STORYMIRROR

Dayanidhi Sahoo

Drama Inspirational Thriller

3  

Dayanidhi Sahoo

Drama Inspirational Thriller

ମୁକ୍ତି

ମୁକ୍ତି

1 min
123


ମୁକ୍ତି ନୁହଁ ଆକାଶରେ ବେଲୁନ କୁ ଛାଡିବା

ଢୋ ଢା ବନ୍ଧୁକ କି ତୋପ ଆଣି ଫୋଡିବା ।


ମୁଦ୍ରା ପରେ ମହାତ୍ମାଙ୍କ ଚିତ୍ର ଆଣି ଆଙ୍କିବା

ଡ୍ରମ୍ ର ତାଳେ ତାଳେ ଆଗେ ପଛେ ଝୁଙ୍କିବା ।


ସ୍ଵେଛାଚାରିତା କୁ ଆଜି କୁହାଯାଏ ମୁକ୍ତି

ସ୍ଵାର୍ଥ ନଥିଲେ କାହାକୁ କରୁନି କେ ଭକ୍ତି ।


ପିମ୍ପୁଡି କୁ ଚଢେଇ ଟି ଦେଇଥିଲା ମୁକ୍ତି

ପ୍ରତିବଦଳ ରେ ଦିନେ ଯାଇ ଥିଲା ବଞ୍ଚି  ।


ମୁକ୍ତି ଦିଅ ବୋଲି କେତେ ନିରିହା କାନ୍ଦନ୍ତି

ଲୌହ ଶୃଙ୍ଖଳରେ ବନ୍ଧା ଜୀବନ ନିନ୍ଦନ୍ତି ।


ଶିଶୁଟିଏ ମୁକ୍ତି ଚାହେଁ ବସ୍ତାନି ରୁ ତାର

ଅଙ୍ଗନବାଡି କୁ ତାକୁ ଲାଗୁ ଥାଏ ଡର ।


ମୁକ୍ତି ମୁକ୍ତି ବୋଲି ଆଜି ତିକ୍ତାରେ ଚାକର

କି ନିର୍ମମ ନିର୍ଯ୍ୟାତନା ତାଙ୍କ ସାହୁଙ୍କର ।


ମୁକ୍ତି ଅଟେ ବହୁ ମୂଲ୍ୟ ତୁଳନା ତା ନାହିଁ 

କେତେ କିଏ ପ୍ରାଣ ଦେଲେ ଏଇ ଟିକେ ପାଇଁ ।


Rate this content
Log in

Similar oriya poem from Drama