STORYMIRROR

Prakash Majhi

Action Fantasy Inspirational

4  

Prakash Majhi

Action Fantasy Inspirational

ଏକତା ହିଁ ବଳ

ଏକତା ହିଁ ବଳ

1 min
233

ମନରେ ବିଶ୍ବାସ ଥାଉ ଏମିତିକା

ଛାଡିବାନି ସାଥି କେହି,

ଆସ ଗଢ଼ିଦେବା ସୁନ୍ଦର ଦୁନିଆ

ପ୍ରେମର ମହକ ଦେଇ।


ଏସାରା ସଂସାର ଅଢେ଼ଇ ଦିନର

ସତ ଏକା ଜନ୍ମମୃତ୍ୟୁ,

ଅଙ୍ଗେ ଅଙ୍ଗେ ପ୍ରାଣ ଭରିବା ସବୁଠି

ନରହିବ ଆଉ କିିନ୍ତୁ।


ସଦ୍ୟସ୍ନାତ ଏହି ଆକାଶର କୋଳେ

ଭରିବା ନୂତନ ଆଶା,

ନବ ପ୍ରଭାତକୁ କୋଳେଇ ଆଣିବା

ଫୁଟିବ ଓଠରେ ଭାଷା।


ଜୀବନ ବୀଣାରେ ଭାବର ସଙ୍ଗୀତ

ଏମିିତି ଗାଇବା ଖୋଜି,

ସମୟ ନଈରେ ନାଚି ଉଠୁୁୁଥିବ

ସ୍ମୃତିର ଅଭୁଲା ବାଜି।


ମାଟିର ଗୌରବ ଅଦିନେ ଆଣିିିବୁ

ବଢିିିବ ସବୁରି ମାନ,

ନୀରବ ପୃଥିବୀ ଖୁୁୁସି ବାଣ୍ଟୁଥିବ

ନଥିିବ ବିିଷାଦ ଚିହ୍ନ।


ସାତ ସମ୍ପର୍କର ଅତୁଟ ବନ୍ଧନ

ଢାଳିବ ଆଲୋକ ଜ୍ୟୋତି,

ପ୍ରୀତିର ପାଖୁୁୁଡା ଫୁୁୁଲମୟ ହେବ

ବାସନା ଭରିବ ରାତି।


ଭିନ୍ନ ଜାତିଭେଦ ସମତୁଲ କରି

ରଚିିିବୁ ଶହସ୍ର ଅର୍ଥ,

ସୀମାହୀନ ପଥ ଚାଲିବୁ ଏକାଠି

ତ୍ୟାଗରେ ନଥିବ ସ୍ଵାର୍ଥ।


ଆନନ୍ଦ ବଜାରେ ଖୁସିର ପାର୍ବଣ

ଦୁଃଖରୁ ପାଇବ ଛୁୁୁଟି,

ଭୟର ଭାବନା ହେବ ଆନମନା

କାଳଝଡ଼ ଯିବ ହଟି।


ଏକରୁ ଅନେକ ଅଗଣିିତ ହେବୁ

ସହିିିବୁ  ଯନ୍ତ୍ରଣା ଭାର,

ବୟସ ବସନ୍ତ ସୁନାର ମୁକୁଟ

ପିନ୍ଧିବ ଶହସ୍ର ଥର ।


ସୁପ୍ତ ଚେତନା ଜାଗ୍ରତ କରିବୁ

ଶତ୍ରୁକୁ ବିନାଶ କରି,

ଏକତା ହିଁ ବଳ ସାହସ ଅନେକ

ସଭିିଙ୍କୁ ପଡିବ ଭାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action