ଆକର୍ଷଣ ଇଏ ବି ପ୍ରେମ
ଆକର୍ଷଣ ଇଏ ବି ପ୍ରେମ
ରେଖା ରେଖା ଟିକେ ଶୁଣିବ କି ମୋ କଥା .....ହେ ଶୁଣୁନା....କୁଆଡେ ଦୌଡ଼ି ପଳେଇ ଯାଉଛ।ଅସିତ ରେଖା ରେଖା କହି ସେ ଝିଅକୁ ଅନୁସରଣ କରୁଥାଏ ମାତ୍ର ସେ ଝିଅ ରେଖାକୁ ସେ କଥା ଅଜଣା ଅବିଶ୍ୱାସନୀୟ ସତରେ ପ୍ରେମ ବଡ଼ ବିଚିତ୍ର କିଛି ହରାଇ କିଛି ପାଇବାକୁ ଇଛା ହୁଅନି ଖାଲି ଦେବାକୁ ଇଛା ହୁଏ ନିଜ ପ୍ରିୟ ଲୋକକୁ ଆଉ ତା ଚାରିପାଖେର ସବୁ କିଛିକୁ ଆପଣେଇବାକୁ ମନରେ ଏକ ପ୍ରକାର ସଂଗ୍ରାମ ଲାଗେ ।
ଦୀର୍ଘ ଦଶ ବର୍ଷ ପରେ ଅସିତ ରେଖାକୁ ମାର୍କେଟରେ ଦେଖୁଛନ୍ତି । ରେଖା ହେଉଛି ସେହି ଝିଅ ଯିଏ ପ୍ରଥମ କରି ତାଙ୍କ ହୃଦୟର ଶେଷ ସୀମାରେ ପହଁଚିଯାଇଥିଲା ଅତି ସହଜ ଭାବରେ ।
ଝିଅମାନକୁ ପାଖ ମାଡୁ ନ ଥିବା ସ୍କଲାର ଅସିତ କୁମାର ପାଣିଗ୍ରାହୀ ଜଣେ ମେଧାବୀ ଛାତ୍ର ସହିତ ଜଣେ କୃତି ଖେଳାଳୀ ମଧ୍ୟ ସ୍କୁଲ ଜୀବନ ଗାଁରେ କଟିଲା ।ଗାଁରେ ମଧ୍ୟ ନାଁ କରା ଛାତ୍ର ଭାବେ ଖ୍ୟାତି କହିଲେ ନ ସରେ ତିନୋଟି ଝିଅରେ ଗୋଟିଏ ବୋଲି ପୁଅ ଭାରି ଗେଲବସର ଜମିଦାର ଘର ପିଲା ଦୁଃଖ କଣ ଦେଖି ନି ଆଖିରେ ସବୁ ବେଳେ ସବୁ ପରିପୂର୍ଣ୍ଣ ତା ସାଙ୍ଗରେ ଭଲ ପାଠକୁ ଖେଳକୁଦରେ ବି ଆଗ ଖୋ ଖୋ କବାଡି ହେଉ କି କ୍ରିକେଟ ଅସିତ ନାଁଟା ଚମ୍ପିୟାନ ଲିଷ୍ଟରେ ।
ସବୁ ଠାରୁ ସାନ ତେଣୁ ତା ଉପରର ତିନୋଟି ଝିଅ ପରେ ପୁଅ ଯୋଗୁଁ ପାଦ ତାର ତଳେ ଲାଗେନି ଗାଁର ଜମିଦାର ଘରର ପୁଅ ଆମ୍ବାସେଡର କଲେଜ ଗେଟ ପାଖରେ ଲାଗେ ଆଉ ଅସିତ ପୁରା ହିରୋ ପରି କଲେଜରେ ପ୍ରବେଶ କରନ୍ତି ଆଖିରେରେ ବ୍ଲକ ଗଗ୍ସ ଗୋରା ମୁହଁକୁ ବେଶ ମାନୁଥାଏ ।କେତେ ଯେ ଝିଅ ତାଙ୍କ ପାଇଁ ପାଗଳ ଆଉ ସେ ପାଗଳ ସେଇ ରେଖା ପାଇଁ ସାଧା ସିଧା ସାଧାରଣ ଝିଅଟିଏ ହାଇପ୍ୟାସନ ନୁହେ ସରଳ ପରିଧାନରେ ବେଶ ସୁନ୍ଦର ଦିଶୁଥାଏ ମୁହଁ ତାର ଚମ୍ପା ଫୁଲ ପରି ଗୋରା ତକ ତକ ଶରୀର ଯାହା ପିନ୍ଧିଲେ ଅରୂପା ଦିଶେ ସିଏ ।ଆଉ ଅସିତ ତାକୁ ଦେଖିବା ପାଇଁ ନିଜ ଗ୍ୟାଙ୍ଗ ସହିତ ଗେଟ ପାଖରେ ଠିଆ ହୋଇ ଅପେକ୍ଷା ଯେତେବେଳେ ରେଖା ପ୍ରଵେଶ କରେ ଆରେ ତୋ ହିରୋଇନ ଆସିଲାରେ କହି ସାଙ୍ଗମାନେ କମେଣ୍ଟଟା ମାରିବା ଥୟ।
ରେଖା ବିରକ୍ତ ପ୍ରକାଶ କରେ ମନେ ମନେ ମାତ୍ର କିଛି କହିପାରେ ନାହିଁ । ଖାଲି ବଡ଼ ବଡ଼ ଆଖି ଦେଖେଇ ଚାଲିଯାଇ କ୍ଲାସ କରେ ।କିଛି ସମୟ ଅନ୍ତରରେ କ୍ଲାସରେ ପ୍ରବେଶ କରନ୍ତି ଅସିତ ସହିତ ତା ସାଂଗ ମାନେ ଅସିତ କିଛି ନ କହିଲେ ବି ତା ଆଖି ଦୁଇଟି କହୁଥାଏ ସେ ରେଖା ପ୍ରତି ଆକର୍ଷିତ ଓ ଆକୃଷ୍ଟ ହେଇଯାଇଛି ତାକୁ ଦେଖିଲା ଦିନୁ ।ମାତ୍ର ରେଖାର ଅଣା ଦେଖା ପଣ ତାକୁ ବହୁତ କଷ୍ଟ ଦେଉଛି । ସେ ତା ସାଂଗ ମାନଙ୍କର ଆଗରେ ରେଖାକୁ ନିଜର କରିବ ବୋଲି କହୁଛି ମାତ୍ର ରେଖା ର ବିନା ଅନୁମତିରେ ନୁହେଁ ।କେମିତି କେଜାଣି ରେଖାକୁ ଦେଖୁ ଦେଖୁ ସେ ତା ପ୍ରତି ଆକର୍ଷିତ ହେଇଯାଏ ମୁଁ ଜାଣିପାରେ ନାହିଁ ଇଏ ପ୍ରେମ କି ଆକର୍ଷଣ ମୋ ପଛରେ କଲେଜ ଗୋଟିକ ଝିଅ ଆକାର୍ଷିତ ଥିଲେ କଣ ହେବ ମୁଁ କିନ୍ତୁ ଗୋଟେ ମାତ୍ର ସରଳ ସାଧାରଣ ଝିଅ ଯିଏ ଆଜି ପ୍ରଯ୍ୟନ୍ତ ମୋ ମୁହଁକୁ ଭଲ ଭାବେ ଚାହିଁ ନାହିଁ ବଡ଼ ବିଚିତ୍ର ଲାଗେ ମତେ ଭାବିଲା ବେଳକୁ ଇଏ କଣ ପ୍ରେମ !! ରେଖାକୁ ଦେଖୁଦେଖୁ ଛାତିର ହୃଦସ୍ପନ୍ଦନ ବଢିଯାଏ ମୋର ।ମୁଁ କଣ ସତେରେ ପ୍ରେମରେ ପଡିଛି ।ବୋଉ ଆଉ ସାଙ୍ଗମାନେ ମୋର କହୁଛନ୍ତି ମୁଁ କୁଆଡେ ଅଲଗା ବ୍ୟବହାର କରୁଛି କିଛି ମନେ ରହୁନି ମୋର ଖାଇବାକୁ ବି ଇଛା ହେଉନି ଧେ ତ!!ବଡ଼ ବିଚିତ୍ର ପ୍ରେମ ରୋଗ ନ ଥାଇ ଇଏ ଗୋଟେ ରୋଗ ଆଉ ସାଙ୍ଗ ମାନେ ଅଛନ୍ତି ସେଥିରେ ଲୁଣ ଆଉ ଲଙ୍କା ମାରି ଜ୍ୱାଳା କାଢ଼ିବାକୁ ।
ମୋର କଲେଜ ସରିଗଲା ପଛେ ମୁଁ ରେଖାକୁ କହିପରିଲିନି ତା ପାଇଁ ମୋ ହୃଦୟରେ କେତେ ଜାଗା ଅଛି ବୋଲି ଆଉ ସେ ମୋ ହୃଦୟର ରାଣୀ ସେ ବି ମତେ ଖାଲି ରାଗିକି ଚାହେଁ କାହିଁକି??ଆଜି ପର୍ଯ୍ୟନ୍ତ ମୁଁ ଜାଣିପାରିଲିନି ।ସେ କୋଉଠି ମୁଁ ଜାଣିନି ମୋର ଏମ ବିଏ କମ୍ପିଲିଟ କରି ମୁଁ ଏବେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଛି ସବୁ ଠିକ ଅଛି ହେଲେ ଗୋଟେ ଖାଲିପଣ ଅଛି ଜୀବନରେ ମୋର। ସେ ଆଖିର ତୃଷ୍ଣା ସେତେରେ ବେଖିଲି ମନର ଭାବନାକୁ କିଏ ରୋକିପରେ ଆଜିବି ସେ ଝୁରେ ପ୍ରଥମ ପ୍ରେମର ପ୍ରଥମ ସ୍ପନ୍ଦନ ।ସବୁ ବେଳେ ସବୁ ସମୟରେ ତାକୁ ହିଁ ଖୋଜେ ସମସ୍ତଙ୍କର ମୁହଁରେ ତା ମୁହଁ ଦେଖାଯାଏ ।ଆଉ ସମସ୍ତଙ୍କର ସ୍ୱରରେ ତା ସ୍ୱର ଶୁଭେ ମତେ ତିରିଶି ଛୁଇଁ ଲାଣି ଆଉ ବୋଉ ମତେ ରଖେଇ ବସେଇ ଦେଉନି ମୋ ବିବାହ ପାଇଁ କେତେ ଯେ ପ୍ରସ୍ତାବ ଆସି ଗଦା ହେଉଛି ଆଉ ଅଫିସରେ ମୋର ଚର୍ମିଙ୍ଗ ମୁହଁର ଦିୱାନ ବହୁତ ମାତ୍ର ମୁଁ ସେହି ମୁହଁ ପଛେ ଆକର୍ଷିତ ଯିଏ ମୋ ହୃଦୟକୁ ଧକଧକ କରିଥିଲା ।ଆଉ ଆଜି ଏତେ ବର୍ଷ ପରେ ମାର୍କେଟରେ ତା ସହିତ ଦେଖା ହେଲା ,ସେ କଣ ମତେ ଜାଣିପାରିଲା ନାହିଁ ନା ନ ଜାଣିବାର ବାହାନା କଲା ,ଯେମିତି ହେଲେ ମତେ ଜାଣିବାକୁ ହେବ ସେ କୋଉଠି ରହୁଛି ବୋଲି।
ଦୁଇ ଦୁଇ ଥର ସେ ମାର୍କେଟ ବୁଲିବା ପରେ ଆଜି ପାଇଛି ତାକୁ ସତେରେ ଆକର୍ଷଣ କେତେବେଳେ ପ୍ରେମର ରୂପ ନିଏ ଜାଣିହୁଏନି।ମୁଁ ତା ଦେହ ଆଉ ତା ସରଳ ଚାଲିଚଳନ ଉପରେ ଆକର୍ଷିତ ଥିଲି ଆଉ ସେ ମତେ ଭଲ ପାଉଛି କି ନା ନଜାଣି ଦୀର୍ଘ ଦଶ ବର୍ଷ ତାକୁ ନିସ୍ୱାର୍ଥ ପର ଭାବେ ହୃଦୟର ସହିତ ଭଲ ପାଇଲି ଆଜି ସବୁ ତାକୁ ଖୋଲି କହିଦେବି ଭାବି ମୁଁ ନିଜେକୁ ପ୍ରସ୍ତୁତ କଲି ଦୀର୍ଘ ଦଶଦିନ ପରେ ତାର ଦେଖା ମିଳିଲା ସେ ମାର୍କେଟରେ ଆଉ ମୁଁ ସେ ସମୟକୁ ଛାଡିବାକୁ ଚାହୁଁ ନଥିଲି ।ପଛରୁ ରେଖା ରେଖା ସେ ଶୁଣିଲା ନାହିଁ ମୁଁ କିନ୍ତୁ ଛାଡି ବା ଜନ୍ତୁ ନୁହେଁ ଆଉ ହକ ପ୍ରେମ କରିଛି ତାକୁ ତା ବିରହରେ ଛଟ ପଟ ହେଇଛି ବର୍ଷ ବର୍ଷ ଧରି ସାଙ୍ଗରେ ତାର ଏକ ଛୋଟ ଝିଅ ଠିକ ତା ପରି ବହୁତ ଗୁଲୁ ଗୁଲିଆ କଣ କହିବି କିଛି ବୁଝିପାରୁ ନଥିଲି ଡ୍ୟାରୀ ମିଲକ ଚକଲେଟ ଦେଇ ନିଜର କରିନେଲି ସେ ଛୋଟ ଝିଅକୁ ଆଉ ତାପରେ ପାଳିଥିଲା ରେଖାର ।କଣ କହିବି କିଛି ବୁଝିବା ଆଗରୁ ସେହି ଅଭିମାନ ଭରା ଆଖିରେ ଚାହିଁ ମୋ ମନକୁ ହାଣି ଦେଇ ଚାଲିଯାଉଥିବା ସମୟରେ ମୁଁ ଆଉ ରହି ନ ପାରି
ପଛପଟୁ ତାଙ୍କ ହାତକୁ ଧରି ନେଲି ଆଉ ବିଚ ମାର୍କେଟ ମଝିରେ ଆଣ୍ଠୁ ମାଡି ଆଖି ଦୁଇଟି ବନ୍ଦ କରି କହିଦେଲି ଗୋଟେ ନିଶ୍ୱାସ ମୁଁ ତୁମକୁ ବିବାହ କରିବାକୁ ଚାହେଁ।
ଗୋଟେ ଶକ୍ତ ଚାପୁଡ଼ାରେ ମୋର ଆଖି ଖୋଲି ଦେଖେ ସେହି ରେଖା ମୋ ଆଗରେ ଏତେ ଡେରି କରିଦେଲ ଅସିତ ଦେଖ ମୋ ମଥାରେ ଧାରେ ସିନ୍ଦୁର ଆଉ ଏ ଝିଅଟି ମୋର ମୁଁ ତାର ମାଆ ଦୀର୍ଘ ଦଶ ବର୍ଷପୂର୍ଵରୁ କହିପାରିଲ ନାହିଁ ଏବେ କେମିତି କହିଲ ଆଉ କାହିଁକି?? କହିଲ ମୋ ଜୀବନ ତୁମେ ବର୍ବାଦ କରିବାକୁ ପୁଣି ବିଚ ରାସ୍ତାରେ ମୁଁ କାହାକୁ ମୋ ମୁହଁ ଦେଖେଇ ପାରିବିନି କହି ରେଖା ଆଗକୁ ବଢ଼ୁଥିଲା ଆଉ ତା ସାଂଗରେ ମୁଁ !!ରୁହ ରେଖା ପ୍ଲଜ ମତେ ଖରାପ ଭବାନି ମୁଁ ବହୁତ ଖୋଜିଛି ତୁମକୁ ମାତ୍ର ମୋ ଦୁର୍ଭାଗ୍ୟ ମୁଁ ତୁମକୁ ପାଇନି ଆଉ ଯେତେବେଳେ ପାଖରେ ଥିଲ ସେତେବେଳେ କହିବାକୁ ସାହସ ପାଇ ନ ଥିଲି ।ଆଉ ଯେତେବେଳେ ସାହସ ଆସିଲା ମନରେ ସମୟ ଚାଲିଯାଇଥିଲା ତୁମେକୁ ହରେଇ ଦେଲି ମୁଁ ମୋର ନିଜ ଭୂଲ୍ ପାଇଁ ।
କଣ ହେଲା ରେଖା ପ୍ଲଜକୁହ ତୁମେ କଣ ମତେ ଭଲ ପାଅ ନାହିଁ ।
ନା ମୁଁ ତୁମକୁ ଭଲ କହି ଚାଲିଗଲା ସେ କଥା ଅଧାଖଣ୍ଡିଆ ରହିଗଲା ଆଉ ମୋ ପ୍ରେମ କାହାଣୀ ସହିତ ମୁଁ ନିସ୍ୱ ରହିଗଲି ମୋ ଜୀବନର ପଥରେ । ଗୋଟେ କଥା ଶିଖିଗଲି ଆକର୍ଷଣର ଅନ୍ୟ ନାମ ମୋ ପାଇଁ ପ୍ରେମ ହୋଇପାରେ କାରଣ ସେହି ଆକର୍ଷଣ ପାଇଁ ମୁଁ ଦୀର୍ଘ ଦଶ ବର୍ଷ ପ୍ରାଯନ୍ତ ରେଖାର ପ୍ରେମକୁ ମୋ ହୃଦୟରେ ସାଇତିରଖିଥିଲି ।
ମାନୁଛି ମୋର ଭୂଲ୍ ଥିଲା ମୁଁ ତାକୁ ସେତେବେଳେ କହିପାରିଲିନି ଯଦି କହିଥାନ୍ତି ତା ହେଲେ ଆଜି ମୋର ଅଵସ୍ଥା ଏପରି ହୋଇନଥାନ୍ତା ।
ସମୟରେ ଯଦି ସବୁ କରାଯାଏ ସଫଳତା ତୁମ ପାଦ ଚୁମେ ଆଉ ଜୀବନ ସୁଖମୟ ହୁଏ ଏକଥା କାହାକୁ କହିବି ନିଜ ଭାଗ୍ୟକୁ ଦୋଷ ଦେବା ଛଡା ଆଉ କିଛି ନଥିଲା ମୋ ଜୀବନରେ ।

