Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagyabanta Mahaling

Fantasy Inspirational Others

4  

Bhagyabanta Mahaling

Fantasy Inspirational Others

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

1 min
208


ବିରହ ନିଆଁରେ ଜଳୁଛି ପ୍ରିୟା ମୁଁ

ତୁମ କଥା ଭାବି ଭାବି

କାହିଁକି କେଜାଣି ଲାଗଇ ତୁମେ ମୋ

 ଅଭୁଲା ସ୍ମୃତି ପରି ।


ଜୀବନ ଠାରୁ ଅଧିକ ବେଶି

 ତୁମ କଥା ମନେ ପଡ଼େ

ତମେ ମୋଠୁ ଦୂରରେ ଥିଲେ

 ମତେ ଭାରି କଷ୍ଟ ଲାଗେ ।


ଦେଖିଲେ ତୁମକୁ ବିମୋହତ ହୁଏ

ତୁମ ସେ ଗୋଲାପ ଓଠ

 ସେ ଗୋଲାପ ଓଠେ ଚୁମ୍ବିଦିଅ ଥରେ

 ଲାଗୁମତେ ଆନନ୍ଦିତ ।


କେଉଁ ରାଇଜର ରାଜଯେମା ଗୋ

 ରୂପରେ ଲାଵଣ୍ୟବତୀ

ଦେଖିଲେ ତୁମକୁ ତରଳି ଯାଉଛି

ସତେ ମୁଁ ମହମବତୀ ।


ଆଖିଟି ତୁମର ଉଜ୍ଜଳ ନକ୍ଷତ୍ର

ଦିଶେ ଭାରି ଚକ ଚକ

ମୁହଁଟି ତୁମର ପୂର୍ଣ୍ଣମୀ ଚାନ୍ଦ

ଦିଶୁଥାଏ ଦପ ଦପ ।


ଝରଣା ଝରିଲେ ନଦୀ ଖୁସି ହୁଏ

କାକର ଛୁଇଁଲେ ଫୁଲ

ତୁମେ କି ବୁଝିବ ଅବୁଝା ପ୍ରିୟା

କେତେ ପାଉଥିଲି ଭଲ ।


ଭ୍ରମର ହେଇ ଭ୍ରମରେ ଭ୍ରମିଲି

ଫୁଲକୁ ପାଇଲି ଭଲ

ଫୁଲ ପାଖରେ ତ କଣ୍ଟା ଥିଲା

ମାରିଦେଲା ମତେ ଚୋଟ ।


ସେଇ କଣ୍ଟାରେ ତ ବିଷ ଭରିଥିଲା

ଅକାଲେ ପଡିଲି ଟଲି

ଫୁଲକୁ ପାଇବା ପାଇଁ ଅଧିର ହେଲି

 ଫୁଲକୁ ପାଇଲି ନାହିଁ।


ଝୁରି ଝୁରି ଭ୍ରମର ଫୁଲକୁ

ହେଉଥିଲା କଳବଲ

 ଫୁଲ ତ ବୁଝି ଲାନି ପ୍ରେମକୁ ତାର

କରିଦେଲା ସାତ ପର ।



Rate this content
Log in

Similar oriya poem from Fantasy