STORYMIRROR

Dayanidhi Sahoo

Children

3  

Dayanidhi Sahoo

Children

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
227


କୁନା ଆମର ସୁନା ପୁଅ

ନିଇତି ପଢେ ପାଠ

ପାଠ ଶେଷରେ ଖେଳେ ଓ ବୁଲେ

ହୁଅଇ ଭଲ ଚାଟ

ବାଡ଼ି ବଗିଚା କାମରେ ତାର

ଶରଧା ଥାଏ ଭାରି

ଫୁଲ ଜଙ୍ଗଲ ସଂରକ ବୃକ୍ଷରୋପଣ କୁଣ୍ଡରେ ଲଗାଇ ଗଛ

ଢାଳଇ ପାଣି ଥିରି

ରହିଲେ ଗଛ ବଞ୍ଚିବା ଆମେ

ହସିବ ଆମ ଦେଶ

ବୃଷ୍ଟି ଆସିବ ଆରମ୍ଭ ଶେଷେ 

ଛାଡିବା ନାହିଁ ଚାଷ

କୁନି ତାର ଧରି ଖେଳଣା

ବସିଛି ଗଛ ମୂଳେ

ବହି ପତର ପଡ଼ିଛି ଖୋଲା

ଉଡୁଛି ଫାଳେ ଫାଳେ

ମିଛି ମିଛିକା ଡାଲି ତିଅଣ

ରାନ୍ଧୁଛି କେତେ ବସି

ଭାବୁଛି କୁନା ଆସିଲେ ଏକା

ଖାଇବେ ଦୁହେଁ ମିଶି

ଛୋଟ ସିନା କୁନା ଟା ଆମ

ଭାରି ବଡ଼ ତା ବୁଦ୍ଧି

ପିତା ମାତା ଙ୍କୁ ଭକତି କରେ

ପଦଯୁଗଳ ବନ୍ଦି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children