STORYMIRROR

Chittaranjan Nanda

Children Stories Others Children

3  

Chittaranjan Nanda

Children Stories Others Children

ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା

ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା

1 min
144


ସମୁଦାୟ ୨୧ ଦିନ, ଅକ୍ଷୟ ତୃତୀୟାରୁ 

ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ 

ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ବାହାର 

ଚନ୍ଦନଯାତ୍ରା ହୁଏ ଅନୁଷ୍ଠିତ |୧|


ବିରାଜିତ ହୋଇଥାନ୍ତି,

ମା ଭୂଦେବୀ, ଶ୍ରୀମଦନମୋହନ, ମା ଶ୍ରୀଦେବୀ 

ଶୁଭ୍ର ବର୍ଣ୍ଣର ନନ୍ଦା ଚାପରେ

ଶ୍ରୀରାମ, ଶ୍ରୀକୃଷ୍ଣ ଓ ପଞ୍ଚ ମହାଦେବ/ପଞ୍ଚ ପାଣ୍ଡବ 

ଲୋହିତ ବର୍ଣ୍ଣ ର ଭଦ୍ରା ଚାପରେ |୨|


ଶ୍ରୀ ଯମ୍ବେଶ୍ବର/ଯମେଶ୍ବର (ଯୁଧିଷ୍ଠିର), ଶ୍ରୀ ଲୋକ 

ନାଥ (ଭୀମ), ଶ୍ରୀ ମାର୍କଣ୍ଡେଶ୍ୱର (ଅର୍ଜ୍ଜୁନ), 

ଶ୍ରୀ ନୀଳକଣ୍ଠେଶ୍ୱର (ସହଦେବ) (ନକୁଳ), ଶ୍ରୀ 

କପାଳ ମୋଚନ |୩|


ଶେଷ ହୁଏ ଦିନ ଚାପ ନରେନ୍ଦ୍ର ପୁଷ୍କରିଣୀରେ  

ଗୋଟିଏ ଘେରାରେ  

ରାତ୍ର କାଳରେ ଚାପ ଶେଷ ହୋଇଥାଏ ସଦା

ତିନିଟି ଘେରାରେ |୪|


ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀ 

ଯାତ୍ରା ଅନୁଷ୍ଠିତ ହୋଇଥାଏ

ସେଦିନ ରାତ୍ରିଚାପ କରାଯାଏନା, ଭଉଁରୀ ଦିନ ତ

କେବଳ ଦିନଚାପ କରାଯାଏ |୫|


ନରେନ୍ଦ୍ର ପୋଖରୀର ଦୀପିଦାଣ୍ଡି ଚାରିପଟରେ

୨୧ ଘେରା ବୁଲାଯାଇଥାଏ ଦିନଚାପରେ 

ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ 

ଘରକୁ ପ୍ରବେଶନ୍ତି ଦିନ ଚାପ ସରିଲା ପରେ |୬|


ସ୍ନାନ ପାଇଁ ଚନ୍ଦନ ଘରେ ଚନ୍ଦନ, କର୍ପୁର ପୁଷ୍ପର ସୁବାସିତ 

ଜଳ ପ୍ରସ୍ତୁତ ଥାଏ ତିନିଟି କୁଣ୍ଡରେ 

ବୁଡ଼ ପକାନ୍ତି ସମସ୍ତ ଚଳନ୍ତି ପ୍ରତିମା ମାନେ ସେହି ପ୍ରସ୍ତୁତ

ସୁବାସିତ ଜଳ ପ୍ରସ୍ତୁତ କୁଣ୍ଡରେ |୭|


ଯାତ୍ରାର ଏହି ଏକୋଇଶ ଦିନରେ ଶ୍ରୀ ମଦନମୋହନ 

ପ୍ରତ୍ୟେକ ଦିନ ନୂଆ ବେଶ ହୁଅନ୍ତି 

ମା ଶ୍ରୀଦେବୀ, ମା ଭୂଦେବୀ, ଶ୍ରୀ ରାମ ଓ ଶ୍ରୀ କୃଷ୍ଣ 

ବିରାଜମାନ କରିଥାନ୍ତି   |୮|


ବେଶ ହୋଇବା ପରେ ଠାକୁରଙ୍କ ନିକଟରେ କେଳି 

ଓ ମାଣ୍ଡୁଅ ଭୋଗ ହୁଏ

ଏହା ପରେ ପରେ ପ୍ରତ୍ୟେକ ରାତ୍ର ଚନ୍ଦନ ଚାପ 

ଅନୁଷ୍ଠିତ ହୋଇଥାଏ |୧୦|



Rate this content
Log in