STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ପ୍ରକୃତ ସାଥି

ପ୍ରକୃତ ସାଥି

1 min
205


ବାଡି ବଗିଚାରେ ଯତନରେ ଆସ

ଫୁଲଫଳ ଚାରା ଲଗାଇବା

ଖତ ସାର ମାଟି ବେଉଷଣ କରି

ମୁଳେ ନିତି ପାଣି ଦେଉଥିବା ।

ଜାତି ଜାତି ଫୁଲ ଫୁଟିବ କୁଣ୍ଡରେ

ଚହଟିବ ମଲ୍ଲୀ ରଜନୀଗନ୍ଧା

ଫୁଟିବ ଗୋଲାପ ପାଖୁଡା ମେଲାଇ

ସୁନ୍ଦର ଦିଶିବ ଘର ଅଗଣା ।

ଚାହିଁ ରହିଥିବ ସୂରୁଜ ଆଡକୁ

ହଳଦିଆ ଫୁଲ ସୂରୁଜମୁଖୀ

ଭୁଲିଯିବ ମନୁ କ୍ଳାନ୍ତି ଅବସାଦ

ଫୁଟିଥିବା ଫୁଲ ଶୋଭାକୁ ଦେଖି ।

ଆମ୍ବ ନିମ୍ବ ଜାମୁ ବେଲ ବରକୋଳି

କଦଳୀ ପିଜୁଳି ଗୁଆ ନଡ଼ିଆ

ଛୋଟିଆ ଚାରାରୁ ହୋଇଥାଏ ବଡ଼

ବାଡି ବଗିଚାର ବଢାଏ ଶୋଭା ।

ସବୁଜ ସୁନ୍ଦର ଲାଗେ ଗଛଲତା

ଦିଏ ଫଳମୂଳ ପନିପରିବା

ମିଳଇ ଔଷଧ ଶୁଦ୍ଧ ଅମ୍ଳଜାନ

ବସ୍ତ୍ର ସୁଗନ୍ଧିତ ତେଲ ମସଲା ।

ଗଛ ଛାଇ ତଳେ ଘାସ ଗାଲିଚାରେ

ସାଙ୍ଗ ସାଥି ମେଳେ ଏକାଠି ବସି

କରୁଥିଲେ ଗପ ଲାଗେ ଭାରି ମଜା

ମନଫୁଲା ଗୀତେ ମିଳଇ ଖୁସି ।

ଗଛ ମିତଟିଏ ବଡ଼ ଉପକାରୀ

ଆମ ସୁଖଦୁଃଖ ପ୍ରକୃତ ସାଥି

ନିରାମୟ ସୁସ୍ଥ ସୁନ୍ଦର ଜୀବନ

ଦିଏ ସବୁଜିମା ପ୍ରକୃତ ଶାନ୍ତି ।

    -----


Rate this content
Log in

Similar oriya poem from Inspirational