STORYMIRROR

Suhana Pattanaik

Fantasy

4  

Suhana Pattanaik

Fantasy

ଉଛୁଳା ଅତୀତ

ଉଛୁଳା ଅତୀତ

1 min
223

ଉଛୁଳା ଅତୀତ ଉଜାଣି ବହୁଛି,

ବର୍ଷାର ତାଳେ ତାଳେ,

ହୃଦୟ କନ୍ଦରେ ପିଲାଦିନଟା ମୋ

ଉଜ୍ଜୀବିତ ହୋଇପଡେ।

ହସୁଛି ବରଷା ଗରଜେ ବଉଦ,

ସତେ କରୁଛନ୍ତି କଳି,

କାଗଜ ଡଙ୍ଗାଟା ଖୁସି ମନଉଛି

ପିଲାଦିନ ମୋର ଯାଇଛି ବୋଲି ସରି।

ଚପଳତା ମୋର ଉତ୍କଣ୍ଠା ବଢାଏ,

ଏ ବର୍ଷାରେ ଭିଜିବାକୁ,

ହସୁଛି ଯେତିକି ଭିଜେବି ସେତିକି

ତା ସାଥିରେ ମଜିବାକୁ।

ଅବର୍ଣ୍ଣନୀୟ ମୋ ବର୍ଣ୍ଣନାର ଛିଟା

ଛୋଟ ପ୍ରୟାସଟେ କରୁଛି,

ଅତୀତର ସେଇ ଅଭୁଲା ସ୍କୃତିରେ

ନିଜକୁ ମୁଁ ଆଜି ଖୋଜୁଛି

ସତେ କିବା ଫେରି ପାଉଛି

ଏ ବର୍ଷା ଫେରେଇ ଦେଉଛି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy