STORYMIRROR

Pabitra Sahu

Classics Fantasy Inspirational

4  

Pabitra Sahu

Classics Fantasy Inspirational

ଓଡ଼ିଶା ମୋର ଜନ୍ମଭୂମି

ଓଡ଼ିଶା ମୋର ଜନ୍ମଭୂମି

1 min
247

ଓଡ଼ିଶା ଅଟଇ ମୋ ଜନମ ଭୂଇଁ

     ସ୍ନେହ, ପ୍ରୀତି ଭରା ଛାଇ , 

ସରଗଠୁ ବଳି ତାହାରି କୋଳରେ 

    ଧନ୍ଯ ମୁଁ ଜନମ ହୋଇ। 


  ଖେଳି, ବୁଲି, ଚାଲି ତା' ମମତା ବୁକେ

      ହୋଇଛି ଆଜି ମୁଁ ବଡ଼

 ତାହାରି ପରଶ ମଧୁର ପ୍ଲାବନେ

      ଜୀବନ ପାଅଇ ଜଡ଼। 


ବାଳୁତ କାଳରୁ ଦେଖିଅଛି ତା'ର

     ସବୁଜ ସୁନ୍ଦର ରୂପ, 

ସୁରୁଜ ଉଇଁଲେ ପବନ ତାଳରେ

     ଢେଉମାରେ ସୁନାକ୍ଷେତ। 


କୁଳୁକୁଳୁ ନାଦ କରଇ ଝରଣା

     ଅଙ୍କାବଙ୍କା ବହିଯାଇ, 

ଫୁଲ ରୁ ଭଅଁର ମହୁ ଶୋଷିନିଏ

     ଗୁଣୁଗୁଣୁ ଗୀତ ଗାଇ। 


କାରିଗର ହାତେ ପଥର ଖଣ୍ଡକ 

    ଜୀବନ୍ତ ହୁଅନ୍ତି ଯହିଁ, 

ସୁନ୍ଦର ତୃପ୍ତିର ଚାରୁକଳା ରସ

    ଭରି ରହି ଅଛି ତହିଁ। 


ବାର ମାସରେ ତେର ପରବ

   କେତେ ଯାନିଯାତରା, 

ତିନିଠାକୁର ଆଷାଢ଼ ମାସେ

   କରନ୍ତି ଘୋଷ ଯାତରା। 


ଏଣ୍ଡୁରି, ଆରିସା, କାକରା ପିଠା

    ସକାଳ ପଖାଳ କଂସା, 

ଖାଇଛି ଯିଏ ଜାଣିଛି ସିଏ 

   ଖାଣ୍ଟି ଓଡ଼ିଆ ପରସା। 

 

ଆମର ସଂସ୍କୃତି ଭାତୃତ୍ୱର ପ୍ରୀତି

   ଏକତା କୁ ଦୃଢ଼ କରେ, 

ଶାନ୍ତି,ମୈତ୍ରୀ,ପ୍ରେମ ପ୍ରଗତି କ୍ଷେତ୍ରରେ

    ସମତାର ବାର୍ତ୍ତା ବହେ। 


ମାତୃଭୂମି ସେବା ଜନନୀର ସେବା

   କରିବି ମୁଁ ପ୍ରାଣ ଦେଇ

ମାତୃଭୂମି ପାଇଁ ଦିଏ ଯେ ପରାଣ

   ସୁଯୋଗ୍ୟ ସନ୍ତାନ ସେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics