Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ସୁଷମ ଖାଦ୍ୟ

ସୁଷମ ଖାଦ୍ୟ

1 min
175



ପାଟିକୁ ସୁଆଦ ପିଜା ବରଗର

ବିଦେଶୀ ମୃଦୁ ପାନୀୟ

ପାକେଟରେ ଭର୍ତ୍ତି ଚିପ୍ସ ଚଟପଟି

ହେଉଅଛି ଭାରି ପ୍ରିୟ ।


କୃତ୍ରିମ ସୁବାସ ରସାୟନ ଯୁକ୍ତ

ଚକଲେଟ ଆଇସକ୍ରିମ

ଅଧିକ ମୂଲ୍ୟରେ ଖାଉଛନ୍ତି କିଣି

ବାରମଜା ଚୁଇଙ୍ଗମ ।


ହୋଟେଲ ତିଆରି ଖାଦ୍ୟେ ବ୍ୟବହୃତ

ଅଧିକ ମସଲା ତେଲ

ଲାଗେ ସୁଆଦିଆ ପାଟିକୁ କେବଳ

ପେଟ ପାଇଁ ନୁହେଁ ଭଲ ।


ମାଛ ମା°ସ ଅଣ୍ଡା ଗରିଷ୍ଠ ଭୋଜନ

ତେଲଭାଜି ଲଡୁ ମିଠା

ବୃଦ୍ଧି କରେ ରୋଗ ଉଚ୍ଚ ରକ୍ତଚାପ

ଶରୀର ହୁଅଇ ମୋଟା ।


ଲାଗଇ ଶରୀର ନିସ୍ତେଜ ଦୁର୍ବଳ

ରକ୍ତରେ ବଢେ ଶର୍କରା

ପାଏ ନାହିଁ ବଳ ସାମାନ୍ୟ ଶ୍ରମକୁ

ସୁଷମ ଆହାର ଲୋଡା ।


ଭାତ ଡାଲି ଶାଗ ସତେଜ ପରିବା

ତରକାରୀ ରନ୍ଧା ଖାଦ୍ୟ

ଗୃହରେ ପ୍ରସ୍ତୁତ ଗରମ ଗରମ

ଉପାଦେୟ ଗ୍ରହଣୀୟ ।


ସୁଷମ ଆହାର ବ୍ୟାୟାମ ବିଶ୍ରାମ

ଶାରୀରିକ ପରିଶ୍ରମ

କଲେ ନିୟମିତ ଉତ୍ତମ ଅଭ୍ୟାସ

ଶରୀର ରହେ ସକ୍ଷମ ।


ଆମେ ଯତ୍ନ ନେବା ଆମ ଶରୀରର

ରହିବା ସର୍ବଦା ସୁସ୍ଥ

ଡାକ୍ତରୀ ଚିକିତ୍ସା ଔଷଧ ସେବନ

ରୋଗପୀଡା ମାରାତ୍ମକ ।

   


Rate this content
Log in

Similar oriya poem from Inspirational