STORYMIRROR

Kabiratna Nutan Kumar Behera

Horror Action Thriller

4  

Kabiratna Nutan Kumar Behera

Horror Action Thriller

ଯୁଦ୍ଧ

ଯୁଦ୍ଧ

1 min
323

ସୁଖ ସଂସାରର ସାଗର କୂଳେ

ଚାଲିଛି ତ ତୁମର ମୋର ପ୍ରତିଦ୍ବନ୍ଦିତା

ସୂଚାଗ୍ରେ ମେଦିନୀ ପାଇଁ

କରୁ ଆମେ ଦୁହେଁ ପରସ୍ପର ମଧ୍ୟେ ଯୁଦ୍ଧ

ତୁମେ କୁହ ଏ ତୁମର ନ୍ୟାର୍ଯ୍ୟ ଅଧିକାର

ମୁଁ କୁହେଁ ଏ ମୋର

ଦେବାକୁ ସ୍ଵଇଚ୍ଛାରେ କିଞ୍ଚିତ୍

ନାହିଁ ତ ତିଳେ ବି ତ୍ୟାଗର ମନୋଭାବ

ପାଇବାକୁ ହିଁ ରଣ କରୁ ଜଣ ଜଣ

ବୁଝୁନା ହୃଦୟର ସହିତ କାରଣ

ପକ୍ଷପାତିତାରେ ଜାହିର କରୁ ଅହଂପଣ

ବାସ୍ତବରେ ଏ ତୁମର ନା ମୋର

ଏ ଏକ ଅମୀମାଂସିତ ପ୍ରଶ୍ନ

ଆମେ ତ କେବଳ ନିମିତ୍ତ ମାତ୍ର

ବଞ୍ଚିବାର ଦ୍ୱାହି ଦେଇ ମରିବାକୁ ଲଢୁ

ତୁମେ କୁହ ମୁଁ କରୁଛି ଅନ୍ୟାୟ

ମୁଁ କହେ ତୁମେ କରୁଛ ଅନ୍ୟାୟ

ସତରେ ନ୍ୟାୟର ସଂଜ୍ଞା ଆମେ ଯାଉ ଭୁଲି

ଆତ୍ମସ୍ବାର୍ଥର ଲୋଭରେ ମୋହରେ

ନିମ୍ନରୁଚି ତୁଚ୍ଛ ମାନସିକତାରେ ପଡ଼ି

ଆମେ ଦେଖାଉ ଆତ୍ମବଡ଼ିମା

କରୁ ଆସ୍ଫାଳନ ମାରି ବାହୁସ୍ଫୋଟ

ଏମିତି ଗୁଣ ସ୍ଵଭାବ ତ

ସେ ଦିନ ଦେଖାଇଥିଲେ ହିରଣ୍ୟକଶିପୁ

ପୁନଶ୍ଚ ମହାବୀର କଂସ,ମାନୀ ଦୁର୍ଯ୍ୟୋଧନ

ଲଙ୍କା ପତି ରାବଣ ଆଦି ତ ଅନେକେ

ଅତୀତ ବାରମ୍ବାର ସୂଚାଇ ଦିଏ

ଧର୍ମ ଯୁଗେ ଯୁଗେ ଅଛି ରହିବ

ସତ୍ୟକୁ ପାରେନା କେହି ପରାସ୍ତ କରି

ମାତ୍ର ଅସତ୍ୟକୁ ଦେଇ ଅଗ୍ରାଧିକାର

ଆମେ ଲଢ଼ି ଚାଲିଛୁ ଆମରଣ

ଅଜ୍ଞାନତା ଆମକୁ ଗୋଟାପଣେ କରିଛି ଗ୍ରାସ

ଜୀବନଠୁ ଆମେ ବଡ଼ ଭାବୁଛୁଁ

ଏ ପାର୍ଥିବ ଜଡ଼ ବସ୍ତୁର ସବୁ ବିଭବକୁ

ଆତ୍ମଜ୍ଞାନର ହୁଏ ଅବକ୍ଷୟ

କଠୋର ନିର୍ମମ ପାଷାଣ କରୁ ହୃଦୟ

ଶାନ୍ତି ଖୋଜି ରହୁ ଅଶାନ୍ତିର ଚାପରେ ତାପରେ

ଏ ଯୁଦ୍ଧ ବ୍ୟକ୍ତି ବ୍ୟକ୍ତିଠାରୁ

ହୁଏ ସମଷ୍ଟିରେ କାହିଁ କେଉଁ କାଳରୁ

ହେଉ ନାହିଁ ତାର ପରିସମାପ୍ତି

ସତରେ କେବେ ହେବ ଯୁଦ୍ଧ ବିରତି

ସତ୍ୟ ଧର୍ମ ନ୍ୟାୟର ଉଡ଼ିବ ବିଜୟଧ୍ଵଜା

ସୃଷ୍ଟି ରହିବ ଚିରନ୍ତନ ଅମ୍ଳାନ

ମଧୁର ସଂପର୍କରେ ସଂସାର ହେବ ମଧୁମୟ

ଆଉ ହେବ ନାହିଁ ହିଂସାର ଯୁଦ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror