STORYMIRROR

Debakumaracharya

Fantasy

4  

Debakumaracharya

Fantasy

ତୁମେ ୟଶ ନୁହଁ

ତୁମେ ୟଶ ନୁହଁ

1 min
225

ତୋଫାନ ର ରୂପ ନେଇ ଆସିଯିବା ପରେ, 

ଭାବିଥିଲି ଖେଳିଯିବ  

ମୋ ପ୍ରତି ଶିରା ପ୍ରଶିରାରେ, 

ସୃଷ୍ଟି କରି ଉତ୍ତାଳ ତରଙ୍ଗ  

ମନ ହୃଦୟ ରେ, 

ଶାନ୍ତ ହେବ - ମିଶିଗଲା ପରେ  

କଚାଡି ହେଇଯିବ ଯେବେ-

ଦରିଆ କୂଳରେ, 

କମିଯିବ ବେଗ; ବୃକ୍ଷ ମାଳା ବାହୁ ବନ୍ଧନ ରେ..!

କିନ୍ତୁ,

ତୋଫାନ ର ରୂପ ନେଇ ଆସିଯିବା ପରେ, 

ପଶିଯାଇ ପ୍ରଶ୍ବାସ ରୂପରେ, 

ବସିଗଲ ହୃଦ କନ୍ଦରର 

କେଉଁ ନିବୃତ କୋଣରେ, 

ନୀରବ ମୁଁ ଶୁଣିବାକୁ ତୁମ ପଦ ଧ୍ବନି, 

ଅନୁଭବ କରିବାକୁ ତୁମ ଉପସ୍ଥିତ 

ଶୁଣୁଛି ମୋ ହୃଦୟର ଶବ୍ଦ 

ବାରୁଛି ନିଶ୍ବାସର ବାତ୍ସ୍ନା 

ବସିଛି ମୁଁ ପଥର ରୂପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy