STORYMIRROR

DR PRASANTA KUMAR BISWAL

Fantasy

4  

DR PRASANTA KUMAR BISWAL

Fantasy

ଜୀବନ ବନାମ ସଂଘର୍ଷ

ଜୀବନ ବନାମ ସଂଘର୍ଷ

1 min
315

ଅହରହ ସଂଘର୍ଷ ଚାଲିଛି,

ଭିତରେ,ବାହାରେ

ଜୀବ ଜଗତରେ

ପ୍ରକୃତି ପରିବେଶରେ,

ଏଠି, ସେଠି, ସବୁଠି,

ଜବଦସ୍ତ ପ୍ରତିଦ୍ବନ୍ଦିତା

ତିଷ୍ଟି ରହିବାର ସଂଗ୍ରାମ ।


ସଂଘର୍ଷ

ଜିଇଁବାର ଏକ ପାଥେୟ,

ସଂଗ୍ରାମ ବିନା 

ଜୀବନ ଅପ୍ରମେୟ ।

ତଥାପି ସଂଘର୍ଷ ସବାର ହୋଇଛି

ହାରୁଛି ଅଧିକ, ଜିତୁଛି କମ ।

ଅଜାଗା ଘା ଦେଖେଇ ହେଉନି

କି ସହି ହେଉନି ।

ଜିତିବା ଲାଗି ଗଞଣା,

ଯେତକ କ୍ଷତାକ୍ତ କରୁଛି,

ହାରିବାର ବ୍ୟଥା ତା ଠୁ ବଳିଛି ।

ତଥାପି ସଂଘର୍ଷ, 

ପିଠିରେ ବିକ୍ରମ ବେତାଳପରି ଝୁଲିପଡୁଛି।

ପରାଜୟରେ ଦୁଃଖ ଯେତକ ବିଦ୍ରୁପ

ଜୀବନରେ ସୁଖ ସେତକ ତଦ୍ରୁପ ।

ଜୀବନ ଦୌଡରେ ଘର୍ମାକ୍ତ ହେଉଛି,

କ୍ଳାନ୍ତ ଶରୀର, ମନ ଭାଙ୍ଗି ପଡୁଛି ।

ତଥାପି ନୂତନ ସୂର୍ଯୋଦୟରେ

ଜିତିବାର ସ୍ବାଦ ଚାଖିବାରେ

ଆଗ୍ନେୟ ଶପଥ ସବୁ ମିଳେଇ ଯାଉଛି,

ମନରେ ଦମ୍ଭ ବାନ୍ଧୁଛି

ଭଙ୍ଗାମନ ଯୋଡି

ସ୍ବର୍ଣ୍ଣିମ ସ୍ବପ୍ନମାନ ଉଙ୍କି ମାରୁଛି,

ନିଜ ଅଜାଣତରେ,

ସ୍ବାଭାବିକ ଧାରାରେ,

ସଂଘର୍ଷର ମୈଦାନକୁ ପୁଣି ଲମ୍ଫ ମାରୁଛି।

ଲାଗୁଛି, ଏଇୟା ହିଁ ତ ଜୀବନ

ଜୀବନ ବନାମ ସଂଘର୍ଷ

ସାରା ସଂସାର ବୋଧ ହେଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy