STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

କରପାତ୍ରୀ

କରପାତ୍ରୀ

1 min
151


ବିଶୁଦ୍ଧ ପବିତ୍ର ଜଳ ସୁଶୀତଳ

ଅଭିମନ୍ତ୍ରୀତ ମୋ ତନ୍ତ୍ରୀ

ଗଙ୍ଗା ଗୋଦାବରୀ ବିନ୍ଦୁ ସନ୍ନିଧାନ

ନିର୍ଗମନ କରପାତ୍ରୀ ।


ମୁଁ ଆଶା ଆକା°କ୍ଷା ସୁନୀଳ ସପନ

ଜୀବନ ସଙ୍କଳ୍ପ ଉତ୍ସ

ନିବିଷ୍ଟ ତଲ୍ଲୀନ ଫଳଛାୟା ଦାନେ

ମୁଁ ସ°ସାର କଳ୍ପବୃକ୍ଷ ।


ମୁଁ ଆଦି ଶକତି ପ୍ରକୃତି ସ୍ୱରୂପା

ନିର୍ଝରେ ଅମୃତ ପ୍ରେମ

ସଞ୍ଚରେ ମଧୁର ସବୁଜ ସୁନ୍ଦର

ସୃଜନ ପାଳନ ଧର୍ମ ।


ହୃଦ ସରୋବରେ ବିକଶେ ରୁଚିରେ

ପ୍ରଫୁଲ୍ଲ ନୀଳ କମଳ

ସୁଖ ଶାନ୍ତି ମୂଳ ଆନନ୍ଦ ଉତ୍ସାହ

ପ୍ରବହେ ମଳୟାନିଳ ।


ମୁଁ କନ୍ୟା ରତନ ଲୋଡଇ ଯତନ

ସୋହାଗ ସ୍ନେହ ଆଦର

ଆଲୋକ ସୁରକ୍ଷା ଚାହେଁ ମୁଁ ବଢିବି

ଗଢିବି ଜୀବନ ପାତ୍ର ।


ରୋଧ କର ନାହିଁ ସ୍ୱଚ୍ଛନ୍ଦତା ମୋର

ଓଠେ ଫୁଟୁ ହସ ସ୍ମିତ

ହସୁ ଦୁଇ କୁଳ ତରୁଲତା ପ୍ରାଣ

ଗୁଞ୍ଜୁ ଜୀବନ ସଙ୍ଗୀତ ।

   



Rate this content
Log in

Similar oriya poem from Inspirational