STORYMIRROR

Sanjukta Padhi

Fantasy

4  

Sanjukta Padhi

Fantasy

ମାଁ

ମାଁ

1 min
224


ମାଁ ଏକ ଅପ୍ରତିଦ୍ଵନ୍ଦୀ ରାହା

ସାରା ବିଶ୍ୱରେ ବନ୍ଦନୀୟା

ସରସ ସୁରମ୍ୟ ବିଶାଳ ହିୟା

ତ୍ୟାଗ ବଳିଦାନରେ ପରିପୂର୍ଣ୍ଣ

ମହଲ ହେଉ କି ଛୋଟ କୁଡିଆ

ମମତାର ଭଣ୍ଡାର ସନ୍ତାନ ଵତ୍ସଳା

ସ୍ନେହ କରୁଣାର ଶୀତଳ କାରାଗାର

ଭିନ୍ନ ଭୂମିକାରେ ଅଦମ୍ୟ କଳାକାର

କେବେ ହସର ପାଖୁଡ଼ା ଫୁଟାଇ ଦିଏ

କେବେ ମଉସୁମୀ ହୋଇ ବରଷି ଯାଏ

ଝଡ ଝଂଜା କି ଵାଆ ବତାସ ରେ

ଦମ୍ଭ ହାରେନି ଚନ୍ଦ୍ରମା ଗ୍ରାସେ,

ସ୍ବାନ୍ତନା ଦିଏ ସେ ନିଜକୁ ଜାଳି

ଉଜାଗର ରୁହେ ସବୁ କଥାକୁ ଭାଳି

ଶୋଇ ବିଳମ୍ବ ରେ ଉଠେ ଚଞ୍ଚଳ

ଚପଳା ପରି ସେ କର୍ମ ତତ୍ପର

କଷ୍ଟ ଲୁଚାଇ ହସ ଉକୁଟାଏ

ସତରେ ଯେମିତି ସେ ଯାଦୁକରୀ

ବିଶ୍ଵ ଦରବାରରେ ଶ୍ରେଷ୍ଠ କାରିଗରୀ

ମୋ ମାଁ ତୁମ ମାଁ ପୃଥିବୀ ମାଆ

ଆମ ସମସ୍ତଙ୍କ ଉଜ୍ଜ୍ୱଳ ରାହା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy