ସନ୍ତାନ
ସନ୍ତାନ
ଏକଇର ବଳା ବିଶିକେଶନ ସେ
ନୟନ ପିତୁଳି ଜାଣ
ଦଣ୍ଡେ ନଦେଖିଲେ ମନ ଯେ ଅଥୟ
ଶୁନ୍ୟେ ଝୁଲୁ ଥାଏ ମନ ।
ପୁତ୍ର ହେଉ କିବା ପୁତ୍ରୀ ହୋଇ ଥାଉ
ସଭିଏଁ ସମାନ ଅଟେ
ଏକ ତାରା ହେଲେ ଅନ୍ୟ ଯେ ଚନ୍ଦ୍ରମା
ବିଧି ଦିଏ ଭାଲ ପଟେ ।
କୁଳର ଦୀପକ ଉଜ୍ଜ୍ୱଳ ଆଲୋକ
ବାଢୁ ଥାଏ ଉଦ୍ଦୀପନା
ତାଙ୍କରି ପାଇଁ ତ ବାର ଓଷା ବ୍ରତ
ସେ ପରା କୋଳ ଝୁଲଣା ।
ମା' ମା' ବୋଲି ଡାକି ଦେଲେ ଥରେ
ପେଟ ଯାଉ ଥାଏ ପୁରି
ଅମୃତ ସମାନ ସେ ମଧୁର ଡାକ
ତୁଛ ଲାଗେ ସ୍ବର୍ଗ ଶିରୀ ।
ଲକ୍ଷେ ପୂଣ୍ୟ ବଳେ ସନ୍ତାନ ଯେ ମିଳେ
ସର୍ବ ସୁଲକ୍ଷଣ ଯୋଗ
କଟୁ ବଚନରେ ବ୍ୟଥିତ ଯେ ନାରୀ
ବଂଧା ବୋଲି କର ତ୍ୟାଗ ।
ଏକ ପୁତ୍ର ପାଇଁ ବ୍ରତ ଯେ ଅନେକ
ହୃଦୟରୁ କରେ ମା'
କୋଳକୁ ମଣ୍ଡିଲେ ଆନନ୍ଦ ମୁଖର
ବୋଲେ ଦୀନକୃଷ୍ଣ ସାହା ।
