STORYMIRROR

Lingaraja Dash

Inspirational Children

3  

Lingaraja Dash

Inspirational Children

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
150

ଚନ୍ଦ୍ରଭାଗାରେ କାନ୍ଦୁଛି ସାଗର ବାଲି,

            କୁନି ପୁଅ ଧରମା ତା ଯାଇଛି ଚାଲି ,

ଆସିଥିଲା ପିୟରଙ୍କୁ ଭେଟିବା ପାଇଁ

           ବଳିଆ କୁକୁର, ବରକୋଳି ସେ ନେଇ ।

   କିଏ ଜାଣିଥିଲା ?

         ପିତା ସାଥେ ମୃତ୍ୟୁ କୁ ସେ ଭେଟିବ ବୋଲି ?

ଚନ୍ଦ୍ରଭାଗାରେ (୧)


ବାରବର୍ଷ ବିତିଗଲା ମନ୍ଦିର ଗଢାରେ,

            ବିଫଳ ବିନ୍ଧାଣୀ କୁଳ ମୁଣ୍ଡି ମାରିବାରେ ,

ସୂର୍ଯ୍ୟପ୍ରେମୀ ନୃପତିଙ୍କ ଧୈର୍ଯ୍ୟର ସ୍ଖଳନ

           ପ୍ରଭାତେ ବାରଶ ଶିର ହୋଇବ ଛେଦନ ।

       କିଏ ଜାଣିଥିଲା ?

             କୁନିପୁଅ ଅଧା କାର୍ଯ୍ୟ ସାରିବ ବୋଲି ?

ଚନ୍ଦ୍ରଭାଗାରେ(୨)


ଶିଳ୍ପୀ କୁଳ ଗଉରବ ରବି ଧର୍ମପଦ

            ବିଶୁ ମହାରଣାର ସେ ସଫଳ ଦାୟାଦ ,

ନିର୍ଦ୍ଧିଷ୍ଟ ସମୟେ କାର୍ଯ୍ୟ କରିଣ ସମ୍ପୂର୍ଣ୍ଣ

           ଶିଳ୍ପୀ କୁଳ ମର୍ଯ୍ୟାଦା ସେ ରଖିଲା ଅକ୍ଷୁର୍ଣ୍ଣ ।

       କିଏ ଜାଣିଥିଲା ?

           ଶିଳ୍ପୀଗଣ ସ୍ଵାର୍ଥପର ସାଜିବେ ବୋଲି ?

ଚନ୍ଦ୍ରଭାଗାରେ(୩)


ଧରମା ନଥିଲା ଖାଲି ଶିଳ୍ପ ବିଶାରଦ,

            ଉନ୍ନତ ଥିଲା ତାହାର ଆଦର୍ଶବାଦ,

ଜନ୍ମ ହେଲେ ଏକଦିନେ ଅବଶ୍ୟ ମରଣ,

             ଜଣେ ଯାଉ ,ରହିଯାଉ ବାରଶ ଜୀବନ,

        କିଏ ଜାଣିଥିଲା ?

ଧରମା ଝାସିବ ଶେଷେ ସାଗରେ ବୋଲି ?

ଚନ୍ଦ୍ରଭାଗାରେ ‌(୪)


ନାହାନ୍ତି ରାଜନ ନାହିଁ ବିଶୁମହାରଣା,

           ନାହାନ୍ତି ବାରଶ ଶିଳ୍ପୀ ନେବାକୁ ପାଉଣା,

ନାହିଁ ସେ ମନ୍ଦିର, ଖାଲି ଅଛି ମୁଖଶାଳା,

           ହେଲେ ଆଜି କଥାକହେ ସେମନ୍ଦିର ଶୀଳା,

          ଧନ୍ୟ ବିଶୁ ବଳା,

ଆଦର୍ଶ ନିକଟେ ତୋର ମୃତ୍ୟୁ ହାରିଗଲା।(୫)


  ଧନ୍ୟ ତୁହି ଧର୍ମପଦ ଧନ୍ୟ ତୋ ଜୀବନ,

          ସାନହୋଇ ଦେଇଗଲୁ ତୁ ମହାନ ଦାନ,

   ଜନ୍ମି ନରଦେହେ ଲଭି ପ୍ରଭୁଙ୍କ ଆଶୀଷ,

         କିଲାଭ ଅର୍ଜନ କରି ବଳ,ବିତ୍ତ,ଯଶ,

          ଯଦି ନଥାଏ ଆଦର୍ଶ,

  ବୃଥା ସେ ଜୀବନ,ଶେଷେ ମିଳେ ଅପଯଶ ।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational