Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Fantasy Inspirational

4.1  

Sadananda Sahoo

Tragedy Fantasy Inspirational

ଘଡ଼ି ସନ୍ଧି ମୁହୁର୍ତ୍ତ

ଘଡ଼ି ସନ୍ଧି ମୁହୁର୍ତ୍ତ

1 min
221



ପ୍ରତି ମୁହୁର୍ତ୍ତରେ ସମୟ ସୂଚାଏ

   ସଜାଗ ରୁହହେ ସର୍ବେ ; 

ସୁଖଦୁଃଖ ସାଥୀ ସମୟ ସାରଥୀ

   ଅପେକ୍ଷା କରେନି କେବେ  !


ଅବିଶ୍ରାନ୍ତ ଭାବେ ଘଣ୍ଟାକଣ୍ଟା ଚାଲେ

    ବିରାମବିହୀନ ସତେ ;

ରାତି ପରେ ଦିନ ଆସେ ନିରନ୍ତର

   ଆଶା ଆକାଂକ୍ଷାରେ କେତେ !


ଘୋର ଅନ୍ଧକାର ସମୟ ସଙ୍ଗାତ

     ବିପଦର ଅନୁସଙ୍ଗି ; 

ଏହି ସମୟରେ ଧର୍ଯ୍ୟ ସହକାରେ

    ଦୁଃଖ ସଙ୍ଗେ ହେବ ଭାଗି !


ସ୍ଥିତି ପରିସ୍ଥିତି ବିଗାଡେ ନିୟତି

    ସମୟର ଅନୁକୋଣେ ;

ଦୁର୍ଦ୍ଦିନ ସମୟ ରହେ କିଛି କାଳ

    ଅନୁଭବେ ଅନୁପ୍ରାଣେ !


ସ୍ବୟଂ ଚାଳିତ. ଅପେକ୍ଷା ରହିତ

    ମାନବ କୃତ ଏଘଡ଼ି ;

ପ୍ରତି ମୁହୁର୍ତ୍ତରେ ଗନ୍ତବ୍ୟ ପଥରେ

   ଅବିରତେ ଚାଲେ ମାଡି !


ସମୟକୁ ରୋକି ଜମା ପାରିବନି

    ଶତ ଚେଷ୍ଟାକଲେ ମଧ୍ୟ.;

ବିପଦେ ସତର୍କ ରହିବ ଅବଶ୍ୟ

     ଉପୁଜିବ ନାହିଁ ଯୁଦ୍ଧ.!


ମହାମାରି ସଙ୍କା କରିଛି ଅପେକ୍ଷା

    ଆସିବ ଅନ୍ଧାର ଘୋଟି  ; 

ସମୟ କହୁଛି ବାରତା ଦେଉଛି

   ପ୍ରତିହତ କର ମିଶି !


ଘଣ୍ଟ କଣ୍ଟା ସିନା ସମୟ ସୂଚକ

    ମାନବର ମହା ସାଥୀ ; 

ଅନ୍ଧାର ଆଲୋକ ମହା ବିଶେଷାଙ୍କ

    ଆକଳନ କରେ କ୍ଷତି ।


Rate this content
Log in

Similar oriya poem from Tragedy