STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଯନ୍ତ୍ର ଯାଯାବର

ଯନ୍ତ୍ର ଯାଯାବର

1 min
23

କବିତା - ଯନ୍ତ୍ର ଯାଯାବର
ରଚନା - ପଞ୍ଚାନନ ଜେନା
 ତାରିଖ -୧୬-୧୦-୨୦୨୫
 ++++++++++++++++
 ତୁମ ଗାଁ ପାଖ ଝାଉଁବଣ
କବିତା ଶୁଣାଏ
 ପବନ ସହିତ ମିଶିଣ ମେଲଣ
 ଖୁସିଗପ ବଖାଣୁଥାଏ
ଆକ୍ରେଷ୍ଟା ମେଲୋଡି ରଚାଏ
 ସାଇଁ ସାଇଁ ଗୀତ ସଂଗୀତ ମିଶ୍ରଣ

 ଆମ ଗାଁ ଗୋହିରି ପାଖ କିଆବଣ
ବହୁତ ଡରାଏ
ସଞ୍ଜରେ ଖଞ୍ଜରେ ଖସ୍ ଖସ୍ ଝଣ ଝାଣ
ଝାଳ ବୁହାଏ
ଅକାଳେ ସକାଳେ ଖରାବେଳେ
ଏକା ଏକା ପାଖ ଦେଇ ଯାଉଥିଲା ବେଳେ
 ଖରାପ ଚିନ୍ତା ପୁରାଏ ଝଣଝଣ

 ପ୍ରବାସୀ ସହର ଗହଳ ଚହଳ
ମୋବାଇଲ୍ ଟାୱାର ମାଳମାଳ
ଏୟାରଟେଲ ଜିଓ ଆଇଡିଆ ଭଡ଼ା
ସବୁ ବ୍ୟସ୍ତ ବହୁଳ ଟାଳଟୁଳ
ବିଏସ୍ଏନଏଲ ଖୁଣ୍ଟି ଭାରି ଦୁର୍ବଳ
ନେଟୱାର୍କ ବ୍ୟସ୍ତ ସବୁ ବେଳେ କଟାଳ କାଙ୍ଗାଳ

 ତୁମ ସହର ଝରକା ଫାଙ୍କରୁ
ଦିଶିଗଲେ ତୁମ ସୂର୍ଯ୍ୟମୁଖୀ ମୁଁହ
 ତୁମ ଅସୂର୍ଯ୍ୟମପଶ୍ୟା ଲାବଣ୍ୟବତୀର ଦେହ
ପ୍ରେମ ସୁଧାନିଧି ସୁବର୍ଣ୍ଣରେଖା ନଈ ପରି
ବହି ଚାଲେ ଦେହ ମୁଁହ ଡେଇଁ ବିଦେହ

 ଫୋନ ନମ୍ବର ତୁମର ପାଇଗଲି
 ମାତ୍ର ସବୁବେଳେ ରହୁଛ ବ୍ୟସ୍ତ ବିବ୍ରତ ଅସ୍ତବ୍ୟସ୍ତ
ହ୍ଵାଟସଆପରେ ମ୍ୟାସେଜ୍ ଦେଲି
ପଢୁଛ ଅଥଚ ଉତ୍ତର ପ୍ରତ୍ୟୁତ୍ତର ବିନା ମସ୍ତ
 ମୁଖପୁସ୍ତିକାରେ ବନ୍ଧୁ ଅନୁରୋଧ ପ୍ରେରଣ କଲି
ଆଜି ପର୍ଯ୍ୟନ୍ତ ଲମ୍ବା ଲାଇନରେ ତ୍ରସ୍ତ
କେତେବେଳେ ସବୁଜ ସଙ୍କେତ ମିଳିବ
ଭାବନା ପାବଚ୍ଛରେ କେବଳ ଶସ୍ତା ବିଫଳ
ଏକପାଖିଆ ପ୍ରେମିକ ଭାବରେ ଭୀତଗ୍ରସ୍ତ

 ସ୍କୁଲବେଳର ପ୍ରେମ ଜୁଆର
ଝାଉଁବଣର କବିତା ଆସର
 ଆଜି ଜୁଆର ଭଟ୍ଟା ଦୋଛକିରେ
ମାଗୁଥାଏ ନିରୋଳା ମୁକୁଳା ଶୃଙ୍ଗାର

 ଦେଖ ଦିଶାହୀନ ବାଲୁକା ପ୍ରାନ୍ତର
 ମୋ ଜୀବନ ପରି କେବଳ ଅଦୃଶ୍ୟ ହାହାକାର
ସୀମାହୀନ ଯନ୍ତ୍ରଣା କାତର ପ୍ରେମୀକ ଫକୀର

 ଯାନ୍ତବ ଯନ୍ତ୍ରଣା ଭୋଗୁଥିବା
 ବିନା ଦୋଷେ ସନ୍ତୁଳି ହେଉଥିବା
ଭାଗ୍ୟକୁ ଆଦରୀ ଚୁପ୍ ଚାପ୍ ଲୁହ ଝରଉଥିବା
ପ୍ରାରବ୍ଧ ଅତୀତ ଆତତାୟୀ ପରି ନିଷ୍ଠୁର
ଅଦରକାରୀ ବିଫଳଶିକାରୀ ଯନ୍ତ୍ର ଯାଯାବର ।


Rate this content
Log in

Similar oriya poem from Fantasy