STORYMIRROR

Subhalaxmi Nayak

Children

3  

Subhalaxmi Nayak

Children

ଆକାଶ ସେପାଖେ

ଆକାଶ ସେପାଖେ

1 min
200

ଖେଳି ଖେଳି ଆସି ଥକ୍କା ହୋଇ ବସି

ରିଙ୍କୁ ନେଉ ଥିଲା ବିଶ୍ରାମ ଟିକେ,

କେମିତି କେଜାଣି ନିଦ ଲାଗି ଗଲା

ସ୍ୱପ୍ନ ରାଇଜରେ ଯାଇ ସେ ଦେଖେ।


ଦିନେ ଉଦୁଉଦିଆ ଦ୍ୱିପ୍ରହରେ,

କେଉଁଠୁ ଆସିଲା ଘୋଟି କଳା ବାଦଲ

ତାପରେ ଦିଗନ୍ତ ଆଡ଼ୁ ଆସିଲା

ଏକ ଅଦ୍ଭୁତ ବିରାଟକାୟ ବିମାନ।


ଦେଖୁ ଦେଖୁ ନୀଳ ଆଲୋକ ଛାୟାରେ

ଛୋଟ ପିଲାଟିଏ ଆସିଲା ବାହାରି

ମୁହୂର୍ତ୍ତକ ପାଇଁ ତାକୁ ସାଙ୍ଗରେ ଧରି

ପୁଣି ଚାଲିଗଲା ପୃଥିବୀକୁ ଦୂର କରି।


ରିଙ୍କୁ ଦେଖିଲା ତା ଆଗରେ

ଗୋଟିଏ ଅଦ୍ଭୁତ ଜୀବ

ଅନାଇ ରହିଛି ତାକୁ କଟମଟ ହୋଇ

ଦେଖା ଯାଉଛି ସେ ପିମ୍ପୁଡ଼ି ପରି ସିନା

ମୁଣ୍ଡରେ ଲାଗିଛି ତା'ର ଦୁଇଟି ଆଣ୍ଟିନା।


ଆଉ ଗୋଟିଏ ଯାନ ଭିତରେ,

ରହିଛି ଅନାଇ ଏକ ଲୟରେ।

ନାହିଁ କିଛି ସେଠି ଶୂନ୍ୟ ହିଁ ଶୂନ୍ୟ

ରିଙ୍କୁ ବିଚାରେ ମନେ ମନେ

ଏଇ ବୋଧେ ଏଲିଏନ୍।


କ୍ଷଣିକ ମଧ୍ୟରେ ଉଭେଇ ଗଲା,

କଥାବାର୍ତ୍ତା ଯେ ନ ହୋଇ ପାରିଲା।

ରିଙ୍କୁ ପ୍ରକୃତିସ୍ଥ ହୋଇ ଅନାଏ,

ସ୍ୱପ୍ନରେ ଦେଖିଲା ଜିନିଷକୁ ଆଉ କିବା ପାଏ।


କେମିତିକା ସ୍ୱପ୍ନ ଦେଖିଲା ଆଜି ସେ,

ସତରେ କ'ଣ ଏମିତି ଜୀବ ଅଛି ମହାକାଶରେ?

ବିଜ୍ଞାନ ସାର୍ କାହାଣୀ କୁହନ୍ତି,

କିଏ ଜାଣେ!

ଏଲିଏନ୍ ବାସ୍ତବରେ ଥାଇ ପାରନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children