ମୋ ବୋଉ
ମୋ ବୋଉ
ମୋ ବୋଉ ପରି କିଏ ହେବ
ବାହାରୁ ଆସିଲେ କାନିରେ ମୁୁୁହଁକୁ
ପୋଛି କିଏ ଆଉ ଦେବ ?
ଖାଇନୁ କିି ଧନ ମୁୁୁହଁଁ ତୋ ଶୁଖିିିିଛିି
କଥା କିଏ ଆଉ କହିବ ।
ତା ସେନେହ ମମତା ମିଠା ତାର କଥା
ଆଉ ବା କାହିିଁଁ ମିିିିଳିବ ।
ମୋ ଫେରିବା ପଥକୁ ଚାତକ ଯେସନେ
କେ ଚାହିଁ ରହିିିିିଥିବ ।
ରୋଗରେ ପଡ଼ିଲେ ବୋଉ ତ ପାଖରେ
ରାତି ରାତି ବସିିିିଥିବ ।
ଯେତେ ମୁଁ ଖାଇଲେ କହଇ ସିଏତ
ଖାଉ ନାହିଁ କିିିରେ ଧନରେ ।
ଖାଇଦେ ଧନରେ ସରାଗରେ କହି
ନିଜ ହାତେ ଖୋଇ ଦେବ ।
