିଟ.....।।

ଯେତେବେଳେ ମୁଁ ତାକୁ କହୁଥାଏ....ଆରେ ନାଁ ତ ଘଣ୍ଟା ରେ ତ ୨ଟା ୩୦ ବାଜିଲାଣି....ସେ ଖୁବ୍ ଭୟଭୀତ ଲାଗୁଥାଏ.....ତା ଭିତରେ ବି ସେ ମୋତେ ବିରକ୍ତିଭାବ ପ୍ରକାଶ କରି କହିଲା "ତୁମେ ବୋଧହୁଏ, ସିଗାରେଟ ନିଶାରେ ଅଛ".....ଆଉ ପୁଣି ସେଇ ସ୍ୱର ସମୟ ସରି ଆସିଲାଣି ମହ୍ଲାର....ମୋତେ ସେ ଛାଡ଼ିବନି.......।।

ମୁଁ କିଛି ବୁଝି ପାରୁନଥାଏ.... ହଠାତ୍ ଗୋଟେ ଶବ୍ଦ ହେଲା ଆଉ... ମୁଁ ସ୍ଥିର ହେଇ ରହିଗଲି......

ପରଦିନ ସକାଳୁ

ରେଖା ରହୁଥିବା ତା ମାଉସୀ ଙ୍କ ଘର ତଳେ ରେଖାର ରକ୍ତ ଜୁଡ଼ୁବୁଡ଼ୁ ଶରୀର ମାନେ ଦୁଇ ମହଲା ବାଲକୋନୀ ରୁ ତଳେ ପଡ଼ି ଯାଇ ରେଖାର ମୃତ୍ୟୁ....।।

ମୁଁ ନିଜକୁ ସମ୍ଭାଳି ପାରୁନଥାଏ....ଘର ସାରା ପୋଲିସ ର ଛାଉଣୀ.....ଆଉ ଘର ବାହାରେ ଲୋକ ମାନଙ୍କ ର ଭିଡ଼.... ମୁଁ ବହୁତ ଚେଷ୍ଟା କରି ରେଖା ର ରୁମ ଭିତରକୁ ପଶିଥିଲି ଆଉ ମୋ ନଜର ଆଉ କ‌ଉଠି ପଡ଼ିବା ଆଗରୁ ମୋ ନଜର ସେଇ ବନ୍ଦ

କାନ୍ଥ ଘଣ୍ଟା ରେ

ପଡ଼ିଥିଲା....ଆଉ ରେଖା ର କହିବା ମୁତାବକ ମାନେ ୧୦ ଟା ବାଜିବାକୁ ଆଉ ଦଶ ମିନିଟ ବାକି ଥିଲା ହେଲେ ଏଠି.... ଠିକ୍ ୧୦ଟା ବାଜି ୧୦ ମିନିଟ.....।।

ଯେହେତୁ ରେଖା ର ଫୋନ ରୁ ଶେଷ କଲ ମୋ ନମ୍ବର କୁ ଯାଇଥିଲା ତେଣୁ ମୋତେ ପଚରା ଉଚରା ଆରମ୍ଭ ହେଇ ଥିଲା ଆଉ ମୁଁ ସେଇ ସମାନ କଥା କହିବା ପରେ ପୋଲିସ ର ତର୍ଜମା ଟିମ୍ ସେ ଘଣ୍ଟା କୁ ଅନୁଧ୍ୟାନ କରିଥିଲେ....

ଆଉ ଆଶ୍ଚର୍ଯ୍ୟ ର କଥା ଥିଲା ଘଣ୍ଟା ର ବ୍ୟାଟେରୀ ସରିଯାଇଥିଲା.... ଠିକ୍ ୧୦ଟା ବାଜି ୧୦ ମିନିଟ ରେ.....

ଶବ ବ୍ୟବଚ୍ଛେଦ ପରେ ଆତ୍ମହତ୍ୟା ର ଖବର....ମୋ ଉପରୁ ଆଞ୍ଚ ହଟି ଯାଇଥିଲେ ମଧ୍ୟ ରେଖା ର ମା‌ଉସୀ ଙ୍କ ନଜରରେ ମୁଁ ଦୋଷୀ ସାଜି ଯାଇଥିଲି....।।


       ଆଉ ସେବେଠାରୁ ମୁଁ ମୋ ନିଜକୁ କ୍ଷମା କରି ପାରୁନଥାଏ। ସେ ଦିନ ଠୁ....ମୋ ନଜର ସେଇ ବନ୍ଦ ଘଣ୍ଟା ପାଖରେ.....।।


ମହ୍ଲାର ଙ୍କ ପାଖରୁ ଏତେ କଥା ଶୁଣି ମୁଁ ଫେରି ଆସିଥିଲି....ଆଉ ପରଦିନ ସକାଳେ ମହ୍ଲାର ଙ୍କ ଝୁଲନ୍ତା ମୃତଦେହ.....।।

ରହସ୍ୟ ଘେରରେ ଆଜି ବି ମୁଁ ରହି ଯାଇଛି..... ସବୁକିଛି ଆପଣାଛାଏଁ ବଦଳି ଯାଇଥିଲା....।।


:- ମମି ସମୟ ସରି ଯାଉଛି ମୋ ସ୍କୁଲ ସମୟ ହେଇଗଲାଣି ପରା....

   ଆପଣାଛାଏଁ, ମୋ ପାଟିରୁ ବାହାରି ଆସିଥିଲା.......


:- ମୁନି "ସମୟ କେବେ ସରେନା.... "ଘଣ୍ଟାର ବ୍ୟାଟେରୀ ସରିଯାଏ"



     


Rate this content
Log in

Similar oriya story from Classics