Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ଆଲୋ ସଖି

ଆଲୋ ସଖି

5 mins
243


ଆଲୋ ସଖି ଆପଣା ମହତ 

     ଆପେ ରଖି


 ସରଳା, ଏ ସରଳା ଚାହା କପେ ଦିଅ ଜଲ୍ଦି, ଅଫିସ୍ ଯିବି। ଓଃ ଅଫିସ୍ ତ ଯିବ କୋଉ ଭି ଆଇ ପି ଚାକିରୀ ଯେ ? ଚପରାଶୀ ଚାକିରୀ ତ ! ଚାହାକପେ ବଢାଇଦେଇ ଭାବି ଚାଲିଲା ସରଳା।


        ପ୍ରକୃତରେ ଯୁଗ କେତେ ବଦଳିଗଲେ ବି ମନୁଷ୍ଯର ମାନସିକତାରେ ପରିବର୍ତ୍ତନ ଘଟେ ନାହିଁ। ସରକାରୀ ସ୍ତରରେ ପୁଅ ଝିଅ ସବୁ ସମାନ, କନ୍ୟା ଭ୍ରୁଣହତ୍ୟା ଅପରାଧର ଯେତେ ପ୍ରଚାର ପ୍ରସାର କଲେ ବି ପ୍ରକୃତ ପକ୍ଷରେ କିଛି ପରିବର୍ତ୍ତନ ଘଟେ ନାହିଁ, ତା ନହୋଇଥିଲେ ମୋର ଗ୍ରାଜୁଏସନ ଅଧାରୁ ବାପାମାଆ ଏମିତି ଛନ୍ଦି ଦେଇନଥାନ୍ତେ ଚପରାଶୀ ହାତରେ। କଣ ନା ସରକାରୀ ଚାକିରିଆ। ସରକାରୀ ଚାକିରିଆ ନା ଛେନାଗୁଡ। ଝିଅଟିଏ ପାଠପଢିବାର ସ୍ୱପ୍ନ ସହ କେତେ ସ୍ୱପ୍ନ ଦେଖେ ଗାଡି, ଘୋଡା, ବଙ୍ଗଳା। କିନ୍ତୁ..........!

ଜୀବନ ସରିଯାଏ ଚୁହ୍ଲା, ଚକି ଓ ଭଡାଘରେ। କାହା ଭାଗ୍ୟ କେମିତି। 

ଏଇ ପଡିଶାଘର ନବବିବାହିତ ଦମ୍ପତ୍ତି , ମାଳିନୀ ଓ ନଳିନୀ। ଗାଡିଘୋଡା କୌଣସିଟିରେ ଅଭାବ ନାହିଁ। କେତେ ନୂଆଁ ନୂଆଁ ଯାଗା ଘୁରିବୁଲନ୍ତି। ବେସରକାରୀ କମ୍ପାନୀର ମେକାନିକାଲ ଇଞ୍ଜିନିୟର ନଳିନୀ। ହେଲେ ତା ପତି ରମଣ, ସରକାରୀ କର୍ମଚାରୀ , ହେଲେ କଣ ହେବ, ଖାଲି ଭଲପାଏ ଶୁଣିଦେଲେ କଣ ପେଟ ଭରିଯାଏ ? ନା ! ଏଇ କି ଜୀବନ ?


    ରକ୍ଷଣଶୀଳ ପରିବାରର ପ୍ରେମ ଉପରେ ଆକଟ। ପ୍ରେମର ପରିଭାଷା ବି ବଦଳିଗଲାଣି ଆଧୁନିକ ଯୁଗରେ। ପ୍ରେମ ପାବନ, ପବିତ୍ର ଶବ୍ଦ କେବଳ ଲେଖକ ଲେଖନୀରେ ସୁନ୍ଦର ଓ ପୁସ୍ତକର ଶୋଭାବର୍ଦ୍ଧନକାରୀ। କିନ୍ତୁ ପ୍ରେମିକ, ପ୍ରେମିକା ଲୁଗାବଦଳିଲା ପରି ବଦଳନ୍ତି। ତାହେଲେ ନାରୀର ପରିପୂର୍ଣ୍ଣତା କେଉଁଠି ? ନା ପ୍ରେମରେ ନା ସହମତିଭିତ୍ତିକ ବାହାଘରରେ ନା ଭାଗ୍ୟର ନିଷ୍ପତ୍ତିରେ ? 


   ମାଳିନୀ ତାଠାରୁ କମ୍ ପାଠଶାଠ ପଢି ବି ନଳିନୀ ପରି ସ୍ୱାମୀ ପାଇଛି, ଅଥଚ ସେ କଣ ଭୁଲ୍ କଲା ଯେ ରମଣ ପରି ପତି ପାଇଲା । ଭାଗ୍ୟକୁ ନିନ୍ଦିବା ସହ ରମଣକୁ ମନେମନେ ଗାଳି କରୁଥିଲା ସରଳା। ରମଣର ଡାକରେ ଧ୍ୟାନଭଙ୍ଗ ହେଲା ସରଳାର। ଏ... ସରଳା କଣ ଭାବୁଛ। ରୁକ୍ଷ ଭାବରେ ସରଳା କହିଲା, ଯା ବେ ଚପରାଶୀ ଶଳା। ଆରେ, ସରଳା ମୁଁ ପରା ତମ ସ୍ୱାମୀ, ମୁଁ ତୁମକୁ ବହୁତ ଭଲପାଏ। ଏମିତି କଣ କଥାବାର୍ତ୍ତା କରୁଛ ? ମୁଁ ତ ମିଥ୍ୟାର ଆଶ୍ରୟ କିମ୍ୱା ଧନର ପ୍ରଲୋଭନ ଦେଖାଇ ତୁମକୁ ବାହାହୋଇନଥିଲି। ତାଛଡା ଯଥାସାଧ୍ୟ ତମର ସବୁ ଇଚ୍ଛା ପୂରଣ କରିଛି। ଘରକାମରେ ବି ସାହାଯ୍ଯ କରୁଛି। ମନୁଷ୍ଯ ସମ୍ପତ୍ତିବାନ ହେଲେ ହିଁ ପରିବାରକୁ ଖୁସି ଦେଇପାରିବ, କେଉଁ ଶାସ୍ତ୍ରରେ ଅଛି ?


      ସରଳା କହିଉଠିଲା, ନା ନା ମୋର ପୋଡା କପାଳ, ନହେଲେ ତୋ ପରି ଚପରାଶୀର ହାତଧରି ମରିନଥାନ୍ତି। ଆଉ ରହିଲା ତୋର ଭଲପାଇବା କଥା। ଚପରାଶୀଟା ତୁ, ଭଲପାଇଲେ କି ନପାଇଲେ ମୋର କଣ ଫରକ ପଡିବ ? ପଡିଶାଘର ପରି କଣ ମୁଁ ପାଟଶାଢୀ ପିନ୍ଧି ନୂଆଁ ନୂଆଁ ଗାଡିରେ ଘୁରିବା ବୋଧେ ଏ ଜନ୍ମରେ ଆଉ ସମ୍ଭବ ନୁହେଁ। ଶଳା, ମୁଁ ସୁନ୍ଦରୀ ଥିଲି, ତାଛଡା କଲେଜ ପଢିଲାବେଳେ ଧନୀଟୋକାଟିଏ ଭଲ ପାଇଥିଲେ ଆଜି ଏମିତି କାଠଚୁଲିରେ ରୋଷେଇ କରୁନଥାନ୍ତି। 


      ରମଣ କହିଉଠିଲା, ଏ ସରଳା, ସେମିତି କହି ମୋ ପ୍ରେମକୁ ନିନ୍ଦା କରନାହିଁ। ଜାଣିଛ ଆଜିକାଲି ଅସଦାଚରଣ, ବଳାତ୍କାରର ମାତ୍ରା କାହିଁକି ବଢିଛି ? ତମପରି ଝିଅମାନଙ୍କ ଚିନ୍ତାଧାରା ହିଁ ତାର ମୁଖ୍ଯ କାରଣ। ତମେ ଯାହା କହୁଛ ତାହା ପ୍ରେମର ପରିଭାଷା ନୁହଁ, ତାହା ସମ୍ପତ୍ତିର ମୋହ ଓ ସ୍ବାର୍ଥପରତା। ପ୍ରେମର ବୁନିଆଦ ବିଶ୍ୱାସ ଓ ଭରସାର ପଥରରେ ତିଆରି ହୁଏ। ଆଜିକାଲିର ପ୍ରେମରେ ଅତ୍ୟାଧୁନିକ ଟେକନୋଲଜି ସ୍ୱରୁପ ଅବିଶ୍ବାସ ଓ ସ୍ବାର୍ଥପରତାର ସିମେଣ୍ଟର ଆସ୍ତରଣ। ଯାହାର ସ୍ଥାୟିତ୍ୱ ଓ ସ୍ଥିରତା କହିବା ଅସମ୍ଭବ। 

  

   ଯା ବେ ଚପରାଶୀ ବହୁତ କଥା କହୁଛୁ, କହି ଚଟକଣିଟିଏ ବସାଇଦେଲା ରମଣ ଗାଲରେ। ଆଖିକଣରୁ ଚୁପଚାପ ଲୁହ ପୋଛିପୋଛି ଉଠିଗଲା ରମଣ। କିନ୍ତୁ ମନରେ ଲେଶମାତ୍ର ରାଗର ଚିହ୍ନ ନଥିଲା। ମନେମନେ ଭାବୁଥିଲା, ସରଳା ଦୁନିଆ ଦେଖିନାହିଁ ତେଣୁ ଏମିତି ଭାବୁଛି। ଦିନେ ନା ଦିନେ ନିଶ୍ଚୟ ବୁଝିବ ନିଜେ। ବର୍ତ୍ତମାନ ତାକୁ ବୁଝେଇ ଲାଭ କିଛିନାହିଁ। 


    ପଡିଶାଘର ନଳିନୀ ବାହାରିଗଲା କାର୍ ନେଇ। ଗଲାବେଳେ ମୁରୁକି ହସି ଅନେଇଲା ସାରଳାକୁ ଓ କହିଲା ଭାଉଜ, ଆଜି କଣ ଉଦାସ ମୁଦ୍ରା? ଭାଇ ଗାଳି କଲେ କି ? ବ୍ୟସ୍ତ ହୁଅନାହିଁ ଏଇ ଦିନେ ଦୁଇଦିନ ଭିତରେ ଆମେ ବୁଲିବାକୁ ଯିବା। "ଜାଣିଛ ଭାଉଜ ଆମେ କାଶ୍ମୀରରେ ବରଫରେ ବାଇଶିଦିନ ବିତେଇଥିଲୁ। ଓଃ କି ମଜ୍ଜା। ଶୁଣ ଭାଇନାଙ୍କ ଚାକିରୀ। ମାଳିନୀ ସବୁ ଘୁରିଆସିଛି। ଆମେ ଯିବା କାଶ୍ମୀର ପୁରା ବାଇଶିଦିନ। ବାଇଶିଦିନ କାହିଁକି ପଚାରିଲା ସରଳା। ଆରେ ବରଫଭିତରେ ବାଇଶିଦିନ ବି ବାଇଶିଘଣ୍ଟା ପରି ଲାଗିବ। ବହୁତ ମଜା ଲାଗିବ। ତମେ ଭାଇଙ୍କୁରାଜି କରାଅ।ବାକି ଦାୟିତ୍ବ ମୋର। ଖୁସିରେ କୁରୁଳିଉଠି ହଁ ଭରିଲା ସରଳା। କିଛିକ୍ଷଣ ପାଇଁ ଭୁଲିଗଲା ସେ ବିବାହିତା"। 

     

     ଅଫିସ୍ ଚାଲିଗଲା ରମଣ। ସରଳା ବାହାରେ ଠିଆ ହୋଇଥିଲା ଉଦାସମନରେ।କଣ ଭାବିଲା କେଜାଣି ପହଞ୍ଚିଗଲା ମାଳିନୀ ଘରେ। ଆଗରୁ କେବେ ଯାଇ ନଥିଲା। ଆଜି ପ୍ରଥମଥର ପହଞ୍ଚିଲା ପଡିଶାଘରେ। ମାଳିନୀ ସ୍ୱାଗତ କରି ଘରେ ବସିବାକୁ କହିଲା। 


    ଚତୁର୍ଦ୍ଦିଗକୁ ନଜରକରି ସରଳା କହିଲା, ଏ ମାଳିନୀ, ତମର ଏତେ ଗାଡି, ଘୋଡା ସୁନ୍ଦର ଚାକିରୀ, ସୁନ୍ଦର ପତି ଅଥଚ ଘରସାରା ଆସବାବପତ୍ର ଶୂନ୍ୟ। ମାଳିନୀ କହିଲା, ଯାହା ବାହାରକୁ ଦେଖାଯାଏ ତାହା ସତ୍ଯ ନୁହେଁ। ମୁଁ ବହୁତ ଉଚ୍ଚାକାଂକ୍ଷୀ ଝିଅ ଥିଲି। କଲେଜ ସମୟରେ ଭଲପାଇ ବସିଲି ନଳିନୀକୁ। ଘରର ପ୍ରତିରୋଧ ସତ୍ତ୍ୱେ ବାହାହେବାକୁ ଜିଦ୍ କଲି ନଳିନୀକୁ। ଘରେ କହିଲି ଭଲ ପାଇଛି, ପାପ ତ କରିନାହିଁ, ତାଛଡା ମେକାନିକାଲ ଇଞ୍ଜିନିୟର। ଘରେ କହିଲେ ତୁ କେମିତି ଜାଣିଲୁ ସେ ଇଞ୍ଜିନିୟର ବୋଲି ? ପ୍ରେମାନ୍ଧ ଥିଲି ମୁଁ। କହିଲି ପ୍ରେମର ଗାଡି ଭରସାର ଚକ ଓ ବିଶ୍ବାସର ଈନ୍ଧନରେ ଚାଲେ।


    ମୋର ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ଘରଲୋକ। ମୋତେ ବାହାହୋଇ ଏଠାକୁ ନେଇଆସିଲା ନଳିନୀ। କିଛିଦିନ ବହୁତ ଭଲରେ ଚାଲିଲା। ଫୁଲରୁ ମହୁ ସରିଗଲା ପରେ ଆରମ୍ଭ ହେଲା ଅତ୍ୟାଚାର। ଜାଣିବାକୁ ପାଇଲି ବହୁତ ଝିଅଙ୍କ ସହ ସମ୍ପର୍କ ନଳିନୀର। ତାଛଡା ସେ ଇଞ୍ଜିନିୟର ନୁହଁ। ବେସରକାରୀ ଗାଡି ଡ୍ରାଇଭର। ସରଳା କହିଉଠିଲା ଓଃ ! ସବୁ ସରିଯାଇଥିଲା ସରଳା। ତାପରେ ଆରମ୍ଭ ହେଲା ଅତ୍ୟାଚାର, ଯାହାକି ଆଜି ବି ଚାଲିଛି। ସରଳା କହିଲା, ତମେ ତ ସୁନ୍ଦର ପାଟଶାଢୀ ପିନ୍ଧ। କାନ୍ଦିକାନ୍ଦି ମାଳିନୀ କହିଲା ନା ସରଳା, ପିନ୍ଧିବାକୁ କିଛି ବି ନାହିଁ, ତେଣୁ ବାହାଘରର ପାଟଶାଢୀ ଗୁଡିକ ପିନ୍ଧିବାକୁ ବାଧ୍ୟ ହୁଏ। 


     ମାଳିନୀ କହିଲା, ଭଉଣୀ ତମଘରର କଥାବାର୍ତ୍ତା ଆମେ ଶୁଣୁ। ଜାଣିଛ, ନଳିନୀର ନଜର ତମ ଉପରେ। ମୋତେ କୁହେ ଏଇ ସ୍ୱାମୀ ସ୍ତ୍ରୀର ଭଲ ସମ୍ପର୍କ ନାହିଁ ଏଇଟାକୁ ବାହାରକୁ ନେଇ ଦିନେ ନା ଦିନେ ଉପଭୋଗ କରିବି। ସରଳା ଦୀର୍ଘଶ୍ୱାସ ନେଇ କହୁଥିଲା,ଶଳା ଆହୁରି କହିଲା ବରଫରେ ବାଇଶିଦିନ। ମୁଁ ବୋକି କିଛି ନବୁଝି ହଁ ମାରିଦେଲି। ମାଳିନୀ ତମେ କେବେ କାଶ୍ମୀର ଯାଇଥିଲ ? ମାଳିନୀ କହିଲା ନା, ମୁଁ ନୁହେଁ ସେ ଆଉ ଗୋଟିଏ ଝିଅକୁ ନେଇଯାଇଥିଲେ।  ମାଳିନୀ ପୁଣି କହିଉଠିଲା, ଭଉଣୀ, ତମ ସ୍ୱାମୀ ଚପରାଶୀ କିନ୍ତୁ ଦେବତାତୁଲ୍ୟ। ମୁଁ ଭଲପାଇ କଣ ପାଇଲି ? ପ୍ରବଞ୍ଚନା, ପ୍ରତାରଣା। ତମେ ଭାଗ୍ୟବତୀ ଏମିତି ସ୍ୱାମୀ ପାଇଛ। କଥାରେ ଅଛି ଆଲୋ ସଖି ଆପଣା ମହତ ଆପେ ରଖି ନ୍ୟାୟରେ ମୋର ଅନୁରୋଧ ପରିବାରକୁ ସୁନ୍ଦର କରି ଗଢ। ଏମିତି ହତାଦର କରନାହିଁ ଦେବତାତୁଲ୍ୟ ଲୋକଟିକୁ। ଏତିକି ମୋର ଅନୁରୋଧ କହି ହାତ ଯୋଡୁଥିଲା ମାଳିନୀ। 


 ଅଶ୍ରୁଭରା ଭାରାକ୍ରାନ୍ତ ମନରେ ଫେରୁଥିଲା ସରଳା। ସନ୍ଧ୍ୟା ସମୟରେ ପହଞ୍ଚିଲା ରମଣ। ହାତରେ ସୁବାସିତ ଫୁଲମାଳ। ଡରିଡରି ଗୃହକୁ ପ୍ରବେଶ କଲାବେଳେ ସରଳା ଡାକ ପକେଇଲା, ଏ....ରମଣ! କଣ ଧରିଛ, ଲୁଚେଇକି ନେଇଯାଉଛ ? ଛେପ ଢୋକିଢୋକି ରମଣ କହିଲା, ସରଳା ଆଜି ଦରମା ପାଇଲିନାହିଁ। ଆଜି ଆମ ବିବାହବାର୍ଷିକୀ ।ଫୁଲହାର ଓ ଛୋଟିଆ ଉପହାରଟିଏ ତମପାଇଁ ଆଣିଛି। ଅଭାଗାଟା ମୁଁ। ତମକୁ ଦେବାକୁ ଲଜ୍ଜା ଲାଗୁଛି। ଫୁଲହାର ସହ ଯୁଗଳମୁର୍ତ୍ତୀ ଦେଖି ଖୁସିରେ ସରଳାର ଆଖି ଉଜ୍ୱଳ ହୋଇଉଠିଲା। ସରଳା ଚୁମ୍ବନଟିଏ ଆଙ୍କିଦେଲା ରମଣ ଗାଲରେ। ଚମକି ଉଠିଲା ରମଣ। ଆଜି କଣ ସୂର୍ଯ୍ୟଦେବ ପଶ୍ଚିମରେ ଉଦୟ ହେଲେ କି ? ନିଜ ହାତଟାକୁ ନିଜେ ଛିଣ୍ଡି ଭାବିଲା ସ୍ୱପ୍ନ ଦେଖୁନାହିଁ ତ ? ତାର ମନର ଭାବନା ମାପିନେଇ ହାତଟାକୁ ଧରିନେଲା ସରଳା। ପରମୁହୂର୍ତ୍ତରେ ଚମକି ଉଠିଲା ସରଳା। ଆରେ, ତମ ଘଣ୍ଟା କୁଆଡେ ଗଲା ? ରମଣ କହିଲା ବିକ୍ରି କରିଦେଲି। ତମପାଇଁ କିଛି ବି ନକଲେ ଅପରାଧି ହୋଇଯାଇଥାନ୍ତି ସରଳା। କାନ୍ଦିଉଠି କୁଣ୍ଢେଇ ଧରିଲା ସରଳା। ରମଣ ଆଶ୍ଚର୍ଯ୍ଯ ହୋଇ ପଚାରିଲା ସରଳା ଆଜି କଣ ହୋଇଛି ତମର ? ରମଣର ପାଦଧରି କ୍ଷମା ମାଗିବା ସହ ସବୁ ବୃତ୍ତାନ୍ତ ବର୍ଣ୍ଣନା କରୁକରୁ କହିଲା ;

"ଆଲୋ ସଖି ଆପଣା ମହତ ଆପେ ରଖି " ।

ହସୁଥିଲେ ଦୁହେଁ। ଏକବର୍ଷ ପରେ ଆଜି ଥିଲା ଦୁହିଁଙ୍କର ମିଳନର ରାତ୍ରି। ମିଳନ ଥିଲା ବିଶ୍ବାସର ଭରସାର, ପ୍ରେମର, ଶରୀରର।


      ଆରେ, ଆପଣମାନେ ଯାଆନ୍ତୁନା। ପ୍ରେମୀଯୁଗଳଙ୍କ ପ୍ରେମ ପରା ଚରମ ସୀମାରେ ......!


Rate this content
Log in

Similar oriya story from Romance