STORYMIRROR

Swarnalata Dash

Children Stories

3  

Swarnalata Dash

Children Stories

ଟିକି ପିଲା

ଟିକି ପିଲା

1 min
149

ଟିକି ପିଲା ବୋଲି ଭାବ ନାହିଁ ମୋତେ

ବଡ ମନ ମୋର ସତେ

କ୍ଷୁଦ୍ର ହେଲେବି ମୁଁ ବଡ ସାଧନ ତ

କରିପାରେ ଅପ୍ରମିତେ

ଲୁଚିରହିଅଛି ଅକଳିତ ଜ୍ଞାନ

ବୁଦ୍ଧି ମୋ ଟିକି ମଥାରେ

ସୁଯୋଗ ମିଳିଲେ ଜଗତର ପାଇଁ

କାମ କରେ ନିରନ୍ତରେ

ଅତୀତରେ କେତେ ଛୋଟ ଶିଶୁ ଅବା

ଛୋଟ ପ୍ରାଣୀ କେତେକେତେ

ରଖି ଯାଇଛନ୍ତି ଯଶ କୀର୍ତ୍ତି ରାଜି

ପଢିଛି ପୁରାଣ ଶାସ୍ତ୍ରେ

ସତ୍ୟରେ ବାମନ ରୂପରେ ଈଶ୍ୱର

ଛୋଟ ଶିଶୁ ରୂପ ହୋଇ

ମାଗି ନେଇଥିଲେ ବଳି ରାଜା ଦାନ

ଗର୍ବ ଖର୍ବ କରିଦେଇ

ତ୍ରେତୟା ଯୁଗରେ ରାମ ଅବତାରେ

ସେତୁ ବନ୍ଧ ବନ୍ଧା କାଳେ

ଗୁଣ୍ଡୁଚି ମୂଷାଟି ଓଦା ବାଲି ଝାଡ଼ି

ନିରତେ ପ୍ରୟାସ କରେ

ରାମଙ୍କ ପରଶେ ପିଠିର ଉପରେ

ଆଙ୍ଗୁଳିର ତିନି ଗାର

ରହିଛି ଅକ୍ଷତ ଚିରଦିନ ପାଇଁ

ଛୋଟ ଜୀବ ମଧ୍ୟ ଏ ସାର

ଟିକି ପିମ୍ପୁଡିଟି ଶ୍ରମ ଶୀଳହୋଇ

ପୁରାଏ ଖାଦ୍ୟ ଭଣ୍ଡାର

ଶିଖାଏ ସଭିଙ୍କୁ ନ ହୋଇ ଅଳସ

କର୍ତବ୍ୟ କରମ କର

ଟିକି ମହୁମାଛି ମହୁ ସଞ୍ଚି ସଞ୍ଚି

କରେ ପର ଉପକାର 

ଟିକି ଦୀପ ପୁଣି ନିଜେ ଜଳିଜଳି

ଆଲୋକ ଦିଏ ଅପର

ସେଥିପାଇଁ ମୋତେ ଟିକି ଭାଵନାହିଁ

ସଂସାରେ ଛୋଟରୁ ବଡ 

ଫୁଟେ ସିନା ଫୁଲରାଂସାରେ 

ନୁହେଁ ବଡ଼ କେହି ନୁହେଁ ଛୋଟ ଏଠି

କର୍ତ୍ତବ୍ୟ କରମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍