STORYMIRROR

PRANATI MAHAPATRA

Children

4.2  

PRANATI MAHAPATRA

Children

ଯୋଗାଭ୍ୟାସ

ଯୋଗାଭ୍ୟାସ

1 min
22.9K


ବ୍ୟାୟାମ କରିବା

💐💐💐💐💐💐


ଆସ କରିବା ଯୋଗ ପ୍ରାଣାୟମ ବ୍ୟାୟାମ

ରହିବା ସୁସ୍ଥ ନିରୋଗ ସୁନ୍ଦର ,

ପ୍ରତ୍ୟୁଷେ ଶେଯରୁ ଉଠି ସାରି ନିତ୍ୟକର୍ମ

କରିବା ନିଶ୍ଚୟ ଆମେ ବ୍ୟାୟାମ।


ସ୍ଵାସ୍ଥ୍ୟ ଆମର ଅଟଇ ଅମୁଲ୍ୟ ସମ୍ପଦ

ରଖିବା ତାକୁ ସୁରକ୍ଷିତ,

ଆଳସ୍ୟକୁ ପରିହରି ସ୍ଵାସ୍ଥ୍ୟକୁ ନଜର କରି

କରିବା ବ୍ୟାୟାମ ଆମେ ତ।


ଆମରି ପୂର୍ବ ପୁରୁଷ ପାଣିନି ଚରକ ଶୁଶ୍ରୁତ

କରନ୍ତି ଯୋଗ ବ୍ୟାୟାମ,

ଦୀର୍ଘାୟୁ ସୁସ୍ଥ ସବଳ ନିରୋଗ ରହନ୍ତି 

ତାଙ୍କ କଥା ଆଜି ନିୟମ।


ଗାଆଁରେ ଚାଷୀ ଭାଇ ଆଉ ଆମ ମାଆ

ପ୍ରତ୍ୟୁଷରୁ ଶେଯ ତ୍ୟାଗ କରି,

ଚଷା ପୁଅ କ୍ଷେତ ଆଉ ମାଆ ଘରକାମ କରି

ବ୍ୟାୟାମ ଭଳି ଥାଆନ୍ତି କରି।


ଗାଆଁରୁ ମାଆ ଠାରୁ ପୂର୍ବ ପୁରୁଷ ଓ

ମୁନିଋଷିଙ୍କ ପଥାନୁସରଣ,

ଯୋଗ ବ୍ୟାୟାମ କରି ସୁସ୍ଥ ରଖିବାରେ

ଆମର ତ ଏହି ପଣ।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


Rate this content
Log in

Similar oriya poem from Children